କୋଭିଡ୍ ହସ୍ପିଟାଲ ଉପରୁ କମିବ ଲୋଡ୍, କଟକରେ ୩ଟି କୋଭିଡ୍ କେୟାର ସେଣ୍ଟର

1 min read

କଟକ: କଟକ ସହରରେ କମୁଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । ତେବେ, ମେଡିକାଲରୁ ସଂକ୍ରମଣ ବ୍ୟାପିବା ପରେ ପ୍ରଶାସନ ପଦକ୍ଷେପ ନେଇଛି । ଏସସିବି, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ସିଟି ହସ୍ପିଟାଲ, ଶିଶୁ ଭବନ ପାଇଁ ୩ଟି ପଦକ୍ଷେପ ନିଆଯାଇଛି । ଏନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ଗ୍ରାମାଞ୍ଚଳ ଉପରେ ଫୋକସ୍, ଗାଁରେ ସଂକ୍ରମଣ ରୋକିବାକୁ କୋଭିଡ୍ ମ୍ୟାନେଜମେଣ୍ଟ କମିଟି

ମେଡିକାଲ ଓପିଡିରେ ଡାକ୍ତର ପିପିଇ ପିନ୍ଧି ରୋଗୀ ଦେଖୁଛନ୍ତି । ଇନଡୋର ଆଡମିଶନ ପାଇଁ ପ୍ରଥମେ ଆକ୍ରାନ୍ତଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି । ଏଥିରେ ଆମେ ଅଧଘଣ୍ଟା ମଧ୍ୟରେ କୋଭିଡ୍ ଆକ୍ରାନ୍ତ କି ନୁହେଁ ଜାଣିପାରୁଛୁ । ଏବେ ସୁଦ୍ଧା ଏହିସବୁ ସରକାରୀ ହସ୍ପିଟାଲରେ ୧୭୦୦ରୁ ଅଧିକ ଆଣ୍ଟିଜେନ୍ ଟେଷ୍ଟ ହୋଇ ସାରିଲାଣି ।

ପଜିଟିଭ୍ କେସ୍ ଆସିଲେ ସିଏମସିର ଆରଆରଟି ଟିମ୍ କଣ୍ଟାକ୍ଟ ଟ୍ରେସିଂ କରିବା ସହ ତାଙ୍କୁ କୋଭିଡ୍ କେୟାର ଓ କୋଭିଡ୍ ହସ୍ପିଟାଲ ନିଆଯାଉଛି । ଏଥିପାଇଁ ପ୍ରତି ହସ୍ପିଟାଲରେ ଜଣେ ଜଣେ ନୋଡାଲ ଇନଚାର୍ଜ ଅଛନ୍ତି । ଆକ୍ରାନ୍ତଙ୍କ ଅନ୍ୟ ରୋଗ ଓ ଲକ୍ଷଣ ଥିଲେ ତାଙ୍କୁ କୋଭିଡ୍ ହସ୍ପିଟାଲ ନିଆଯାଉଛି । ଲକ୍ଷଣ ନଥିଲେ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ କୋଭିଡ୍ ସେଣ୍ଟର ଆଠଗଡ଼କୁ ସ୍ଥାନାନ୍ତରିତ କରୁଛୁ ।

ଏସସିବିରେ ଅସ୍ଥାୟୀ ଓପିଡି ପ୍ରସ୍ତୁତ ହେଉଛି । ଫଳରେ ସାମାଜିକ ଦୂରତା ରକ୍ଷା କରାଯାଇ ପାରିବା ସହ ଆକ୍ରାନ୍ତଙ୍କୁ ଦେଖିହେବ । ଏବେ କଟକରେ ୨ଟି କଣ୍ଟେନମେଣ୍ଟ ଜୋନ୍ ରହିଛି । ଓଲ୍ଡ ରାଉସପାଟଣା କଣ୍ଟେନମେଣ୍ଟ ଜୋନରେ ଆକ୍ଟିଭ୍ ସର୍ଭେଲାନ୍ସ ଚାଲିଛି । ସେଠାରୁ ଏବେ ସୁଦ୍ଧା ୨୨ଟି ପଜିଟିଭ୍ କେସ୍ ମିଳିଛି । ୨ରୁ ୩ଟି କେସ୍ ମଧ୍ୟ ବଫର ଜୋନରୁ ପାଇଛୁ । ବଫର ଜୋନରେ ମଧ୍ୟ ଟେଷ୍ଟିଂ କରିବା ସହ ତାକୁ କଣ୍ଟେନମେଣ୍ଟ କରିଛୁ । ପ୍ରତାପନଗରୀ କଣ୍ଟେନମେଣ୍ଟ ଜୋନରୁ ୯ଟି ପଜିଟିଭ୍ ମାମଲା ଆସିଥିବା ବେଳେ ଘରକୁ ଘର ବୁଲି ସର୍ଭେ କରାଯାଉଛି । ଲକଡାଉନରେ ବସ୍ତି ଓ ଅନ୍ୟ ଅଞ୍ଚଳରେ ମଧ୍ୟ ସର୍ଭେ ଚାଲିଛି ।

ଅଶ୍ୱିନୀ ହସ୍ପିଟାଲରେ ୧୧୦ ଆକ୍ରାନ୍ତ ଅଛନ୍ତି । ସେଥିରୁ ୬୩ ଜଣଙ୍କ ସେମିତି ଲକ୍ଷଣ ନାହିଁ । ତେଣୁ, ଲକ୍ଷଣହୀନ ଆକ୍ରାନ୍ତ ଓ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ବୟସ ଓ ଅନ୍ୟରୋଗୀକୁ ଦେଖି ବିଚାର କରାଯିବ । କୋଭିଡ୍ କେୟାର ସେଣ୍ଟର ପାଇଁ ୩ଟି ସ୍ଥାନ ନିରୂପଣ ହୋଇଥିବା ବେଳେ ସମସ୍ତ ପ୍ରସ୍ତୁତି ସରିଛି । ଏଲଏନଟି ଗୋପାଳପୁରରେ ୧୦୭ ବେଡ୍, ବିଦ୍ୟାଧରପୁରରେ ୯୮ ବେଡ୍, ଓଏଟିରେ ୨୨୦ଟି ବେଡ୍ ରହିଛି । ଏଠାରେ ଲକ୍ଷଣହୀନ ଆକ୍ରାନ୍ତ ଓ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ରଖାଯିବ ।

ଗ୍ରାମାଞ୍ଚଳ ଉପରେ ଫୋକସ୍, ଗାଁରେ ସଂକ୍ରମଣ ରୋକିବାକୁ କୋଭିଡ୍ ମ୍ୟାନେଜମେଣ୍ଟ କମିଟି

Leave a Reply