ଘରୁ ବାହାରି ନାହାନ୍ତି… କାହା ଯୋଗାଯୋଗରେ ଆସି ନାହାନ୍ତି, କିନ୍ତୁ କରୋନା ସଂକ୍ରମିତ !

ଇନ୍ଦୋର: ମଧ୍ୟପ୍ରଦେଶରେ କରୋନାର ହଟସ୍ପଟ ହୋଇଥିବା ଇନ୍ଦୋର ସହରରେ ବର୍ତ୍ତମାନ ଏମିତି ରୋଗୀ ସାମ୍ନାକୁ ଆସୁଛନ୍ତି ଯେଉଁମାନେ ଆଦୌ ଘରୁ ବାହାରି ନାହାନ୍ତି । ସେମାନେ କାହା ସଂସ୍ପର୍ଶରେ ଆସି ନାହାନ୍ତି ଏବଂ କୁଆଡ଼େ ଯାଇନଥିବା ସୂଚନା ଦେଇଛନ୍ତି । ଏମିତି ରୋଗୀ ମାନଙ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏବେ ଚିନ୍ତାରେ । ଏଭଳି ରୋଗୀ ମାନେ କେଉଁ କାରଣରୁ କରୋନା କବଳରେ ଆସିଲେ, ଏହା ସ୍ୱାସ୍ଥ୍ୟ ବିଭାଗ ପାଇଁ ଏବେ ଚନ୍ତାର କାରଣ ପାଲଟିଛି ଯେ ଯେଉଁ ମାନେ ଘରୁ ବାହାରି ନାହାନ୍ତି ସେମାନେ କିଭଳି କରୋନା ସଂକ୍ରମିତ ହେଉଛନ୍ତି । ଇନ୍ଦୋରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ଚିନ୍ତିତ ଅଛନ୍ତି ।

ଲକଡାଉନ ସତ୍ତ୍ୱେ ଏତେ ସଂଖ୍ୟକ ରୋଗୀ କାହିଁକି ସଂକ୍ରମିତ ହେଉଛନ୍ତି ତାହା ଇନ୍ଦୋରର ସ୍ୱାସ୍ଥ୍ୟ ଅଧିକାରୀମାନେ ବର୍ତ୍ତମାନ ଅନୁସନ୍ଧାନ କରୁଛନ୍ତି । ୫୦ ପ୍ରତିଶତ କ୍ଷେତ୍ରରେ, ରୋଗୀର କଣ୍ଟାକ୍ଟ ଟ୍ରେସିଂ କିମ୍ବା ଟ୍ରାଭେଲ ହିଷ୍ଟ୍ରି ଜଣା ନାହିଁ | ସହରର ସର୍ବାଧିକ ସଂକ୍ରମିତ ରୋଗୀଙ୍କୁ ଖଜରାଣା ଅଞ୍ଚଳରେ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ୧୭୮ ରୋଗୀ ଏଠାରୁ ଆସିଛନ୍ତି । ଯେତେବେଳେ ଏହି ରୋଗୀମାନଙ୍କୁ ପଚରାଉଚରା କରାଯାଇଥିଲା, ଦେଖାଗଲା ଯେ କିଛି ରୋଗୀ ସାଧାରଣ ରୋଗର ଚିକିତ୍ସା ପାଇଁ ଡାକ୍ତରଖାନା ଯାଇ ସଂକ୍ରମଣର ଶିକାର ହୋଇଥିଲେ। ଏଥି ସହିତ, କିଛି ଲୋକ ନିଶ୍ଚିତ ଭାବରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।

 

Leave a Reply