spot_img
Home Blog Page 7130

୮ ବର୍ଷ ବୟସରେ କହିଥିବା କଥା ସତ ପ୍ରମାଣିତ କରିଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଖୁବ କମ ସମୟ ମଧ୍ୟରେ ନିଜ ପରିଶ୍ରମ ଯୋଗୁଁ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ବେଶ ସଫଳତା ହାସଲ କରିପାରିଛନ୍ତି । ଆଜି ବଲିଉଡର ସେ ଜଣେ ଆଗଧାଡିର ଅଭିନେତ୍ରୀ ଭାବେ ପରିଚିତ । କମ ବୟସରେ ସେ ବଲିଉଡରେ ପାଦ ଦେଇ ଖୁବ ପ୍ରତିଷ୍ଠା ଲାଭ କରିଛନ୍ତି । କରୋନା ଯୋଗୁଁ ଏବେ ଚାରିଆଡେ ଲକଡାଉନ୍ ଚାଲିଛି । ଏଥିପାଇଁ ଏବେ ସମସ୍ତେ ନିଜ ନିଜ ଘରେ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ଏଥି ସହିତ, ସେଲିବ୍ରିଟିମାନଙ୍କର ମଧ୍ୟ ଫିଲ୍ମ ଓ ସିରିଏଲ ପାଇଁ ସୁଟିଂ ବନ୍ଦ ହୋଇଯାଇଛି । ଏହି ପରିସ୍ଥିତିରେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। କିଏ ଗୀତ ଗାଉଛି, ତ କିଏ ଡାନ୍ସ କରୁଛି ତ ଅନ୍ୟପକ୍ଷରେ କିଏ ନିଜ ଥ୍ରୋବ୍ୟାକ୍ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି  ।

ନିକଟରେ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ନିଜ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସେୟାର କରିଥିବା ଭିଡିଓରେ ଆଲିୟା ମାତ୍ର ୮ ବର୍ଷର ଥିଲେ । ପ୍ରତ୍ୟେକ ଥର ଭଳି ଏହି ଭିଡିଓରେ ମଧ୍ୟ ଆଲିୟା କ୍ୟୁଟ୍ ଲାଗୁଛନ୍ତି । ଏହି ଶୋ’ ସୁରେଶ ଓବରୋଏ ହୋଷ୍ଟ କରୁଥିଲେ । ଏହି ସମୟରେ ସେ ଆଲିଆ ଏବଂ ତାଙ୍କ ଭଉଣୀ ଶାହିନଙ୍କୁ ସେଟରେ ପଚାରିଥିଲେ ଯେ ଭବିଷ୍ୟତରେ ସେମାନେ କଣ ହେବାକୁ ଚାହୁଁଛନ୍ତି । ଏନେଇ ଆଲିଆ ଖୁବ ଶୀଘ୍ରରେ ଉତ୍ତର ଦେଇଥିଲେ ଯେ ‘ସେ ଜଣେ ଅଭିନେତ୍ରୀ ହେବେ’ । ଶାହିନ୍ ଅଭିନେତ୍ରୀ ହେବାକୁ କୌଣସି ଇଚ୍ଛା ପ୍ରକାଶ କରିନଥିବା ବେଳେ ସେ ଲେଖକ ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ।

ଏହି ଶୋ’ରେ ସୋନି ମହେଶଙ୍କ ମଦ୍ୟପାନର ନିଶା ବିଷୟରେ ମଧ୍ୟ କହିଥିଲେ । ମହେଶ ଭଟ୍ଟ ଅତ୍ୟଧିକ ମଦ ପିଉଥିଲେ । ତେବେ ଶାହିନ ଜନ୍ମ ହେବା ପରେ ମହେଶଙ୍କ ଏହି ବଦଅଭ୍ୟାସ ଛାଡିଥିଲା । ମହେଶ ଭଟ୍ଟ ମଧ୍ୟ ଏହି ଶୋ’ରେ ଶାହିନ୍‌ଙ୍କ ଜନ୍ମ ଦିନର ପୁରା ବାର୍ତ୍ତା ବାଣ୍ଟିଥିଲେ । ଯେତେବେଳେ ସେ ଶାହିନଙ୍କୁ କୋଳରେ ଉଠାଉଥିଲି, ସେତେବେଳେ ସେ ତାଙ୍କଠୁ ଦୂରେଇ ଯାଉଥିଲେ କାରଣ ତାଙ୍କଠୁ ମଦର ଗନ୍ଧ ଆସୁଥିଲା । ଏହା ମହେଶଙ୍କୁ ଅନେକ କଷ୍ଟ ଦେଇଥିଲା । ଏହା ପରେ ସେ ସବୁଦିନ ପାଇଁ ମଦ୍ୟପାନ ଛାଡିବାକୁ ଶପଥ ନେଇଥିଲେ ।

https://www.instagram.com/tv/B_4zORIBFeH/?utm_source=ig_embed

ଆଲିୟା ପିଲାବେଳୁ ହିଁ  ବହୁତ କ୍ୟୁଟ୍ । ସେ ସାନବେଳୁ ଜଣେ ଅଭିନେତ୍ରୀ ହେବେ ବୋଲି ନିଷ୍ପତ୍ତି ନେଇସାରିଥିଲେ । ଆଲିୟାଙ୍କ ଅନୁସାରେ ଯେଉଁ କାମ କରିବାରେ ନିଜକୁ ଖୁସି ମିଳେ ସେଥିରେ ସଫଳତା ମଧ୍ୟ ନିହାତି ମିଳେ । ଏହାର ବଡ ଉଦହାରଣ ହେଉଛନ୍ତି ନିଜେ ଆଲିୟା । ସେ ନିଜ ପିଲାବେଳର ସ୍ୱପ୍ନ ପୂରଣ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ଦିନରେ ଆଲିୟାଙ୍କର ଲକ୍ଷେ ଲକ୍ଷେ ଦିୱାନା ଅଛନ୍ତି । ଆଗକୁ ଆଲିୟାଙ୍କର ଫିଲ୍ମ ବ୍ରହ୍ମାସ୍ତ୍ର, ସଡକ ୨, ଆରଆରଆର, ଗଙ୍ଗୁବାଇ କାଠିୟାବାଡି ଓ ତଖ୍ତ ରିଲିଜ ହେବ ।

 

 

 

 

 

ପ୍ରବାସୀଙ୍କୁ ଆପଣାଇବାରେ ମନକୁଣ୍ଠା ନ ହେଉ

ଭୁବନେଶ୍ୱର: ଦିନ ଗଡ଼ିବା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ବୃଦ୍ଧି ସ୍ୱାଭାବିକ ମଧ୍ୟ, ହେଲେ ଏହାକୁ ଯେମିତି ଆମେ ଗ୍ରହଣ କରିବାକୁ ନାରାଜ । ପ୍ରାଥମିକଭାବେ ରାଜ୍ୟରେ ୨୦ରୁ ୩୦ଟି ନମୁନା ପରୀକ୍ଷା ହେଉଥିଲା । ହେଲେ ଏବେ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟାନୁଷ୍ଠାନରେ ହଜାର ହାଜର ନମୁନା ପରୀକ୍ଷା ହେଉଛି । ନମୁନାର ଆକାର ବଢୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ବାହାରେ ଦେଶର ବିଭିନ୍ନ ପ୍ରାନ୍ତରେ କାମ କରୁଥିବା ଆମ ଓଡ଼ିଆ ଭାଇମାନେ ନିଜ ଜନ୍ମମାଟିକୁ ଫେରିଛନ୍ତି । ଘଟଣାକ୍ରମରେ ତଥା ସାମାଜିକ ପରିସ୍ଥିତିରେ ରୋଜଗାର ପାଇଁ ସେମାନେ ଅନ୍ୟ ପ୍ରାନ୍ତକୁ ଗସ୍ତ କରିଥିଲେ । ସେଠାରୁ ଅର୍ଥ ଉପାର୍ଜନ କରି ଓଡ଼ିଶାରେ ଥିବା ପରିବାରକୁ ପଠାଉଥିଲେ । ଏହା ଦ୍ୱାରା ଲକ୍ଷ ଲକ୍ଷ ଓଡ଼ିଆଙ୍କ ପରିବାରରେ ଚୁଲି ଜଳୁଛି । ତେଣୁ ଏ ରାଜ୍ୟ ପାଇଁ ତାଙ୍କର ପରୋକ୍ଷରେ ଅର୍ଥନୈତିକ ଅବଦାନକୁ ଅବଜ୍ଞା କରାଯାଇ ନ ପାରେ ।

ରାଜ୍ୟର ପ୍ରତିଟି ଜନସାଧାରଣଙ୍କ ସାମାଜିକ, ଅର୍ଥନୈତିକ ସୁରକ୍ଷାକୁ ସୁରକ୍ଷିତ ରଖିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ । ସେହି ହିସାବରେ ଦେଖିଲେ ବିଦେଶରେ ହେଉ ବା ଦେଶର ଅନ୍ୟ କେଉଁ ପ୍ରାନ୍ତରେ ଓଡ଼ିଆଙ୍କ ପ୍ରତି ରାଜ୍ୟ ସରକାର ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି । ସାରା ବିଶ୍ୱରେ ମହାମାରୀ କରୋନା ଯୋଗୁଁ ଏକ ବିରାଟ ସ୍ୱାସ୍ଥ୍ୟସଙ୍କଟ ସୃଷ୍ଟି ହୋଇଛି । ଏହି ସମୟରେ କୋଣ ଅନୁକୋଣରେ ଓଡ଼ିଆଙ୍କୁ ସହଯୋଗର ହାତ ବଢାଇବା ସମୟର ଆହ୍ୱାନ । କବି ସଚ୍ଚି ରାଉତରାୟଙ୍କ ଭାଷାରେ, ‘ଯେଉଁ ଜନ ଗଢେ ଅଟାଳ ରାଜି , ସକଳ ଦରବ ଜାତ, କଲିଜା ତାହାର ଥରାଏ ଶୀତର ବାତ’ । ଗୁଜରାଟ ଟେକ୍ସଟାଇଲ, ହୀରା, ସୁନା ଶିଳ୍ପଠାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀର ସୁଉଚ୍ଚ ଅଟ୍ଟାଳିକାରେ ଶ୍ରମଜୀବୀଙ୍କ ହାତର ସାର୍ଥକ ସ୍ପର୍ଶ ରହିଥାଏ । ଏହା ବଦଳରେ ସେମାନେ ପାଉଥିବା ପାରିଶ୍ରମିକ ସେମାନଙ୍କ ପ୍ରତି କିଛିଟା ସାମାଜିକ ସହଯୋଗ । ସେମାନେ ଆମ ତମ ଭଳି ବାବୁଭାୟାଙ୍କର ଦୟାର ପାତ୍ର ନୁହଁନ୍ତି , ସମାଜରେ ଆମ ପ୍ରତି ପରିପୂରକ କାରଣ । ଇଏ ତ ଗଲା ସାମଗ୍ରିକ ଆଭିମୁଖ୍ୟ ।

ଏବେ ଆମ ରାଜ୍ୟ କଥା ବିଚାର କରିବା ଗୁଜରାଟର ସୁରତ, ରାଜଧାନୀ ଦିଲ୍ଲୀ, ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରୁ ପ୍ରବାସୀ ଫେରିଛନ୍ତି । ସୁରତରୁ ଫେରୁଥିବା ଭାଇମାନଙ୍କ ମଧ୍ୟରୁ ଅନ୍ୟ ତୁଳନାରେ କେତେକ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ଏହି ଖବରକୁ ନେଇ ସାମାଜିକ ଗଣମାଧ୍ୟମ ଓ ସାଧାରଣରେ ଆମେ ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ମନେହୁଏ । ଅବଶ୍ୟ ଏକଥା କହିଲେ ଏକପାଖିଆ ହେବ । ହାତଗଣତି କେତେକ ପ୍ରବାସୀଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଲକ୍ଷଲକ୍ଷ ପ୍ରବାସୀଙ୍କୁ ନ୍ୟୁନ୍ କରିବାର ନୈତିକ ଅଧିକାର ଆମକୁ ଦେଲା କିଏ? ଥରେ ଭାବିଲେ ଖାଲି ଓଡ଼ିଆମାନେ କ’ଣ ଓଡ଼ିଶା ଫେରୁଛନ୍ତି କି? ବିଭିନ୍ନ ସ୍ଥାନରେ ଫସିଥିବା ତାମିଲ ମାନେ ବି ତାମିଲନାଡୁ, ୟୁପିବାସୀ କ’ଣ ଉତ୍ତର ପ୍ରଦେଶ, ବିହାରୀମାନେ ନିଜ ରାଜ୍ୟ ବିହାରକୁ ହିଁ ଫେରି ଯାଉଛନ୍ତି ।

ଯଦି କିଏ ଟିକ୍ ଟିକ୍ ଭିଡିଓ କରି ଉପହାସ କଲେ ଅଥବା ଖାଦ୍ୟ ଫୋପାଡିଲେ ଆମ ମନ ଚିଡ଼ିଯାଉଛି, ସେହିପରି ସଙ୍ଗରୋଧ କେନ୍ଦ୍ରରେ ରହି ନିଜ ହାତରେ ବିଭିନ୍ନ ସ୍କୁଲ ଘରକୁ ଚମକାଇ ଦେଇଥିବା ଘଟଣା ଆମକୁ ଉଲ୍ଲାସିତ କରିବ ନାହିଁ କାହିଁକି ବୋଲି ନିଜକୁ ପଚାରିବା ଦରକାର । ଶନିବାର ଗଞ୍ଜାମର କୁକୁଡାଖଣ୍ଡି ଅଞ୍ଚଳରେ ଥିବା ଆଦର୍ଶ ବିଦ୍ୟାଳୟ ପରିସରରେ ଶୃଙ୍ଖଳିତ ଭାବରେ ବ୍ୟାୟମ କରୁଥିବା, ମାଲକାନଗିରିରେ ସାମାଜିକ ଦୂରତା ରକ୍ଷା କରି ମନୋରଞ୍ଜନ ପାଇଁ ଟିଭି ଦେଖୁଥିବା ଦୃଶ୍ୟ ପାଇଁ ସାବାସି ଦେବାରେ କଣ୍ଠ ଅଟକିବା ଉଚିତ ନୁହେଁ । ଏ ଦୁଃସ୍ଥିତିରେ ସମାଜର ପ୍ରତିଟି ନାଗରିକ ନିଜର ସମାଜିକ ଦାୟବଦ୍ଧତା ତଥା ସାମାଜିକ ନେତୃତ୍ୱ ନେବାର ସମୟ । ତେଣୁ ମଣିଷ ହୋଇ ମଣିଷକୁ ଆପଣାଇବାରେ ମନକୁଣ୍ଠା ନ ହେଉ ।

ଚିଦାନନ୍ଦ ଜେନା

ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତ ଚିହ୍ନଟ, ଯୋଡ଼ି ହେଲା ବୌଦ୍ଧ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭୭ରେ ପହଞ୍ଚିଛି । ଗଞ୍ଜାମରୁ ୭ଟି, ଯାଜପୁରରୁ ଗୋଟିଏ, ଅନୁଗୁଳରୁ ୨, ପୁରୀରୁ ୨ ଜଣ ଲେଖାଏଁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ପ୍ରଥମ କରି ୩ଟି ସଂକ୍ରମଣ ମାମଲା ଆସିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ୱେବସାଇଟରେ ସୂଚନା ଦେଇଛି ।

୭ ସଂକ୍ରମିତଙ୍କ ସହ ଗଞ୍ଜାମରେ ସଂଖ୍ୟା ବୃଦ୍ଧି ପାଇ ୧୨୫ରେ ପହଞ୍ଚିଛି । ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଛୁଇଁଥିବା ବେଳେ ୨ ନୂଆ ସଂକ୍ରମିତଙ୍କ ସହ ଅନୁଗୁଳରେ ଗୋଟିଏ ଦିନରେ ୧୫ ଜଣ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜଣେ ସଂକ୍ରମିତ ସୁସ୍ଥ ହେବା ପରେ ଗ୍ରୀନ୍ ଜୋନରେ ଥିବା ପୁରୀରେ ୨ଟି ନୂତନ ସଂକ୍ରମଣ ମାମଲା ଆସିଛି ।

ଗ୍ରୀନ୍ ଜୋନରେ ଥିବା ବୌଦ୍ଧରେ ଖାତା ଖୋଲିଛି କରୋନା । ପ୍ରଥମ କରି ଜିଲ୍ଲାରେ ୩ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭୭ରେ ପହଞ୍ଚିଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦୬ ରହିଥିବା ବେଳେ ୬୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଭଦ୍ରକରୁ ଆଉ ୬, ଯାଜପୁରରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟ ବାହାରୁ ରାଜଧାନୀ ଆସୁଛନ୍ତି କି ? ଜାଣି ନିଅନ୍ତୁ କଣ କରିବେ…

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ କଣ୍ଟ୍ରୋଲ୍ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ବିଏମସି । ରାଜଧାନୀ ଭୁବନେଶ୍ୱରର ୩ଟି ପ୍ରବେଶ ପଥରେ ସ୍କ୍ରିନିଂ ବ୍ୟବସ୍ଥା ହୋଇଛି । ତେବେ, ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଛି । ପ୍ରଥମେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ପରେ ସେମାନେ ହୋମ୍ କ୍ୱାରେଣ୍ଟାଇନ୍ କିମ୍ବା ଗୋଷ୍ଠୀ କ୍ୱାରେଣ୍ଟାଇନ୍ କିମ୍ବା ପେଡ୍ କ୍ୱାରେଣ୍ଟାଇନରେ ରହିବେ । ଯଦି, କରୋନାର କିଛି ଲକ୍ଷଣ ଦେଖାଯଏ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେବେ ।

କେଉଁଠି କରାଯିବ ସ୍କ୍ରିନିଂ ?

୧) ରସୁଲଗଡ଼ର କୋଚିଲେଇ ହାଟ ନିକଟ ଆଶ୍ରମ ସ୍କୁଲ୍

୨) ତପୋବନ ସ୍କୁଲ, ଖଣ୍ଡଗିରି

୩) କୃପାଜଳ ଇଞ୍ଜିନିୟରିଂ କଲେଜ, ଉତ୍ତରା ଛକ

ରାଜ୍ୟ ବାହାରୁ ଆସୁଥିବା କେହି ବି ବିନା ପଞ୍ଜିକରଣରେ ରାଜଧାନୀରେ ପ୍ରବେଶ କରିପାରିବେ ନାହିଁ । ତେବେ, ରାଜ୍ୟର ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବା ଲୋକଙ୍କ ପାଇଁ ସେମିତି କିଛି ଅସୁବିଧା ନାହିଁ । ଯିଏ କେହି ବି ରାଜଧାନୀ ଆସିଲେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବିଏମସି ପକ୍ଷରୁ କୁହାଯାଇଛି ।

ଆଜିଠାରୁ କେଉଁଠାକୁ ଚାଲିଲା ଟ୍ରେନ୍ ? କିଏ ଟ୍ରେନରେ ଯାତ୍ରା କରିପାରିବେ ?

ଟାଗୋରଙ୍କ ନାମରେ ନାମିତ ହେଲା ଇସ୍ରାଏଲର ମାର୍ଗ

ଇସ୍ରାଏଲ: କିଛି ବ୍ୟକ୍ତିତ୍ୱ ସବୁଦିନ ପାଇଁ ଆମ ହୃଦୟରେ ସ୍ମୃତି ହୋଇ ରହିଯାଆନ୍ତି । ସେମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ନୋବେଲ ପୁରଷ୍କାର ବିଜେତା ରବୀନ୍ଦ୍ରନାଥ ଟାଗୋର ।

ରବୀନ୍ଦ୍ରନାଥ ଟାଗୋରଙ୍କ ୧୫୯ତମ ଜନ୍ମ ବାର୍ଷିକୀ ଅବସରରେ ଇସ୍ରାଏଲ ଟାଗୋରଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । କଳା, ସାହିତ୍ୟ ଏବଂ ରାଜନୀତିରେ ତାଙ୍କର ବହୁମୂଲ୍ୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରିବା ପାଇଁ ତେଲ୍ ଅଭିଭ ନାମକ ଏକ ଅଞ୍ଚଳରେ ଥିବା ରାସ୍ତାର ନାମ କବିଙ୍କ ନାମରେ ନାମକରଣ କରିଛି ।

ଇସ୍ରାଏଲ ଏହାର ନାମ ‘ଟାଗୋର’ ରାସ୍ତା ଦେଇ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି କବିଙ୍କୁ ତାଙ୍କର ମୂଲ୍ୟବାନ ଶିକ୍ଷା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରତିବର୍ଷ ୭ ମଇରେ ରବୀନ୍ଦ୍ର ଜୟନ୍ତୀ ପାଳନ କରାଯାଏ | କୋଲକାତା ଏବଂ ଟାଗୋର ପ୍ରଶଂସକଙ୍କ ପାଇଁ ଏହା ଏକ ବଡ ଦିନ । ସେ ମଧ୍ୟ ବ୍ରିଟିଶ ଉପନିବେଶ ଶାସନ ବିରୁଦ୍ଧରେ ପ୍ରତିରୋଧର ଏକ ଦୃଢ଼ ସ୍ୱର ଥିଲେ । ବ୍ରିଟିଶମାନେ ଯେତେବେଳେ ତାଙ୍କୁ ନାଇଟହୁଡ ନାମରେ ସମ୍ମାନତ କରିବାକୁ ଚାହିଁଥିଲେ, ସେତେବେଳେ ସେ ସମ୍ମାନର ସହ ସେହି ଟାଇଟଲ୍ କୁ ପ୍ରତ୍ୟାଖାନ କରିଥିଲେ ।

୧୯୧୩ ମସିହାରେ ତାଙ୍କୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯାଇଥିଲା । ସେ ଏହି ପୁରସ୍କାର ଗ୍ରହଣ କରିଥିବା ଭାରତର ପ୍ରଥମ ବ୍ୟକ୍ତି ଥିଲେ । ଭାରତୀୟ ସାହିତ୍ୟର କେତେକ ଉତ୍ତମ କାର୍ଯ୍ୟ ପାଇଁ ଟାଗୋରଙ୍କୁ ଚୀର ଦିନ ପାଇଁ ସ୍ମରଣ କରାଯିବ । ଆଜି ବି ତାଙ୍କ ଲେଖା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦିଆଯାଉଛି ।

 

ସଲମାନଙ୍କ ସହ ରୋମାନ୍ସ କଲେ ଜ୍ୟାକଲିନ୍

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ ସଲମାନ ଖାନ, କରୋନା ଭୂତାଣୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିକଟରେ କିଛି ଭିଡିଓ ପୋଷ୍ଟ କରିଥିଲେ । କେବଳ ସଲମାନ ନୁହଁନ୍ତି ବଲିଉଡ଼ର ଅନେକ ସେଲିବ୍ରିଟିମାନେ ଲୋକଙ୍କୁ ସଚେତନ କରିବାକୁ ଗୋଟେ ପରେ ଗୋଟେ ଭିଡ଼ିଓ ସେୟାର କରୁଛନ୍ତି । ସଲମାନଙ୍କର ଏହି ସବୁ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା । ତେବେ ପ୍ୟାର କରୋନା ପରେ ସଲମାନଙ୍କର ଏବେ ଆଉ ଏକ ଭିଡିଓ ରିଲିଜ ହେବ । ଏହି ଭିଡିଓର ନାଁ ହେଉଛି “ତେରେ ବିନା” ।

ଭାଇଜାନ ସୋସିଆଲ ମିଡିଆରେ ଏହି ପୋଷ୍ଟର ନିଜେ ସେଆର କରିଛନ୍ତି । ଏହି ରୋମାଣ୍ଟିକ ଗୀତରେ ସଲମାନଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାନଡିସ୍ ଅଭିନୟ କରିଛନ୍ତି । ଗୀତର ଟିଜର ଆଜି ରିଲିଜ ହୋଇଛି । ଟିଜରରେ ସଲମାନ ଖାନ ଜ୍ୟାକଲିନଙ୍କୁ ରୋମାନ୍ସ କରୁଥିବା ନଜର ଆସିଛି । ମାତୃ ଦିବସରେ ସଲମାନ ଏହି ଗୀତକୁ ସମସ୍ତ ମାଆଙ୍କୁ ସମର୍ପିତ କରିଛନ୍ତି। ସବୁ ମାଆଙ୍କୁ ସେ ମାତୃ ଦିବସର ଶୁଭକାମନା ଜଣାଇଛନ୍ତି । ଲକଡାଉନ୍ ନିୟମଗୁଡ଼ିକର ଯତ୍ନ ନିଆଯାଇଛି ।

https://www.instagram.com/p/B__2NjclF85/?utm_source=ig_embed

ଏହି ଗୀତ ଶୁଟିଂ କରିବା ସମୟରେ ଲକଡାଉନ୍ ନିୟମଗୁଡ଼ିକର ପାଳନ କରିଛନ୍ତି ଭାଇଜାନ୍ । ଏହି ଟିଜର ଦେଖିବାରେ ଏହା ସୀମିତ ସ୍ଥାନ ମଧ୍ୟରେ ସୁଟ୍ ହୋଇଛି ବୋଲି ଜଣା ପଡୁନାହିଁ । ଗୀତକୁ ଖୁବ ସୁନ୍ଦର ଭାବେ ଏଡିଟ୍ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହି ଗୀତ ସଲମାନ ଖାନ ନିଜେ ଗାଇଛନ୍ତି । ଏହି ଗୀତକୁ ତାଙ୍କ ମିତ୍ର ଅଜୟ ଭାଟିଆ କମ୍ପୋଜ୍ କରିଛନ୍ତି । ଏହା ସହ ଶବ୍ବୀର ଅହମଦ ଗୀତଟି ଲେଖିଛନ୍ତି । ସଲମାନ ଖାନଙ୍କ ୟୁଟ୍ୟୁବ ଚ୍ୟାନେଲ ତଥା ସୋସିଆଲ ମିଡିଆରେ ଏହି ଗୀତ ଆସନ୍ତା ୧୨ ତାରିଖ ରିଲିଜ ହେବ ।

 

 

ଲକ୍‌ଡାଉନ୍‌ ଯୋଗୁଁ ପ୍ରଭାବିତ ହେବ ଦେଶର ଜିଡିପି: ଶୂନ ରୁ -୨% ମଧ୍ୟରେ ରହିବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଲକଡାଉନ୍‌ ଯୋଗୁଁ ତଳମୁହାଁ ହେବ ଦେଶର ଜିଡିପି । କରୋନା ମୁକାବିଲା ନେଇ ଲକଡାଉନ୍ ନିଷ୍ପତ୍ତି ବହୁ ମାତ୍ରାରେ ଉପଯୋଗୀ ହୋଇଥିବା ବେଳେ ଦେଶର ଅର୍ଥନୀତିକୁ ଅଧିକରୁ ଅଧିକ ଗମ୍ଭୀର କରୁଛି ।  ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଇ ୧୭ ଯାଏଁ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତି ଦେଶର ଅର୍ଥନୀତିକୁ ସଂକଟ ଆଡ଼କୁ ନେଇଯାଉଛି ବୋଲି ମତ ଦେଇଛନ୍ତି ଅର୍ଥନୈତିକ ବିଷାରଦ ।

Economy News In Hindi : corona ; market crisis ; economy ; Weak ...

ଏହି ଲକ୍‌ଡାଉନ୍ ସମୟରେ ମ୍ୟାନୁଫ୍ୟକ୍ଚରିଂ ଏବଂ ସର୍ଭିସ ସେକ୍ଟର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଦେଶର ଜିଡିପିରେ ଏହି ୨ ସେକ୍ଟରର ୮୦% ଅବଦାନ ରହିଥାଏ । ଏହି ୨ ସେକ୍ଟର ସ୍ଥାଣୁ ପାଲଟିବା ପରେ ଦେଶର ଅଭିବୃଦ୍ଧି ହାର ସ୍ଥିର ରହିପାରେ ।

Key trends governing manufacturing industries in India

ପୂର୍ବର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଶର ଅଭିବୃଦ୍ଧି ୫ରୁ ୬.୫ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଥିବା ବେଳେ କୋଭିଡ-୧୯ ଜନିତ ପରିସ୍ଥିତି ଯୋଗୁଁ ଏଥିରେ ପରିବର୍ତ୍ତନ ଆସିଛି । ଦେଶରେ ଲକ୍‌ଡାଉନ୍ ପର୍ଯ୍ୟାୟ ବଢ଼ିବାରେ ଲାଗିଥିବା ବେଳେ ଜାତୀୟ ଅଭିବୃଦ୍ଧିକୁ ହାରକୁ ନେଇ ପୂର୍ବାନୁମାନରେ ସଂଖ୍ୟା କମାଇବାରେ ଲାଗିଛନ୍ତି ବିଶେଷଜ୍ଞ ।

Blow to India: Moody's cuts credit rating outlook to negative ...

ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ବେଳେ ସରକାରଙ୍କ ପକ୍ଷରୁ କିଛି କଟକଣାକୁ କୋହଳ କରାଯାଇଛି । ଯାହା ଦ୍ୱାରା କିଛି ନିର୍ଦ୍ଧିଷ୍ଟ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସାମାଜିକ ଦୂରତ୍ୱକୁ ରକ୍ଷା କରି କାର୍ଯ୍ୟ କରିହେବ । କିନ୍ତୁ ଏ ସବୁ ଅଞ୍ଚଳରେ ନିୟମିତ ଭାବେ ସଂକ୍ରମିତ ଚିହ୍ନଟ ପରେ ରେଡ୍ ଜୋନ୍‌ ଗୁଡ଼ିକରେ ଶିଳ୍ପାନୁଷ୍ଠାନ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିନାହିଁ ।

ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ୍, ଉତ୍ତର ପ୍ରଦେଶ, ତାମିଲନାଡ଼ୁରେ ଥିବା ପ୍ରମୁଖ ଶିଳ୍ପାନୁଷ୍ଠାନ ଗୁଡ଼ିକର ଅବସ୍ଥା ଦୟନୀୟ ହେଲାଣି ।     ଏଭଳି ପରିସ୍ଥିତିରେ ଦେଶର ଆର୍ଥିକ ଅଭିବୃଦ୍ଧି ଶୂନ ପ୍ରତିଶତ ରହିବ ବୋଲି ଶୁକ୍ରବାର କ୍ରେଡିଟ୍ ରେଟିଂ ଏଜେନ୍ସିଂ ମୁଡିସ୍ ପକ୍ଷରୁ ଆକଳନ କରାଯାଇଛି ।

ତେବେ ମ୍ୟାନୁଫେକ୍ଚରିଂ ସେକ୍ଟରକୁ ସ୍ୱାଭାବିକ ହେବାକୁ ହେଲେ ଶ୍ରମିକଙ୍କ କାର୍ଯ୍ୟ କ୍ଷେତ୍ରକୁ ଫେରିବା ନିହାତି ଆବଶ୍ୟକ । ଏହାଦ୍ୱାରା ସପ୍ଳାୟ ଚେନ୍‌ ଖୁବଶୀଘ୍ର ସ୍ୱାଭାବିକ ହେବ । କିନ୍ତୁ ଏଭଳି ପରିସ୍ଥିତିରେ ପ୍ରବାସୀ ଶ୍ରମିକ ଖୁବ୍‌ଶୀଘ୍ର ଫେରିବା ଭଳି ମନେ ହେଉନି ଯାହା ଦ୍ୱାରା ଉତ୍ପାଦନ ଶିଳ୍ପ ସ୍ୱାଭାବିକ ହେବା ନେଇ ଆଶଙ୍କା ଦେଖାଦେଇଛି । ଯଦି ଶୀଘ୍ର ସ୍ଥିତି ସ୍ୱାଭାବିକ ନହୁଏ ତା’ହେଲେ ଜିଡିପି ଅଭିବୃଦ୍ଧି ୧.୯ରୁ ୨.୧ ମଧ୍ୟରେ ରହିବ ।

ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା: ମାଣିତରା ପରେ ମନ୍ଦାର, ମଧୁପଲ୍ଲୀ ପଞ୍ଚାୟତ ସଟଡାଉନ୍

ଆସିକା: କରୋନା ସଂକ୍ରମଣ ରୋକିବାକୁ ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା । ୭ ଦିନ ପାଇଁ ସଟଡାଉନ୍ ଘୋଷଣା ହେଲା ପଞ୍ଚାୟତ । ଗଞ୍ଜାମ ଜିଲ୍ଲାରେ ଆଉ ୨ ପଞ୍ଚାୟତରେ ସଟଡାଉନ୍ ଘୋଷଣା ହୋଇଛି । ପୋଲସରା ବ୍ଲକର ମନ୍ଦାର ଓ ମଧୁପଲ୍ଲୀ ପଞ୍ଚାୟତକୁ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ସପ୍ତାହକ ପାଇଁ ସଟଡାଉନ୍ କରିଛନ୍ତି । ଏହି ସମୟରେ କେହି ବି ବାହାରକୁ ଯାଇପାରିବେ ନାହିଁ କି ବାହାରୁ କେହି ପଞ୍ଚାୟତକୁ ଆସିପାରିବେ ନାହିଁ ।

ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍‌ଡାଉନ୍‌

ଏହା ପୂର୍ବରୁ ମାଣିତରା ସରପଞ୍ଚ ଶାନ୍ତିଲତା ନାୟକ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଥିଲେ । ଏହାକୁ ପଞ୍ଚାୟତବାସୀ ମଧ୍ୟ ସମର୍ଥନ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଅଦ୍ୟାବିଧି ୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୭ ମାମଲା ସକ୍ରିୟ ରହିଛି । ତେବେ, ସମସ୍ତ ସଂକ୍ରମିତ ଅନ୍ୟ ରାଜ୍ୟରୁ ଫେରିଛନ୍ତି ।

ଆଜିଠାରୁ କେଉଁଠାକୁ ଚାଲିଲା ଟ୍ରେନ୍ ? କିଏ ଟ୍ରେନରେ ଯାତ୍ରା କରିପାରିବେ ?

ମାତୃତ୍ୱ ଦିବସରେ ସାରା ଅଲି ଖାନ ସେୟାର କଲେ ନିଜ ଜନ୍ମଦିନର ଫଟୋ, କହିଲେ ମୋ ମାଆର ମାଆ…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି । ସାରାଙ୍କ ଫଟୋ ହେଉ କିମ୍ବା ଭିଡିଓ, ସେଗୁଡ଼ିକ ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଥାଏ । ଲକଡାଉନ୍ ସମୟରେ ଅଭିନେତ୍ରୀ ସାରା ଅଲି ଖାନ୍ ମଧ୍ୟ ଖୁବ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ‘ମାତୃ ଦିବସ’ ଅବସରରେ ସାରା ଅଲି ଖାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସାରା ଅଲି ଖାନଙ୍କ ଜନ୍ମ ଦିନର ଫଟୋ । ଏହି ଫଟୋରେ ସାରାଙ୍କ ଜେଜେମାଆ ତାଙ୍କୁ କୋଳରେ ନେଇଥିବାବେଳେ ଅମୃତା ସିଂ ଖଟ ଉପରେ ଶୋଇଛନ୍ତି ତାଙ୍କୁ ଦେଖି ଖୁସି ହେଉଥିବାର ଦେଖିବାକୁ ମିଳିଛି ।

https://www.instagram.com/p/B_-kaFVJZWt/?utm_source=ig_embed

ମାତୃ ଦିବସ ଅବସରରେ ସାରା ଅଲି ଖାନ ଏହି ଫଟୋ ସେୟାର କରି ଲେଖିଛନ୍ତି, “मेरी मां की मां । Thank you for Creating Mommy. Happy Mother’s Day  । ସାରା ଅଲି ଖାନଙ୍କ ଏହି ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହା ଉପରେ ନିଜର ମତାମତ ମଧ୍ୟ ଦେଉଛନ୍ତି।

https://www.instagram.com/p/B_63VoYpgx9/?utm_source=ig_embed

ନିକଟରେ, ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ଏକ ପୁରୁଣା ଜିମ୍ ଭିଡିଓ ସେୟାର କରିଥିଲେ, ଏହି ଭିଡିଓରେ ଅଭିନେତ୍ରୀଙ୍କୁ ପୁସ୍ ଅପସ୍ କରୁଥିବା ଦେଖିବାକୁ ମିଳିଥିଲା । ​|

କାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଖିବା ବେଳେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ସୋମବାର ଅପରାହ୍ଣ ପ୍ରାୟ ୩ଟାରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ମେ ୧୭ରେ ସରୁଥିବା ବେଳେ ବୈଠକରେ ଲକଡାଉନ୍ ପରବର୍ତ୍ତୀ ରଣନୀତି ନେଇ ଆଲୋଚନା ହୋଇପାରେ ।

ବୈଠକରେ ଲକଡାଉନ୍ ବଢ଼ିବ କି ନାହିଁ ସେ ନେଇ ଚର୍ଚ୍ଚା ହେବ । ଇତିମଧ୍ୟରେ ତେଲଙ୍ଗାନା ଲକଡାଉନ୍ ଅବଧିକୁ ବୃଦ୍ଧି କରିଥିବା ଅଧିକାଂଶ ରାଜ୍ୟ ଏହା ସପକ୍ଷରେ ଅଛନ୍ତି । ବୈଠକରେ ଆର୍ଥିକ ଗତିବିଧିର ଗତି ବୃଦ୍ଧି ନେଇ ଚର୍ଚ୍ଚା ହେବ ବୋଲି କୁହାଯାଉଛି । ଏହା ପୂର୍ବରୁ ଶନିବାର କ୍ୟାବିନେଟ ସଚିବ ରାଜୀବ ଗାବା ଲଗାତାର ୨ଟି ବୈଠକ କରିଥିଲେ । ଯେଉଁଥିରେ ମେ ୧୭ ପରେ ଲକଡାଉନ୍ କଟକଣା ହଟିବା ଅଞ୍ଚଳ ଉପରେ ଆଲୋଚନା ହୋଇଥିଲା ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପୂର୍ବରୁ ୨ ଥର ଲକଡାଉନ୍ ବୃଦ୍ଧି ହୋଇଛି । ଏଥରକ ପୁଣି ଲକଡାଉନ୍ ବଢ଼ିପାରେ ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି, ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ବିଶେଷଜ୍ଞଙ୍କ ମତ ନିଆଯାଇ ଲକଡାଉନ୍ ବୃଦ୍ଧି ହେବ କି ନାହିଁ ନିଷ୍ପତ୍ତି ନିଆଯିବ ।

ଲକଡାଉନ୍ ବଢ଼ିବ !

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ୨ଟି ସରକାରୀ ସଂସ୍ଥା ଏମ୍ସ ଓ ଆଇସିଏମଆର୍ ଦେଶରେ ମେ ୧୭ ପରେ ଲକଡାଉନ୍ ହଟାଇ ଦିଆଗଲେ ସ୍ଥିତି ଭୟାବହ ହେବ ବୋଲି କହି ସାରିଛନ୍ତି । ଏବେ ଲକଡାଉନ୍ ହଟାଇବା ଆତ୍ମହତ୍ୟା ସହ ସମାନ । ଏମ୍ସ ନିର୍ଦ୍ଦେଶକଙ୍କ ପ୍ରକାରେ, ଭାରତରେ ଏଯାଏଁ ସବୁଠୁ ଅଧିକ ସଂକ୍ରମଣ ମାମଲା ଆସିନାହିଁ । ଜୁନ୍ ଓ ଜୁଲାଇରେ ସଂକ୍ରମଣ ଭୟାବହ ହୋଇପାରେ ।

ଆଜିଠାରୁ କେଉଁଠାକୁ ଚାଲିଲା ଟ୍ରେନ୍ ? କିଏ ଟ୍ରେନରେ ଯାତ୍ରା କରିପାରିବେ ?

ଏପରିକି ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲକଡାଉନ୍ ବୃଦ୍ଧିକୁ ସୂଚାଉଛି । ବର୍ତ୍ତମାନ ଯାଏଁ ଦେଶର ୨.୫ ଲକ୍ଷ ଶ୍ରମିକ ଘରେ ପହଞ୍ଚିଛନ୍ତି । ଏକ ଅନୁମାନ ଅନୁଯାୟୀ ଦେଶରେ ୧.୪କୋଟି ପ୍ରବାସୀ ଶ୍ରମିକ ଭାବେ କାମ କରୁଛନ୍ତି ।