spot_img
Home Blog Page 7076

୫୪ ନଂ କରୋନା ପଜିଟିଭ୍‌ଙ୍କ ଟ୍ରାଭେଲ୍ ବିବରଣୀ: ପଢ଼ନ୍ତୁ କେଉଁ କେଉଁ ସ୍ଥାନକୁ ଯାଇଥିଲେ ଆକ୍ରାନ୍ତ

ଭୁବନେଶ୍ୱର: ୫୪ ନମ୍ୱର କରୋନା ଆକ୍ରାନ୍ତ ଟ୍ରାଭେଲ୍‌ ହିଷ୍ଟ୍ରୀ ସମ୍ପର୍କରେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ୧୭ ବର୍ଷିୟ ଏହି ଯୁବତୀ ଜଣଙ୍କ ୨୯ ମାର୍ଚ୍ଚରେ କୋଲକାତାରୁ ଏକ ଘରୋଇ ଆମ୍ୱୁଲାନ୍ସ ଯୋଗେ ନିଜ ଗାଁରେ ପହଞ୍ଚିଥିଲେ । ବାଲେଶ୍ୱର ଏବଂ ଭଦ୍ରକ ଦେଇ ସେ ନିଜ ଗାଁରେ ପହଞ୍ଚିଥିଲେ । ଭଦ୍ରକରୁ ୪୩ କିମି ପୂର୍ବରୁ ସେ ଚା’ ପିଇବା ପାଇଁ ରହିଥିଲେ । ଏହା ପରେ ସେ ୩୦ ମାର୍ଚ୍ଚଠାରୁ ୧୧ ଏପ୍ରିଲ ଯାଏଁ ନାଲାଡିଆ ସ୍ଥିତ ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଏହା ପରେ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ରୁଟିନ୍‌ ସର୍ଭିଲାନ୍ସ ଦୃଷ୍ଟରୁ  ।୧୧ ଏପ୍ରିଲରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏବଂ ତାଙ୍କ ସେହିତ ଦିନ କଟକ ଅଶ୍ୱିନୀ ହସ୍ପିଟାଲ ସ୍ଥିତ କୋଭି-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ, ୨ଟି ଗାଁ ସିଲ୍

ସୁନ୍ଦରଗଡ଼ ବିଶ୍ରାର ୨ କରୋନା ସଂକ୍ରମିତଙ୍କ ଜମାତ୍ ଲିଙ୍କ୍

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରୁ ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଛି । ୫୧ ନମ୍ବର ସଂକ୍ରମିତ ଜଣଙ୍କ ବୟସ ୬୭ ବର୍ଷ । ସେ ମାର୍ଚ୍ଚ ୫ରେ ଉତ୍କଳ ଏକ୍ସପ୍ରେସ୍ (୧୮୪୭୭)ରେ ରାଉରକେଲାରୁ ଦିଲ୍ଲୀ ଯାଇଥିଲେ । ୬ରୁ ୧୦ ତାରିଖ ଯାଏଁ ଦିଲ୍ଲୀ ଓ ନିଜାମୁଦ୍ଦିନରେ ରହିଥିଲେ । ମାର୍ଚ୍ଚ ୧୦ରେ ନିଜାମୁଦ୍ଦିନରୁ ବିଳାସପୁର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ (୧୨୮୨୪, ଏସ୍ ୪, ୪୯)ରେ ଆସିଥିଲେ । ସେଠାରୁ ଟ୍ରେନ୍ ନମ୍ବର ୧୭୦୦୭ (ଏସ୍ ୫, ୨୫)ରେ ଆସି ୧୧ ତାରିଖରେ ରାଉରକେଲା ପହଞ୍ଚିଥିଲେ ।

ରାଉରକେଲା ଷ୍ଟେସନରୁ ଲାଇନ୍ ଅଟୋରେ ବିଶ୍ରା ଯାଇଥିଲେ । ୧୨ ତାରିଖରୁ ଏପ୍ରିଲ୍ ୨ ଯାଏଁ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ପରେ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନକୁ ନିଯାଇଥିଲା । ୧୧ ତାରିଖରେ ନମୁନା ପଜିଟିଭ୍ ଆସିଥିଲା । ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ ହସ୍ପିଟାଲରେ ରଖାଯାଇଛି । ତେବେ, ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି ।

୫୨ ନମ୍ବର ସଂକ୍ରମିତ ଜଣଙ୍କ ଜମାତରୁ ଫେରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ମାର୍ଚ୍ଚ ୧୦ ତାରିଖରେ ଆସିଥିଲେ । ସେହିଦିନ ସେ ଯାଜପୁର ଚାରିନଙ୍ଗଳରୁ ବସ୍ ଯୋଗେ ରାଉରକେଲା ଯାଇଥିଲେ । ୧୧ ତାରିଖରେ ରାଉରକେଲାରେ ପହଞ୍ଚି ଅଟୋରେ ବିଶ୍ରା ଯାଇଥିଲେ । ୧୧ରୁ ୨୦ ମାର୍ଚ୍ଚ ତାରିଖ ଯାଏଁ ଅସିୟାନ୍ ମସଜିଦରେ ରହିଥିଲେ । ସୁନ୍ଦରଗାଓଁ ମସଜିଦ୍ ବନର ନିକଟରେ ୧୪ ମାର୍ଚ୍ଚରୁ ଏପ୍ରିଲ୍ ୫ ଯାଏଁ ଥିଲେ । ପରେ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନକୁ ନିଆଯାଇଥିଲା ।

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

ଗତକାଲି ତାଙ୍କଠାରେ କରୋନା ପଜିଟିଭ୍ ମିଳିଥିଲା । ତେବେ, ତାଙ୍କଠି କରୋନାର କୌଣସି ଲକ୍ଷଣ ନାହିଁ । ରାଉରକେଲା ସ୍ଥିତ ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ବିଶ୍ରାରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ପ୍ରଶାସନ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଆଗାମୀ ୪୮ ଘଣ୍ଟା ଯାଏଁ ଉକ୍ତ ଅଞ୍ଚଳକୁ କେହି ଯାଇପାରିବେ ନାହିଁ କି ବାହାରକୁ ଆସିପାରିବେ ନାହିଁ । ପ୍ରଶାସନ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଘର ଘର ବୁଲି ସର୍ଭେ କରିବ । ଉକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବ ।

ରାଜ୍ୟକୁ ଫେରିଛନ୍ତି ୭୦ ଜଣ ତବଲିଗି, ସରକାରଙ୍କ ଠାରୁ ନେଉଛନ୍ତି ସ୍ୱାସ୍ଥ୍ୟ ପରାମର୍ଶ

ଉତ୍ତର ଭାରତରେ ଭୂମିକମ୍ପ, ଥରିଲା ଦିଲ୍ଲୀ-ଏନସିଆର

ନୂଆଦିଲ୍ଲୀ: ରବିବାର ଅପରାହ୍ଣରେ ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ସହିତ ଏନସିଆର(ନ୍ୟାସନାଲ କ୍ୟାପିଟାଲ ରିଜନ)ରେ ଭୂମିକମ୍ପ ହୋଇଛି । ଫଳରେ ଗାଜିଆବାଦ, ନୋଏଡା, ଫରିଦାବାଦ, ଗୁରୁଗ୍ରାମ, ମୀରଟ, ବୁଲନ୍ଦସହର, କର୍ଣ୍ଣଲ, ଅଲୱର ଓ ପାନିପତରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି ।

ତେବେ, କେତେ ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ ବୋଲି ଜଣାପଡ଼ିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ପୂର୍ବ ଦିଲ୍ଲୀ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ, ଭୂମିକମ୍ପ ପରେ ଲୋକେ ତୁରନ୍ତ ଘରୁ ବାହାରକୁ ପଳାଇ ଆସିଥିଲେ ।

 

ନୂଆଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ସୂଚନା ।

ନୂଆଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ସୂଚନା ।

୫୦ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ପ୍ରକାଶ କରିଛି । ୫୦ ନମ୍ବର ଆକ୍ରାନ୍ତ ଜଣଙ୍କ ୪୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ । ସେ ଭୁବନେଶ୍ୱର ୟୁନିଟ୍-୪ ମଧୁସୂଦନ ନଗରର ବାସିନ୍ଦା । ୨୨ ବର୍ଷୀୟ କରୋନା ସଂକ୍ରମିତ ଏହି ଯୁବକ ଗତ ମାର୍ଚ୍ଚ ୧୮ରୁ ୨୦ ତାରିଖ ଭିତରେ ଖୋର୍ଦ୍ଧା ବାଣପୁର ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ମାର୍ଚ୍ଚ ୨୦ରୁ ଏପ୍ରିଲ୍ ୧୦ ତାରିଖ ଭିତରେ ସଂକ୍ରମିତ ଜଣଙ୍କ ୟୁନିଟ୍-୩, ଷ୍ଟେସନ୍ ସ୍କୋୟାର, ସତ୍ୟ ନଗର ଓ ଝାରପଡ଼ା ଆଦି ଅଞ୍ଚଳ ଯିବା ସହ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କୁ ଦେଖା କରିଥିଲେ । ୧୦ ତାରିଖରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା । ତାଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ, ୨ଟି ଗାଁ ସିଲ୍

ନତମସ୍ତକ ହେଲା ସାରା ବିଶ୍ୱ: କରୋନା ମୁକାବିଲା ଦିଗରେ ଭାରତ ରୋଲ ମଡେଲ୍

ନୂଆଦିଲ୍ଲୀ: ୯୦ ଦଶକ ବେଳର କଥାକୁ ଯଦି ମନେପକାଇବା ସେତେବେଳେ ସାରା ବିଶ୍ୱର ଭାରତ ପ୍ରତି ଏକ ଧାରଣା ଥିଲା ଯେ, ଭାରତର ଇନ୍‌ଫ୍ରାଷ୍ଟ୍ରକଚର ଯାହା ରହିଛି ତାହା ଅନୁଯାୟୀ ଭାରତ କୌଣସି ମହାମାରୀର ମୁକାବିଲା କରିପାରିନାହିଁ । କଲରା, ଟିଭି ହଇଜା ଭଳି ମାରାତ୍ମକ ରୋଗର ମୁକାବିଲା ଦିଗରେ ଭାରତର ପଦକ୍ଷେପ ବିଶ୍ୱବାସୀଙ୍କ ଏହି ଧାରଣାକୁ ଅଧିକ ଦୃଢ଼ିଭୂତ କରିଥିଲା ।

Sapua Kela/Sapera ??(Raja khae tandei Kela khae bhandei) - YouTube

ଅପରପକ୍ଷରେ କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ୧୮୯୨ ମସିହାରେ କଲରା ବ୍ୟାପିଥିଲା । ସେତେବେଳେ ଆମେରିକା ସମସ୍ତ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଇଦେଇଥିଲା । ଆଜି ଏହା ଆମେରିକୀୟଙ୍କ ସହ ହେଉଛି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ଭାରତକୁ ସହାଯ୍ୟ ମଗିବାକୁ ପଡ଼ୁଛି ।

Hydroxychloroquine To Export Only To Foreign Governments Not To ...

କୋଭିଡ-୧୯ ଚିକିତ୍ସା ଦିଗରେ ସର୍ବାଧିକ ଉପଯୋଗି ସାବ୍ୟସ୍ତ ହୋଇଥିବା ହାଇଡ୍ରୋକ୍ସିକ୍ଳୋରକୁଇନ୍ ମାଗୁଛି ଆମେରିକା । ଅନ୍ୟ ବିକଶିତ ଦେଶ ମଧ୍ୟ ଏହି ଔଷଧ ପାଇଁ ଭାରତ ନିକଟରେ ହାତ ପତେଇବାକୁ ପଡ଼ିଛି ।  ଭାରତ ମଧ୍ୟ ଆମେରିକା ସମେତ ୧୩ଟି ଦେଶକୁ ହାଇଡ୍ରୋକ୍ସିକ୍ଳୋରକୁଇନ୍ ସପ୍ଳଇ ପାଇଁ ରାଜି ହୋଇଛି । ସେଗୁଡ଼ିକ ହେଲା ଆମେରିକା, ସ୍ପେନ୍‌, ଜର୍ମାନୀ, ବାହାରିନ୍‌, ବ୍ରାଜିଲ୍, ନେପାଳ, ଭୁଟାନ୍‌, ଆଫଗାନୀସ୍ତାନ, ମାଳଦ୍ୱୀପ, ବାଂଲାଦେଶ, ମରିସସ୍‌, ଡୋମିନିକାନ୍‌ ରିପବ୍ଳିକ୍‌ ଓ ସେଚେଲେସ୍ ।

Donald Trump - latest news, breaking stories and comment - The ...

ସମୟ ସବୁଠାରୁ ବଳବାନ । ଦିନ ଥିଲେ ଯେତେବେଳେ ଭାରତକୁ ସାପୁଆଙ୍କ ଦେଶ ବୋଲି କୁହାଯାଉଥିଲା । ଏଠାକାର ସଂସ୍କୃତି ଓ ସଭ୍ୟତାର ପାଶ୍ଚ୍ୟାତ ଦେଶ ଗୁଡ଼ିକରେ ଥଟ୍ଟା କରୁଥିଲେ । ଆଜି ସେହି ପାଶ୍ଚ୍ୟାତ ଦେଶ ଭାରତ ଆଗରେ ନତମସ୍ତକ ହୋଇଛନ୍ତି । ଆମର ଅଭିବାଦନ କରିବାର ପ୍ରକ୍ରିୟାକୁ ସାରା ବିଶ୍ୱ ଆଜି ଆପଣାଇଛନ୍ତି । ବ୍ରିଟେନ୍‌, ଇଜ୍ରାଏଲ୍‌ ଭଳି ନେତା ଖୋଲାଖୋଲି ଭାବେ ‘ନମସ୍କାର’ କରୁଛନ୍ତି । ହାତ ମିଳାଇବା ଦ୍ୱାରା ସଂକ୍ରମଣର ଆଶଙ୍କା ରହିଛି । ଏଣୁ ଏବେ ସମସ୍ତେ ନମସ୍କାର କରୁଛନ୍ତି ।

ଆମେରିକା ଓ ବ୍ରିଟେନ୍‌ ଉଭୟ ଦେଶ କୋଭିଡ-୧୯କୁ ଅତି ହାଲୁକା ଭାବେ ନେଇଥିଲେ । ଏଭଳି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଏହା କେବଳ ଅପପ୍ରଚାର । ଭାରତ ସମେତ ଏସିଆର ଅନେକ ଦେଶ ଲକ୍‌ଡାଉନ୍‌ ଆଡ଼କୁ ମୁହାଇଥିବାବେଳେ ପାଶ୍ଚ୍ୟାତ ଦେଶମାନଙ୍କରେ ବ୍ୟବସାୟ ଜାରି ରହିଥିଲା ।

Open Consultation of the WHO on Research Priorities for Healthy ...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ମୁକାବିଲା ଦିଗରେ ଭାରତର ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛି । କରୋନା ମୁକାବିଲା ଦିଗରେ ଭାରତର ନିଷ୍ପତ୍ତି ଏବଂ ତାକୁ ଗ୍ରାଉଣ୍ଡ ଲେବଲ୍‌ରେ କାର୍ଯ୍ୟକାରୀ କରାଇବା ଅନ୍ୟ ଦେଶମାନଙ୍କ ପାଇଁ ଉଦାହରଣ ପାଲଟିଛି । ଭାରତ ଲକ୍‌ଡାଉନ୍‌ର ସଠିକ୍ ସମୟରେ ଲାଗୁ କରିଛି ।

ଦେଶର ୫ଟି ଅଧିକ କରୋନା ସଂକ୍ରମିତ ରାଜ୍ୟ ଓ ସମାନ ଜନସଂଖ୍ୟା ବିଶିଷ୍ଟ ଦେଶ

ନୂଆଦିଲ୍ଲୀ: ଭାରତର ଜନସଂଖ୍ୟା ୧୩୫ କୋଟି ରୁ ଅଧିକ । ଚୀନ୍ ପରେ ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଭାରତ। ଏବେ ଭାରତରେ ଏକ ପ୍ରକାର ଭାଇରସ ହାହାକାର ଖେଳାଇଛି। ଖାଲି ଭାରତ କାହିଁକି ସାରା ବିଶ୍ୱରେ ଏବେ ଏହି ଭାଇରସ ତାର ତାଣ୍ଡବ ଲୀଳା ରଚିଛି। ଯେତେବେଳେ କରୋନା ଭାଇରସର ରୋଗୀମାନେ ଭାରତକୁ ଆସିବା ଆରମ୍ଭ କଲେ, ଅନେକ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଥିଲେ ଯେ ଭାରତରେ ଜନସଂଖ୍ୟା ଅଧିକ ଥିବାରୁ ଏଠାରେ କରୋନା ବିସ୍ତାର କରିବା ସହଜ ଅତି ସହଜ ହେବ। କିନ୍ତୁ ଅନ୍ୟ ଦେଶ ତୁଳନାରେ ଆମ ଦେଶରେ କରୋନା ସଂଖ୍ୟା କମ ରହିଛି। ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ଅନ୍ୟ ଦେଶ ତୁଳନାରେ ମାମଲା ଗତି ମନ୍ଥର ରହିଛି। ୫ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମିଳିଛି। ଦେଶର କରୋନା ଆକଳନ ତୁଳନାରେ ସେହି ରାଜ୍ୟଗୁଡ଼ିକର ଜନସଂଖ୍ୟା ସହିତ ସମାନ ।

ମହାରାଷ୍ଟ୍ର ବନାମ ଜାପାନ

ମହାରାଷ୍ଟ୍ରରେ ୧୨.୧୯ କୋଟିରୁ ଅଧିକ ଅଛି ଲୋକ ଅଛନ୍ତି। ମହାରାଷ୍ଟ୍ରର ଜନସଂଖ୍ୟା ଅପେକ୍ଷା ଜାପାନର ଜନସଂଖ୍ୟା ବହୁତ ଅଧିକ । ଜାପାନର ଜନସଂଖ୍ୟା ୧୨.୬୪ କୋଟି। ତେବେ ଏହି ଦୁଇ ଦେଶରେ କରୋନା ଉପରେ ପରିସଂଖ୍ୟାନ କ’ଣ କହୁଛି ।

ଜାପାନରେ କରୋନାଭାଇରସର ପ୍ରଥମ ମାମଲା ୧୬ ଜାନୁଆରୀରେ ଟୋକିଓରେ ମିଳିଥିଲା ​​। ସେହିଭଳି ମହାରାଷ୍ଟ୍ରର ପ୍ରଥମ ମାମଲା ପୁଣେରେ ୯ ମାର୍ଚ୍ଚରେ ମିଳିଥିଲା। ପ୍ରଥମ ମାମଲା ଗ୍ରହଣ ହେବା ପରଠାରୁ, ଏପ୍ରିଲ ୧୦ ପର୍ଯ୍ୟନ୍ତ, ୫ ହଜାର ୫୩୦ ମାମଲା ଗ୍ରହଣ କରାଯାଇଛି । ତେବେ ଦିନକୁ ହାରାହାରି ୬୫ ଟି ମାମଲା ଆସିଛି । ପ୍ରଥମ ମାମଲା ମହାରାଷ୍ଟ୍ରକୁ ଆସିବାର ୩୨ ଦିନ ବିତିଗଲାଣି। ଏହି ସମୟ ମଧ୍ୟରେ, ୧ ହଜାର ୫୬୪ଟି ମାମଲା ଏଠାକୁ ଆସିଛି । ତାହା ହେଉଛି, ପ୍ରତିଦିନ ହାରାହାରି ୪୯ ଟି ମାମଲା ଆସିଛି। ତେବେ ମୃତ୍ୟୁ ଦୃଷ୍ଟିରୁ ମହାରାଷ୍ଟ୍ର ଜାପାନଠାରୁ ଆଗରେ ରହିଛି। ଜାପାନରେ ଦିନକୁ ହାରାହାରି ୧.୧୪ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ଏହା ହାରାହାରି ୩ ରେ ରହିଛି।

 

ଦିଲ୍ଲୀ ବନାମ କାଜାକିସ୍ତାନ

ମହାରାଷ୍ଟ୍ର ପରେ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ମାମଲା ଆସିଥିଲା। ଦିଲ୍ଲୀର ଜନସଂଖ୍ୟା ୧.୮୪ କୋଟି । କାଜାକିସ୍ତାନର ସମାନ ଜନସଂଖ୍ୟା ମଧ୍ୟ ଅଛି, ଯେଉଁଠାରେ ୧.୮୭ କୋଟି ଲୋକ ବାସ କରନ୍ତି । ମାର୍ଚ୍ଚ ୨ ରେ ଦିଲ୍ଲୀରେ ପ୍ରଥମ ମାମଲା ଆସିଥିଲା। ସେବେଠାରୁ ୩୯ ଦିନରେ ୮୯୮ ଟି ମାମଲା ରୁଜୁ ହୋଇଥିଲା। ସେହି ଅନୁଯାୟୀ, ପ୍ରତିଦିନ ୨୩ ଟି ମାମଲା ଆସୁଥିଲା। ତେବେ ମାର୍ଚ୍ଚ ୧୩ ରେ କାଜାକିସ୍ତାନରେ ମଧ୍ୟ ପ୍ରଥମ ମାମଲା ଦେଖିବାକୁ ମିଳିଥିଲା। ସେବେଠାରୁ ୨୮ ଦିନରେ ୮୦୨ ଟି ମାମଲା ଏଠାକୁ ଆସିଛି। ତାହା ହେଉଛି, ପ୍ରତିଦିନ ହାରାହାରି 29 ଟି ମାମଲା ୨୯ ସେହିଭଳି ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୩ ଜଣ ଏବଂ କାଜାକିସ୍ତାନରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହି ଅନୁଯାୟୀ, ଏହି ଦୁଇଟି ସ୍ଥାନରେ ପ୍ରତି ତିନି ଦିନରେ ହାରାହାରି ଗୋଟିଏ ମୃତ୍ୟୁ ହେଉଛି।

ତାମିଲନାଡୁ ବନାମ ଜର୍ମାନୀ

ସର୍ବାଧିକ କରୋନା ସଂକ୍ରମଣରେ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି। ରାଜ୍ୟର ଜନସଂଖ୍ୟା ୭.୭୧ କୋଟିରୁ ଅଧିକ । ତାମିଲନାଡୁର ଜନସଂଖ୍ୟା ହେଉଛି ଜର୍ମାନୀ ଜନସଂଖ୍ୟା ସହ ପାଖାପାଖି ସମାନ, ଯାହାର ଜନସଂଖ୍ୟା ୮.୩୭ କୋଟି । ତାମିଲନାଡୁର ପ୍ରଥମ ମାମଲା ୭ ମାର୍ଚ୍ଚରେ ଚେନ୍ନାଇରୁ ଆସିଥିଲା। ସେବେଠାରୁ ଏଠାରେ ୮୩୪ ଟି ମାମଲା ଆସିଛି । ଏହାର ତୁଳନାରେ ପ୍ରତିଦିନ ହାରାହାରି ୨୫ ଟି ମାମଲା ଆସୁଛି। ଯେତେବେଳେ କି, ଜର୍ମାନୀରେ ପ୍ରଥମ ମାମଲା ୨୭ ଜାନୁଆରୀରେ ପହଞ୍ଚିଥିଲା ​​। ସେବେଠାରୁ ୭୪ ଦିନରେ୧.୧୮ ଲକ୍ଷରୁ ଅଧିକ ମାମଲା ଏଠାକୁ ଆସିଛି । ତେବେ ଏହାର ତୁଳନାରେ ପ୍ରତିଦିନ ହାରାହାରି ୧୬୦୦ ମାମଲା ଆସିଛି। ସେହିଭଳି ଜର୍ମାନୀରେ ପ୍ରତିଦିନ ହାରାହାରି ୩୫ ଜଣଙ୍କର ମୃତ୍ୟୁ ହୋଇଛି । ୪ ଦିନ ମଧ୍ୟରେ ତାମିଲନାଡୁରେ ଗୋଟିଏ ମୃତ୍ୟୁ ଘଟିଛି । ତାମିଲନାଡୁରେ ୮ ଏବଂ ଜର୍ମାନୀରେ ୨ ହଜାର ୬୦୭ ଜଣଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ଘଟିଛି।

ତେଲୋଙ୍ଗାନା ବନାମ ଆଫଗାନିସ୍ତାନ

ଉଭୟ ଜନସଂଖ୍ୟା ୩.୮୯ କୋଟି। ମାର୍ଚ୍ଚ ୨ରେ ତେଲୋଙ୍ଗାନାରେ କରୋନାଙ୍କର ପ୍ରଥମ ରୋଗୀ ମିଳିଥିଲା ​​। ୨୪ ଫେବୃଆରୀରେ ଆଫଗାନିସ୍ତାନରେ ମିଳିଥିଲା। ସେବେଠାରୁ ତେଲେଙ୍ଗାନାରେ ୩୯୩ ଜଣ କରୋନା ରୋଗୀ ୩୯ ଦିନରେ ଚିହ୍ନଟ ହୋଇଛନ୍ତି। ଏହି ତୁଳନାରେ ପ୍ରତିଦିନ ହାରାହାରି ୧୨ ଟି ମାମଲା ଆସୁଛି । ତେବେ ଆଫଗାନିସ୍ତାନରେ ପ୍ରଥମ ମାମଲା ଆସିବାର ୪୬ ଦିନ ବିତିଗଲାଣି । ଏହି ୪୬ ଦିନରେ, ଏଠାରେ ୫୨୧ ଟି ମାମଲା ହୋଇଛି । ତାହା ହେଉଛି, ପ୍ରତିଦିନ ହାରାହାରି ୧୧ ଟି ମାମଲା । ସେହିଭଳି ତେଲେଙ୍ଗାନାରେ ୭ ଜଣ ଏବଂ ଆଫଗାନିସ୍ତାନରେ ୧୫ ଜଣ ପ୍ରାଣ ହରାଇଛନ୍ତି। ସେହି ଅନୁଯାୟୀ, ତେଲେଙ୍ଗାନାରେ ହାରାହାରି ୬ ଦିନରେ ଗୋଟିଏ ମୃତ୍ୟୁ ଘଟିଥିବାବେଳେ ଆଫଗାନିସ୍ତାନରେ ପ୍ରତି ତିନି ଦିନରେ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା।

ରାଜସ୍ଥାନ ବନାମ ଇରାନ

ରାଜସ୍ଥାନର ଜନସଂଖ୍ୟା ୭.୯୫ କୋଟି ଏବଂ ଇରାନ ତୁଳନାରେ ଟିକିଏ ଅଧିକ । ଇରାନର ଜନସଂଖ୍ୟା ୮.୩୯ କୋଟି । ମାର୍ଚ୍ଚ ୨ ରେ ରାଜସ୍ଥାନରେ କରୋନାର ପ୍ରଥମ ରୋଗୀଙ୍କୁ ମିଳିଥିଲା ​​। ଏହି ୩୯ ଦିନ ମଧ୍ୟରେ ଏଠାରେ ୪୬୩ ଟି ମାମଲା ରହିଛି। ଯଦି ଆମେ ଦରଖିବା ତେବେପ୍ରତିଦିନ ହାରାହାରି ୧୨ ଟି ମାମଲା ଆସୁଛି। ଯେତେବେଳେ କି, ଇରାନରେ ପ୍ରଥମ ମାମଲା ଫେବୃଆରୀରେ ଆସିଥିଲା ​​। ସେବେଠାରୁ ୫୧ ଦିନରେ ୬୮ ହଜାର ୧୯୨ ମାମଲା ଏଠାକୁ ଆସିଛି। ଅର୍ଥାତ୍ ପ୍ରତିଦିନ ୧୩୦୦ ରୁ ଅଧିକ ରୋଗୀ | କେବଳ ଏତିକି ନୁହେଁ ରାଜସ୍ଥାନରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇରାନରେ ୪ ହଜାର ୨୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ଇରାନରେ 4 ହଜାର ମୃତ୍ୟୁ ଘଟିଛି।

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍ । ଦେଶରେ ୮ ହଜାର ୩୫୬ ଜଣ କରୋନା ସଂକ୍ରମିତ । ଗତ ୨୪ ଘଣ୍ଟାରେ ୯୦୯ ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ । ସୁସ୍ଥ ହୋଇଛନ୍ତି ୭୧୬ ଜଣ । ୨୭୩ ଜଣଙ୍କ ମୃତ୍ୟୁ ।

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍ । ଦେଶରେ ୮ ହଜାର ୩୫୬ ଜଣ କରୋନା ସଂକ୍ରମିତ । ଗତ ୨୪ ଘଣ୍ଟାରେ ୯୦୯ ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ । ସୁସ୍ଥ ହୋଇଛନ୍ତି ୭୧୬ ଜଣ । ୨୭୩ ଜଣଙ୍କ ମୃତ୍ୟୁ ।

ରାଉରକେଲା: ବିଶ୍ରା ଅଞ୍ଚଳରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସୁନ୍ଦରଗଡ଼ ଜିଲ୍ଲାପାଳ । କେହି ଘରୁ ନବାହାରିବାକୁ ନିର୍ଦ୍ଦେଶ । ଦୁଆରମୁହଁରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବ ପ୍ରଶାସନ ।

ରାଉରକେଲା: ବିଶ୍ରା ଅଞ୍ଚଳରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସୁନ୍ଦରଗଡ଼ ଜିଲ୍ଲାପାଳ । କେହି ଘରୁ ନବାହାରିବାକୁ ନିର୍ଦ୍ଦେଶ । ଦୁଆରମୁହଁରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବ ପ୍ରଶାସନ ।

ଲକଡାଉନ୍ ଅମାନିଆଙ୍କୁ ନାହିଁ ନିସ୍ତାର, ଫାଇନ୍ କାଟି ମାସ୍କ ପିନ୍ଧାଇଲା ପୋଲିସ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ଦିନକୁ ଦିନ ଏହି ମହାମାରୀ ବ୍ୟାପିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶାସନ ମାସ୍କ ବାଣ୍ଟିବାଠୁ ଆରମ୍ଭ କରି ପ୍ରତ୍ୟେକ ଅଞ୍ଚଳ ସାନିଟାଇଜ୍ କରୁଛି । ୧୦ ପ୍ରତିଶତ ଅମାନିଆଙ୍କୁ ଛାଡ଼ି ଦେଲେ ୯୦ ପ୍ରତିଶତ ଲୋକ ସଚେତନ ହୋଇ ଘରେ ରହୁଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ସହ ଲୋକେ ଲକଡାଉନ୍ ପାଳନ କରୁଛନ୍ତି । କିଛି ଅମାନିଆ ବିନା ମାସ୍କରେ ବୁଲୁଥିବାରୁ ଫାଇନ୍ ଆଦାୟ ଆରମ୍ଭ ହୋଇଛି ।

ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସର ଚେକିଂ ଜାରି ରହିଛି । ସରକାରୀ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପୋଲିସ ଫାଇନ୍ ଆଦାୟ କରିଛି । ଚେକିଂ ବେଳେ ୩୦ରୁ ଅଧିକ ଲୋକେ ବିନା ମାସ୍କରେ ବାହରକୁ ବାହାରିଥିଲେ । ସେମାନଙ୍କୁ ପୋଲିସ ଉଚିତ୍ ଶିକ୍ଷା ଦେଇଛି । ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୨୦୦ ଟଙ୍କା ଜରିମାନା ଆଦାୟ କରିବା ସହ ମାସ୍କ ପିନ୍ଧାଇଛି ପୋଲିସ ।

ଅପରପକ୍ଷରେ ପରିବା ଓ ଆମିଷ କିଣିବା ପାଇଁ ରାଜଧାନୀର ୪ ନମ୍ବର ହାଟରେ ଲୋକେ ଭିଡ଼ ଜମାଇଥିଲେ । ମାଛ କିଲୋ ୨୫୦ ଟଙ୍କା ଥିବା ବେଳେ ବାଇକ ନେଇ ଆସିଥିବା ଲୋକେ ୫୦୦ ଟଙ୍କା ଫାଇନ ଦେଇଛନ୍ତି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକ ବାଇକ ପୋଲିସ ଜବତ କରିଛି । ବିଭିନ୍ନ ଥାନା ଅଞ୍ଚଳରେ ପୋଲିସର କଡାକଡି ଚେକିଂ ଚାଲିଛି । ସରକାରୀ ନିୟମ ଉଲ୍ଲଂଘନ ଅଭିଯୋଗରେ ଲୋକଙ୍କଠାରୁ ଫାଇନ କାଟୁଛି ପୋଲିସ ।