spot_img
Home Blog Page 7114

ଗଲଓ୍ୱାନ ଘାଟିରେ ସଂଘର୍ଷ; ହେଲିକାପ୍ଟରରେ ଶବ ନେଉଛି ଚୀନ୍

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ସେନା ମଧ୍ୟରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନ୍ ବହୁତ କ୍ଷତି ସହିଛି  । ଚୀନ୍ କମାଣ୍ଡିଙ୍ଗ୍ ଅଫିସର ଭାରତୀୟ ସେନା ଆକ୍ରମଣରେ ପ୍ରାଣ ହରାଇଥିବା  ସୂଚନା ମଳିଛି  । ଗଲଓ୍ୱାନ୍ ଘାଟିରେ ହୋଇଥିବା ସଂଘର୍ଷରେ ଚୀନକୁ ବହୁମୂଲ୍ୟ ଦେବାକୁ ପଡ଼ିଛି  । ହିଂସାକାଣ୍ଡ ପରେ ଗାଲଭାନ୍ ନଦୀ ଉପତ୍ୟକା ନିକଟରେ ଚିନ୍  ହେଲିକ୍ୟାପଟର ଗତିବିଧି ବୃଦ୍ଧି ପାଇଛି । ହେଲିକ୍ୟାପଟର୍ ଦ୍ୱାରା ଚୀନ୍ ତାର ମୃତ ସୈନିକ ମାନଙ୍କୁ ନେଉଥିବା ଜଣାପଡ଼ିଛି  ।

ସୀମା ନିକଟରେ ଉଭୟ ଦେଶ ମଧ୍ୟରେ  ସଂଘର୍ଷ ପରେ  ଉତ୍ତେଜନା ପ୍ରକାଶ ପାଇଥିଲା  । ଚୀନ୍ ତରଫରୁ ବହୁ ସଂଖ୍ୟକ ଆମ୍ବୁଲାନ୍ସରେ ଆହତ ଓ ମୃତ ସୈନିକମାନଙ୍କୁ ଷ୍ଟ୍ରେଚରରେ ନିଆଯାଇଥିଲା  ।  କୁହାଯାଉଛି ଯେ ଏହି ହିଂସାରେ ଚୀନ୍ ର ୪୦ରୁ ଅଧିକ ସୈନିକଙ୍କର ମୃତ୍ୟୁ ଘଟିଛି  । କିନ୍ତୁ ଏନେଇ ଚୀନ୍ ପକ୍ଷରୁ କିଛି ନିଶ୍ଚିତ କରାଯାଇନାହିଁ । କିନ୍ତୁ ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚୀନର ଜଣେ କମାଣ୍ଡିଂ ଅଫିସରଙ୍କୁ ମଧ୍ୟ ପ୍ରାଣ ହରାଇଛନ୍ତି ।  କିନ୍ତୁ ଚୀନ୍ ଏହାକୁ ଏପର୍ଯ୍ୟନ୍ତ ଆଧିକାରିକ ଭାବେ ସ୍ୱୀକାର କରିନାହିଁ ।   । ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ତାଙ୍କର ସୈନ୍ୟମାନଙ୍କ ପାଇଁ କୌଣସି ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇନାହିଁ  ।

ସୂଚନା ଅନୁସାରେ, ଲଦାଖର LACରେ ହୋଇଥିବା ହିଂସାରେ ୨୦ଜଣ ଭାରତୀୟ ଯବାନ ସହିଦ୍ ହୋଇଛନ୍ତି  । ଏହା ସହିତ ଚୀନ୍ ର ୪୩ଜଣ ସୈନିକ ନିହତ ହୋଇଛନ୍ତି ବୋଲି ଭାରତ ଦାବି କରୁଛି । କିନ୍ତୁ ଚୀନ୍ କହୁଛି ଯେ ତାର ମାତ୍ର ୫ଜଣ ସୈନିକଙ୍କ ମୃତ୍ୟୁ ହୋଇଛି  ।

ଉଲ୍ଲେଖନୀୟ ଯେ ଗଲା ମେ’ ମାସରୁ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଦେଖାଦେଇଛି  । ଚୁକ୍ତିକୁ ଉଲଙ୍ଘନ କରି ଚୀନ୍ ପକ୍ଷରୁ ଭାରତୀୟ ସେନାଙ୍କ ଉପରେ ଆକ୍ରମଣ ହୋଇଥିଲା  । ଏଥିରେ ଭାରତର ଜଣେ କମାଣ୍ଡରଙ୍କ ସମେତ ୨୦ଜଣ ଯବାନଙ୍କ ମୃତ୍ୟୁ ହୋଇଛି  । ଭାରତୀୟ ସେନାର ପାଲଟା ଜବାବରେ ଚୀନର ୪୦ରୁ ଅଧିକ ସୈନକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି  । ତେବେ ଆମେରିକୀୟ ଗୁଇନ୍ଦା ଏଜେନ୍ସୀ ସିଆଇଏ ଅନୁସାରେ ଆକ୍ରମଣରେ ୩୫ ଜଣ ଚୀନ ସୈନିକ ପ୍ରାଣ ହରାଇଛନ୍ତି ।

କେମିତି ଭାରତୀୟ ସୈନିକଙ୍କୁ ଧୋକାରେ ହତ୍ୟା କଲେ ଚୀନ୍ ସୈନିକ,ଜାଣନ୍ତୁ..

ଲେହ: ଚୀନ ପୁଣିଥରେ ଭାରତକୁ ଧୋକା ଦେଇଛି । ପୂର୍ବ ଲଦାଖରୁ ପଛକୁ ହଟିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଚୀନ୍ । ଭାରତୀୟ ସୈନିକ ସେହି ପ୍ରସଙ୍ଗରେ କଥା ହେବା ପାଇଁ ଚୀନ୍ କ୍ୟାମ୍ପ ପାଖକୁ ଯାଇଥିଲେ । କିନ୍ତୁ ସେଠାରେ ଚୀନ ସୈନକ ଷଡ଼ଯନ୍ତ୍ର କରି ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ ।

ଚୀନ୍  ବାସ୍ତବିକ୍ ନିୟନ୍ତ୍ରଣ ରେଖାରୁ ତାର ସୈନିକଙ୍କ ହଟାଇ ଉତ୍ତେଜନା ହ୍ରାସ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଚୀନ ସୈନିକ ଗଲବାନରୁ ହଟିବା ପାଇଁ ରାଜି ମଧ୍ୟ ହୋଇଥିଲେ । ଦୁଇ ପକ୍ଷର ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ପୂର୍ବରୁ ଚୀନ୍ ତାର ସୈନିକଙ୍କ ହଟାଇବ ବୋଲି ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା ।

କ ବନାମ ୩

ଚୀନ୍ ମଧ୍ୟ ନିଜ ସେନା ହଟାଇ ପାଇଁ ରାଜି ହୋଇଥିଲା । କିନ୍ତୁ ପରେ ଚୀନ ସେନା ନିଜ ସ୍ଥାନରୁ ହଟିନଥିଲା । ଚୀନ୍ ସୈନିକ କ’ଣ ପାଇଁ ନିଜ ସ୍ଥାନ ଛାଡୁନାହାନ୍ତି ଜାଣିବା ପାଇଁ ୧୬ ବିହାର ରେଜିମେଣ୍ଟ୍ର କର୍ଣ୍ଣଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ସେନାର ଏକ ଛୋଟିଆ ଟିମ୍ ଚୀନ ପକ୍ଷ ସହ କଥା ହେବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ପହଂଚି ସେ ଜାଣିବାକୁ ପାଇଥିଲେ ଯେ, ଚୀନ ସେନା ଉକ୍ତ ଅଂଚଳ ଛାଡିବାକୁ ଚାହୁଁନାହିଁ ।

ମିଳୁଥିବା ତଥ୍ୟ ଅନୁସାରେ ଚୀନ୍ ସୈନିକ ଭାରତୀୟ ସୈନିକଙ୍କୁ ଘେରି ଯାଇଥିଲେ ଓ ପଥର,ଲାଠି ଓ କଣ୍ଟାଯୁକ୍ତ ତାର ଦ୍ୱାରା ଆକ୍ରମଣ କରିଥିଲେ । ଏହି ସଂଘର୍ଷ କାଳରେ ଭାରତୀୟ ଯବାନଙ୍କ ତୁଳନାରେ ତିନି ଗୁଣ ଚୀନ୍ ସୈନିକ ଥିଲେ । ଜଣକ ମୁକାବିଲାରେ ୩ ପରିସ୍ଥିତିରେ ମଧ୍ୟ ଭାରତୀୟ ସୈନିକ ଜବରଦସ୍ତ ଉତ୍ତର ଦେଇଥିଲେ ।

ତିନି ଘଣ୍ଟା ଚାଲିଥିଲା ସଂଘର୍ଷ

ପ୍ରାୟ ତିନି ଘଣ୍ଟା ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ହାତାହାତି ସଂଘର୍ଷରେ ଭାରତୀୟ କମାଣ୍ଡିଂ ଅଫିସର ସନ୍ତୋଷ ବାବୁ ଆହତ ହୋଇଥିଲେ । ଝଗଡା ଆରମ୍ଭ ହେବା ପରେ ପରେ ଭାରତୀୟ ସୈନିକଙ୍କ ଦ୍ୱିତୀୟ ଟିମ୍ ଘଟଣାସ୍ଥଳରେ ପହଂଚିଥିଲା । ଦ୍ୱିତୀୟ ଟିମ୍ ଚୀନ୍ ସୈନିକଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ମିଳୁଥିବା ସୂଚନା ଅନୁସାରେ ଭାରତର ପାଲଟା ଆକ୍ରମଣରେ  ୩୫ରୁ ଅଧିକ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି । ଚୀନ୍ ନିଜ ସୈନିକଙ୍କ ହତାହତ ସଂଖ୍ୟାକୁ ନେଇ କୌଣସି ଟିପ୍ପଣୀ ଏପର୍ଯ୍ୟନ୍ତ କରିନାହିଁ । ତେବେ ଆମେରିକାର ସିଆଇଏ ଅନୁସାରେ ୩୫ ଜଣ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି । ତେବେ ଭାରତୀୟ ନ୍ୟୁଜ୍ ଏଜେନ୍ସୀ ଏଏନଆଇ ଅନୁସାରେ ଚୀନ ପଟୁ ୪୩ ଜଣ ଆହତ ହୋଇଛନ୍ତି କିମ୍ବା ନିହତ ହୋଇଛନ୍ତି ।

 

ଆଇନଜୀବୀ କରୋନା ପଜିଟିଭ୍ ବାହାରିବା ପରେ ପୁରୀ ଜୁଡିସିଆଲ କୋର୍ଟରେ ତାଲା

ପୁରୀ: କରୋନା ପାଇଁ ପ୍ରଭାବିତ ହେଉଛି ସବୁ ପ୍ରକାର କାର୍ଯ୍ୟ । କରୋନା କାରଣରୁ କୋର୍ଟରେ ମଧ୍ୟ ତାଲା ପଡିଲାଣି । ପୁରୀର ଜଣେ  ଆଇନଜୀବୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୁରୀ ଜୁଡିସିଆଲ କୋର୍ଟରେ ପଡିଛି ତାଲା । ସୂଚନା ଅନୁସାରେ, ଜଣେ ଆଇନଜୀବୀ ଓ ଜଣେ ମୋହରୀର ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ବନ୍ଦ କରାଯାଇଛି । କୋର୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ହରିହର ଛକରୁ ଟାଉନହଲ ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

ଏହାସହ ଏହି ଅଂଚଳରେ ଏବେ କଣ୍ଟାକ୍ଟ  ଟ୍ରେସିଙ୍ଗ ଆରମ୍ଭ କରାଯାଇଛି । ସେହିପରି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସଟଡାଉନ ପାଇଁ ଘୋଷଣା କରିଛନ୍ତି । ବ୍ରହ୍ମଗିରି ବଜାରର ମାରୱାଡି କୋଠା, ଛକ ସିଲ କରାଯିବା ସହ ବ୍ରହ୍ମଗିରି ଥାନା ଛକ, ନାରଣପୁର ଛକ, ପଞ୍ଚୁଦୋଳ ମେଳଣ ପଡିଆ ଛକ ପଂଚାୟତ ସିଲ କରିଛି । ଗାଁ ଟି ବ୍ରହ୍ମଗିରି ବଜାର ସଂଲଗ୍ନ ହୋଇଥିବାରୁ ଏହାକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି ।

ଶାହରୁଖ ଓ ସୈଫଙ୍କୁ Shut up କହିବାରୁ ନୀଲ ନିତୀନ ମୁକେଶଙ୍କ କ୍ୟାରିଅର ଲାଗିଥିଲା ଗ୍ରହଣ, ଭାଇରାଲ ହେଉଛି ପୁରୁଣା ଭିଡିଓ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବଲିଉଡରେ ଏକ ନୂଆ ବିବାଦ ସୃଷ୍ଟି କରିଛି । ସୁଶାନ୍ତଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ସେ ବହୁତ ପ୍ରଶଂସିତ ହୋଇଥିଲେ । ସୁଶାନ୍ତ ନିଜ କ୍ୟାରିୟରର ଏହି ପର୍ଯ୍ୟାୟରେ ମୃତ୍ୟୁକୁ କାହିଁକି ବାଛିଥିଲେ ଏନେଇ ଅନେକ ଲୋକେ ଉତ୍ତର ଖୋଜୁଛନ୍ତି ।  ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ନେପୋଟିଜିମର ‘ଲବି’ ନେଇ ବିତର୍କ ଆରମ୍ଭ ହୋଇଛି।

ସୁଶାନ୍ତଙ୍କ ନିଧନ ପରେ ବହୁ କଳାକାରଙ୍କ କ୍ୟାରିଅର ନଷ୍ଟ କରିବା ପଛରେ ବଲିଉଡର ଅନେକ ହାଇ ପ୍ରୋଫାଇଲ୍ ଲୋଙ୍କର ହାତ ଅଛି ବୋଲି କୁହାଯାଉଛି । କ୍ୟାରିଅର ନଷ୍ଟ ହେବା ପଛରେ ଅଭିନେତା ନୀଲ ନିତୀନ ମୁକେଶଙ୍କ ନାଁ ତାଲିକାରେ ଯୋଡା ଯାଇଛି । ନୀଲ ନିତୀନ ମୁକେଶଙ୍କ କ୍ୟାରିଅର ନଷ୍ଟ ହେବା ନେଇ ଦର୍ଶକ ଶାହାରୁଖ ଖାନ ଏବଂ ସୈଫ ଅଲୀ ଖାନ ଦାୟୀ ବୋଲି କହୁଛନ୍ତି ।

ଟୁଇଟରରେ #NeilNitinMukesh ଏବେ ଟ୍ରେଣ୍ଡିଂରେ ଅଛି । ଅନେକ ଲୋକ ଏକ ପୁରୁଣା ଭିଡିଓ ସେୟାର କରୁଛନ୍ତି । ବାସ୍ତବରେ ଏହି ଭିଡିଓରେ ଏକ ଆୱାର୍ଡ ଶୋ’ରେ ଶାହରୁଖ ଏବଂ ସୈଫ ନୀଲଙ୍କ ନାଁ ନେଇ ମଜା କରୁଥିବା ଦେଖିବାକୁ ମିଳୁଛି । ଶାହରୁଖ ଓ ସୈଫ ନୀଲଙ୍କୁ ତାଙ୍କ ନାଁର ଟାଇଟେଲ କଣ ବୋଲି ପଚାରି ଥଟାମଜା କରିଛନ୍ତି । ଏହା ପରେ ନୀଲ ତାଙ୍କୁ ଉତ୍ତରରେ କହିଥିଲେ ଯେ, ଏଭଳି ପ୍ରଶ୍ନ ତାଙ୍କୁ କୌଣସି ଅପମାନଠୁ କମ ଲାଗୁନାହିଁ । କାରଣ ତାଙ୍କ ବାପା ସେହି ଇଭେଣ୍ଟରେ ସାମିଲ ଥିଲେ । ସେଥିପାଇଁ ନୀଲ ଉଭୟ ସୈଫ ଓ ଶାହରୁଖଙ୍କୁ ଶଟ୍ ଅପ୍ କହୁଥି୍ବାର ମଧ୍ୟ ନଜର ଆସିଛି। ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

 

ହାତୀ ହତ୍ୟା ମାମଲାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଚମ୍ପୁଆ : ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ । ଚମ୍ପୁଆ ରେଞ୍ଜ୍ ଯୋଡ଼ା ସେକ୍ସନର ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ  ୨ହାତୀଙ୍କ ମୃତ୍ୟୁ ଘଟଣାର ବନ ବିଭାଗ ତଦନ୍ତ କରି ଯୋଡ଼ା ସେକ୍ସନରଙ୍କୁ ନିଲମ୍ବିତ କରାଯାଇଛି  । ସେମାନେ ହେଲେ ଫରେଷ୍ଟର ପିଅନ ନାଏକ ଓ ଜୁରୁଡ଼ି ବିଟର ଫରେଷ୍ଟ ଗାର୍ଡ ଦୋଳ ଗୋବିନ୍ଦ ଦେଓ ।

ବନ୍ୟଜନ୍ତୁ ଶୀକାରୀଙ୍କ ଦ୍ଵାରା ବିଛାଇଥିବା  ୧୧ କେଭିଏ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ହାତୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା ।  ଶୀକାରୀ, ଉଭୟ ହାତୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ହତ୍ୟା କରିଥିଲେ । ମାଈ ହାତୀର  ବୟସ ପାଖାପାଖି ୩୦ ଓ  ଅଣ୍ଡିରା ହାତୀର ବୟସ  ପାଖାପାଖି ୮ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ମୃତ ହାତୀଙ୍କ ଦାନ୍ତ ମଧ୍ୟ ଗାଏବ ଥିଲା ।  ତେବେ ନିରୀହ ହାତୀଙ୍କୁ ମାରିଥିବା ଏହି ଶୀକାରୀମାନେ କିଏ ?  ଏମାନେ ଏହି ଆଖପାଖ ଅଞ୍ଚଳର ନା ଅନ୍ୟ କେଉଁ ଅଂଚଳର । ପ୍ରକୃତରେ ହାତୀ ଦାନ୍ତ ପାଇଁ ବିଦ୍ୟୁତ ତାର ବିଛାଯାଇଥିଲା ନା ଜଙ୍ଗଲୀ ବାରହା ଶୀକାର କରିବା ପାଇଁ । ସେନେଇ କୌଣସି ସୂଚନା ମିଳିପାରି  ନାହିଁ ।

ଗତ ୨ ମାସ ମଧ୍ୟରେ  ଚମ୍ପୁଆ ରେଞ୍ଜରେ ୪ ହାତୀଙ୍କ ମୃତ୍ୟୁ ଘଟିଛି । ବାମେଵାରୀ ସେକ୍ସନର କାଶିଆ ଜଙ୍ଗଲରେ, ଗୋଟିଏ ହାତୀର ମୃତ୍ୟୁ ଘଟିଥିବାବେଳେ, ଗତ ୨୪ ତାରିଖରେ ବାଲିବନ୍ଧ ସେକ୍ସନର ଚମକପୁର ଗାଁରେ ଗୋଟିଏ ହାତୀର ମୃତଦେହ ମିଳିଥିଲା । ଏହାପରେ ଗତକାଲି ଏକା ସାଙ୍ଗରେ ୨ଟି ହାତୀଙ୍କୁ ହତ୍ୟା, ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ତଳୁଆ କର୍ମଚାରୀଙ୍କୁ ଦାୟୀ କରାଯାଇ ସସପେଣ୍ଡ କରି ଦିଆଯାଇଛି କିନ୍ତୁ ପ୍ରକୃତ ତଦନ୍ତ କରାଯାଇ ଏହି ଘଟଣା ପାଈଁ ଦାୟୀ ଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି ଦାବି କରାଯାଇଛି ।

ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ,ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଛି । ଗତକିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା । ସେଥିଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ୨୦୧୯ରେ ସେ ପ୍ରଥମ ଥର ପାଇଁ ବିଧାନସଭାକୁ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲେ ।

ସ୍ୱର୍ଗତ ଦତ୍ତ ବିଧାୟକ ହେବା ପୂର୍ବରୁ  ରେମୁଣା ପଞ୍ଚାୟତ ସମିତି ଅଧ୍ୟକ୍ଷ, ଦୁଇଥର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ

ଦତ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ଦୁଃଖପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ସନ୍ଦେଶରେ କହିଛନ୍ତି ଯେ, ଦତ୍ତଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମହାତ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

ସେହିଭଳି ବାଲେଶ୍ଵର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ଅକାଳ ବିୟୋଗରେ ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ଡଃ ପାତ୍ର ସ୍ୱର୍ଗତ ଦତ୍ତଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଦତ୍ତଙ୍କ ମରଶରିରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଉଛି । ସେଠାରୁ ମରଶରିରକୁ ବାଲେଶ୍ୱର ନିଆଯିବା । ବାଲେଶ୍ୱରରେ ତାଙ୍କର ଶେଷକୃତ୍ୟ ହେବ ।

ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଲଦ୍ଦାଖ: ଲଦ୍ଦ।ଖ ଗଲୱାନ ଘାଟିରେ ଦେଶ ପାଇଁ ଜୀବନ ଦେଇ ସହିଦ ହୋଇଥିବା ଯବାନଙ୍କ ପାଇଁ ଟ୍ୱିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତ-ଚୀନ୍‌ ସେନା ମଧ୍ୟରେ ରକ୍ତ।କ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ।

ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସୀମା ବିବାଦକୁ ନେଇ ଡିଏସ୍କାଲେସନ ପ୍ରକ୍ରିୟା ଅର୍ଥାତ ଆପୋଷ ବୁଝାମଣା ଚାଲିଥିବାବେଳେ ହଠାତ୍‌ ଚୀନ ଉତ୍ତ୍ୟକ୍ତ ହୋଇଉଠିଥିଲା । ସୋମବାର ରାତିରେ ଗଲୱାନା ଘାଟିର ପାଟ୍ରୋଲିଂ ପଏଣ୍ଟ-୧୪ ନିକଟରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତ।କ୍ତ ସଂଘର୍ଷ ହୋଇଥିଲା। ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ସେମାନଙ୍କ ଉପରକୁ ଚୀନ୍ ସୈନିକ ପଥର ମାଡ କରିଥିବା ଜଣା ପଡିଛି । ଭାରତର ପାଲଟା ଆକ୍ରମଣର ୩୫ରୁ ଅଧିକ ଚୀନ୍ ସୈନିକ ମଧ୍ୟ ପ୍ରାଣ ହରାଇଥିବା ଜଣା ପଡିଛି । ତେବେ ଚୀନ୍ ଏହାକୁ ଆଧିକାରିକ ଭାବେ ଏପର୍ଯ୍ୟନ୍ତ ସ୍ୱୀକାର କରି ନାହିଁ । ନିଜ ନାଗରିକଙ୍କ ସାମ୍ନାରେ ଅପଦସ୍ତ ନହେବା ପାଇଁ ଚୀନ୍ ସୈନିକଙ୍କ ମୃତ୍ୟୁ ବାବଦରେ ସୂଚନା ଲୁଚାଉଛି ବୋଲି କୁହାଯାଉଛି ।

ଗାଁ ଦାଣ୍ଡରେ କଙ୍ଗାରୁକୋର୍ଟ। ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିଲେ ଗ୍ରାମବାସୀ । ଘଟଣା ଘଟିଛି ଦିଗପହଣ୍ଡି ପାଟପୁର ଥାନା ଜଗନ୍ନାଥପୁର ଅଞ୍ଚଳର ।

ଗାଁ ଦାଣ୍ଡରେ କଙ୍ଗାରୁକୋର୍ଟ। ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିଲେ ଗ୍ରାମବାସୀ । ଘଟଣାଘଟିଛି ଦିଗପହଣ୍ଡି ପାଟପୁର ଥାନା ଜଗନ୍ନାଥପୁର ଅଞ୍ଚଳର । ଅନ୍ୟ ଗାଁର ଯୁବକ ଜଗନ୍ନାଥପୁର ଗାଁର ଜଣଙ୍କ ଘରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରିଥିଲେ।

ରାଜ୍ୟରେ ୧୭୫ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସମୁଦାୟ ୧୭୫ଜଣ ସଂକ୍ରମିତ ମଧ୍ୟରୁ ୧୪୫ଟି ମାମଲା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି ।

ରାଜ୍ୟରେ ୧୭୫ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସମୁଦାୟ ୧୭୫ଜଣ ସଂକ୍ରମିତ ମଧ୍ୟରୁ ୧୪୫ଟି ମାମଲା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି ।

ଲଦାଖ ସୀମାରେ ହୋଇଥିବା ଗୁଳି ବିନିମୟରେ ୨୦ଜଣ ଯବାନ ସହିଦ ହୋଇଛନ୍ତି । ସେହି ମଧ୍ୟରେ ଅଛନ୍ତି ୨ ଓଡ଼ିଆ । ସେମାନେ ହେଲେ ଚନ୍ଦ୍ରକାନ୍ତ ପର୍ଧାନ ଓ ନନ୍ଦୁରାମ ସୋରେନ୍ ।

ଲଦାଖ ସୀମାରେ ହୋଇଥିବା ଗୁଳି ବିନିମୟରେ ୨୦ଜଣ ଯବାନ ସହିଦ ହୋଇଛନ୍ତି । ସେହି ମଧ୍ୟରେ ଅଛନ୍ତି ୨ ଓଡ଼ିଆ । ସେମାନେ ହେଲେ ଚନ୍ଦ୍ରକାନ୍ତ ପର୍ଧାନ ଓ ନନ୍ଦୁରାମ ସୋରେନ୍ ।