୮ ବର୍ଷ ବୟସରେ କହିଥିବା କଥା ସତ ପ୍ରମାଣିତ କରିଛନ୍ତି ଏହି ଅଭିନେତ୍ରୀ

1 min read

ମୁମ୍ବାଇ: ଖୁବ କମ ସମୟ ମଧ୍ୟରେ ନିଜ ପରିଶ୍ରମ ଯୋଗୁଁ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ବେଶ ସଫଳତା ହାସଲ କରିପାରିଛନ୍ତି । ଆଜି ବଲିଉଡର ସେ ଜଣେ ଆଗଧାଡିର ଅଭିନେତ୍ରୀ ଭାବେ ପରିଚିତ । କମ ବୟସରେ ସେ ବଲିଉଡରେ ପାଦ ଦେଇ ଖୁବ ପ୍ରତିଷ୍ଠା ଲାଭ କରିଛନ୍ତି । କରୋନା ଯୋଗୁଁ ଏବେ ଚାରିଆଡେ ଲକଡାଉନ୍ ଚାଲିଛି । ଏଥିପାଇଁ ଏବେ ସମସ୍ତେ ନିଜ ନିଜ ଘରେ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ଏଥି ସହିତ, ସେଲିବ୍ରିଟିମାନଙ୍କର ମଧ୍ୟ ଫିଲ୍ମ ଓ ସିରିଏଲ ପାଇଁ ସୁଟିଂ ବନ୍ଦ ହୋଇଯାଇଛି । ଏହି ପରିସ୍ଥିତିରେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। କିଏ ଗୀତ ଗାଉଛି, ତ କିଏ ଡାନ୍ସ କରୁଛି ତ ଅନ୍ୟପକ୍ଷରେ କିଏ ନିଜ ଥ୍ରୋବ୍ୟାକ୍ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି  ।

ନିକଟରେ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ନିଜ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସେୟାର କରିଥିବା ଭିଡିଓରେ ଆଲିୟା ମାତ୍ର ୮ ବର୍ଷର ଥିଲେ । ପ୍ରତ୍ୟେକ ଥର ଭଳି ଏହି ଭିଡିଓରେ ମଧ୍ୟ ଆଲିୟା କ୍ୟୁଟ୍ ଲାଗୁଛନ୍ତି । ଏହି ଶୋ’ ସୁରେଶ ଓବରୋଏ ହୋଷ୍ଟ କରୁଥିଲେ । ଏହି ସମୟରେ ସେ ଆଲିଆ ଏବଂ ତାଙ୍କ ଭଉଣୀ ଶାହିନଙ୍କୁ ସେଟରେ ପଚାରିଥିଲେ ଯେ ଭବିଷ୍ୟତରେ ସେମାନେ କଣ ହେବାକୁ ଚାହୁଁଛନ୍ତି । ଏନେଇ ଆଲିଆ ଖୁବ ଶୀଘ୍ରରେ ଉତ୍ତର ଦେଇଥିଲେ ଯେ ‘ସେ ଜଣେ ଅଭିନେତ୍ରୀ ହେବେ’ । ଶାହିନ୍ ଅଭିନେତ୍ରୀ ହେବାକୁ କୌଣସି ଇଚ୍ଛା ପ୍ରକାଶ କରିନଥିବା ବେଳେ ସେ ଲେଖକ ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ।

ଏହି ଶୋ’ରେ ସୋନି ମହେଶଙ୍କ ମଦ୍ୟପାନର ନିଶା ବିଷୟରେ ମଧ୍ୟ କହିଥିଲେ । ମହେଶ ଭଟ୍ଟ ଅତ୍ୟଧିକ ମଦ ପିଉଥିଲେ । ତେବେ ଶାହିନ ଜନ୍ମ ହେବା ପରେ ମହେଶଙ୍କ ଏହି ବଦଅଭ୍ୟାସ ଛାଡିଥିଲା । ମହେଶ ଭଟ୍ଟ ମଧ୍ୟ ଏହି ଶୋ’ରେ ଶାହିନ୍‌ଙ୍କ ଜନ୍ମ ଦିନର ପୁରା ବାର୍ତ୍ତା ବାଣ୍ଟିଥିଲେ । ଯେତେବେଳେ ସେ ଶାହିନଙ୍କୁ କୋଳରେ ଉଠାଉଥିଲି, ସେତେବେଳେ ସେ ତାଙ୍କଠୁ ଦୂରେଇ ଯାଉଥିଲେ କାରଣ ତାଙ୍କଠୁ ମଦର ଗନ୍ଧ ଆସୁଥିଲା । ଏହା ମହେଶଙ୍କୁ ଅନେକ କଷ୍ଟ ଦେଇଥିଲା । ଏହା ପରେ ସେ ସବୁଦିନ ପାଇଁ ମଦ୍ୟପାନ ଛାଡିବାକୁ ଶପଥ ନେଇଥିଲେ ।

https://www.instagram.com/tv/B_4zORIBFeH/?utm_source=ig_embed

ଆଲିୟା ପିଲାବେଳୁ ହିଁ  ବହୁତ କ୍ୟୁଟ୍ । ସେ ସାନବେଳୁ ଜଣେ ଅଭିନେତ୍ରୀ ହେବେ ବୋଲି ନିଷ୍ପତ୍ତି ନେଇସାରିଥିଲେ । ଆଲିୟାଙ୍କ ଅନୁସାରେ ଯେଉଁ କାମ କରିବାରେ ନିଜକୁ ଖୁସି ମିଳେ ସେଥିରେ ସଫଳତା ମଧ୍ୟ ନିହାତି ମିଳେ । ଏହାର ବଡ ଉଦହାରଣ ହେଉଛନ୍ତି ନିଜେ ଆଲିୟା । ସେ ନିଜ ପିଲାବେଳର ସ୍ୱପ୍ନ ପୂରଣ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ଦିନରେ ଆଲିୟାଙ୍କର ଲକ୍ଷେ ଲକ୍ଷେ ଦିୱାନା ଅଛନ୍ତି । ଆଗକୁ ଆଲିୟାଙ୍କର ଫିଲ୍ମ ବ୍ରହ୍ମାସ୍ତ୍ର, ସଡକ ୨, ଆରଆରଆର, ଗଙ୍ଗୁବାଇ କାଠିୟାବାଡି ଓ ତଖ୍ତ ରିଲିଜ ହେବ ।

 

 

 

 

 

Leave a Reply