ଟାଗୋରଙ୍କ ନାମରେ ନାମିତ ହେଲା ଇସ୍ରାଏଲର ମାର୍ଗ

1 min read

ଇସ୍ରାଏଲ: କିଛି ବ୍ୟକ୍ତିତ୍ୱ ସବୁଦିନ ପାଇଁ ଆମ ହୃଦୟରେ ସ୍ମୃତି ହୋଇ ରହିଯାଆନ୍ତି । ସେମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ନୋବେଲ ପୁରଷ୍କାର ବିଜେତା ରବୀନ୍ଦ୍ରନାଥ ଟାଗୋର ।

ରବୀନ୍ଦ୍ରନାଥ ଟାଗୋରଙ୍କ ୧୫୯ତମ ଜନ୍ମ ବାର୍ଷିକୀ ଅବସରରେ ଇସ୍ରାଏଲ ଟାଗୋରଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । କଳା, ସାହିତ୍ୟ ଏବଂ ରାଜନୀତିରେ ତାଙ୍କର ବହୁମୂଲ୍ୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରିବା ପାଇଁ ତେଲ୍ ଅଭିଭ ନାମକ ଏକ ଅଞ୍ଚଳରେ ଥିବା ରାସ୍ତାର ନାମ କବିଙ୍କ ନାମରେ ନାମକରଣ କରିଛି ।

ଇସ୍ରାଏଲ ଏହାର ନାମ ‘ଟାଗୋର’ ରାସ୍ତା ଦେଇ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି କବିଙ୍କୁ ତାଙ୍କର ମୂଲ୍ୟବାନ ଶିକ୍ଷା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରତିବର୍ଷ ୭ ମଇରେ ରବୀନ୍ଦ୍ର ଜୟନ୍ତୀ ପାଳନ କରାଯାଏ | କୋଲକାତା ଏବଂ ଟାଗୋର ପ୍ରଶଂସକଙ୍କ ପାଇଁ ଏହା ଏକ ବଡ ଦିନ । ସେ ମଧ୍ୟ ବ୍ରିଟିଶ ଉପନିବେଶ ଶାସନ ବିରୁଦ୍ଧରେ ପ୍ରତିରୋଧର ଏକ ଦୃଢ଼ ସ୍ୱର ଥିଲେ । ବ୍ରିଟିଶମାନେ ଯେତେବେଳେ ତାଙ୍କୁ ନାଇଟହୁଡ ନାମରେ ସମ୍ମାନତ କରିବାକୁ ଚାହିଁଥିଲେ, ସେତେବେଳେ ସେ ସମ୍ମାନର ସହ ସେହି ଟାଇଟଲ୍ କୁ ପ୍ରତ୍ୟାଖାନ କରିଥିଲେ ।

୧୯୧୩ ମସିହାରେ ତାଙ୍କୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯାଇଥିଲା । ସେ ଏହି ପୁରସ୍କାର ଗ୍ରହଣ କରିଥିବା ଭାରତର ପ୍ରଥମ ବ୍ୟକ୍ତି ଥିଲେ । ଭାରତୀୟ ସାହିତ୍ୟର କେତେକ ଉତ୍ତମ କାର୍ଯ୍ୟ ପାଇଁ ଟାଗୋରଙ୍କୁ ଚୀର ଦିନ ପାଇଁ ସ୍ମରଣ କରାଯିବ । ଆଜି ବି ତାଙ୍କ ଲେଖା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦିଆଯାଉଛି ।

 

Leave a Reply