ଛୁଆଙ୍କଠାରୁ କରୋନା ବ୍ୟାପିବା ବିପଦ କେତେ ? ଅଧ୍ୟୟନରୁ ମିଳିଲା ସାଂଘାତିକ ତଥ୍ୟ…

1 min read

ନୂଆଦିଲ୍ଲୀ: ୮ ମାସରୁ ଅଧିକ ସମୟ ହେଲା ମହାମାରୀ କରୋନା କବଳରେ ଦୁନିଆ । ବ୍ରିଟେନ୍ ଓ ଆମେରିକା ସହ ବିଶ୍ୱର ୧୮୮ରୁ ଅଧିକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏସବୁ ଭିତରେ ସ୍କୁଲ ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏସବୁ ପଛରେ ଯୁକ୍ତି କରାଯାଉଛି କି ଛୁଆଙ୍କଠାରୁ ସଂକ୍ରମଣ କମ୍ ହୋଇଥାଏ । ଏପରିକି ସେମାନେ ସଂକ୍ରମିତ ହେବାର ବିପଦ କମ୍ । ଏସବୁକୁ ନେଇ ହୋଇଥିବା ଏକ ବଡ଼ ଅଧ୍ୟୟନରୁ ସାଂଘାତିକ ତଥ୍ୟ ମିଳିଛି ।

ଦକ୍ଷିଣ କୋରିଆର ୬୫ ହଜାର ଲୋକଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ଏଭଳି ତଥ୍ୟ ମିଳିଛି । ଅଧ୍ୟୟନରୁ ଜଣାପଡ଼ିଛି ସ୍କୁଲ ଖୋଲିବା ଦ୍ୱାରା କରୋନା ସଂକ୍ରମଣର ମାମଲା ଅଧିକ ବଢ଼ିପାରେ । ଏପରିକି ବୟସ୍କଙ୍କ ତୁଳନାରେ ୧୦ ବର୍ଷରୁ କମ୍ ବୟସର ଛୁଆ କମ୍ ସଂକ୍ରମଣ କରୁଥିବା ଅଧ୍ୟୟନରୁ ଜଣାପଡ଼ିଛି । ତେବେ, ଛୁଆଙ୍କଠାରୁ ସଂକ୍ରମଣର ମାତ୍ରା ଜମା ନାହିଁ ସେଭଳି କହିହେବ ନାହିଁ ।

ଅଧ୍ୟୟନରୁ ଆହୁରି ଜଣାପଡ଼ିଛି- ବୟସ୍କ ଯେତିକି କରୋନା ସଂକ୍ରମଣ କରନ୍ତି ସେହି ହାରରେ ୧୦ରୁ ୧୯ ବର୍ଷ ବୟସର ଛୁଆ ମଧ୍ୟ ସଂକ୍ରମିତ କରନ୍ତି । ମିନ୍ନେସୋଚା ୟୁନିଭରସିଟିର ସଂକ୍ରାମକ ରୋଗ ବିଶେଷଜ୍ଞ ମିଶେଲ ଔଷ୍ଟରହୋମଙ୍କ କହିବା ଅନୁଯାୟୀ, ଛୁଆ ବି ସଂକ୍ରମଣ ବୃଦ୍ଧି କରନ୍ତି । ଏବେ ଆମକୁ ଏହାକୁ ସ୍ୱୀକାର କରିବାକୁ ପଡ଼ିବ ।

ହାୱାର୍ଡ ଗ୍ଲୋବାଲ ହେଲଥ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶ ଡାକ୍ତର ଆଶିଷ ଝାଙ୍କ ସୂଚନା ଅନୁସାରେ- ଏସିଆ ଓ ୟୁରୋପରେ କରାଯାଇଥିବା ଅଧ୍ୟୟନ ପ୍ରକାରେ ଛୁଆ କମ୍ ସଂକ୍ରମିତ ହୋଇଥାନ୍ତି । ଏବଂ ସେମାନଙ୍କ ଠାରୁ ଅନ୍ୟ କେହି ସଂକ୍ରମିତ ହେବାର ସମ୍ଭାବନା କମ୍ । ଏହି ଅଧ୍ୟୟନ ଛୋଟ ଥିବାବେଳେ ଏଥିରେ କେତକ ଦିଗକୁ ଧ୍ୟାନ ଦିଆଯାଇ ନଥିଲା । ତେବେ, ନୂଆ ଅଧ୍ୟୟନ ବ୍ୟବସ୍ଥିତ ଢଙ୍ଗରେ ଏବଂ ଅଧିକ ଲୋକଙ୍କୁ କରାଯାଇଛି ।

ଏହି ଅଧ୍ୟୟନରୁ ଜଣାପଡ଼ିଛି କି ୧୦ ବର୍ଷରୁ କମ୍ ବୟସର ଛୁଆ ବୟସ୍କଙ୍କ ତୁଳାନରେ ୫୦ ପ୍ରତିଶତ କମ୍ ସଂକ୍ରମିତ କରିବାର ବିପଦ ରହିଛି । କାରଣ ଛୁଆ ନିଶ୍ୱାସ ପ୍ରଶ୍ୱାସ ନେବା ବେଳେ ବୟସ୍କଙ୍କ ଅପେକ୍ଷା କମ୍ ପ୍ରଶ୍ୱାସ ଛାଡ଼ନ୍ତି । ଏବଂ ସେମାନଙ୍କ ଉଚ୍ଚତା ମଧ୍ୟ କମ୍ । ଏଣୁ, ବୁଝିବାକୁ ପଡ଼ିବ ବୟସ୍କଙ୍କ ତୁଳନାରେ ଛୁଆ ସଂକ୍ରମଣ ବଢ଼ାଇବା ବିପଦ କମ୍ ।

Leave a Reply