ଲକ୍‌ଡାଉନ୍‌ ଫାଇଦା ଉଠାଉଛନ୍ତି ଲୁଟେରା: ଭିଜିଲାନ୍ସ ଡିଏସ୍‌ପିଙ୍କୁ ଲୁଟିଲେ ଦୁର୍ବୃତ୍ତ

1 min read

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ପୁଣି ମାତିଲେ ଲୁଟେରା । ଲୁଟର ଶିକାର ହେଲେ ଭିଜିଲାନ୍ସ ଡିଏସପି । ବନ୍ଧୁକ ଦେଖାଇ ମହିଳା ପୋଲିସ ଅଧିକାରୀଙ୍କ ଠାରୁ ସୁନା ଚେନ୍ ଓ କାନଫୁଲ ଲୁଟିଲେ ଦୁଇ ଲୁଟେରା । ଖାରବେଳ ନଗର ଥାନା ଅଞ୍ଚଳରେ ଘଟିଛି ଏ ଘଟଣା । ମହିଳା ଅଧିକାରୀ ଜଣଙ୍କ ଘର ଭିତରେ ଝାଡୁ କରୁଥିବା ବେଳେ, ବାଇକରେ ପହଞ୍ଚିଥିଲେ ଲୁଟେରା । ଫୋନ ଆସିଥିବା କହି ଲୁଟ କରିବାକୁ ଉଦ୍ୟମ କରିଥିଲେ । ପ୍ରାୟ ୧୦ ମିନିଟ ଧରି ଧସ୍ତାଧସ୍ତି ପରେ ବନ୍ଧୁକ ଦେଖାଇ ଚେନ୍ ଓ କାନଫୁଲ ଲୁଟିଥିଲେ ଦୁର୍ବୃତ୍ତମାନେ । ସେପଟେ ଅଭିଯୋଗ ପରେ ଖାରବେଳନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

 

ତେବେ ପୂର୍ବରୁ ମଧ୍ୟ ଲକ୍‌ଡାଉନ୍ ଓ ସଟଡାଉନ୍ କଟକଣା ମଧ୍ୟରେ ରାଜଧାନୀରେ ଲୁଟ୍ ତରାଜ ଚଳାଇଛନ୍ତି ଲୁଟେରା ।

ଜୁନ୍‌ ୩, ୨୦୨୦– ମାର୍କେଟ ବିଲ୍ଡିଂରୁ ରଜ ଲାଗି ସପିଂ କରି ଘରକୁ ଫେରିବା ବେଳେ, ମନଶ୍ୱିନୀ ବିଶ୍ୱାଳଙ୍କୁ ଝାମ୍ପି ନେଲେ ସୁନା ଚେନ୍‌ ।

ଜୁନ୍‌ ୮, ୨୦୨୦- ବାଲିପାଟଣା ସରପୁର ବାସନ୍ତୀ ମଞ୍ଜରୀ ପଡ଼ୋଶୀ ଘରକୁ ଯିବା ବେଳେ ତଣ୍ଟିଆ ମାରି ଦୁଇ ଲୁଟେରା ଝାମ୍ପି ନେଲେ ସୁନା ଚେନ୍‌ ।

ଜୁନ୍‌ ୧୦, ୨୦୨୦- ବରଗଡ଼ ରତ୍ନାବାଗ ଅଞ୍ଚଳରୁ ସିରିଜ ଚୋରି । ଝରକାତାଡ଼ି ମାତିଲେ କଳାକନା ବୁଲାଇଲେ ଲୁଟେରା । ଏ ସବୁ ଘଟଣାକୁ ଦେଖିଲେ ହତ୍ୟା, ଚୋରି, ଲୁଟ, ସିରିଜ ଚୋରି ଓ ଗୋ।ଷ୍ଠୀ ସଂଘର୍ଷ ବଢିଛି ।

 

Leave a Reply