‘କରୋନାକୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଏହା କାହାକୁ ବି ହୋଇପାରେ’

1 min read

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଏଭଳି ପରିସ୍ଥିତିରେ ପୋଲିସ, ଗଣମାଧ୍ୟମ ସ୍ଥାନୀୟ ନେତା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି । ଅନେକ ଗଣମାଧ୍ୟମ ପ୍ରତିନିଧି ନେତା ପୋଲିସ ଅଧିକାରୀ ଆଇସୋଲେସନ୍‌ରେ ରହି ସାରିଛନ୍ତି । ତେବେ ଆଜି ସେହିଭଳି ଜଣେ ଜାତୀୟ ସ୍ତରର ବରିଷ୍ଠ ନେତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଖବର ଆସଛି । ସେ ହେଉଛନ୍ତି କଂଗ୍ରେସ୍‌ର ବରିଷ୍ଠ ନେତା ସଞ୍ଜୟ ଝା । ସେ ନିଜ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏବେ ସେ ନିଜକୁ ହୋମ୍‌ ଆଇସୋଲେସନ୍‌ରେ ରଖିଛନ୍ତି । ତାଙ୍କର କୌଣସି ଲକ୍ଷଣ ନଥିବାରୁ ସେ ନିଜକୁ ୧୦-୧୨ ଦିନ ପର୍ଯ୍ୟନ୍ତ ହୋମ୍‌ ଆଇସୋଲେସନ୍‌ରେ ରଖିଛନ୍ତି ।

ସଞ୍ଜୟ ଝା ନିଜ ଟ୍ୱିଟ୍‌ରରେ ଲେଖିଛନ୍ତି ଯେ, କରୋନା ଭୂତାଣୁକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଏହା କାହାକୁ ବି ଆକ୍ରାନ୍ତ କରିପାରେ । ତେଣୁ ସମସ୍ତେ ନିଜ ନିଜର ଯତ୍ନ ନିଅନ୍ତୁ ।

ସଞ୍ଜୟଙ୍କ ଟ୍ୱିଟ୍‌ ପରେ ଲୋକମାନେ ଏହାକୁ ବାରମ୍ବାର ରି-ଟ୍ୱିଟ୍‌ କରିଛନ୍ତି । ସଞ୍ଜୟଙ୍କ ପାଇଁ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଲେଖିଛନ୍ତି ଯେ, ‘ଆପଣ ନିଜର ଯତ୍ନ ନିଅନ୍ତୁ, ଖୁବ୍‌ ଶୀଘ୍ର ଆପଣ ସୁସ୍ଥ ହେବେ ବୋଲି ମୋର ଆଶା’ । ସେହିଭଳି ଆଉ ଜଣେ ବିଜେପି ନେତା ତେଜିନ୍ଦର ପାଲ ବାଗା ମଧ୍ୟ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

Leave a Reply