ସୁଶାନ୍ତ ସିଂହ ମୃତ୍ୟ ମାମଲା, ଗାର୍ଲଫ୍ରେଣ୍ଡ ରିଆଙ୍କୁ ମିଳିଥିଲା ରେପ୍ ଓ ହତ୍ୟା ଧମକ ! ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ…

1 min read
Sushant Singh Death case rhea chakraborty got rape threat police take action fir filed

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପ୍ରାୟ ଏକ ମାସ ବିତିଗଲାଣି । ଆଉ ଏହି ମାସେ ଭିତରେ ତାଙ୍କ ମୃତ୍ୟୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ହେଲେ ଏବେ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁ ନେଇ ସସ୍‌ପେନ୍‌ସ ଲାଗିରହିଛି । ଯେବେଠୁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଏହି ମାମଲାରେ ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି, ସେବେଠୁ ଚର୍ଚ୍ଚାରେ ଅଛନ୍ତି ରିୟା ।  riya-chakravarthi-sushant-singh-rajput ରିୟା ସୁଶାନ୍ତଙ୍କୁ ମନେପକାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଥିଲେ । କିନ୍ତୁ କିଛି ୟୁଜର୍ସ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଟ୍ରୋଲ କରିଦେଲେ । ଏମିତିକି ଟ୍ରୋଲ କରିବା ବାହାନାରେ କିଛି ଅଭିନେତ୍ରୀଙ୍କୁ ହତ୍ୟା କରିବା ସହ ତାଙ୍କୁ ବଳାତ୍କାର କରିବେ ବୋଲି ଧମକ ମଧ୍ୟ ଦେଲେ । ରିୟା କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ସେହି ସବୁ କମେଣ୍ଟର ସ୍କ୍ରିନସଟ ସେୟାର କରି କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ ।

riya-chakravarthi-sushant-singh-rajput

ତେବେ ରିୟାଙ୍କ ଅଭିଯୋଗ ପରେ ମୁମ୍ବାଇସ୍ଥିତ ସାନ୍ତାକ୍ରୁଜ୍‌ ପୋଲିସ ଷ୍ଟେସନ୍‌ରେ ଦୁଇ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏହି ଦୁଇ ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଶ୍ଲୀଳ ମେସେଜ୍‌ ଓ ଧମକ ଦେବାର ଅଭିଯୋଗ ରହିଛି ।

ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ଭିତ୍ତି କରି ସାନ୍ତା କ୍ରୁଜ ପୋଲିସ ଷ୍ଟେସନରେ ଦୁଇଜଣ ଇନଷ୍ଟାଗ୍ରାମ ଧାରକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନଙ୍କ ବିରୋଧରେ ଆଇପିସିର ଧାରା ୫୦୭, ୫୦୯ ଏବଂ ଆଇଟି ଆକ୍ଟର ଧାରା ୬୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

https://www.instagram.com/p/CCsVR4vH2TV/?utm_source=ig_embed

ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ ଗଭୀର ମର୍ମାହତ ଥିଲେ । କିନ୍ତୁ ଯେତେବେଳେ ସୋସିଆଲ ମିଡିଆରେ ତାଙ୍କ ବିରୁଦ୍ଧରେ ଅନେକ ଆପତ୍ତିଜନକ ମନ୍ତବ୍ୟ ଆସିବା ପରେ ସେ ରାଗି ଯାଇଥିଲେ । ଏହାପରେ ସେ ସୋସିଆଲ ମିଡିଆ ୟୁଜର୍ସ ମାନଙ୍କୁ ଭଲ କି ଶୁଣେଇଥିଲେ ।

riya-chakravarthi-sushant-singh-rajput

ଏହି ସାଇବର ଅପରାଧ ବିରୋଧରେ ବଲିଉଡ୍‌ ମଧ୍ୟ ଏକଜୁଟ ହୋଇଥିବାର ଦେଖାଯାଉଛି । ବର୍ତ୍ତମାନ ସୋସିଆଲ ମିଡିଆରେ, #IndiaAgainstAbuse ଟ୍ରେଣ୍ଡ କରୁଛି । ମହିଳାଙ୍କୁ ନେଇ ସୋସିଆଲ ମିଡିଆରେ ହେଉଥିବା ଏଭଳି ଗାଳିଗୁଲଜ ବିରୋଧରେ ପ୍ରତ୍ୟେକ ବଲିଉଡ୍‌ ସେଲିବ୍ରେଟି ସ୍ୱର ଉତ୍ତୋଳନ କରିଛନ୍ତି । ସୋନମ କପୁର ଠାରୁ ଦିଆ ମିର୍ଜା ପର୍ଯ୍ୟନ୍ତ ସମସ୍ତେ ଏ ବାବଦରେ ଏକ ପିଟିସନରେ ଦସ୍ତଖତ କରିଛନ୍ତି ।

Leave a Reply