କୂଅରୁ ୯ ପ୍ରବାସୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ତେଲେଙ୍ଗାନାର ୱାରଙ୍ଗାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ କୂଅରୁ ୯ ଜଣ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ପଞ୍ଚିମ ବଙ୍ଗ ଓ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ସେଥିରେ ଶିଶୁ ଏବଂ ମହିଳାଙ୍କ ମୃତଦେହ ମଧ୍ୟ ସମିଲ ରହିଛି ।

ପୋଲିସର କହିବାନୁଯାୟୀ, ୱାରଙ୍ଗାଲର ଏକ ଗାଁରେ ଏଭଳି ଘଟଣା ଘଟିଛି । ଖବର ପାଇ ପୋଲିସ ପ୍ରଥମେ ଜିସୁଗୋଣ୍ଡା ଡିଭିଜନର ଗୋର୍ଟେକୁଣ୍ଟା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ପହଞ୍ଚିଥିଲା । ପରେ ଉକ୍ତ କୂଅରୁ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଶ୍ରମିକ ଏକ ଶୀତଳ ଭଣ୍ଡାରରେ କାମ କରୁଥିଲେ ।

ଘରକୁ ଯିବାକୁ ଚାହୁଁଥିଲେ କିନ୍ତୁ …

ମୃତ ଶ୍ରମିକମାନେ ଲକ୍‌ଡାଉନ୍‌ ଯୋଗୁଁ ନିଜ ଘରକୁ ଫେରିବାକୁ ଚାହୁଁଥିଲେ । କାରଣ ଲକ୍‌ଡାଉନ୍‌ ପରେ ସେମାନେ ନିଜର ଜୀବିକା ହରାଇଥିଲେ ଓ ନିଜର ଘରକୁ ଫେରିବାକୁ ଚାହୁଥିଲେ । ପରେ ସେମାନେ ନିଖୋଜ ହୋଇଯାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ମଧ୍ୟ ରହିଛନ୍ତି ।

Leave a Reply