spot_img
Home Blog Page 7120

ଆଜିଠୁ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୨ ସପ୍ତାହ ଧରି ଦେଶରେ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ଆଜିଠୁ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଅପରାହ୍ନ ୩ଟାରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟଙ୍କ ସହ ଭିଡିଓ କନଫରେନ୍‌ସିଂରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି । ଦେଶରେ ଅନ୍‌ଲକ୍‌ ୧.୦ ଜାରି ରହିଥିବା ବେଳେ ଏହାର ଅବଧି ବୃଦ୍ଧି ହେବ କି ନାହିଁ ସେନେଇ ମଧ୍ୟ ଆଲୋଚନା ହୋଇପାରେ।

Modi Meeting
File pic

ଆଜି କେରଳ, ଆସାମ, ପଞ୍ଜାବ ସମେତ ସମସ୍ତ ପୂର୍ବୋତ୍ତର ରାଜ୍ୟ ସାମିଲ ହେବେ । ସେହିପରି ଆସନ୍ତାକାଲି ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଦିଲ୍ଲୀ ପରି ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ କାଲି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଜାମ୍ମୁକାଶ୍ମୀରରେ ପୁଣି ୩ ଆତଙ୍କୀ ନିହତ

ସୋପିଆଁ: ଜମ୍ମୁକାଶ୍ମୀରରେ ପୁଣି ସୁରକ୍ଷାବଳ ଓ ଆତଙ୍କୀ ମୁହାଁମୁହିଁ। ସୋପିଆଁ ଜିଲ୍ଲାର ତୁର୍କୱାନଗାମ ଅଞ୍ଚଳରେ ଆତଙ୍କୀ ଡେରା ପକାଇଥିବା ଖବର ପାଇ ସେନା ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏବଂ ସୁରକ୍ଷାବଳଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯୋଜନାରେ ଫସି ଯାଇଥିଲେ ଆତଙ୍କୀ । ଏହାପରେ ସୁରକ୍ଷାବଳଙ୍କ ଗୁଳିରେ ହିଁ  ୩ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ଏବେବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ପୂର୍ବରୁ ଜମ୍ମୁକାଶ୍ମୀରର ସୋପିଆଁ ପୁଲୱାମା, କୁଲଗାମ ଓ ଅନନ୍ତନାଗରେ ସୁରକ୍ଷାବଳ ଓ ଆତଙ୍କୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଇ କିଛିଦିନ ମଧ୍ୟରେ ପାଖାପାଖି ୨୦ କିମ୍ବା ତାଠାରୁ ଅଧିକ ଆତଙ୍କୀଙ୍କୁ ଏନକାଉଣ୍ଟର କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ ।

ମହାପ୍ରଭୁଙ୍କ ଉପରେ ପ୍ରଭାବ ପକାଇବ ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ଔଷଧ  

ପୁରୀ: ଆଜି ସୁସ୍ଥ ହେବେ ମହାପ୍ରଭୁ । ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ଚକାବିଜେ ନୀତି । ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇ ବେହେରଣ ଦ୍ଵାର ଫିଟା ଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ । ଦଇତାପତି ଓ ବିଦ୍ୟାପତି ମାନେ ଶ୍ରୀଜିଉମାନଙ୍କୁ ଚକା ଉପରେ ଚକା ବିଜେ କରାଇବା ସହ ଚକଟା ଓ ପଣା ଭୋଗ ଲାଗି କରିବେ ।

ଏହାସହ ଆଜି ଦଶମୀ ମଳ ଅବସରରେ ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଦଶମୂଳ ଔଷଧ ଶ୍ରୀମନ୍ଦିରକୁ ଯିବ । ଅନ୍ୟପଟେ ଗତକାଲି ତିନି ରଥର ଦୁଆର ବେଢା ଯୋଖା ଯାଇଥିବା ବେଳେ ଆଜି କଳସ, ବେଦୀ ସିଂହାସନ, ପାର୍ଶ୍ୱ ଦେବାଦେବୀ ରଥରେ ଯୋଖାଯିବ ।

ଦେଶରେ ୩ ଲକ୍ଷ ୩୮ ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା… ମୃତ୍ୟୁ ସଂଖ୍ୟା ୯ ହଜାର ୬ ଶହ ଟପିଲା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୫୦୨ ସଂକ୍ରମିତ ହୋଇଥିବା ବେଳେ ୩୨୫ ଜଣ ପ୍ରାଣ ହରାଇଛନ୍ତି । ଆଉ ଦୁଇ ଦିନ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ଦିନକୁ ୧୨ ହଜାର ଟପିବ ବୋଲି ଅନୁମାନ କରାଯାଉଛି । ଦେଶରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୬ ଶହ ଟପିଛି। ସେହିପରି ମୋଟ୍‌ ସଂକ୍ରମିତ ୩ ଲକ୍ଷ ୩୮ ହଜାର ପାର ହୋଇଛି।

ଦେଶରେ ବଢୁଛି କରୋନା… ମହାରାଷ୍ଟ୍ରରେ ଲକ୍ଷେରୁ ଅଧିକ ସଂକ୍ରମିତ

ଆକ୍ଟିଭ ମାମଲା ୧ ଲକ୍ଷ ୫୫ ରୁ ଅଧିକ ରହିଥିବା ବେଳେ ୧ ଲକ୍ଷ ୭୩ ହଜାରରୁ ଅଧିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନା ସ୍ଥିତି ସାଂଘାତିକ ରହିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧ ହଜାର ୬୬୬ ଓ ଦିଲ୍ଲୀରେ ୧ ହଜାର ୬୪୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୮ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ହଜାର ପାଖାପାଖି ପହଞ୍ଚିଛି । ତାମିଲନାଡୁ ଆକ୍ରାନ୍ତ ସଂଖ୍ୟା ୪୬ ହଜାର ଓ ଦିଲ୍ଲୀରେ ୪୨ ହଜାର ପାର କରିଛି ।

ଏହି ରାଶିର ଲୋକମାନଙ୍କର ବଢିପାରେ ପାରିବାରିକ ଚିନ୍ତା… ପ୍ରେମୀ ଯୁଗଳଙ୍କ ପାଇଁ ଆଜି ଦିନଟି ଅଶୁଭ

ଜୁନ ୧୬, ୨୦୨୦ ମସିହା, ମିଥୁନ ୨ ଦିନ,

୧୯୪୨ ଶକାବ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଆଷାଢ ମାସ କୃଷ୍ଣପକ୍ଷ ଦଶମୀ

ଅଶ୍ୱିନୀ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର ରହୁଛନ୍ତି

ଘାତବାର- ମକର ରାଶିର

ଘାତଚନ୍ଦ୍ର- ମେଷ ରାଶିର ଘାତଚନ୍ଦ୍ର

ଯୋଗିନୀ ଉତ୍ତରେ ରହିବେ ସକାଳ ୫ ଟା ୪୩ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ରହିବେ ଆଗ୍ନେୟ କୋଣରେ

ଶୁଭ ସମୟ- ସକାଳ ୮ ଟା ୪୪ ପରେ ଦିନ ୧୧ ଟା ୨୧ ମଧ୍ୟରେ

ଅଶୁଭ ସମୟ-ଦିନ ୩ ଟା ୦୪ ମିନିଟ୍‌ ରୁ ଦିନ ୪ ଟା ୪୬ ମଧ୍ୟରେ

ଆଜି ଶିମ୍ବ ଖାଇବା ମନା

ମେଷ ରାଶି

ଅଶ୍ୱିନୀ – ବ୍ୟବସାୟରେ ବାଧା,ବିଘ୍ନ ସବୁ ଦୁର ହୋଇଯିବ

ଦ୍ୱିଜା- ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ

କୃତ୍ତିକା- ଅନେକ ସମସ୍ୟାର ସମାଧାନ ହେବାର ଯୋଗ ରହିଛି

ଡାଲିଚିନି ପାଖରେ ରଖି କାର୍ଯ୍ୟ କରନ୍ତୁ

ବୃଷ ରାଶି

କୃତ୍ତିକା – ମହିଳାମାନଙ୍କର ସମସ୍ୟାର ଦିନ, ଚିନ୍ତାରେ ଦିନ କାଟିବେ

ରୋହିଣୀ- ମୁଣ୍ଡରେ କୈାଣସି ସ୍ଥାନରେ ଆଘାତ ଲାଗିପାରେ

ମୃଗଶିରା- ମାନସିକ ଚିନ୍ତା ଦିନ ସାରା ଲାଗି ରହିପାରେ

କିଛି ତେଜପତ୍ର ମନ୍ଦିରରେ ଦାନ କରନ୍ତୁ

ମିଥୁନ ରାଶି

ମୃଗଶିରା- ବଡଭାଇଙ୍କର ଆର୍ଥିକ ସାହାଯ୍ୟରେ କାମ ସଫଳ ହେବ

ଆର୍ଦ୍ରା- ମାନସମ୍ମାନ ବୃଦ୍ଧି ପାଇବା ସହ ଦିନଟି ଭଲରେ କଟିବ

ପୁନର୍ବସୁ- ମହିଳାମାନେ ଆଜି ଦିନରେ ଧର୍ମପ୍ରତି ମନ ବଦଳାଇବେ

ମସୁର ଡାଲି ସ୍ରୋତ ନଦୀରେ ବସାଇ ଦିଅନ୍ତୁ

କର୍କଟ ରାଶି

ପୁନର୍ବସୁ – ଚାକିରୀ କ୍ଷେତ୍ରରେ ଉନ୍ନତି ଘଟିବ

ପୁଷ୍ୟ।- ଅଟକି ରହିଥିବା ଅର୍ଥ ଆଜି ମିଳିବାର ସମ୍ଭାବନା

ଅଶ୍ଳେଷା- କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଦ୍ଵାରା ସଫଳତା ପାଇବେ

ବେସଲରେ ଲଡୁ କରି ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ

ସିଂହ ରାଶି

ମଘା- ଜ୍ୟୋତିଷ ବିଦ୍ୟା ପ୍ରତି ଆଗ୍ରହ ବଢିବ

ପୂର୍ବା ଫାଲଗୁନି- ଗୁରୁଜନଙ୍କ ଠାରୁ ଆର୍ଶିବାଦ୍‌ ପାଇବେ, ଦିନଟି ଶୁଭରେ କଟିବ

ଉତ୍ତରାଫାଲଗୁନି- ପିତାଙ୍କ ସାହାଯ୍ୟରେ କର୍ମ,ବ୍ୟବସାୟରେ ଲାଭ

ଓଁ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି- ଅଗ୍ନିପ୍ରତି ବିପଦ ରହିଛି, ସତର୍କ ରୁହନ୍ତୁ

ହସ୍ତା- ଅର୍ଥ ଚିନ୍ତା ବ୍ୟସ୍ତ କରିଦେବ

ଚିତ୍ରା- ବିଦେଶରୁ କୈାଣସି ଦୁଃଖ ଖବର ପାଇପାରନ୍ତି

ସବୁଜ ରଙ୍ଗର ବସ୍ତ୍ର ଆଜି ଦିନରେ ଧାରଣ କରନ୍ତୁ

ତୁଳା ରାଶି

ଚିତ୍ରା – ବନ୍ଧୁଙ୍କର ସାହାଯ୍ୟରେ ନୂତନ ବ୍ୟବସାୟ ଆରମ୍ଭ କରିବେ

ସ୍ୱାତୀ- ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ

ବିଶାଖା- ବ୍ୟବସାୟରୁ ଲାଭ ପାଇବେ

ଆଜି ଦିନରେ ତୁଳସୀ ବୃକ୍ଷ ମନ୍ଦିରରେ ରୋପଣ କରନ୍ତୁ

ବିଛା ରାଶି

ବିଶାଖା – ଶରୀରକୁ ନେଇ ଚିନ୍ତା ବଢିବ

ଅନୁରାଧା- ଶତ୍ରୁମାନେ ପରାଜିତ ହେବେ

ଜ୍ୟୋଷ୍ଠା- ପାରିବାରିକ ଚିନ୍ତା ବଢିପାରେ, ଜଗି ରଖି ଚଳନ୍ତୁ

କୈାଣସି ନାରୀକୁ କ୍ଷୀର ଦାନ କରନ୍ତୁ

ଧନୁ ରାଶି

ସନ୍ତାନମାନଙ୍କ କ୍ଷେତ୍ରରେ ଉନ୍ନତି ଯୋଗୁ ଖୁସିରେ ରହିବେ

ପୂର୍ବାଷାଢା- କିଛି ନୂଆ ଆଭୁଷଣ କିଣିବାର ସୁଯୋଗ ପାଇପାରନ୍ତି

ଉତ୍ତରାଷାଢା- ପ୍ରେମ ସଂପର୍କରେ ଝଗଡା ହୋଇପାରେ

ଅସହାୟ ବୃଦ୍ଧକୁ ମିଠା ଦହି ଦାନ କରନ୍ତୁ

ମକର ରାଶି

ଉତ୍ତରାଷାଢା – ମା’ଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ପଡିବେ

ଶ୍ରବଣା- ଆଜି କିଛି ଅଘଟଣ ଘଟିପାରେ, କଥାବାର୍ତ୍ତା ଠିକ୍‌ ରଖିବେ

ଧନିଷ୍ଠା- ଇଛା ବିରୁଦ୍ଧରେ କିଛି ବି କରନ୍ତୁ ନାହିଁ, ସମସ୍ୟାରେ ପଡିବେ

ମହୁ ଜଳ କିଛି ଶିବ ଲିଙ୍ଗରେ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- କୈାଣସି କଥାକୁ ନେଇ ଅନୁତପ୍ତ ହୋଇପାରନ୍ତି

ଶତଭିଷା- ଭାଇଭଉଣୀଙ୍କ ଠାରୁ ଖୁସି ଖବର ପାଇପାରନ୍ତି

ପୂର୍ବଭାଦ୍ରପଦ- ବ୍ୟବସାୟକୁ ନେଇ ଅସନ୍ତୋଷ ବଢିପାରେ

ଚନ୍ଦନ ଟିକା ମଥାରେ ଧାରଣ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ଇଛା ନଥିଲେ ମଧ୍ୟ କୈାଣସି ଘଟଣାରେ ଫସିପାରନ୍ତି

ଉତ୍ତରଭାଦ୍ରପଦ- ନିଜର କଳାକୁ ନେଇ ପ୍ରଶଂସିତ ହେବେ

ରେବତୀ- ଗୁରୁଙ୍କ ଠାରୁ ଉଚ୍ଚ ପ୍ରଶଂସା ପାଇପାରନ୍ତି

କ୍ଷୀରଗୁଡକୁ ମିଶାଇ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ

 

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 8984684801

ଛତିଶଗଡ଼ରେ ପଶିଲେ ପଙ୍ଗପାଳ: ସୁନ୍ଦରଗଡ଼ରେ ହାଇଆଲର୍ଟ

ସୁନ୍ଦରଗଡ଼: ଛତିଶଗଡ଼ କୋରିଆ ଜିଲ୍ଲାରେ ପଙ୍ଗପାଳ ପଶିବା ପରେ ଛତିଶଗଡ଼ ସୀମାକୁ ଲାଗିରହିଥିବା ସୁନ୍ଦରଗଡ଼ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାଇଆଲର୍ଟ ଜାରିକରିଛି କୃଷି ବିଭାଗ। ତେବେ ଆଜି ସୁନ୍ଦରଗଡ଼ର ହେମଗିରି ବ୍ଲକର ଘୋଘରପାଲି ନିକଟସ୍ଥ ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ପଙ୍ଗପାଳ ପରି ଦିଶୁଥିବା ପୋକକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

ଅରଖ, ବର ଓ ଅନ୍ୟାନ୍ୟ ଗଛର ପତ୍ର ଖାଇ ଗଛକୁ ଲଣ୍ଡା କରିଦେଉଥିବା ଦେଖି ସ୍ଥାନୀୟ ଲୋକେ କୃଷି ବିଭାଗକୁ ଖବର ଦେବାପରେ ଜିଲା କୃଷି ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଆସି କୀଟକୁ ଅନୁଧ୍ୟାନ କରିଛନ୍ତି। ଏହାଛଡା କିଛି କିଟଙ୍କୁ ପରୀକ୍ଷାପାଇଁ OUAT ପଠାଯିବବୋଲି ସୂଚନା ଦେଇଛନ୍ତି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଲଷ୍ମୀପ୍ରିୟା ପ୍ରଧାନ।

ରାଜ୍ୟରେ ସକ୍ରିୟ ହେଲା ମୌସୁମୀ: ୫ ଦିନ ଯାଏଁ ଅବିଶ୍ରାନ୍ତ ବର୍ଷା

ଭୁବନେଶ୍ୱର: ପୁଣି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୧୯ ତାରିଖରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ । ଏହାସହ ଟ୍ରପଲାଇନ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବ । ଏଥିପାଇଁ ଉତ୍ତର ଓ ଉପକୂଳ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଚଳିତ ସିଜିନ୍‌ରେ ମାତ୍ର ୫ ଟି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲା ଗୁଡିକରେ ସ୍ୱାଭାବିକ ଠାରୁ ଅଧିକ ବଷା ରେକର୍ଡ କରିଛି ପାଣିପାଗ କେନ୍ଦ୍ର ।

ପୂରା ଓଡ଼ିଶାରେ ଏବେ ବଷାର ରାଜୁତି । ଉପାନ୍ତରୁ ଉପକୂଳ ସବୁଠି ଆକାଶରେ କଳାହାଣ୍ଡିଆ ମେଘମାଳା । କେଉଁଠି ଢାଳୁଛି ତ କେଉଁଠି ମାଡିମାଡି ରହୁଛି । ଆଉ କେଉଁଠି ତୁହାକୁ ତୁହା ବର୍ଷା ।

ରାଜସ୍ଥାନ – ପଶ୍ଚିମବଙ୍ଗ ମୃଧ୍ୟରେ ଥିବା ଟ୍ରପ୍‌ ଲାଇନ୍‌ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିଛି । ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପ ପ୍ରଭାବରେ ନବରଙ୍ଗପୁର, କୋରାପୁଟ, ଜଗତସିଂହପୁର, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବରଗଡ଼ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ଜିଲ୍ଲାର ଚାଷୀମାନଙ୍କୁ ସତର୍କ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରେ ମଧ୍ୟ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବ ବୋଲି କୁହାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟତା ଏବଂ ପୁଣି ବଙ୍ଗୋପସାଗରରେ ଆସୁଥିବା ଲଘୁଚାପକୁ ଦୃଷ୍ଟିରେ ରଖି ୫ ଦିନ ଯାଏଁ ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଚଳିତ ବର୍ଷ ଜୁନ୍‌ ୧୫ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଗଞ୍ଜାମ, ଗଜପତି, ଝାରସୁଗୁଡା, ଢେଙ୍କାନାଳ ଏବଂ ଭଦ୍ରକରେ ଆବଶ୍ୟକତା ଠାରୁ ଢେର ଅଧିକ ବର୍ଷା ହୋଇଛି । ତେବେ ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା, ଯାଜପୁର ଓ କେନ୍ଦ୍ରାପଡାରେ ସ୍ୱାଭାବିକ ଠାରୁ କମ୍‌ ପରିମାଣର ବର୍ଷା ହୋଇଛି ।

ମହିଳାଙ୍କ ଅଭିଯୋଗ ପରେ ନିଲମ୍ୱିତ ହେଲେ ପୋଲିସ ବାବୁ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ପୋଲିସ ବାବୁଙ୍କ ଏକତରଫା ପ୍ରେମ । ଅଭିଯୋଗ ପରେ ନିଲମ୍ୱିତ ହେଲେ ଏ.ଏସ୍‌.ଆଇ ସୁବ୍ରତ ଜ୍ଞାନ ରଞ୍ଜନ । ନିଲମ୍ୱିତ କଲେ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଆଇଜି । ଉଲ୍ଲେଖ ଯୋଗ୍ୟ, ଅଭିଯୁକ୍ତ ପୋଲିସ ବାବୁ ଜଣଙ୍କ ଜନୈକ ବିବାହିତା ଫେସ୍ବୁକ୍ରେ ଚାଟ୍ଜରିଆରେ ପ୍ରଥମେ କରିଥିଲା ବନ୍ଧୁତା ପାଇଁ ଉଦ୍ୟମ କିଛି ଦିନପରେ ବିବାହିତା ମହିଳାଙ୍କୁ କରିଥିଲା ପ୍ରେମ ନିବେଦନ ପ୍ରତିବାଦ କରିବାରୁ ବିବାହିତାଙ୍କୁ ଦେଲା ଧମକ ଅତିଷ୍ଠ ମହିଳା ଜଣକ ବାଧ୍ୟ ହୋଇ କଟକରେ ୨ଟି ଥାନାରେ କରିଥିଲେ ଅଭିଯୋଗ ହେଲାନି କୈାଣସି କାର୍ଯ୍ୟାନୁଷ୍ଠାନ 

ଫଳରେ ବଢ଼ିଲା ସାହାସ ଆଉ ଅସଦାଚରଣର ମାତ୍ରା ଏବେ ନ୍ୟାୟ ଆଶାରେ ବିବାହିତା ଜଣକ ସାହାସ ଜୁଟାଇ ଆସିଥିଲେ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଏତଲା ଦେବା ସହିତ ମୁହଁ ଖୋଲିଛନ୍ତି ତାଙ୍କୁ ଅସଦାଚରଣ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ

କୋଭିଡ କଣ୍ଟ୍ରୋଲ ରୁମ୍‌ରୁ କ୍ରାଇମ୍: ପ୍ରଥମେ ପ୍ରେମ ନିବେଦନ, ନମାନିବାରୁ ଧମକ

 

ଭାରତର ଚାପ ପରେ ଉଚ୍ଚାୟୋଗ ଅଧିକାରୀଙ୍କୁ ମୁକ୍ତ କଲା : ରୁଜୁ କରିଥିଲା ହିଟ୍‌ ଆଣ୍ଡ ରନ୍ ମାମଲା

ନୂଆଦିଲ୍ଲୀ: ଭାରତର ଚାପ ଆଗରେ ପୁଣି ମୁଣ୍ଡ ନୁଆଁଇଲା ପାକିସ୍ତାନ ।  ଗିରଫ କରିଥିବା ୨ ଭାରତୀୟ ଉଚ୍ଚାୟୋଗ କର୍ମଚାରୀଙ୍କୁ ମୁକ୍ତ କରିଛି ପାକିସ୍ତାନ । ସେମାନେ ଇସ୍ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗ ଅଫିସରେ ପହଞ୍ଚିଛନ୍ତି । ଏହି ଗିରଫ ଖବର ପରେ ଆଜି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ମୁଖ୍ୟ ସୟଦ ହାଇଦର ଶାହାଙ୍କୁ ଡକାଇ ପ୍ରତିବାଦ କରାଯାଇଥିଲା । ଏହାପରେ ମିଳିଥିବା ସୂଚନା ଅନୁଯାୟୀ ଭାରତ ପକ୍ଷରୁ କୁଟନୈତିକ ସ୍ତରରେ ଭାରତ ପକ୍ଷରୁ ଚାପ ପକାଯାଇଥିଲା ଏବଂ ଗିରଫ କର୍ମଚାରୀଙ୍କୁ ମୁକ୍ତି କରିଛି ପାକିସ୍ତାନ୍ତ ।

पाकिस्तान स्थित भारतीय दूतावास

ସୂଚନା ଯୋଗ୍ୟ ସକାଳ ସାଢେ ୮ଟା ବେଳେ ଏହି ୨ କର୍ମଚାରୀ ସରକାରୀ କାମରେ ବାହାରକୁ ଯାଇଥିବାବେଳେ ସେମାନେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିନଥିଲେ । ସେମାନେ ନିଖୋଜ ହେବା ସମ୍ପର୍କରେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନର ମୁଖପାତ୍ର ତଥା ପ୍ରଥମ ସଚିବ ଅଖିଳେଶ ସିଂ ସୂଚନା ଦେଇଥିଲେ ।

Indian High Commission in Pakistan (Photo credits: Official Twitter)

ଏହା ଜଣାପଡ଼ିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଜଣାପଡ଼ିଥିଲା ଯେ ସେମାନଙ୍କୁ ପାକିସ୍ତାନରେ ଗିରଫ କରାଯାଇଛି । ସେମାନଙ୍କୁ ନାଁରେ ହିଟ୍ ଆଣ୍ଡ ରନ୍‌ ମାମଲାରେ ଗିରଫ କରାଯାଇଥିବା ପାକିସ୍ତାନି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ।

ଗୁଣିଆ ସନ୍ଦେହରେ ହତ୍ୟା: ରାୟଗଡ଼ାରେ ୨ଜଣଙ୍କୁ ଟାଙ୍ଗିଆରେ ହାଣିଲା ଯୁବକ

ରାୟଗଡ଼ା: ଅନ୍ଧବିଶ୍ୱାସ କେନ୍ଦ୍ରକରି ଶତ୍ରୁତା । ଆଉ ଏଭଳି ଏକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଡବଲ ମର୍ଡର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବଡ଼କସପାଡ଼ୁ ଗାଁରେ । ଗୁଣିଆ କରୁଥିବା ଆଶଙ୍କା କରି ପ୍ରେମାନନ୍ଦ ମାଣ୍ଡାଙ୍ଗି ସେହି ଗାଁର  ଯଦୁମଣି ମାଣ୍ଡାଙ୍ଗି ଓ ପୋଲି ତାଡିଙ୍ଗିକୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି । ଗ୍ରାମ ନିକଟ ଏକ କୁଡ଼ିଆଠାରେ ଯଦୁମଣିକୁ ହତ୍ୟା କରାଯାଇଥିବା ବେଳେ ସେହି ଗାଁ ମୁଣ୍ଡରେ ପୋଲିକୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି ।

ତେବେ ମୃତକ ୨ଜଣ ଗୁଣିଆ କରି ତା’ ପରିବାର ଲୋକଙ୍କୁ ମାରିଥିବାରୁ ସେ ସେମାନଙ୍କୁ ମାରିଥିବା ହତ୍ୟା ଅଭିଯୁକ୍ତ  ପ୍ରେମାନନ୍ଦ କହିଛି । ସୂଚନା ଯୋଗ୍ୟ,  ଗତ କିଛିଦିନ ତଳେ ଗାଁରେ ଏକ ବୈଠକ ବସିଥିଲା । ଯେଉଁଥିରେ ପ୍ରେମାନ୍ଦର ପରିବାରର ମୃତକଙ୍କୁ ଗୁଣିଆ  କରି ମରାଯାଇଥିବା ମତ ପ୍ରକାଶ ପାଇଥିଲା ।

ଏବଂ ସେମାନଙ୍କୁ ୩ ହଜାର ଟଙ୍କା ଜରିମାନା ମଗାଯାଇଥିଲା । କିନ୍ତୁ ସେମାନେ ଜରିମାନା ଦେଇ ନଥିଲେ। ଫଳରେ ପ୍ରେମାନନ୍ଦ ଅଧିକ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା । ଏବଂ ସୋମବାର ସେହି  ୨ ଜଣଙ୍କୁ ହତ୍ୟା କରିଛି। ତେବେ ଏନେଇ ପରିବାର ଲୋକେ ଶେଷଖାଲ ଥାନାରେ ଖବର ଦେବା ପରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମାନନ୍ଦ ତାଡିଙ୍ଗି କୁ ଅଟକ ରଖିଛି। ଦୁଇ ମୃତକଙ୍କ ଶବ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟବଛେଦ ପାଇଁ ଅଣାଯାଇଛି। ଅନ୍ୟପଟେ ଏହି ଘଟଣାରେ ପୁଲିସ ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରିନି।