ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତ ଚିହ୍ନଟ, ଯୋଡ଼ି ହେଲା ବୌଦ୍ଧ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭୭ରେ ପହଞ୍ଚିଛି । ଗଞ୍ଜାମରୁ ୭ଟି, ଯାଜପୁରରୁ ଗୋଟିଏ, ଅନୁଗୁଳରୁ ୨, ପୁରୀରୁ ୨ ଜଣ ଲେଖାଏଁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ପ୍ରଥମ କରି ୩ଟି ସଂକ୍ରମଣ ମାମଲା ଆସିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ୱେବସାଇଟରେ ସୂଚନା ଦେଇଛି ।

୭ ସଂକ୍ରମିତଙ୍କ ସହ ଗଞ୍ଜାମରେ ସଂଖ୍ୟା ବୃଦ୍ଧି ପାଇ ୧୨୫ରେ ପହଞ୍ଚିଛି । ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଛୁଇଁଥିବା ବେଳେ ୨ ନୂଆ ସଂକ୍ରମିତଙ୍କ ସହ ଅନୁଗୁଳରେ ଗୋଟିଏ ଦିନରେ ୧୫ ଜଣ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜଣେ ସଂକ୍ରମିତ ସୁସ୍ଥ ହେବା ପରେ ଗ୍ରୀନ୍ ଜୋନରେ ଥିବା ପୁରୀରେ ୨ଟି ନୂତନ ସଂକ୍ରମଣ ମାମଲା ଆସିଛି ।

ଗ୍ରୀନ୍ ଜୋନରେ ଥିବା ବୌଦ୍ଧରେ ଖାତା ଖୋଲିଛି କରୋନା । ପ୍ରଥମ କରି ଜିଲ୍ଲାରେ ୩ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭୭ରେ ପହଞ୍ଚିଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦୬ ରହିଥିବା ବେଳେ ୬୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଭଦ୍ରକରୁ ଆଉ ୬, ଯାଜପୁରରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

Leave a Reply