ଜୁନ ୧୭ରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ… କାର୍ଯ୍ୟରେ ଯୋଗଦେବାକୁ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ନୋଟିସ୍… ସେପଟେ ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତ
ଏହି ରାଶିର ଲୋକେ ଆଜି ପାଇପାରନ୍ତି ଶୁଭ ଖବର… ଜାଣନ୍ତୁ
ଆଜିର ପଞ୍ଚାଙ୍ଗ
ଜୁନ୍ ୧୩ ମସିହା, ଶନିବାର
୧୪୨୭ ସାଲ୍, ୧୯୪୨ ଶକାବ୍ଦ, ୨୦୮୮ ସମ୍ବତ୍,
ଆଷାଢ କୃଷ୍ଣପକ୍ଷ ,ଅଷ୍ଟମୀ ତିଥି, ବୃଷ ୩୧ ଦିନ
କୁମ୍ଭ ରାଶିରେ ଚନ୍ଦ୍ର ରହିବେ
ପୂର୍ବଭାଦ୍ରପଦ ନକ୍ଷତ୍ର
ଘାତଚନ୍ଦ୍ର – ମିଥୁନ, ମୀନ ରାଶିର
ଘାତବାର- ବୃଷ,ସିଂହ,କନ୍ୟା ରାଶିର
ଯୋଗିନୀ ରହିବେ ଐଶାନ୍ୟ କୋଣରେ
ଆଜି ଐଶାନ୍ୟ କୋଣକୁ ଯାତ୍ରା ନିଷେଧ
ଶୁଭ ସମୟ
ଦିନ ୧୨ ଟା ୧୫ ମିନିଟ୍ ଠାରୁ ଦିନ ୪ଟା ୪୫ ମିନିଟ୍ ପର୍ଯ୍ୟନ୍ତ
ଅଶୁଭ ସମୟ
ଦିନ ୯ ଟା ଠାରୁ ଦିନ ୧୦ ଟା ୩୦ ମିନିଟ୍ ପର୍ଯ୍ୟନ୍ତ
ମେଷ ରାଶି
ଅଶ୍ୱିନୀ – ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ କଷ୍ଟ ପାଇପାରନ୍ତି
ଦ୍ୱିଜା- ପୂର୍ବରୁ ରହିଥିବା ଖରାପ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ
କୃତ୍ତିକା- ଅପେକ୍ଷା ରହିଥିବା କାମ ସଂପର୍କରେ ଶୁଭ ସୂଚନା ମିଳିବ
ହନୁମାନ ଚାଳିଶା ପାଠ କରନ୍ତୁ
ବୃଷ ରାଶି
କୃତ୍ତିକା – ଅଫିସ୍ରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି
ରୋହିଣୀ- ପଦମର୍ଯାଦା ବୃଦ୍ଧି ପାଇବ,ପ୍ରିୟ କଥା କହି କାର୍ଯ୍ୟ ହାସଲ କରିବେ
ମଗଶିରା- ଭଲ କଥା କହିଲେ ଅନ୍ୟମାନେ ଆପଣଙ୍କୁ ଭୁଲ୍ ବୁଝିବେ
ଅରୁଆ ଚାଉଳ କିଛି ଘରର ମୁଖ୍ୟଦ୍ଵାର ନିକଟରେ ରଖନ୍ତୁ
ମିଥୁନ ରାଶି
ମୃଗଶିରା- ଅତ୍ୟଧିକ ଭାବପ୍ରବଣତା ଯୋଗୁଁ ମନ ଦୁର୍ବଳ ରହିବ
ଆର୍ଦ୍ରା- ପରୋପକାର କାର୍ଯ୍ୟ କରି ପ୍ରଶଂସିତ ହେବେ
ପୁନର୍ବସୁ- ସାଂଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ
କିଛି ଗୁଜୁରାତି ନିଜ ପାଖରେ ରଖନ୍ତୁ,ମନୋବଳ ବଢିବ
କର୍କଟ ରାଶି
ପୁନର୍ବସୁ – ଧୈର୍ଯ୍ୟହରା ନ ହରାଇ ପରିସ୍ଥିତିକୁ ମୁକାବିଲା କରନ୍ତୁ
ପୁଷ୍ୟା- ଅଟକି ରହିଥିବା କାମକୁ ପୁରା କରିବା ପାଇଁ ଦୃଢ ନିଷ୍ପତ୍ତି ନିଅନ୍ତୁ
ଅଶ୍ଳେଷା- ହଠାତ୍ କୈାଣସି ସୂଚନା ପାଇଁ ଖୁସି ରହିବେ
ଲୁଣ,ଚିନି,ମିଶ୍ରିତ ଜଳ ପାନ କରି ଘରୁ ବାହାରିବେ
ସିଂହ ରାଶି
ମଘା – ଆକସ୍ମିକ ଭାବରେ ଧନହାନୀ ହୋଇପାରେ
ପୂର୍ବା ଫାଲଗୁନି- ନିଜ କାର୍ଯ୍ୟକୁ ନେଇ ଖୁସିରେ ରହିବେ,କିଛି ଶୁଭ ଖବର ପାଇପାରନ୍ତି
ଉତ୍ତରାଫାଲଗୁନି- ଆତ୍ମବିଶ୍ୱାସ ଯୋଗୁଁ ସବୁ କାମରେ ସଫଳତା ପାଇବେ
ଧନିଆ ପତ୍ର ଆଜି ଖାଦ୍ୟରେ ବ୍ୟବହାର କରନ୍ତୁ
କନ୍ୟା ରାଶି
ଉତ୍ତରଫାଲଗୁନି – ଉତ୍ତମ ବ୍ୟବହାର ଦ୍ଵାରା କାର୍ଯ୍ୟ ହାସଲ କରିବେ
ହସ୍ତା- ଚେଷ୍ଟା କରୁଥିବା କାଯ୍ୟରେ ସଫଳତା ପାଇବେ
ଚିତ୍ରା- ନିଜ ଅବହେଳାରୁ କେତେକ ସୁଯୋଗ ହାତଛଡା କରିପାରନ୍ତି
ଗାୟତ୍ରୀ ମନ୍ତ୍ର ୨୧ ଥର ପାଠ କରନ୍ତୁ
ତୁଳା ରାଶି
ଚିତ୍ରା -କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକକୁ ନେଇ ଚିନ୍ତାରେ ପଡିବେ
ସ୍ୱାତୀ- ଲଭ୍ ଲାଇଫ୍କୁ ନେଇ ଖୁସିରେ ରହିବେ
ବିଶାଖା- ସମାଜରେ ନିଜର କାର୍ଯ୍ୟ ପାଇଁ ପ୍ରତିଷ୍ଠା ବଢିବ
ପକ୍ଷୀମାନଙ୍କୁ ବୁଟ ଡାଲି ଖାଇବାକୁ ଦିଅନ୍ତୁ
ବିଛା ରାଶି
ବିଶାଖା – ଘରୋଇ କଳହକୁ ନେଇ ପରିବାରରେ ଅଶାନ୍ତି ବଢିବ
ଅନୁରାଧା- ନିଜର ଉତ୍ତମ ବ୍ୟବହାର ଦ୍ଵାରା କାର୍ଯ୍ୟ ହାସଲ କରିନେବେ
ଜ୍ୟେଷ୍ଠା- ଆର୍ଥିକସ୍ଥିତିରେ ସୁଧାର ଆସିବ,ମାନସିକ ଚାପରୁ ମୁକ୍ତି ପାଇବେ
ମହୁ,ଗୁଡ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ
ଧନୁ ରାଶି
ମୂଳା- ଅପ୍ରିୟ ସତ କଥାକହି ଅନ୍ୟର ବିରୋଧି ହୋଇପାରନ୍ତି
ପୂର୍ବାଷାଢା- ଜୀବନସାଥିଙ୍କ ପରାମର୍ଶ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ
ଉତ୍ତରାଷାଢା- ମନ ଓ ଦେହ ଭଲ ରହିବ
ଖଣ୍ଡ ହଳଦୀ ନିଜ ପାଖରେ ରଖନ୍ତୁ
ମକର ରାଶି
ଉତ୍ତରାଷାଢା- ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ, ଭାଗ୍ୟ ସପକ୍ଷରେ ରହିବ
ଶ୍ରବଣା- ଆକସ୍ମିକ ଭାବରେ ଖୁସି ଖବର ପାଇବେ,କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବ
ଧନିଷ୍ଠା- ଜିଦଖୋର ମନୋବତ୍ତି ପାଇଁ ହଇରାଣ ହୋଇପାରନ୍ତି
ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ
କୁମ୍ଭ ରାଶି
ଧନିଷ୍ଠା- ନିଜ ଲୋକଙ୍କ ସହ ମତପାର୍ଥକ୍ୟ ହୋଇପାରେ
ଶତଭିଷା- ନିଜ କର୍ମ ଓ ପରିବାରକୁ ନେଇ ଖୁସି ରହିବେ
ପୂର୍ବଭାଦ୍ରପଦ- ଗୁରୁଜନଙ୍କର ଆର୍ଶିବାଦ୍ ଯୋଗୁଁ ଦିନଟି ଭଲରେ କଟିବ
ବ୍ରାହ୍ମଣଙ୍କୁ ଫଳ ଦାନ କରନ୍ତୁ
ମୀନ ରାଶି
ପୂର୍ବଭାଦ୍ରପଦ- ବନ୍ଧୁଙ୍କ ଛଳନାପୂର୍ଣ୍ଣ ବ୍ୟବହାର କଷ୍ଟ ଦେଇପାରେ
ଉତ୍ତରଭାଦ୍ରପଦ- ପରିବାର ସହିତ ସମୟ କାଟିବେ
ରେବତୀ- ମନରେ ଉତ୍ସାହ ରହିବା ଦ୍ଵାରା ପୁରା ଦିନ ଭଲରେ କଟିବ
ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ
ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ
ଯୋଗାଯୋଗ- ୯୯୩୮୫୭୧୯୩୫
ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ପାଇଁ ପ୍ରସ୍ତୁତି
ଭୁବନେଶ୍ୱର: ଲକଡାଉନ୍ କୋହଳ ପରେ ସ୍ୱାଭାବିକ ହେଉଛି ଜନଜୀବନ । କରୋନା ଲକଡାଉନ୍ ଯୋଗୁଁ ସ୍ଥଗିତ ଥିବା ପରୀକ୍ଷା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା କରିବା ପାଇଁ ଚିଠି ଲେଖିଛି CHSE । ସମସ୍ତ ସେଣ୍ଟର ସୁପରିଟେଣ୍ଟଣ୍ଡେଣ୍ଟମାନଙ୍କୁ ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ଚିଠି ଲେଖିଛନ୍ତି । କଲେଜ କି ହାଇସ୍କୁଲରେ ସିଟିଂ ବ୍ୟବସ୍ଥା ନେଇ ଜୁନ୍ ୧୮ ସୁଦ୍ଧା ଜଣାଇବାକୁ ଚିଠିରରେ ଉଲ୍ଲେଖ କରାଯାଇଛି ।
ସିଟିଂ ବ୍ୟବସ୍ଥା ସହ କମନ୍ ରୁମ୍, ରିଡିଂ ରୁମ୍ ଓ ହଷ୍ଟେଲ ସମ୍ପର୍କରେ ବି CHSE ଡାଟା ସିଟିରେ ଜଣାଇବେ । ଯେଉଁଥିରେ ସିଟିଂ ବ୍ୟବସ୍ଥା କମ୍ ଥିବ, ପାଖ ହାଇସ୍କୁଲ କିମ୍ବା କଲେଜରେ ବ୍ୟବସ୍ଥା କରାଯିବ । ଏହି ଡାଟା ସାମ୍ ସେଣ୍ଟର ସିଟିଂ କାପାସିଟି ଲିଙ୍କରେ ଅପଲୋଡ କରାଯିବ ।
କରୋନା ଭାଇରସ ସଂକ୍ରମଣ ରୋକିବାକୁ ଘୁଞ୍ଚିଲା ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା
ପୁଣି ରାଜ୍ୟମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ଲକ୍ଡାଉନ୍ ବୃଦ୍ଧି ସମର୍ଥନରେ ଅନେକ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ପୁଣିଥରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୬ ଓ ୧୭ ତାରିଖରେ ସେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ୧୬ ତାରିଖରେ ୧୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଚାରୋଟି କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେହଭିଳି ୧୭ ତାରିଖରେ ଦେଶର ଅନ୍ୟ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଦେଶରେ ଅନ୍ଲକ୍ ୧.୦ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି । ଏପଟେ କିଛି ରାଜ୍ୟ ଲକ୍ଡାଉନ୍ ବୃଦ୍ଧି କରିବା ସମର୍ଥନରେ ଅଛନ୍ତି ବୋଲି ସୂଚନା ମିଳିଛି ।

୧୬ ତାରିଖ ଅପରାହ୍ନ ୩ ଟାରେ ଆଲୋଚନା ଆରମ୍ଭ ହେବ । ୧୬ ତାରିଖ ଦିନ ବିଶେଷ କରି ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି ଓ ରିକଭରି ରେଟ୍ ଅଧିକ ରହିଛି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହିସବୁ ରାଜ୍ୟଗୁଡ଼କ ମଧ୍ୟରେ ପଞ୍ଜାବ, କେରଳ, ଆସାମ, ଉତ୍ତରାଖଣ୍ଡ ଭଳି ରାଜ୍ୟ ସାମିଲ ରହିଛି ।
ଅନ୍ୟପଟେ ଯେଉଁ ସବୁ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଛି ସେହି ରାଜ୍ୟର ସିଏମ୍ ମାନଙ୍କ ସହ ଜୁନ ୧୭ରେ ଆଲୋଚନା କରିବେ ମୋଦି । ଓଡ଼ିଶା, ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, ଗୁଜୁରାଟ, ଉତ୍ତରପ୍ରଦେଶ ଭଳି ରାଜ୍ୟ ଏହି ତାଲିକାରେ ରହିଛି ।
ତେବେ ୧୬ ଓ ୧୭ର ଏହି ଆଲୋଚନା ଉପରେ ସାରା ଦେଶର ନଜର ରହିଛି । କାରଣ ଗୋଟିଏ ପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ ପାର କରିଥିବା ବେଳେ ଅନେକ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।
ଢ଼ାବା ବ୍ୟବସାୟୀଙ୍କ ପାଇଁ ଖୁସି ଖବର, ସଟ୍ଡାଉନ୍ ରାତିରେ ବି ଖୋଲିପାରିବେ…
ଭୁବନେଶ୍ୱର: ଢ଼ାବା ବ୍ୟବସାୟୀଙ୍କ ପାଇଁ ଖୁସି ଖବର । ଏଣିକି ଲକ୍ଡାଉନ୍ କିମ୍ବା ସଟ୍ଡାଉନ୍ ସମୟରେ ବି ଖୋଲା ରହିବ ଢ଼ାବା । ରାତିରେ କର୍ଫ୍ୟୁ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ଢ଼ାବା ଗୁଡ଼ିକ ଖୋଲା ରଖିପାରିବେ ବୋଲି ଅନୁମତି ଦିଆଯାଇଛି ।
ଲକ୍ଡାଉନ କଟକଣାରେ କିଛିଟା କୋହଳ ମିଳୁଥିବା ବେଳେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ ଜିଲ୍ଲାକୁ ପ୍ରତି ସପ୍ତାହର ଶନି ଓ ରବିବାର ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହାସହ ସନ୍ଧ୍ୟା ୭ ପରେ ଦୋକାନ, ବଜାର ହୋଟେଲ, ଢ଼ାବା ଆଦି ବନ୍ଦ ପାଇଁ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ନିର୍ଦ୍ଦେଶରେ ଏବେ କିଛି ମାତ୍ରାରେ କୋହଳ କରାଯାଇଛି । ସନ୍ଧ୍ୟା ୭ ପରେ ଢ଼ାବା ଗୁଡ଼ିକ ଖୋଲା ରଖିପାରିବେ ବୋଲି କୁହାଯାଇଛି ।

ଲକ୍ଡାଉନର ରାତିରେ ଏବଂ ସଟ୍ଡାଉନ୍ରେ ବି ଖୋଲା ରହିବ ଢ଼ାବା । ବିଶେଷ କରି ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢ଼ାବାଗୁଡ଼ିକୁ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ।
ତେବେ ସବୁଠାରୁ ବଡ଼ କଥା ହେଲା, ଢ଼ାବା ଖୋଲା ରହିବ ସତ ଏଠା କିନ୍ତୁ ଏହିସବୁ ଢ଼ାବଗୁଡ଼ିକରେ ବସି ଖାଇବା ମନା । କେବଳ ଖାଦ୍ୟ ପାର୍ସଲ ହୋଇପାରିବ । ଏନେଇ ଏସଆରସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଲକ୍ ଡାଉନ ଓ ସଟ ଡାଉନ୍ ସମୟରେ ଧାନ କିଣା, ଚାଉଳ ଯୋଗାଣ, ଚିନାବାଦାମ ଓ ଡାଲି କିଣିବା ପ୍ରକ୍ରିୟା ଚାଲୁ ରହିବ ।
ପ୍ରଥମ ଥର ପାଇଁ କମିଲା ଜିଡିପି, କିନ୍ତୁ ବଢ଼ିଛି ଗଧଙ୍କ ସଂଖ୍ୟା: ଚୀନକୁ ରପ୍ତାନୀ ହେବ ୮୦ ହଜାର
କରାଚୀ: ୬୮ ବର୍ଷରେ ପ୍ରଥମ ଥର ପାଇଁ ପାକିସ୍ତାନର ଜିଡିପି କମିଛି । ୨୦୧୯-୨୦ରେ ଜିଡିପି (-) ୦.୩୮ ରହିଛି । ସରକାରଙ୍କ ଆର୍ଥକ ପରାମର୍ଶଦାତା ଅବଦୁଲ୍ ହଫିଜ୍ ଶେଖ୍ ଅର୍ଥନୈତିକ ସର୍ଭେ ୨୦୧୯-୨୦ରେ ଏହି ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଥିଲା ଦେଶର ଆର୍ଥିକ ସ୍ଥିତି ପ୍ରଥମରୁ ହିଁ ବହୁତ ଦୁର୍ବଳ ରହିଛି । ମହାମାରୀରେ ସ୍ଥିତି ଆହୁରୀ ଗମ୍ଭୀର ହୋଇପଡ଼ିଛି । ଏଭଳି ଜଟିଳ ପରିସ୍ଥିତି ମଧ୍ୟରେ କିନ୍ତୁ ପଶୁ ଚରାଳିଙ୍କ ସ୍ଥିତିରେ ସୁଧାର ଆସିଛି । ସର୍ଭେ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଗଧଙ୍କ ସଂଖ୍ୟାରେ ୧ ଲକ୍ଷ ବୃଦ୍ଧି ଘଟିଛି । ମୋଟ ସଂଖ୍ୟା ୫୫ ଲକ୍ଷରେ ପହଞ୍ଚିଛି । ଚୀନ ଏବଂ ପାକିସ୍ତାନ ମଧ୍ୟରେ ଏକ ବୁଝାମଣା ହୋଇଛି । ଯାହା ଅନୁଯାୟୀ ପାକିସ୍ତାନ ୩ ବର୍ଷ ଯାଏଁ ୮୦ ହଜାର ଗଧ ଚୀନକୁ ରପ୍ତାନୀ କରାଯିବ ।

ଅର୍ଥନୈତିକ ସର୍ଭେ ଅନୁଯାୟୀ ୨୦୧୯-୨୦ ମୁତାବକ ଜିଡିପି ୦.୩୮ ପ୍ରତିଶତ କମ୍ ରହିଛି । ମାର୍ଚ୍ଚରେ ଆଂଶିକ ଲକ୍ଡାଉନ୍ରେ ପାଖାପାଖି ସମସ୍ତ ସେକ୍ୱରର ଅଣ୍ଟା ଭାଙ୍ଗିଯାଇଛି । କିନ୍ତୁ କୃଷି ସେକ୍ୱରରେ ମୋଟ ୨.୭ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ଶିଳ୍ପାଞ୍ଚଳ ଏବଂ ସର୍ଭିସ ସେକ୍ଟରରେ ନେଗେଟିଭ୍ ଗ୍ରୋଥ ରହିଛି । ଏହାହିଁ ଜିଡିପିର ଆକାର ବଢ଼ିବା ବଦଳରେ ୦.୩୮ ପ୍ରତିଶତ କମ୍ ହୋଇଛି ।

ବଢ଼ିଛି ଗଧଙ୍କ ସଂଖ୍ୟା
ପାକିସ୍ତାନର ଅର୍ଥନୀତି ଅଧିକାଂଶ କ୍ଷେତ୍ରରେ ନେଗେଟିଭ୍ ଗ୍ରୋଥ ଦେଖିବାକୁ ମିଳିଥିବା ବେଳେ ଗୋରୁ ଚରାଳିଙ୍କ କ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏମାନଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢ଼ିଛି । ଅର୍ଥନୈତିକ ସର୍ଭେରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବର୍ତ୍ତମାନ ଗଧଙ୍କ ସଂଖ୍ୟା ୫୪ ଲକ୍ଷରୁ ବଢ଼ି ୫୫ ଲକ୍ଷରେ ପହଞ୍ଚିଛି ।

ଚୀନକୁ ହେବ ରପ୍ତାନୀ
ପାକିସ୍ତାନ ନିଜ ଗଧମାନକୁ ସବୁଠାରୁ ଅଧିକ ଚୀନକୁ ରପ୍ତାନୀ କରେ । ସେଠାରେ ଏମାନଙ୍କ ଚମଡ଼ାକୁ ବ୍ୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଏ । ତେବେ ଗଧଙ୍କ ସଂଖ୍ୟା ବଢ଼ିବା ଉଭୟ ଚୀନ ଓ ପାକିସ୍ତାନ ପାଇଁ ଖୁସି ଖବର । ତେବେ ଗଧଙ୍କ ସଂଖ୍ୟା ବୃଦ୍ଧି ନେଇ ଚୀନ ପାକିସ୍ତାନରେ କୋଟି କୋଟି ଡଲାର ପୁଞ୍ଜି ନିବେଶ କରୁଛି ।
ମୁମ୍ବାଇରେ ବେକାବୁ କରୋନା, ଦେଶରେ ୩ ଲକ୍ଷ ପାର୍ ହେଲା ଆକ୍ରାନ୍ତଙ୍କ ସଂଖ୍ୟା..
ନୂଆଦିଲ୍ଲୀ: ଦେଶରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୧୦,୯୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ତଥ୍ୟ କହୁଛି । ଖାଲି ସେତିକି ନୁହେଁ ତଥ୍ୟ ଅନୁସାରେ ୩୯୬ ଜଣଙ୍କର ମୃତ୍ୟୁ ହୋଇ ମଧ୍ୟ ହୋଇ ସାରିଲାଣି ।
ତେବେ ସବୁଠୁ ବଡ଼ କଥା ହେଲା ଭାରତରେ ଯେଉଁ ପରିମାଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ତାଠାରୁ ଅଧିକ ପରିମାଣେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ତେବେ ଦେଶରେ ଏବେ ସୁଦ୍ଧା ୧,୪୭,୧୯୫ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୮,୪୯୮ ଜଣଙ୍କର ପ୍ରାଣ ନେଇସାଲାଣି କରୋନା ଭାଇରସ୍ ।
ସେଥିମଧ୍ୟରୁ କେବଳ ମହାରାଷ୍ଟ୍ରରେ ୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ କରୋନା ଦ୍ୱାରା ମାହାରାଷ୍ଟ୍ର ଅଧିକ ପ୍ରଭାବିତ ଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ଏକ ଲକ୍ଷ ପାର କରିଥିବା ବେଳେ ୨୪ ଘଣ୍ଟାରେ ୩୪୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ କରୋନା ସଂକ୍ରମିତଙ୍କ ସଖ୍ୟା କେବଳ ମହାରାଷ୍ଟ୍ରରେ ୧,୦୧,୧୪୧ରେ ପହଞ୍ଚିଛି ।
ହୃଦରୋଗରେ ପୀଡ଼ିତ ଅଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପଚାର
ପୂର୍ବ ତୁଳନାରେ ଆଜିକାଲି ଆମର ଜୀବନଶୈଳୀ ବହୁତ ବଦଳିଛି । ପୂର୍ବରୁ ଅଧିକାଂଶ ଲୋକ ହାତରେ କାମ କରୁଥିଲେ, କିନ୍ତୁ ଯାନ୍ତ୍ରିକତାର ଏହି ଯୁଗ ଆମ ପାଇଁ ସବୁକିଛି ସହଜ କରିଦେଇଛି । ଶାରୀରିକ ବ୍ୟାୟାମର ଅଭାବ ହେତୁ ଅଧିକାଂଶ ଲୋକ ଆଜି ଅନେକ ରୋଗରେ ପୀଡିତ । ଏହି ରୋଗଗୁଡିକ ମଧ୍ୟରୁ ସବୁଠାରୁ ବଡ ରୋଗ ହେଉଛି ହୃଦୟ ସମ୍ବନ୍ଧୀୟ ରୋଗ ଯେପରିକି ଉଚ୍ଚ ରକ୍ତଚାପ, ନିମ୍ନ ରକ୍ତଚାପ, ଷ୍ଟ୍ରୋକ, ହୃଦଘାତ ଏବଂ କୋଲେଷ୍ଟ୍ରଲ ବୃଦ୍ଧି । କିନ୍ତୁ ଏହି ରୋଗରୁ ଦୂରରେ ରହିବା ପାଇଁ, କିଛି ଜିନିଷ ଅଛି ଯାହାକୁ ଆମେ ଘରେ ନିୟମିତ ବ୍ୟବହାର କରିଥାଉ । ଯଦି ସେସବୁର ଖାଇବା ପରିମାଣକୁ ବୃଦ୍ଧି କରିଦିଆଯାଏ ତେବେ ହୃଦୟକୁ ସୁସ୍ଥ ରଖାଯାଇପାରିବ ।

କଣ ପାଇଁ ଦେଖାଦିଏ ହୃଦୟ ସମସ୍ୟା
ଘରୋଇ ରେସିପି ଜାଣିବା ପୂର୍ବରୁ, ହୃଦୟ ଜନିତ ରୋଗ କାହିଁକି ହୁଏ ତାହା ଜାଣଇ ରଖନ୍ତୁ । ବାସ୍ତବରେ, ଅନିୟମିତ ରୁଟିନ୍, ଅତ୍ୟଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ ନକରିବା ଦ୍ୱାରା ଆମ ରକ୍ତ ଧମନୀରେ କୋଲେଷ୍ଟ୍ରଲ୍ର ସ୍ତର ବଢ଼ିଥାଏ । ଯେତେବେଳେ ଶରୀରରେ କୋଲେଷ୍ଟ୍ରଲ ସ୍ତର ବଢେ, ରକ୍ତ ପରିବହନ ପ୍ରଭାବିତ ହୁଏ । ଯଦି ଉଚ୍ଚ କୋଲେଷ୍ଟ୍ରଲ କାରଣରୁ ହୃଦୟକୁ ରକ୍ତ ଯୋଗାଉଥିବା ଧମନୀଗୁଡ଼ିକ ସଂକୁଚିତ ହେବାକୁ ଲାଗେ, ତେବେ ହୃଦୟରେ ଅଧିକ ଚାପ ଆସିବା ଆରମ୍ଭ କରେ ଏବଂ ଶେଷରେ ହୃଦଘାତ ଭଳି ରୋଗ ହୋଇଯାଏ ।

ଘରୋଇ ଉପଚାର ଗ୍ରହଣ କରି ହୃଦୟର ଯତ୍ନ ନିଅନ୍ତୁ
ହୃଦୟକୁ ସୁସ୍ଥ ରଖିବା ପାଇଁ ଘରେ ଔଷଧ ତିଆରି କରାଯାଇପାରିବ । ଏଥିପାଇଁ ଆପଣଙ୍କୁ କେବଳ ପାଞ୍ଚଟି ଜିନିଷ ଦରକାର । ଏହି ପାଞ୍ଚଟି ଜିନିଷ ମଧ୍ୟ ଆପଣଙ୍କ ଘରେ ସହଜରେ ଉପଲବ୍ଧ ହେବ । ଏଗୁଡ଼ିକ ହେଉଛି ରସୁଣ, ଅଦା, ଲେମ୍ବୁ, ଆପୁଲ ଭିନେଗାର ଏବଂ ମହୁ ।

ଏହିପରି ଔଷଧ ପ୍ରସ୍ତୁତ କରନ୍ତୁ
ରସୁଣ, ଅଦା, ଲେମ୍ବୁର ଏକ କପ୍ ଶୁଦ୍ଧ ରସ ବାହାର କରନ୍ତୁ । ସାବଧାନ ରୁହନ୍ତୁ ଏଥିରେ ଗୋଟିଏ ବୁନ୍ଦା ପାଣି ମିଶାନ୍ତୁ ନାହିଁ । ଏହି ମିଶ୍ରଣରେ ତିନି କପ୍ କପ୍ ଭିନେଗାର ମିଶାନ୍ତୁ । ବର୍ତ୍ତମାନ ଆପଣ ସମୁଦାୟ ଚାରି କପ୍ ମିଶ୍ରଣ ପ୍ରସ୍ତୁତ ହୋଇଯାଇଛି । ଏହି ମିଶ୍ରଣକୁ ତିନି କପ୍ ପର୍ଯ୍ୟନ୍ତ ବାଷ୍ପୀଭୂତ ହେବାଯାଏଁ ଫୁଟାନ୍ତୁ, ପରେ ଏହାକୁ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ । ଯେତେବେଳେ ଏହା ଥଣ୍ଡା ଏବଂ ମୋଟା ହୋଇଯିବ, ସେଥିରେ ତିନି କପ୍ ଶୁଦ୍ଧ ମହୁ ମିଶାଇ ଏହାକୁ ଏକ ଗ୍ଲାସ୍ ବୋତଲରେ ଭରନ୍ତୁ ଏବଂ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଚାମଚ ଗରମ ପାଣିରେ ମିଶାଇ ପିଅନ୍ତୁ । ଏହି ଔଷଧ ହୃଦୟ ସହିତ ଜଡିତ ରୋଗକୁ ଭଲ କରିଥାଏ । କୋଲେଷ୍ଟ୍ରଲ ମଧ୍ୟ ହ୍ରାସ କରିବା ସହିତ ବ୍ଲୋକେଜ ମଧ୍ୟ ଦୂର କରିଥାଏ ।

ସବୁକିଛି ହୃଦୟ ପାଇଁ ଲାଭଦାୟକ
ରସୁଣ: ରସୁଣରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନ ଥାଏ ଯାହା ରକ୍ତଚାପକୁ ସନ୍ତୁଳିତ କରିଥାଏ । କୁହାଯାଏ ଯେ ପ୍ରତିଦିନ କଞ୍ଚା ରସୁଣ ଲବଙ୍ଗ ଖାଇବା ଦ୍ୱାରା ହୃଦଘାତ ହୁଏ ନାହିଁ।
ଅଦା: ଅଦା ପ୍ରୋଟିନ୍, ଆଇରନ୍ ଏବଂ କ୍ୟାଲସିୟମ୍ ର ଉପାଦାନ ଧାରଣ କରିଥାଏ ଯାହା ଶରୀରରେ ସମସ୍ତ ଆବଶ୍ୟକତା ପୂରଣ କରିଥାଏ, ଅଦା ଶରୀରରେ ରକ୍ତ ଜମାଟ ବାନ୍ଧିବାରେ ରୋକିଥାଏ । ମିନିଷ୍ଟା ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଅଦା ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର କମିଯାଏ ।
ଲେମ୍ବୁ: ଲେମ୍ବୁ ପ୍ରଚୁର ପରିମାଣର ଭିଟାମିନ୍ ସି ରହିଥାଏ ଯାହା ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ କୋଲେଷ୍ଟ୍ରଲ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।
ମହୁ: ମହୁରେ ଭିଟାମିନ୍, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଉପାଦାନ ଥାଏ । ମହୁ ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାକୁ ଖାଇଲେ କୋଲେଷ୍ଟ୍ରଲ ମଧ୍ୟ କମିଯାଏ ।
ହସ୍ପିଟାଲରୁ ଲୁଚି ଆସିଲେ କରୋନା ରୋଗୀ: ଧରିବାରେ ସହାୟତା କରି କ୍ୱାରେଣ୍ଟାଇନ୍କୁ ଗଲେ ସ୍ଥାନୀୟ ଲୋକେ
ଭୁବନେଶ୍ୱର: ଲୁଚି ଆସିଲେ ଚିକିତ୍ସାଧିନ କରୋନା ରୋଗୀ । କୋଭିଡ ହସ୍ପିଟାଲରୁ ଲୁଚି ଆସିଲେ ବୃଦ୍ଧ କରୋନା ରୋଗୀ । ଘଟଣା ସମ୍ପର୍କରେ ଅବଗତ ହେବା ପରେ କଳିଙ୍ଗ ଷ୍ଟୁଡିଓ ଛକ ନିକଟସ୍ଥ ତାରିଣୀ ହାଟ ନିକଟରୁ ପୋଲିସ ସହାୟତାରେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ପୁନର୍ବାର ନିକଟସ୍ଥ କୋଭିଡ ହସ୍ପିଟାଲକୁ ନେଇଛନ୍ତି ଡାକ୍ତରୀ ଦଳ ।

ତେବେ ଉଦ୍ଧାର ବେଳେ ବୃଦ୍ଧଙ୍କର ହାତ ଗୋଡ ବନ୍ଧା ଥିବା ଦେଖିବାକୁ ମିଳିଥିଲା । ବୃଦ୍ଧ ଜଣଙ୍କ ଘର ଭଦ୍ରକ ବୋଲି ଜଣାପଡିଛି । ତାଙ୍କ ପରିବାର ମଧ୍ୟ କରୋନା ପଜିଟିଭ୍ ଥିବା ସନ୍ଦେହ ହେବାପରେ ଏମ୍ସ୍ରେ ଭର୍ତ୍ତି ହୋଇଥିଲେ । ବୃଦ୍ଧ ଜଣକ ପଜିଟିଭ୍ ବାହାରିବା ପରେ ସ୍ଥାନୀୟ ଏକ କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରୁ ବୃଦ୍ଧ ଜଣକ କାଗଜପତ୍ର କାମ ଚାଲିଥିବା ବେଳେ ଖସି ପଳାଇଆସିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବାପରେ ତିନି ଜଣ ସ୍ଥାନୀୟ ଲୋକ ବୃଦ୍ଧଙ୍କୁ ପାଇ ହାତ ଗୋଡ ବାନ୍ଧି ଦେଇଥିଲେ । ବୃଦ୍ଧଙ୍କ ସଂସ୍ପର୍ଶରେ ଆସିଥିବା ସେହି ତିନି ଜଣଙ୍କ ସମେତ ପୂରା ତାଙ୍କ ପରିବାରକୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । କଳିଙ୍ଗ ଷ୍ଟୁଡିଓ ଛକରେ ଆଉ କେହି ବୃଦ୍ଧଙ୍କ ସଂସ୍ପର୍ଶରେ ଆସିଛନ୍ତିକି ନାହିଁ ସେନେଇ ବିଏମ୍ସି ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ଜିଓ ଫାଇବର ଗ୍ରାହକଙ୍କୁ ବର୍ଷେ ପାଇଁ ଆମାଜନ ପ୍ରାଇମ ଭିଡିଓ ସବସ୍କ୍ରିପସନ ଫ୍ରୀ
ନୂଆଦିଲ୍ଲୀ- ରିଲାଏନ୍ସ ଜିଓ ନିଜର ସମସ୍ତ ଜିଓ ଫାଇବର ଗ୍ରାହକଙ୍କୁ ଏକ ବର୍ଷ ପାଇଁ ମାଗଣା ଆମାଜନ ପ୍ରାଇମ ଭିଡିଓର ସବସ୍କ୍ରିପସନ ଦେବା ପାଇଁ ଘୋଷଣା କରିଛି । ଏଥିପାଇଁ ଗ୍ରାହକଙ୍କ ଠାରୁ କୌଣସି ଅତିରିକ୍ତ ଚାର୍ଜ ନିଆଯିବନାହିଁ । ଜିଓର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଜିଓ ଫାଇବରର ଗୋଲ୍ଡ, ଡାଇମଣ୍ଡ, ପ୍ଲାଟିନମ୍ ଏବଂ ଟାଇଟାନିୟମ୍ ଯୋଜନାର ଗ୍ରାହକମାନେ ମାଗଣାରେ ଆମାଜନ ପ୍ରାଇମ ଭିଡିଓ ସବସ୍କ୍ରିପସନ୍ ପାଇବେ।

JIOFiber ବ୍ୟବହାରକାରୀମାନେ ଆଜି ତଥା ଜୁନ୍ ୧୨ ତାରିଖରୁ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’କୁ ଉପଭୋଗ କରିପାରିବେ । ଜଣାଇ ରଖୁଛୁ ଯେ, ଆମାଜନ ପ୍ରାଇମ ଭିଡିଓରେ ‘ଗୁଲାବୋ ସିତାବୋ’ ଆଜି ମୁକ୍ତିଲାଭ କରିଛି। ଏଥିସହିତ ଆମାଜନ୍ ପ୍ରାଇମ୍ ଭିଡିଓରେ ଅନେକ ଚଳଚିତ୍ର ରିଲିଜ୍ ପାଇଁ ଧାଡିରେ ରହିଛନ୍ତି । ଆମାଜନ ପ୍ରାଇମ ଭିଡିଓ (ହିନ୍ଦୀ, ଇଂରାଜୀ, ମରାଠୀ, ତାମିଲ, ମାଲାୟାଲମ, ଗୁଜୁରାଟୀ, ତେଲୁଗୁ, କନ୍ନଡ, ପଞ୍ଜାବୀ ଏବଂ ବଙ୍ଗାଳୀ) ଗ୍ରାହକମାନେ ଆମାଜନ ଉତ୍ପାଦ ଉପରେ ଡେଲିଭରୂ ଚାର୍ଜ ଲାଗେନାହିଁ ଏବଂ ଡେଲିଭରୀ ଶୀଘ୍ର ହୋଇଥାଏ ।
What's up, @reliancejio? pic.twitter.com/5eMFgoHwO8
— prime video IN (@PrimeVideoIN) June 12, 2020
ଜିଓ ଅନୁଯାୟୀ, ସିଲଭର ଏବଂ ବ୍ରୋଞ୍ଜ ଯୋଜନା ଥିବା ଗ୍ରାହକମାନେ ଏହି ରୋମାଞ୍ଚକର ଅଫର ପାଇବାକୁ JioFiber Gold କିମ୍ବା ତାଠାରୁ ଅଧିକ ରିଚାର୍ଜ ଏବଂ ଅପଗ୍ରେଡ୍ କରିପାରିବେ । ଏହି ଅଫରର ଲାଭ ଉଠାଇବାକୁ, MyJio ଆପ୍ କିମ୍ବା Jio.com କୁ ଯାଆନ୍ତୁ ଏବଂ ଆପଣଙ୍କର JioFiber ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ । ଏହା ପରେ, ୧ ବର୍ଷର ଆମାଜନ ପ୍ରାଇମ ମେମ୍ବରସିପ୍ ବ୍ୟାନରରେ କ୍ଲିକ୍ କରନ୍ତୁ ଏବଂ ଆମାଜନ ପ୍ରାଇମ ଆକାଉଣ୍ଟକୁ ସାଇନ୍ ଇନ୍ କରନ୍ତୁ ।

