ଯାଜପୁରରେ ନୂଆ କରୋନା ପଜିଟିଭ, ରହିଛି କୋଲକାତା ଲିଙ୍କ୍‌

ଯାଜପୁର: ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫେରନ୍ତାଙ୍କ ଚିନ୍ତାରେ ରହିଛି ଯାଜପୁର । ଏଥିସହ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ମୋଟ ୫୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଯାଜପୁରରୁ ନୂଆ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି । ଆକ୍ରାନ୍ତ ଜଣଙ୍କର କୋଲକାତା ଲିଙ୍କ୍ ଥିବା ଜଣାପଡ଼ିଛି ।

ଆଜି ବାଲେଶ୍ୱରରୁ ୩, କଟକରୁ ଜଣେ, ରାଉରକେଲାରୁ ଜଣେ, ଗଞ୍ଜାମରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୭୬ ସଂକ୍ରମିତ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୧୫ ଜଣଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

 

Leave a Reply