ଗ୍ରାମାଞ୍ଚଳ ଉପରେ ଫୋକସ୍, ଗାଁରେ ସଂକ୍ରମଣ ରୋକିବାକୁ କୋଭିଡ୍ ମ୍ୟାନେଜମେଣ୍ଟ କମିଟି

କଟକ: କଟକ ଜିଲ୍ଲାରେ କଣ ରହିଛି କରୋନା ମହାମାରୀ ସ୍ଥିତି । ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ଲକଡାଉନର ଦ୍ୱିତୀୟ ଦିନ ଜିଲ୍ଲାରେ ଠିକଠାକ୍ ଚାଲିଛି । ସଂକ୍ରମଣକୁ ଚେକ୍ ଦେବା ପାଇଁ ଜିଲ୍ଲାରେ ଘରକୁ ଘର ବୁଲି ସର୍ଭେ ଚାଲିଛି । ଲକ୍ଷଣ ଥିବା ଲୋକଙ୍କୁ ଆଇସୋଲେଟ୍ କରାଯିବ ଏହାର ମୁଖ୍ୟ ଉଦ୍ଦେଶ୍ୟ । ସେମାନଙ୍କୁ ଚିହ୍ନଟ ସହ ଟେଷ୍ଟିଂ କରାଯିବ । କଟକ ସହର ସହ ସମ୍ପୂର୍ଣ୍ଣ ଜିଲ୍ଲାରେ ଏହି ସର୍ଭେ ଚାଲିଛି ।

ଗ୍ରାମାଞ୍ଚଳରେ ପ୍ରତି ରାଜସ୍ୱ ଗାଁକୁ ନେଇ କୋଭିଡ୍ ମ୍ୟାନେଜମେଣ୍ଟ କମିଟି ଗଠନ କରାଯାଇଛି । ଗାଁ କଲ୍ୟାଣ ସହିତ ଏହା ମିଶିଛି । ୩୭୩ଟି ଗ୍ରାମ ପଞ୍ଚାୟତରେ ୧୮୨୧ଟି କୋଭିଡ୍ ମ୍ୟାନେଜମେଣ୍ଟ କମିଟି ଦ୍ୱାରେ ସର୍ଭେଲାନ୍ସ କରାଯାଉଛି । ସେମାନଙ୍କୁ ଟ୍ରେନିଂ ଦିଆଯାଇଛି । ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ କରାଯାଇଛି । ୩୯୧୦ ବେଡ୍ ରହିଥିବା ବେଳେ କ୍ଲଷ୍ଟର ଟିଏମସିରେ ପ୍ରାୟ ୩ ହଜାର ବେଡ୍ ରହିଛି । ଗ୍ରାମାଞ୍ଚଳ ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ବେଳେ ଏଠାରେ ଲକ୍ଷଣ ଥିବା ଲୋକଙ୍କୁ ରଖାଯିବ । ଲକଡାଉନ ମଧ୍ୟରେ ଆମେ ଏସବୁ ଲକ୍ଷଣ ଥିବା ଲୋକଙ୍କୁ ଆମେ ଚିହ୍ନଟ କରିପାରିବା ।

ସରକାରୀ କାର୍ଯ୍ୟାଳୟ ଉପରେ ମଧ୍ୟ ଲକ୍ଷ୍ୟ ରଖାଯାଇଛି । କୋଭିଡ୍ ଯୋଦ୍ଧା କିଭଳି ସତର୍କତାର ସହ କାମ କରିବେ ସେନେଇ ଧ୍ୟାନ ଦିଆଯାଇଛି । ଜିଲ୍ଲାରେ ଆଣ୍ଟିଜେନ୍ ଟେଷ୍ଟିଂ ଆରମ୍ଭ ହୋଇଛି । ଆଜି ସୁଦ୍ଧା ଜିଲ୍ଲାରେ କରୋନାର ୧ ହଜାର ୨୧୧ଟି ମାମଲା ଆସିଛି । ସେଥିମଧ୍ୟରୁ ୩୨୫ଟି କେସ୍ ସକ୍ରିୟ ଥିବା ବେଳେ ୮୭୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୮ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply