କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କି କିଛି ରାଜ୍ୟ ? ଦିନକରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବିଗତ ୨୪ ଘଣ୍ଟାରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । କିଛି ରାଜ୍ୟ ଠିକ୍ ସମୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସହ ନୂତନ ଆକ୍ରାନ୍ତଙ୍କ ତଥ୍ୟ ଦେଉନାହାଁନ୍ତି । ଫଳରେ ଏବେ ସଂଖ୍ୟା ବଢ଼ୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ବିଗତ ୨୪ ଘଣ୍ଟାରେ ଦେଶରେ ୧୯୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୫୬୮ରେ ପହଞ୍ଚିଛି । ଏହି ମୃତ୍ୟୁସଂଖ୍ୟା ଦେଶର ୨୪ ଘଣ୍ଟାରେ ସର୍ବାଧିକ । ସେହିପରି ୩ ହଜାର ୯୦୦ ନୂଆ ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି । ୧ ହଜାର ୨୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ ୧୨ ହଜାର ୭୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି ।

ରାଜ୍ୟ ଗୁଡ଼ିକ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ, ସକ୍ରିୟ ସଂକ୍ରମଣର ସନ୍ଧାନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ପଶ୍ଚିମବଙ୍ଗ ସରକାର କେନ୍ଦ୍ରକୁ ଠିକ୍ ସମୟରେ ରିପୋର୍ଟ ଦେଉନଥିବା ମଧ୍ୟ ଅଭିଯୋଗ ହେଉଛି । ଏନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଢଙ୍କର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି ।

ଦେଶରେ ୪୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା… ବିଶ୍ୱରେ ୩୫ ଲକ୍ଷ ୮୮ ହଜାର ଟପିଲା ପଜିଟିଭ୍‌ ସଂଖ୍ୟା

Leave a Reply