ଲକ୍‌ଡାଉନ୍‌ ଯୋଗୁଁ ପ୍ରଭାବିତ ହେବ ଦେଶର ଜିଡିପି: ଶୂନ ରୁ -୨% ମଧ୍ୟରେ ରହିବ ଅଭିବୃଦ୍ଧି ହାର

1 min read

ନୂଆଦିଲ୍ଲୀ: ଲକଡାଉନ୍‌ ଯୋଗୁଁ ତଳମୁହାଁ ହେବ ଦେଶର ଜିଡିପି । କରୋନା ମୁକାବିଲା ନେଇ ଲକଡାଉନ୍ ନିଷ୍ପତ୍ତି ବହୁ ମାତ୍ରାରେ ଉପଯୋଗୀ ହୋଇଥିବା ବେଳେ ଦେଶର ଅର୍ଥନୀତିକୁ ଅଧିକରୁ ଅଧିକ ଗମ୍ଭୀର କରୁଛି ।  ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଇ ୧୭ ଯାଏଁ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତି ଦେଶର ଅର୍ଥନୀତିକୁ ସଂକଟ ଆଡ଼କୁ ନେଇଯାଉଛି ବୋଲି ମତ ଦେଇଛନ୍ତି ଅର୍ଥନୈତିକ ବିଷାରଦ ।

Economy News In Hindi : corona ; market crisis ; economy ; Weak ...

ଏହି ଲକ୍‌ଡାଉନ୍ ସମୟରେ ମ୍ୟାନୁଫ୍ୟକ୍ଚରିଂ ଏବଂ ସର୍ଭିସ ସେକ୍ଟର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଦେଶର ଜିଡିପିରେ ଏହି ୨ ସେକ୍ଟରର ୮୦% ଅବଦାନ ରହିଥାଏ । ଏହି ୨ ସେକ୍ଟର ସ୍ଥାଣୁ ପାଲଟିବା ପରେ ଦେଶର ଅଭିବୃଦ୍ଧି ହାର ସ୍ଥିର ରହିପାରେ ।

Key trends governing manufacturing industries in India

ପୂର୍ବର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଶର ଅଭିବୃଦ୍ଧି ୫ରୁ ୬.୫ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଥିବା ବେଳେ କୋଭିଡ-୧୯ ଜନିତ ପରିସ୍ଥିତି ଯୋଗୁଁ ଏଥିରେ ପରିବର୍ତ୍ତନ ଆସିଛି । ଦେଶରେ ଲକ୍‌ଡାଉନ୍ ପର୍ଯ୍ୟାୟ ବଢ଼ିବାରେ ଲାଗିଥିବା ବେଳେ ଜାତୀୟ ଅଭିବୃଦ୍ଧିକୁ ହାରକୁ ନେଇ ପୂର୍ବାନୁମାନରେ ସଂଖ୍ୟା କମାଇବାରେ ଲାଗିଛନ୍ତି ବିଶେଷଜ୍ଞ ।

Blow to India: Moody's cuts credit rating outlook to negative ...

ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ବେଳେ ସରକାରଙ୍କ ପକ୍ଷରୁ କିଛି କଟକଣାକୁ କୋହଳ କରାଯାଇଛି । ଯାହା ଦ୍ୱାରା କିଛି ନିର୍ଦ୍ଧିଷ୍ଟ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସାମାଜିକ ଦୂରତ୍ୱକୁ ରକ୍ଷା କରି କାର୍ଯ୍ୟ କରିହେବ । କିନ୍ତୁ ଏ ସବୁ ଅଞ୍ଚଳରେ ନିୟମିତ ଭାବେ ସଂକ୍ରମିତ ଚିହ୍ନଟ ପରେ ରେଡ୍ ଜୋନ୍‌ ଗୁଡ଼ିକରେ ଶିଳ୍ପାନୁଷ୍ଠାନ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିନାହିଁ ।

ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ୍, ଉତ୍ତର ପ୍ରଦେଶ, ତାମିଲନାଡ଼ୁରେ ଥିବା ପ୍ରମୁଖ ଶିଳ୍ପାନୁଷ୍ଠାନ ଗୁଡ଼ିକର ଅବସ୍ଥା ଦୟନୀୟ ହେଲାଣି ।     ଏଭଳି ପରିସ୍ଥିତିରେ ଦେଶର ଆର୍ଥିକ ଅଭିବୃଦ୍ଧି ଶୂନ ପ୍ରତିଶତ ରହିବ ବୋଲି ଶୁକ୍ରବାର କ୍ରେଡିଟ୍ ରେଟିଂ ଏଜେନ୍ସିଂ ମୁଡିସ୍ ପକ୍ଷରୁ ଆକଳନ କରାଯାଇଛି ।

ତେବେ ମ୍ୟାନୁଫେକ୍ଚରିଂ ସେକ୍ଟରକୁ ସ୍ୱାଭାବିକ ହେବାକୁ ହେଲେ ଶ୍ରମିକଙ୍କ କାର୍ଯ୍ୟ କ୍ଷେତ୍ରକୁ ଫେରିବା ନିହାତି ଆବଶ୍ୟକ । ଏହାଦ୍ୱାରା ସପ୍ଳାୟ ଚେନ୍‌ ଖୁବଶୀଘ୍ର ସ୍ୱାଭାବିକ ହେବ । କିନ୍ତୁ ଏଭଳି ପରିସ୍ଥିତିରେ ପ୍ରବାସୀ ଶ୍ରମିକ ଖୁବ୍‌ଶୀଘ୍ର ଫେରିବା ଭଳି ମନେ ହେଉନି ଯାହା ଦ୍ୱାରା ଉତ୍ପାଦନ ଶିଳ୍ପ ସ୍ୱାଭାବିକ ହେବା ନେଇ ଆଶଙ୍କା ଦେଖାଦେଇଛି । ଯଦି ଶୀଘ୍ର ସ୍ଥିତି ସ୍ୱାଭାବିକ ନହୁଏ ତା’ହେଲେ ଜିଡିପି ଅଭିବୃଦ୍ଧି ୧.୯ରୁ ୨.୧ ମଧ୍ୟରେ ରହିବ ।

Leave a Reply