ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ୧ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରିବ ‘ଓଡ଼ିଶା ମୋ ପରିବାର’, ବ୍ୟାପକ ହେବ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

1 min read

ଭୁବନେଶ୍ୱର: ରାଜ୍ୟରେ ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ବିଜେଡିର ସମାଜସେବା ଶାଖା ‘ଓଡ଼ିଶା ମୋ ପରିବାର’ ସହାୟତାରେ ୧ ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ବିଜେଡିର ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ  । କୋଭିଡ୍ ନିୟମ ମାନି ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯିବ । ରାଜ୍ୟର ୫୬ଟି ରକ୍ତଭଣ୍ଡାରରେ ଯେପରି ରକ୍ତ ଅଭାବ ନରହିବ, ତା’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ବିଜେଡିର ଛାତ୍ର ଓ ଯୁବ ଶାଖା ଏଦିଗରେ କାମ କରିବ  । ଏଥିପ୍ରତି ଧ୍ୟାନ ଦେବା ପାଇଁ ସମସ୍ତ ବିଧାୟକ ଓ ସାଂସଦଙ୍କୁ ନବୀନ ପରାମର୍ଶ ଦେଇଛନ୍ତି  । ରକ୍ତଦାନ ପାଇଁ ବିଜେଡିର ସମାଜସେବା ଶାଖା ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌ ନମ୍ବର ଜାରି କରାଯାଇଛି  ।

https://www.facebook.com/NandighoshaTV/videos/577005439653740/

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରି ବ୍ୟାପକ ମାତ୍ରାରେ ରକ୍ତ ସଂଗ୍ରହ ଦିଗର ସକ୍ରିୟଭାବେ କାର୍ଯ୍ୟ କରୁଛି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ । ଗତ କିଛି ମାସର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କଟକଣା ମଧ୍ୟରେ ରକ୍ତ ସଂଗ୍ରହ ବହୁ ମାତ୍ରାରେ କମିଯାଇଛି । ଏହି ସମୟରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗୃହିତ ରକ୍ତ ଦ୍ୱାରା ବହୁ ସଂଖ୍ୟାରେ ରୋଗୀଙ୍କ ଆବଶ୍ୟକତାକୁ ପୂରା କରାଯାଇପାରୁଛି । ତେବେ ବର୍ତ୍ତମାନ ସମୟରେ ରକ୍ତଭାଣ୍ଡରମାନଙ୍କରେ ଗଚ୍ଛିତ ରକ୍ତ ୟୁନିଟ୍ କମିଯାଇଥିବାରୁ ପୁଣି ଥରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଫଳରେ ରକ୍ତଭଣ୍ଡାର ଗୁଡ଼ିକରେ ଗଚ୍ଛିତ ରକ୍ତ ୟୁନିଟ ସଂଖ୍ୟାରେ ବୃଦ୍ଧି ଆସିବ ବୋଲି ଆଶା । ଆଉ କାର୍ଯ୍ୟକ୍ରମହରେ ସହଯୋଗ କରିବ ‘ମୋ ପରିବାର’ କାର୍ଯ୍ୟକ୍ରମ ।

ସଂଗ୍ରହ ହୋଇପାରୁନି ରକ୍ତ, ଜୀବନ ବଞ୍ଚାଉଛି ଜୀବନବିନ୍ଦୁ

Leave a Reply