କରୋନା ସମୟରେ ଚାକିରି ଗଲେ ମୋଦି ସରକାର ଦେବେ ୨ବର୍ଷ ପର୍ଯ୍ୟନ୍ତ ଟଙ୍କା !

1 min read

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଅର୍ଥନୀତି ଏବେ ଖରାପ ଦିଗ ଦେଇ ଗତିକରୁଛି । ଏଭଳି ପରିସ୍ଥିତିରେ ଲୋକଙ୍କ ରୋଜଗାର ଉପରେ ମଧ୍ୟ ପ୍ରଭାବ ପଡ଼ିଛି । କାରଣ ଅନେକ କମ୍ପାନୀ ବନ୍ଦ ରହିବା ସହ କିଛି କମ୍ପାନୀ ନିଜ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଯଦି ଆପଣ ମଧ୍ୟ ଚାକିରି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କୁ ଆଶ୍ୱସ୍ଥି ଦେବ ନିଶ୍ଟୟ ।

କାରଣ କେନ୍ଦ୍ର ସରକାରଙ୍କର ଏକ ଯୋଜନା ରହିଛି ଯେଉଁଥିରେ ରୋଜଗାର ହରାଇବା  ସ୍ଥିତିରେ କର୍ମଚାରୀଙ୍କୁ ୨୪ ମାସ ପର୍ଯ୍ୟନ୍ତ ଟଙ୍କା ମିଳିବ । ଆସନ୍ତୁ ଜାଣିବା ସରକାରଙ୍କ ଏମିତି ଏକ ସ୍କିମ୍ ବିଷୟରେ ..

ମୋଦି ସରକାରଙ୍କ ଏହି ଯୋଜନାର ନାମ ହେଉଛି “ଅଟଲ ବୀମିତ ବ୍ୟକ୍ତି କଲ୍ୟାଣ” ଯୋଜନା । ଏହି ଯୋଜନା ଅଧୀନରେ ଯଦି ଆପଣ ଚାକିରି ହରାନ୍ତି ତେବେ ସରକାର ଆପଣଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଜାରି ରଖିବେ । ଏହି ଆର୍ଥିକ ସହାୟତା ପ୍ରତି ମାସରେ ଦିଆଯିବ । ବେକାରଙ୍କ ଗତ ୯୦ ଦିନ ଆୟର ହାରାହାରି ୨୫ ପ୍ରତିଶତ ଦିଆଯିବ ।

ଏହି ଯୋଜନାର ସେହି କର୍ମଚାରୀମାନେ ପାଇପାରିବେ, ଯେଉଁମାନେ ESIC ବୀମାଭୁକ୍ତ ଏବଂ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାକିରି କରିଛନ୍ତି । ଏହା ବ୍ୟତୀତ ଆଧାର କାର୍ଡ଼ ଏବଂ ବ୍ୟାଙ୍କ ଆକାଉଣ୍ଟ ଡାଟା ବେସ୍ ସହ ଜଡ଼ିତ ରହିବା ଜରୁରୀ ।

ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରଥମେ ESICର ୱେବସାଇଟକୁ ଯାଇ ଅଟଲ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ପାଇଁ ପଞ୍ଜିକରଣ କରିବାକୁ ପଡିବ ।

ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା ପାଇଁ, ଆପଣ https://www.esic.nic.in/attachments/circularfile/93e904d2e3084d65fdf7793e9098d125.pdf  ଲିଙ୍କରେ କ୍ଲିକ୍ କରିପାରିବେ ।

କହିରଖୁଛୁ ଯେ, ଏମିତି ଲୋକଙ୍କୁ ଏହି ଯୋଜନାର ସୁବିଧା ମିଳିବ ନାହିଁ ଯେଉଁମାନେ ତାଙ୍କର ଖରାପ ବ୍ୟବହାର ପାଇଁ କମ୍ପାନୀରୁ ବାହାର କରାଯାଇଛି । ଏହା ବ୍ୟତୀତ ଯେଉଁଲୋକଙ୍କ ବିରୋଧରେ ଅପରାଧିକ ମାମଲା ଥିବ କିମ୍ବା ନିଜ ଇଚ୍ଛାରେ ଅବସର ନେଇଥିବେ ସେହି କର୍ମଚାରୀମାନେ ମଧ୍ୟ ଏହି ସୁବାଧା ପାଇପାରିବେ ନାହିଁ ।

Leave a Reply