ମୋଦିଙ୍କ ଉପରେ ରାଗିଲେ ଦିଦି: କ୍ଷତି ୧ ଲକ୍ଷ କୋଟି, ମିଳିଲା ମାତ୍ର ହଜାରେ କୋଟି

1 min read

ନୂଆଦିଲ୍ଲୀ: କେନ୍ଦ୍ର କରଛି ପକ୍ଷପାତିତା, କ୍ଷତି ଅନୁସାରେ ମିଳୁନି ସହାୟତା । ବାତ୍ୟା ‘ଅମ୍ଫାନ୍’ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଜି ଆକାଶ ମାର୍ଗରୁ ଏସବୁର ସର୍ବେକ୍ଷଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆର୍ଥିକ ପ୍ୟାକେଜକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାତ୍ସଲ୍ୟ କରିଛନ୍ତି । ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ମାତ୍ରା ଏକ ହଜାର କୋଟି ଟଙ୍କା ଦିଆଯାଉଥିବା ମମତା କହିଛନ୍ତି ।

ପିଏମ୍ ମୋଦି ପଶ୍ଚିମବଙ୍ଗ ପାଇଁ ଏକ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । କିନ୍ତୁ, ପ୍ୟାକେଜ୍ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । ଏପରିକି ଏହି ଟଙ୍କା କେବେ ମିଳିବ ଏବଂ ଏହା ଅଗ୍ରୀମ ଅର୍ଥ ତାହା ମଧ୍ୟ ଜଣାନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ‘ଅମ୍ଫାନ୍’ ଯୋଗୁଁ ରାଜ୍ୟରେ ଏକ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ଏମିତିକି କେନ୍ଦ୍ର ଉପରେ ୫୬ ହଜାର କୋଟି ଟଙ୍କା ରାଜ୍ୟର ବକେୟା ଥିବା କହିଛନ୍ତି ମମତା ।

କଣ କହିଥିଲେ ମୋଦି ?

ଆକାଶ ମାର୍ଗରୁ ସର୍ବେକ୍ଷଣ ପରେ ପିଏମ୍ ନରେନ୍ଦ୍ର ମୋଦି କହିଥିଲେ, ‘ବାତ୍ୟା ‘ଅମ୍ଫାନରୁ ମୁକୁଳିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଶିକରି ପ୍ରୟାସ କରିଛନ୍ତି । ତଥାପି ୮୦ ଲୋକଙ୍କ ପ୍ରାଣହାନୀ ହୋଇଛି । ଏଥିପାଇଁ ଆମେ ଦୁଃଖିତ, ମୃତକଙ୍କ ପରିବାର ସଦସ୍ୟ ପ୍ରତି ଆମର ସମବେଦନା ରହିଛି ।’

ଲୋକଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଶି କାମ କରୁଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର କଠିନ ସ୍ଥିତିର ସାମନା କରୁଛନ୍ତି । ଏଥିପାଇଁ ୧୦୦୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ଏଥିସହ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି କହିଥିଲେ ।

ଅମ୍ଫାନ ବାତ୍ୟା: ପ୍ରଧାନମନ୍ତ୍ରୀ ମୋଦିଙ୍କ ୧ ହଜାର କୋଟି ଟଙ୍କା ସାହାଯ୍ୟ ଘୋଷଣା

Leave a Reply