spot_img
Home Blog Page 7153

ଯାଜପୁରରେ ନୂଆ କରୋନା ପଜିଟିଭ, ରହିଛି କୋଲକାତା ଲିଙ୍କ୍‌

ଯାଜପୁର: ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫେରନ୍ତାଙ୍କ ଚିନ୍ତାରେ ରହିଛି ଯାଜପୁର । ଏଥିସହ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ମୋଟ ୫୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଯାଜପୁରରୁ ନୂଆ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି । ଆକ୍ରାନ୍ତ ଜଣଙ୍କର କୋଲକାତା ଲିଙ୍କ୍ ଥିବା ଜଣାପଡ଼ିଛି ।

ଆଜି ବାଲେଶ୍ୱରରୁ ୩, କଟକରୁ ଜଣେ, ରାଉରକେଲାରୁ ଜଣେ, ଗଞ୍ଜାମରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୭୬ ସଂକ୍ରମିତ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୧୫ ଜଣଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

 

ବାଲେଶ୍ୱରରୁ ଦିନକ ମଧ୍ୟରେ ୩ କରୋନା ସଂକ୍ରମିତ ଚିହ୍ନଟ

ବାଲେଶ୍ୱର: ବାଲେଶ୍ୱରରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ବାଲେଶ୍ୱର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ବାଲେଶ୍ୱରରୁ ନୂଆ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ରେ ପହଞ୍ଚିଛି ।

ଅଭିଯୁକ୍ତଙ୍କୁ ଗିରଫ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା

ଆକ୍ରାନ୍ତ ଜଣଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି  ପ୍ରକାରର ସୂଚନା ମିଳିପାରି ନାହିଁ । ତେବେ କିଛି ଘଣ୍ଟା ପୂର୍ବରୁ ବାଲେଶ୍ୱରରୁ ୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲା ।  ରାଜ୍ୟରେ ୧୭୫ ସଂକ୍ରମିତ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୧୪ ଜଣଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

ଅଭିଯୁକ୍ତଙ୍କୁ ଗିରଫ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା

କଟକ: କରୋନା ଲକଡାଉନ୍ ବିପତ୍ତି ବେଳେ ଜେଲ୍ ଗୁଡ଼ିକରେ ସଜ୍ଜା କାଟୁଥିବା ଅପରାଧୀଙ୍କୁ ମୁକ୍ତ କରାଯାଉଛି । ଏଭଳି ସ୍ଥିତିରେ ଅଭିଯୁକ୍ତଙ୍କୁ ଗିରଫ ଉପରେ ହାଇକୋର୍ଟ କଟକଣା ଜାରି କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ନ ଥିଲେ ଏବଂ ୭ ବର୍ଷରୁ ଊର୍ଦ୍ଧ୍ୱ ସଜ୍ଜାର ବ୍ୟବସ୍ଥା ନଥିବା ଦଫାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବ ନାହିଁ । ଅଭିଯୁକ୍ତଙ୍କୁ ଗିରଫଦାରୀ ଉପରେ ହାଇକୋର୍ଟ କଟକଣା ଜାରି କରିଛନ୍ତି ।

ସମସ୍ତ ତଳ କୋର୍ଟସ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ଗୁଡିକ ୧୮ ଜୁନ୍ ଯାଏଁ ବଳବତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ପରିରସରେ ଭିଡ଼ କମାଇବା ସହ କୋରନାର ମୁକାବିଲା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରାଉରକେଲାରୁ ଆଉ ଜଣେ ପଜିଟିଭ୍, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି

ଭୁବନେଶ୍ୱର: ରାଉରକେଲାରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସୁନ୍ଦରଗଡ଼ର ନୂଆ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ରେ ପହଞ୍ଚିଛି । ଆକ୍ରାନ୍ତ ଜଣଙ୍କ ୪୯ ବର୍ଷୀୟ ପୁରୁଷ । କୋଲକାତାରୁ ଫେରିବା ପରେ ସେ କ୍ୱାରେଣ୍ଟାଇନରେ ଥିଲେ । ସେ କାହା ସମ୍ପର୍କରେ ଆସିଛନ୍ତି ତାର ଅନୁଧ୍ୟାନ କରାଯାଉଛି ।

ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ୬ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ୧୭୪ ସଂକ୍ରମିତ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୧୩ ଜଣଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ୱର: ରାଉରକେଲାରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ । ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨କୁ ବୃଦ୍ଧି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ । ଆକ୍ରାନ୍ତ ଜଣଙ୍କ ୪୯ ବର୍ଷୀୟ ପୁରୁଷ । କୋଲକାତାରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ ।

ଭୁବନେଶ୍ୱର: ରାଉରକେଲାରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ । ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨କୁ ବୃଦ୍ଧି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ । ଆକ୍ରାନ୍ତ ଜଣଙ୍କ ୪୯ ବର୍ଷୀୟ ପୁରୁଷ । କୋଲକାତାରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ ।

ସାନିଟାଇଜରରୁ ମଦ ତିଆରି କରି ଗିରଫ ହେଲେ …

ରାଇସେନ: ମଦ ବିନା ଲକଡାଉନରେ ବାଉଳା ହେଉଛନ୍ତି ମଦୁଆ । ଲକଡାଉନ୍ ୩ରେ କିଛି ରାଜ୍ୟରେ ମଦ ବିକ୍ରି ଆରମ୍ଭ ହେଲାଣି । କିନ୍ତୁ ସବୁ ରାଜ୍ୟରେ ଏହି ସୁବିଧା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନି । ଯେଉଁଠି ମଦ ମିଳୁନି ସେଠି ମଦୁଆ ଯୋଗାଡ କରିବାରେ ବ୍ୟସ୍ତ । ଏମିତିକି ମଦର ଅଭାବ ଜଣେ ମଦୁଆଙ୍କ ବୈଜ୍ଞାନିକ କରି ଦେଇଛି ।

ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାରୁ ଆସିଥିବା ଖବର ଅନୁସାରେ ଜଣେ ମଦୁଆଙ୍କୁ  ସାନିଟାଇଜରରୁ ମଦ ତିଆରି କରିବା ଅଭିଯୋଗରେ ପୋଲିସ ଗିରଫ କରିିଛି । ରାଇସନ ଜିଲ୍ଲାର ସୁଲତାନପୁର ଥାନା ଅନ୍ତର୍ଗତରେ ଆସୁଥିବା ବୋରିଆ ଜାଗିର ଗାଁର ଇଣ୍ଡଲ ସିଂ ରାଜପୁତ ଘରେ ସାନିଟାଇଜରରୁ ମଦ ତିଆରି କରୁଥିଲେ ।

ସାନିଟାଇଜରରେ ୭୨ ପ୍ରତିଶତ ଆଲକହଲ ରହିଥାଏ । ତେଣୁ ଏଠୁ ସେଠୁ ମଦ ଖୋଜିବା ଅପେକ୍ଷା ଇଣ୍ଡଲ ଘରେ ସାନିଟାଇଜରରୁ ଆଲକୋହଲ ସଂଗ୍ରହ କରି ମଦ ତିଆରି କରୁଥିଲେ । କିନ୍ତୁ ପୋଲିସ କେଉଁଠାରୁ ଏହି ଖବର ପାଇ ତାଙ୍କୁ ଶନିବାର ଦିନ ଗିରଫ କରିଛି ।

ସୂଚନାଯୋଗ୍ୟଯେ, ଲକଡାଉନ କାରଣରୁ ମଧ୍ୟପ୍ରଦେଶର ମଦ ଉତ୍ପାଦନକାରୀ କାରଖାନା ଗୁଡିକ ବନ୍ଦ ଅଛନ୍ତି । ଏହିଭଳି କାରଖାନାଙ୍କୁ ସାନିଟାଇଜର ତିଆରି କରିବା ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ଇଣ୍ଡଲଙ୍କ ଭଳି ବ୍ୟକ୍ତିଙ୍କୁ ମଦ ମିଳନାହିଁ । ତେଣୁ ସେ ନିଜ ପାଇଁ ମଦ ତିଆରି କରୁଥିଲେ । ତେବେ ତାଙ୍କର ଏହି ଯୋଗାଡଯନ୍ତ୍ର ଏବେ ତାଙ୍କୁ ଜେଲକୁ ପଠାଇଛି ।

କରୋନା ସମୟରେ ଚାକିରି ଗଲେ ମୋଦି ସରକାର ଦେବେ ୨ବର୍ଷ ପର୍ଯ୍ୟନ୍ତ ଟଙ୍କା !

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଅର୍ଥନୀତି ଏବେ ଖରାପ ଦିଗ ଦେଇ ଗତିକରୁଛି । ଏଭଳି ପରିସ୍ଥିତିରେ ଲୋକଙ୍କ ରୋଜଗାର ଉପରେ ମଧ୍ୟ ପ୍ରଭାବ ପଡ଼ିଛି । କାରଣ ଅନେକ କମ୍ପାନୀ ବନ୍ଦ ରହିବା ସହ କିଛି କମ୍ପାନୀ ନିଜ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଯଦି ଆପଣ ମଧ୍ୟ ଚାକିରି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କୁ ଆଶ୍ୱସ୍ଥି ଦେବ ନିଶ୍ଟୟ ।

କାରଣ କେନ୍ଦ୍ର ସରକାରଙ୍କର ଏକ ଯୋଜନା ରହିଛି ଯେଉଁଥିରେ ରୋଜଗାର ହରାଇବା  ସ୍ଥିତିରେ କର୍ମଚାରୀଙ୍କୁ ୨୪ ମାସ ପର୍ଯ୍ୟନ୍ତ ଟଙ୍କା ମିଳିବ । ଆସନ୍ତୁ ଜାଣିବା ସରକାରଙ୍କ ଏମିତି ଏକ ସ୍କିମ୍ ବିଷୟରେ ..

ମୋଦି ସରକାରଙ୍କ ଏହି ଯୋଜନାର ନାମ ହେଉଛି “ଅଟଲ ବୀମିତ ବ୍ୟକ୍ତି କଲ୍ୟାଣ” ଯୋଜନା । ଏହି ଯୋଜନା ଅଧୀନରେ ଯଦି ଆପଣ ଚାକିରି ହରାନ୍ତି ତେବେ ସରକାର ଆପଣଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଜାରି ରଖିବେ । ଏହି ଆର୍ଥିକ ସହାୟତା ପ୍ରତି ମାସରେ ଦିଆଯିବ । ବେକାରଙ୍କ ଗତ ୯୦ ଦିନ ଆୟର ହାରାହାରି ୨୫ ପ୍ରତିଶତ ଦିଆଯିବ ।

ଏହି ଯୋଜନାର ସେହି କର୍ମଚାରୀମାନେ ପାଇପାରିବେ, ଯେଉଁମାନେ ESIC ବୀମାଭୁକ୍ତ ଏବଂ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାକିରି କରିଛନ୍ତି । ଏହା ବ୍ୟତୀତ ଆଧାର କାର୍ଡ଼ ଏବଂ ବ୍ୟାଙ୍କ ଆକାଉଣ୍ଟ ଡାଟା ବେସ୍ ସହ ଜଡ଼ିତ ରହିବା ଜରୁରୀ ।

ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରଥମେ ESICର ୱେବସାଇଟକୁ ଯାଇ ଅଟଲ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ପାଇଁ ପଞ୍ଜିକରଣ କରିବାକୁ ପଡିବ ।

ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା ପାଇଁ, ଆପଣ https://www.esic.nic.in/attachments/circularfile/93e904d2e3084d65fdf7793e9098d125.pdf  ଲିଙ୍କରେ କ୍ଲିକ୍ କରିପାରିବେ ।

କହିରଖୁଛୁ ଯେ, ଏମିତି ଲୋକଙ୍କୁ ଏହି ଯୋଜନାର ସୁବିଧା ମିଳିବ ନାହିଁ ଯେଉଁମାନେ ତାଙ୍କର ଖରାପ ବ୍ୟବହାର ପାଇଁ କମ୍ପାନୀରୁ ବାହାର କରାଯାଇଛି । ଏହା ବ୍ୟତୀତ ଯେଉଁଲୋକଙ୍କ ବିରୋଧରେ ଅପରାଧିକ ମାମଲା ଥିବ କିମ୍ବା ନିଜ ଇଚ୍ଛାରେ ଅବସର ନେଇଥିବେ ସେହି କର୍ମଚାରୀମାନେ ମଧ୍ୟ ଏହି ସୁବାଧା ପାଇପାରିବେ ନାହିଁ ।

ଗାଁରେ ମନଇଛା ବ୍ୟାରିକେଡ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:  ଗ୍ରାମାଞ୍ଚଳରେ ଥିବା ରେଡ ଜୋନରେ ସମସ୍ତ ପ୍ରକାରର କାର୍ଯ୍ୟ ହୋଇପାରିବ । ଜୀବନ ଜୀବିକାକୁ ଆଉଥରେ ସଜାଡିବାକୁ ସବୁସ୍ଥରରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କେବଳ କଣ୍ଟେନମେଣ୍ଟ ଜୋନ ଏବଂ ସହରାଞ୍ଚଳର ରେଡ୍‌ ଜୋନକୁ ଛାଡ଼ିଦେଲେ କୃଷି, ଶିଳ୍ପ, ଏବଂ ନିର୍ମାଣ କାର୍ଯ୍ୟ ହୋଇପାରିବ।

ରେଡ୍ ଜୋନରେ ଥିବା ଗ୍ରାମାଞ୍ଚଳରେ ଅର୍ଥନୈତିକ ଗତିବିଧି ଆରମ୍ଭ କରିବା ପାଇଁ  ସରକାରୀ ସ୍ତରରେ ଉଦ୍ୟମ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ସ୍ୱଭାବିକ ଭାବେ କାମ ଆରମ୍ଭ ହୋଇ ପାରୁନାହିଁ ।  କାରଣ ରାଜ୍ୟର ଗ୍ରାମାଞ୍ଚଳରେ ବେଆଇନ ଭାବେ ବ୍ୟାରିକେଡ ନିର୍ମାଣ । କରୋନା ଭୟରେ ଗ୍ରାମାଞ୍ଚଳରେ ଲୋକେ ମନଇଛା ବାଡ଼ ବାନ୍ଧୁଛନ୍ତି ଏବଂ ଗାଁ ଭିତରକୁ କାହାକୁ ବି ଯିବା ଆସିବା ପାଇଁ ଦଉନାହାନ୍ତି ।  ବ୍ୟାରିକେଡ ହେବା ଦ୍ୱାରା ଶ୍ରମିକ ମାନେ ଗ୍ରାମାଞ୍ଚଳରୁ ବାହାରି କାର୍ଯ୍ୟ କରିବାକୁ ଆସିପାରୁନାହାନ୍ତି । କି ବହାରୁ କେହି ଗ୍ରାମାଞ୍ଚଳକୁ କାର୍ଯ୍ୟ ପାଇଁ ଯାଇପାରୁନାହାନ୍ତି ।

କଟକରୁ ଜଣେ, ବାଲେଶ୍ୱରରୁ ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ

ଯାହାଫଳରେ ଶିଳ୍ପକ୍ଷେତ୍ର ହେଉକି ନିର୍ମାଣକ୍ଷେତ୍ର ହେଉ ଶ୍ରମିକ ମାନଙ୍କର ଅନୁପସ୍ଥିତିରେ କାର୍ଯ୍ୟ ବନ୍ଦ ରହୁଛି । କାମ ବନ୍ଦ ହେବା ଦ୍ୱାରା ଲୋକଙ୍କୁ ରୋଜଗାର ମିଳୁନି ଏବଂ ଅର୍ଥନୀତି ବ୍ୟାପକ ପରିସ୍ଥିତି ଦେଇ ଗତି କରୁଛି। ଏଥିପାଇଁ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଏଭଳି ବେଆଇନ ବ୍ୟାରିକେଡ କରନ୍ତୁ ନାହିଁ । ଶ୍ରମିକ, ଠିକାଦା କଳକାରଖାନାର କର୍ମଚାରୀ ମାନଙ୍କୁ ତାଙ୍କର କାର୍ଯ୍ୟରେ ଯିବାକୁ ଦିଅନ୍ତୁ ବୋଲି ଆଜିର ପ୍ରେସ୍‌ ମିଟରେ ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି ।

ମନଇଛା ବ୍ୟାରିକେଡ୍ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କି କିଛି ରାଜ୍ୟ ? ଦିନକରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବିଗତ ୨୪ ଘଣ୍ଟାରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । କିଛି ରାଜ୍ୟ ଠିକ୍ ସମୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସହ ନୂତନ ଆକ୍ରାନ୍ତଙ୍କ ତଥ୍ୟ ଦେଉନାହାଁନ୍ତି । ଫଳରେ ଏବେ ସଂଖ୍ୟା ବଢ଼ୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ବିଗତ ୨୪ ଘଣ୍ଟାରେ ଦେଶରେ ୧୯୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୫୬୮ରେ ପହଞ୍ଚିଛି । ଏହି ମୃତ୍ୟୁସଂଖ୍ୟା ଦେଶର ୨୪ ଘଣ୍ଟାରେ ସର୍ବାଧିକ । ସେହିପରି ୩ ହଜାର ୯୦୦ ନୂଆ ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି । ୧ ହଜାର ୨୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ ୧୨ ହଜାର ୭୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି ।

ରାଜ୍ୟ ଗୁଡ଼ିକ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ, ସକ୍ରିୟ ସଂକ୍ରମଣର ସନ୍ଧାନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ପଶ୍ଚିମବଙ୍ଗ ସରକାର କେନ୍ଦ୍ରକୁ ଠିକ୍ ସମୟରେ ରିପୋର୍ଟ ଦେଉନଥିବା ମଧ୍ୟ ଅଭିଯୋଗ ହେଉଛି । ଏନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଢଙ୍କର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି ।

ଦେଶରେ ୪୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା… ବିଶ୍ୱରେ ୩୫ ଲକ୍ଷ ୮୮ ହଜାର ଟପିଲା ପଜିଟିଭ୍‌ ସଂଖ୍ୟା

କରୋନା ଯୋଦ୍ଧାଙ୍କୁ ସ୍ୱର୍ଗଲୋକରେ କଣ କହିଲେ ଭଗବାନ…

ଯାଜପୁର: ସଚେତନ ସହ ସାମାଜିକ ଦୂରତା ରକ୍ଷା କଲେ କରୋନା ଯୁଦ୍ଧରେ ମଣିଷ ଜିତିବ । କରୋନା ସମ୍ପର୍କିତ ସଚେତନତା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ କରିଛି । ଭିଡିଓ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇ ଅଭିନୟ କରିଛନ୍ତି ଖୋଦ୍ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ।

ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଏଥିରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ ଓ ଟାଉନ୍ ଥାନା ଅଧିକାରୀ ଆଶିଷ କୁମାର ସାହୁ ପ୍ରମୁଖ ଅଭିନୟ କରିଛନ୍ତି । ଜିଲ୍ଲା ପ୍ରଶାସନର ଏହି ଭିଡିଓ ବାର୍ତ୍ତାକୁ ନେଇ ସବୁଠି ଚର୍ଚ୍ଚା ।