ଆଲବମ କୁଇନ ଦୀପା ସାହୁଙ୍କ ଦେହାନ୍ତ,‘ମେଡ୍ ଇନ ଓଡ଼ିଶା’ ଦ୍ୱାରା ଜିତିଥିଲେ ଓଡ଼ିଶା ମନ

1 min read

ଭୁବନେଶ୍ୱର: ଆରପାରିରେ ଓଡ଼ିଆ ଆଲବମ କୁଇନ ଦୀପା ସାହୁ । ସୋମବାର ଏକ ଘରୋଇ ହସ୍ପିଟାଲରେ  ତାଙ୍କର ମୃତ୍ୟୁ ହୋଇଛି । ଅଭିନେତ୍ରୀ ଦୀପା ସାହୁଙ୍କୁ ଜରାୟୁ କ୍ୟାନସର (Uterus Cancer) ହୋଇଥିଲା । ସେ ଚିତ୍କିସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ଭର୍ତ୍ତି ହୋଇଥିଲେ । ତାଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା । ସ୍ୱେଚ୍ଛାସେବୀ ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ଦୀପା ସାହୁଙ୍କୁ ହସ୍ପିଟାଲରେ ଚିତ୍କିସା ଲାଗି ଭର୍ତ୍ତି କରାଇଥିଲେ । ଦୀପା ଗତ ଏକ ବର୍ଷ ଧରି ଜରାୟୁ କ୍ୟାନସରେ ପିଡିତ ଥିଲେ । ସେ ୯୦ ଦଶକରେ ଓଡ଼ିଶା ଆଲବମ ଜଗତରେ ଜଣେ ଜଣା ଶୁଣା ଚେହେରା ଥିଲେ । ଅନେକ ସୁପରହିଟ ଓଡ଼ିଆ ଆଲବମରେ ତାଙ୍କୁ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଦୀପାଙ୍କ ମାଆ ମଧ୍ୟ କ୍ୟାନସର ରୋଗରେ ପିଡ଼ିତ ଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ସେ ଆଲବମ ଜଗତରୁ ବିଶ୍ରାମ ନେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ ।  ‘ମେଡ୍ ଇନ ଓଡ଼ିଶା’ ଆଲବମ ମାଧ୍ୟମରେ ସେ ତାଙ୍କ କାରିୟର ଆରମ୍ଭ କରିଥିଲେ । ଏହି ଆଲବମ ତାଙ୍କୁ ଘରେଘରେ ପରିଚିତ କରାଇଥିଲା । କୃଷ୍ଣଚୁଡା ରଙ୍ଗର ତୋ ନାଲି ଓଢ଼ଣୀ,ହାଏ ହାଏ ତୋ ମଲ୍ଲି ଫୁଲ ଗଜରା,ଏକଡା ଏକଡା ରା’ ଭଳି ସୁପର ଡୁପର ହିଟ୍ ଅଲବାମରେ ସେ ଲିଡ୍ ରୋଲରେ ନଜର ଆସିଥିଲେ ।

୯୦ ଦଶକର ଶେଷ ଭାଗରେ ଓଡ଼ିଆ ଆଲବମର ଚର୍ଚ୍ଚିତ ଚେହେରା ମଧ୍ୟରୁ ଦୀପା ଥିଲେ ଅନ୍ୟତମ । ୧୯୮୩ ମସିହା ନଭେମ୍ବର ୧ ତାରିଖରେ ଜନ୍ମିତ ଦୀପା ‘ନାରୀ ଆଖିରେ ନିଆଁ’ରୁ ଓଡ଼ିଆ ଫିଲ୍ମରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଦୀପାଙ୍କ ମୃତ୍ୟୁ ଖବର ପାଇବା ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ଅଭିନେତା ସବ୍ୟସାଚୀ ମିଶ୍ର ନନ୍ଦିଘୋଷ ଟିଭିକୁ ଦେଇଥିବା ସାକ୍ଷାତକାରରେ ଦୀପାଙ୍କ ମୃତ୍ୟୁରେ ଦୁଃଖ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଏବେ ନ୍ୟୁଜ୍ ଦେଖିବାକୁ ଭୟ ଲାଗୁଛି । ପ୍ରଥମେ ବିଜୟ ମହାନ୍ତି ଏବେ ଦୀପା । ଓଲିଉଡ ପାଇଁ ଖରାପ ବେଳା ଚାଲିଛି ବୋଲି ସବ୍ୟସାଚୀ କହିଛନ୍ତି ।

Leave a Reply