ଦୀପାଙ୍କର ଏମିତି କିଛି ଅଭୁଲା ଗୀତ ଯାହା ଏବେବି ସୁପରହିଟ୍…

1 min read

ଭୁବନେଶ୍ୱର: ହଠାତ ଆଲବମ ଦୁନିଆକୁ ଆସିଥିଲେ ସେ । ତାପରେ ବଣ ମଲ୍ଲି ପରି ହୃଦୟରେ ମହକିବା ଆରମ୍ଭ କରିଥିଲେ । ଆଧୁନିକ ଗୀତର ନାଁ ଉଠିଲେ ତାଙ୍କ ଚେହେରା ଆଖି ଆଗରେ ନାଚି ଉଠେ । ଆଲବମ ଦୁନିଆର ଦୀପର ଶିଖା ହୋଇ ଜଳିଥିଲେ ଦୀପା ସାହୁ । ଗିତ ଆଉ ଅଭିନୟରେ ଯୁବ ପିଢ଼ିଙ୍କ ମନରେ ଲଗାଉଥିଲେ ନିଆଁ । ଉଦାସିଆ ମନରେ ଉନ୍ମାଦନା ଭରୁଥିଲା ତାଙ୍କ ଅଭିନୟ । ୯୦ ଦଶକରେ ସବୁ ଦର୍ଶକଙ୍କ ମନରେ ରାଜ କରୁଥିଲେ ଦୀପା । ଏବେ ବି ତାଙ୍କର ଗୀତ ଗୁଣୁ ଗୁଣାନ୍ତି ଅନେକ ଶ୍ରୋତା । ୯୦ ଦଶକରେ ଚହଳ ସୃଷ୍ଟି କରିଥିବା ତାଙ୍କ ସବୁ ଗୀତକୁ, ଏବେବି  ଅନେକ ମନରେ ସାଇତି ରଖିଛନ୍ତି ।

ଓଡ଼ିଆ ଆଲବମ ମାଧ୍ୟମରେ ପ୍ରଥମେ ଓଲିଉଡକୁ ଆସିଥିଲେ ଦୀପା । ମେଡ୍ ଇନ୍ ଓଡିଶା ଗୀତ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ । ଆଉ ତାପରେ ଯେମିତି ତାଙ୍କର ପାଦ ବ୍ୟସ୍ତ ହୋଇପଡ଼ିଥିଲା । କୌଣସି ପ୍ରକାରର ବାଧାବିଘ୍ନ ମଧ୍ୟ ତାଙ୍କର ପାଦକୁ ଯେମିତି ଅଟକାଇପାରି ନଥିଲା । ତାପରେ ସେ ଗୋଟିଏ ପରେ ଗୋଟିଏ ସୁପର ହିଟ୍‌ ଗୀତ ଦେଇଥିଲେ ଓଡ଼ିଶାକୁ ।

ମୋର ବିଜ୍ଞାନରେ ଭଲ ହେଉଥିଲା, ତୋ ପାଇଁ ଏ ସହର ଜଳେ, ମେଡ୍ ଇନ୍ ଓଡିଶା, ତୁ ଟାଇଁ ଟାଇଁ ଖରା ବେଳରେ ଯାଆନିଲୋ ସାଙ୍ଗ ମେଳରେ, ହାଏ ହାଏ ତୋ ମଲ୍ଲିଫୁଲ ଗଜରା ଭଳି ଗୀତ ଚହଳ ସୃଷ୍ଟି କରିଥିଲା ଫ୍ୟାନଙ୍କ ମନରେ । ଖାଲି ସେତିକି ନୁହେଁ ତୋ ଲମ୍ଭା ବେଣି ଗୀତ ମଧ୍ୟ ସେତେବେଳେ ହଇଚଇ କରିଥିଲା । ଯଦି ଆମେ ଦେଖିବା ମୋର ବିଜ୍ଞାନରେ ଭଲ ହେଉଥିଲା ଗୀତକୁ ସବୁ ସ୍କୁଲ ପଢ଼ୁଆ ଛାତ୍ରଛାତ୍ରୀ ବେଶ ପସନ୍ଦ କରିଥିଲେ ।

କିନ୍ତୁ ଏ ସବୁରେ ଏବେ ପୂର୍ଣ୍ଣ ଛେଦ ପଡ଼ିଛି । କାରଣ ଆଲବମ୍‌ କୁଇନ ଦୀପା ଆଉ ଏ ଦୁନିଆରେ ନାହାନ୍ତି । ଆରପାରିକୁ ଛାଡ଼ି ଚାଲିଯାଇଛନ୍ତି ଦୀପା ସାହୁ । ତାଙ୍କର ସୋମବାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଅଭିନେତ୍ରୀ ଦୀପା ସାହୁଙ୍କୁ ଜରାୟୁ କ୍ୟାନସର (Uterus Cancer) ହୋଇଥିଲା । ସେ ଚିତ୍କିସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ଭର୍ତ୍ତି ହୋଇଥିଲେ । ତାଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା ।

Leave a Reply