ସାନିଟାଇଜରରୁ ମଦ ତିଆରି କରି ଗିରଫ ହେଲେ …

ରାଇସେନ: ମଦ ବିନା ଲକଡାଉନରେ ବାଉଳା ହେଉଛନ୍ତି ମଦୁଆ । ଲକଡାଉନ୍ ୩ରେ କିଛି ରାଜ୍ୟରେ ମଦ ବିକ୍ରି ଆରମ୍ଭ ହେଲାଣି । କିନ୍ତୁ ସବୁ ରାଜ୍ୟରେ ଏହି ସୁବିଧା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନି । ଯେଉଁଠି ମଦ ମିଳୁନି ସେଠି ମଦୁଆ ଯୋଗାଡ କରିବାରେ ବ୍ୟସ୍ତ । ଏମିତିକି ମଦର ଅଭାବ ଜଣେ ମଦୁଆଙ୍କ ବୈଜ୍ଞାନିକ କରି ଦେଇଛି ।

ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାରୁ ଆସିଥିବା ଖବର ଅନୁସାରେ ଜଣେ ମଦୁଆଙ୍କୁ  ସାନିଟାଇଜରରୁ ମଦ ତିଆରି କରିବା ଅଭିଯୋଗରେ ପୋଲିସ ଗିରଫ କରିିଛି । ରାଇସନ ଜିଲ୍ଲାର ସୁଲତାନପୁର ଥାନା ଅନ୍ତର୍ଗତରେ ଆସୁଥିବା ବୋରିଆ ଜାଗିର ଗାଁର ଇଣ୍ଡଲ ସିଂ ରାଜପୁତ ଘରେ ସାନିଟାଇଜରରୁ ମଦ ତିଆରି କରୁଥିଲେ ।

ସାନିଟାଇଜରରେ ୭୨ ପ୍ରତିଶତ ଆଲକହଲ ରହିଥାଏ । ତେଣୁ ଏଠୁ ସେଠୁ ମଦ ଖୋଜିବା ଅପେକ୍ଷା ଇଣ୍ଡଲ ଘରେ ସାନିଟାଇଜରରୁ ଆଲକୋହଲ ସଂଗ୍ରହ କରି ମଦ ତିଆରି କରୁଥିଲେ । କିନ୍ତୁ ପୋଲିସ କେଉଁଠାରୁ ଏହି ଖବର ପାଇ ତାଙ୍କୁ ଶନିବାର ଦିନ ଗିରଫ କରିଛି ।

ସୂଚନାଯୋଗ୍ୟଯେ, ଲକଡାଉନ କାରଣରୁ ମଧ୍ୟପ୍ରଦେଶର ମଦ ଉତ୍ପାଦନକାରୀ କାରଖାନା ଗୁଡିକ ବନ୍ଦ ଅଛନ୍ତି । ଏହିଭଳି କାରଖାନାଙ୍କୁ ସାନିଟାଇଜର ତିଆରି କରିବା ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ଇଣ୍ଡଲଙ୍କ ଭଳି ବ୍ୟକ୍ତିଙ୍କୁ ମଦ ମିଳନାହିଁ । ତେଣୁ ସେ ନିଜ ପାଇଁ ମଦ ତିଆରି କରୁଥିଲେ । ତେବେ ତାଙ୍କର ଏହି ଯୋଗାଡଯନ୍ତ୍ର ଏବେ ତାଙ୍କୁ ଜେଲକୁ ପଠାଇଛି ।

Leave a Reply