ଫୋନରେ ସିମ୍ ନ ପକାଇ କରିପାରିବେ କଲ୍, ଦେଖିପାରିବେ ଅନଲାଇନ୍ ଭିଡିଓ

1 min read

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଟେକ୍ନୋଲୋଜି । ଆଉ ଏକ ଟେଲିକମ୍ କମ୍ପାନୀ ଆରମ୍ଭ କଲା ଇ-ସିମ୍ ସେବା । ଏୟାରଟେଲ୍ ପରେ ଭୋଡ଼ାଫୋନ୍-ଆଇଡିଆ ଦେଶରେ ଇ-ସିମ୍ ସେବା ଆରମ୍ଭ କରିଛି । ତେବେ, ପ୍ରାଥମିକ ପର୍ଯ୍ୟାୟରେ ଭୋଡ଼ାଫୋନ୍ ଏହି ସେବାର ଲାଭ କେବଳ ପୋଷ୍ଟପେଡ୍ ଗ୍ରାହକ ମାନଙ୍କୁ ମିଳିବ । ଦିଲ୍ଲୀ, ଗୁଜରାଟ ଓ ମୁମ୍ବାଇ ସର୍କଲରେ ଏହି ସେବା ଏବେ ଉପଲବ୍ଧ ହେବ । ଏହା ଦ୍ୱାରା ଗ୍ରାହକ ବିନା କୌଣସି ସିମ୍ ମୋବାଇଲରେ ନ ପକାଇ ନମ୍ବର ବ୍ୟବହାର କରିପାରିବେ । ତେବେ, ଏହା ଏବେ ସମସ୍ତ ଡିଭାଇସରେ କାର୍ଯ୍ୟ କରିବ ନାହିଁ ।

ପ୍ରାଥମିକ ପର୍ଯ୍ୟାୟରେ ଇ-ସିମ୍ ନିର୍ଦ୍ଦିଷ୍ଟ କେତୋଟି ଡିଭାଇସରେ କାମ କରିବ । କମ୍ପାନୀ ଏହାର ତାଲିକା ଜାରି କରିଛି । ନୂଆ ସେବା iPhone 11, iPhone 11 Pro, iPhone 11 Pro Max, iPhone SE, iPhone XS, iPhone XS Max ଓ iPhone XRରେ ପାଇ ହେବ । ଅର୍ଥାତ୍ ଏହି ସବୁ ଫୋନ୍ ରଖିଥିବା ଭୋଡ଼ାଫୋନ୍ ଗ୍ରାହକ ଏବେ ସିମ୍ ନ ପକାଇ ବି ନମ୍ବର ବ୍ୟବହାର କରି କଲ୍ କରିପାରିବେ । କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ଆପଲ୍ ୟୁଜରଙ୍କ ପାଇଁ ଏହି ସୁବିଧା ଆରମ୍ଭ କରିଛି । ଖୁବଶୀଘ୍ର ଆଣ୍ଡ୍ରୟଡ୍ ବ୍ୟବହାରକାରୀ ମଧ୍ୟ ଏହି ସେବା ପାଇବେ । କାମ ଚାଲିଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

E Sim Service for Postpaid users launched Vodafone Idea can call without physical sim card

କେମିତି କାମ କରେ ସିମ୍ ?

ହାଇ-ଏଣ୍ଡ ଡିଭାଇସେଜରେ ଇ-ସିମ୍ ଏକ ଇଣ୍ଟିଗ୍ରେଟେଡ୍ ସିମ୍ ଚିପ୍ ପରି କାମ କରେ । ଅର୍ଥାତ୍ ଏଥିପାଇଁ ଗ୍ରାହକଙ୍କୁ ଫୋନରେ ଅଲଗା ସିମ୍ ପକାଇବା ଦରକାର ନାହିଁ । ଏଣିକି ଭୋଡ଼ାଫୋନ-ଆଇଡିଆର ପୋଷ୍ଟପେଡ୍ ବ୍ୟବହାରକାରୀ କୌଣସି ସିମ୍ ନ ପକାଇ କଲ୍, ଏସଏମ୍ଏସ୍ ଓ ମୋବାଇଲ୍ ଇଣ୍ଟରନେଟର ସୁବିଧା ପାଇପାରିବେ ।

ସିମ୍ କେମିତି ପାଇବେ ?

  • ଯଦି ଆପଣ ଭୋଡ଼ାଫୋନ-ଆଇଡିଆର ଗ୍ରାହକ । ଆଉ ଆପଣଙ୍କ ପାଖେ ଆଇଫୋନର ଏହି ସବୁ ମଡେଲ୍ ରହିଛି । ତାହେଲେ ଆପଣ ଇ-ସିମ୍ ବ୍ୟବହାର କରିପାରିବେ ।
  • ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ ମେସେଜ କରିବାକୁ ହେବ । ‘eSIM email id’ ଲେଖି ୧୯୯ରେ ପଠାଇ ଦିଅନ୍ତୁ ।
  • ମେଲ୍ ଆଇଡି ଭ୍ୟାଲିଡେଟ୍ ହେଲା ପରେ ଆପଣଙ୍କ ନମ୍ବରକୁ ୧୯୯ରୁ ଏକ ମେସେଜ ଆସିବ । ଏହା ପରେ ଆପଣ ‘ESIMY’ ଲେଖି ମେସେଜକୁ ରିପ୍ଲାଏ କରିଦେବେ ।
  • ଏହା ପରେ ପୁଣି ଆଉ ଏକ ମେସେଜ ଆସିବ ।
  • ପୁଣି ଇ-ମେଲ ଆଇଡିରେ ଏକ କ୍ୟୁଆର୍ କୋଡ୍ ଆସିବ । ଯାହାକୁ ସ୍କାନ କଲା ପରେ ଆପଣଙ୍କ ଇ-ସିମ୍ ଆକ୍ଟିଭ୍ ହୋଇଯିବ ।

Leave a Reply