spot_img
Home Blog Page 7065

ସୁସ୍ଥ ହେଲେ ଆଉ ୯୯ କରୋନା ସଂକ୍ରମିତ: ଏଯାବତ୍ ମୋଟ ସୁସ୍ଥ ହେଲେଣି ୬୪୯ ଜଣ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୯୯ କରୋନା ସଂକ୍ରମିତ । ସେମାନଙ୍କ ମଧ୍ୟରୁ ବାଲେଶ୍ୱରର ୩୪ ଜଣ, ଗଞ୍ଜାମ ୧୫ ଜଣ, ଯାଜପୁର ଏବଂ କେନ୍ଦ୍ରାପଡ଼ାରୁ ୧୩ ଜଣ ଲେଖାଏଁ,  ପୁରୀ ୧୦, ଭଦ୍ରକ ୯ ଏବଂ ନୟାଗଡ଼ରୁ ୩ ଜଣ, ସୁନ୍ଦରଗଡ଼ ଏବଂ ଦେବଗଡ଼ର ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟର ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଛି ।

୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ,୧୪ଶହ ଟପିଲା ରୋଗୀଙ୍କ ସଂଖ୍ୟା

ଆଗରୁ ଟ୍ରେନ୍ ଟିକେଟ୍ କାଟିଥିଲେ ମିଳିବ ରିଫଣ୍ଡ୍, ଜାଣନ୍ତୁ କେବେ ଓ କେମିତି ପାଇବେ ଫେରସ୍ତ ଟଙ୍କା ?

ନୂଆଦିଲ୍ଲୀ: ଲକଡାଉନ ପୂର୍ବରୁ ଯଦି ଆପଣ ଷ୍ଟେସନରେ ଯାଇ ଟିକେଟ ବୁକି କରିଛନ୍ତି ତେବେ ଆପଣଙ୍କୁ ଟଙ୍କା ଫେରସ୍ତ ମିଳିପାରିବ । ରେଳ ସେବା ବନ୍ଦ ହୋଇଯାଇଥିଲା ତେଣୁ ଏବେ ରେଲୱେ ବୁକ ଟିକେଟର ଟଙ୍କା ଫେରସ୍ତ କରୁଛି ।   ଯାତ୍ରୀମାନେ ସୋମବାରଠାରୁ ସଂରକ୍ଷଣ କେନ୍ଦ୍ରକୁ ଯାଇ ଟିକେଟ୍ ଜମା କରି ଟଙ୍କା ଫେରସ୍ତ ପାଇପାରିବେ । ସାମାଜିକ ଦୂରତ୍ୱର ଦୃଷ୍ଟିରେ ରଖି, ତାରିଖ ଅନୁଯାୟୀ ନିୟମ ସ୍ଥିର କରାଯାଇଛି । ବିଶେଷ କଥା ହେଉଛି ଦେଶର ଯେକୌଣସି ସଂରକ୍ଷଣ କେନ୍ଦ୍ର ଯାଇ ଲୋକମାନେ ଟିକେଟ୍ ଦେଖାଇ ଟଙ୍କା ଫେରସ୍ତ କରିପାରିବେ । ଏବଂ ସେମାନେ ନଗଦ ଆକାରରେ ଟଙ୍କା ଫେରସ୍ତ ପାଇବେ । ଯେଉଁମାନେ କୌଣସି କାରଣରୁ ଧାର୍ଯ୍ୟ ସମୟ ମଧ୍ୟରେ ଫେରସ୍ତ ପାଇବାକୁ ସକ୍ଷମ ହେବେ ନାହିଁ, ସେମାନଙ୍କୁ ୧୮୦ଦିନ ସମୟ ମିଳିବ ।

ଆଜିଠାରୁ ଫେରସ୍ତ ହେବ ଟଙ୍କା

ମାର୍ଚ୍ଚ ଶେଷ ସୁଦ୍ଧା କରୋନା ମହାମାରୀ ଯୋଗୁଁ ରେଳ ଚଳାଚଳ ଠପ୍ ହୋଇଯାଇଥିଲା । ଟ୍ରେନ୍ ବାତିଲ୍ ହେବା ସହ ସଂରକ୍ଷଣ କେନ୍ଦ୍ର ମଧ୍ୟ ବନ୍ଦ ହୋଇଯାଇଥିଲା, ଏବଂ ଏଥିପାଇଁ ଲୋକମାନେ ଟଙ୍କା ଫେରସ୍ତ ପାଇପାରିନଥିଲେ । ଆସନ୍ତା ୨୨ ତାରିଖରୁ ସଂରକ୍ଷଣ କେନ୍ଦ୍ରରେ ଟିକେଟ୍ ବୁକିଂ ପୁଣି ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ସେହି ଲୋକମାନେ ସଂରକ୍ଷଣ କେନ୍ଦ୍ରରେ ପହଞ୍ଚିବା ଆରମ୍ଭ କରିଥିଲେ, ଯେଉଁମାନଙ୍କର ଟିକେଟ୍ ବାତିଲ ହୋଇଯାଇଥିଲା, କିନ୍ତୁ ସେଠାରେ ଫେରସ୍ତ ହୋଇନଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା ।

୩୦ ଜୁନ୍ ପର୍ଯ୍ୟନ୍ତ ଟିକେଟ କରିଥିଲେ ମିଳିବ ଫେରସ୍ତ

ଟିକେଟର ଫେରସ୍ତ ନେଇ ଶନିବାର ଦିନ ଚିଠି ଜାରି କରାଯାଇଥିଲା । ଏବଂ ଏହି ଚିଠି ଅନୁସାରେ ୨୨ମାର୍ଚ୍ଚରୁ  ୩୦ ଜୁନ ପର୍ଯ୍ୟନ୍ତ ବୁକ୍ ହୋଇଥିବା ଟିକେଟର ଟଙ୍କା ଫେରସ୍ତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାଣନ୍ତୁ କେବେ କେବେ ଏବଂ କେଉଁମାନଙ୍କୁ ମିଳିବ ଫେରସ୍ତ ଟଙ୍କା ।

  • ଯେଉଁଲୋକମାନେ ୨୨ରୁ ୩୧ମାର୍ଚ୍ଚ ଭିତରେ ଯାତ୍ରା କରିବାକୁ ଟିକେଟ ବୁକ କରିଥିଲେ , ସେମାନେ ଆଜି ତଥା  ୨୪ ମେ ରୁ ସେମାନଙ୍କ ଫେରସ୍ତ ଟଙ୍କା ନେଇ ପାରିବେ ।
  • ଯେଉଁମାନେ ୧ ରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଯାତ୍ରା କରିବାକୁ ଟିକେଟ୍ ବୁକ୍ କରିଥିଲେ, ସେମାନେ ୧ ଜୁନ୍ ରୁ ଟଙ୍କା ଫେରସ୍ତ ନେଇପାରିବ ।
  • ଯେଉଁମାନେ ୧୫ ରୁ ୩୦ ଏପ୍ରିଲ ମଧ୍ୟରେ ଯାତ୍ରା କରିବାକୁ ଟିକେଟ୍ ବୁକ୍ କରଛନ୍ତି, ସେମାନେ ୭ ଜୁନରୁ ସେମାନଙ୍କର ପାଣ୍ଠି ନେଇପାରିବେ ।
  • ୧ ରୁ ୧୫  ମେ ପର୍ଯ୍ୟନ୍ତ ଯାତ୍ରା କରିବାକୁ ବୁକ୍ ହୋଇଥିବା ଟିକେଟ୍ ଟଙ୍କା ୧୪ ଜୁନ୍ ରୁ ଫେରସ୍ତ ହେବ ।
  • ୧୬ ରୁ ୩୦ ମେ ପର୍ଯ୍ୟନ୍ତ ଟିକେଟ୍ ବୁକ୍ ହୋଇଥିବା ଟିକେଟର ଟଙ୍କା ୨୧ ଜୁନ୍ ରୁ ଫେରସ୍ତ ମିଳିବ ।
  • ଯେଉଁମାନେ ୧ ରୁ ୩୦ ଜୁନ୍ ଭିତରେ ଟିକଟ ବୁକ କରିଥିଲେ ସେମାନଙ୍କୁ ୨୮ ଜୁନ୍ ରୁ ଟଙ୍କା ମିଳିପାରିବ ।
  • ଏହି ଟଙ୍କା ନଗଦ ଦିଆଯିବ । ସାମାଜିକ ଦୂରତ୍ୱର ଯତ୍ନ ନେବାକୁ ଏହି ତାରିଖ ଘୋଷଣା କରାଯାଇଛି, ଯାହା ଦ୍ୱାରା ସଂରକ୍ଷଣ କେନ୍ଦ୍ର ଭିଡ଼ ନହେବା ସହ ଲୋକଙ୍କ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବରେ ହୋଇପାରିବ ।

ଲାଭ କ୍ଷତିର ହିସାବରେ ଫସି ରହିଛି ବସ୍ ସେବା, ସରୁନି ବସ୍‌ ଯାତ୍ରୀଙ୍କ ଅପେକ୍ଷା

ଭୁବନେଶ୍ୱର: ଅନୁମତି ପରେ ବି ଅମଙ୍ଗ ବସ୍‌ ମାଲିକ । ଲାଭ କ୍ଷତିର ହିସାବରେ ଫସି ରହିଛି ବସ୍‌ ସେବା । ଛିଡ଼ୁନି ଅଙ୍କ, ଗଡ଼ୁନି ବସ୍‌ । ସେବା ଆରମ୍ଭ ପରେ ଲାଭ ନୁହେଁ ବରଂ କ୍ଷତି ହେବ ବୋଲୁ କହୁଛନ୍ତି ବସ୍‌ ମାଲିକ ସଂଘ ।

ବସ୍‌ ଚଳାଚଳ ନେଇ ଭୁବନେଶ୍ବର ବରମୁ୍ଣ୍ଡା ବସଷ୍ଟାଣ୍ଡରେ ଆଜି ଘରୋଇ ବସ ମାଲିକ ସଂଘର ବୈଠକ ବସିଥିଲା । ଏଥିରେ ରାଜ୍ୟର ୪ଟି ସଂଘ ସାମିଲ ହୋଇଥିଲେ।  ଲିଙ୍ଗରାଜ ବସ ମାଲିକ ସଂଘ, ରାଜଧାନୀ, ଟାଉନ୍‌ ବସ ଓ ମିନି ବସ ମାଲିକ ସଂଘ କର୍ମକର୍ତ୍ତା ଯ଼ୋଗଦେଇଥିଲେ । ବସ୍‌ ଚଳାଚଳ ପାଇଁ ସରକାର ଅନୁମତି ଦେଇଥିଲେ ମଧ୍ୟ ବସ୍‌ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ହୋଇନାହିଁ। ବୁଧବାର ପୁଣି ବୈଠକ ବସିବ । ଏଥିରେ ରାଜ୍ୟର ସବୁ ବସ୍‌ ସଂଘ କର୍ମକର୍ତ୍ତା ଯୋଗଦେବେ । ସମସ୍ତଙ୍କ ମତାମତ ଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ ଗଡିବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ ।

ମାଲିକ ସଂଘର ଦାବି ଗ୍ରହଣ କରାନଗଲେ ଗାଡ଼ି ଚଳାଇବା ସମ୍ଭବ ନୁହେଁ । ସରକାର ଟ୍ୟାକ୍ସ ଛାଡ଼ କରିବାକୁ ସଂଘ ଦାବି କରିଛି। ବସ୍‌ ମାଲିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଉ । କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ୍‌ ଲାଇନ୍‌ ଆଣିବାକୁ ସଂଘ ଦାବି କରିଛି। ଇନ୍‌ସୁରାନ୍‌ସ ଅବଧି ବୃଦ୍ଧି କରାଯାଇନି । ଏସବୁ ସ୍ଥିତିରେ ଗାଡି ଚଳାଚଳ କରାଯାଇପାରିବନାହିଁ ବୋଲି ସଂଘ କହିଛି ।

ଅନ୍ୟପଟେ ଖୁବ‌ଶୀଘ୍ର ମୋ ବସ୍‌ ଚଳାଚଳ ଆରମ୍ଭ ହେବ । କେଉଁ ରୁଟ୍‌ରେ କେତେ ବସ୍‌ ଚଳାଚଳ କରିବ, ଆସନ୍ତାକାଲି ସୂଚନା ଦିଆଯିବ । ମୋ ବସ୍‌ ଚାଲିବା ପ୍ରସଙ୍ଗରେ ଏହାର ପରିଚାଳନା ଦାୟିତ୍ୱରେ ଥିବା ସେଣ୍ଟ୍ରାଲ୍‌ ରିଜିଅନ ଅର୍ବାନ ଟ୍ରାନ୍‌ସପୋର୍ଟ ବା କ୍ରୁଟ୍‌ର ଏମ୍‌ଡି ଅରୁଣ ବୋଥ୍ର। ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ମୋ ବସ୍‌କୁ ବାହାରୁ ଆସୁଥିବା ଶ୍ରମିକଙ୍କୁ ନେବା ଆଣିବା କାମରେ ଲଗାଯାଇଛି । କେଉଁ ରୁଟ୍‌ରେ କେତେ ବସ୍‌ ଚାଲିବ ସେନେଇ ଆସନ୍ତାକାଲି ଅବଗତ କରାଯିବ ବୋଲି ଅରୁଣ ବୋଥ୍ର। କହିଛନ୍ତି ।

୫ ବର୍ଷୀୟ ବାଳକର ଏକୁଟିଆ ବିମାନ ଯାତ୍ରା: ଏକା ଏକା ଦିଲ୍ଲୀରୁ ଫେରିଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ୫ ବର୍ଷୀୟ ବାଳକର ଏକୁଟିଆ ବିମାନ ଯାତ୍ରା । ୩ ମାସ ବ୍ୟବଧାନ ପରେ ମା’ କୋଳକୁ ଫେରିଲା ପୁଅ । ମା’କୁ ଦେଖିବାର ମୋହ, ଛୋଟ ଛୁଆର ମନକୁ ଛୁଇଁ ପାରିନଥିଲା ଭୂତାଣୁ ସଂକ୍ରମଣ କି ଏକୁଟିଆ ଯାତ୍ରାର ଭୟ । ଏକାଏକା ବିମାନରେ ଦିଲ୍ଲୀରୁ ବେଙ୍ଗାଲୁରୁ ଫେରିଥିଲା ଛୋଟ ଛୁଆ ।

दिल्ली से बेंगलुरु फ्लाइट में अकेले आया 5 साल का बच्चा, 3 महीने बाद मां से मिला

ବିମାନ ବନ୍ଦରରେ ଓହ୍ଲାଇବା ପରେ ତା’ ମାଆ ମଞ୍ଜରୀ ଶର୍ମାଙ୍କ ନିକଟରେ ଛାଡ଼ିଥିଲେ ବିମାନ କର୍ତ୍ତୃପକ୍ଷ । ହେଲେ କରୋନା କଟକଣା ଯୋଗୁଁ ମାଆ ତା’ ଛୁଆକୁ କୋଳାଇ ନଥିଲେ । ଅତି ସାବାଧାନତାର ସହ ତାକୁ ନେଇ ଘରକୁ ଯାଇଥିଲେ ।

NBT

ସୂଚନା ଯୋଗ୍ୟ ଯେ, ଲକ୍‌ଡାଉନ୍ ପୂର୍ବରୁ ବିହାନ ଦିଲ୍ଲୀରେ ରହୁଥିବା ନିଜ ଜେଜେ ବାପା ଓ ଜେଜେ ମା’ଙ୍କ ନିକଟକୁ ବୁଲି ଯାଇଥିଲା । ଏହା ପରେ ହଠାତ୍‌ ଲାଗୁ ହୋଇଥିଲା ଲକ୍‌ଡାଉନ୍‌  । ବନ୍ଦ ହୋଇଯାଇଥିଲା ପ୍ରାୟ ସବୁ ସେବା । ଲକ୍‌ଡାଉନ୍‌ ଭିତରେ ଲକ୍ ହୋଇଯାଇଥିଲେ ମାଆ ଆଉ ପୁଅ ।

NBT

ଏବେ ପ୍ରାୟ ୨ ମାସ ପରେ ଆରମ୍ଭ ହେଲା ବିମାନ ସେବା । ଆଉ ଦିଲ୍ଲୀରୁ ବେଙ୍ଗାଲୁରୁ ଆସୁଥିବା ବିମାନରେ ଏକାଏକ ଫେରିଆସିଥିଲା ବିହାନ ।

https://www.facebook.com/NandighoshaTV/videos/1177229535960220/

ସୁପ୍ରିମକୋର୍ଟଙ୍କ ଆଦେଶ : ୧୦ ଦିନ ପରେ ଏୟାର ଇଣ୍ଡିଆ ବିମାନର ମଝି ସିଟ୍ ବୁକ୍ ହୋଇ ପାରିବ ନାହିଁ

ନୂଆଦିଲ୍ଲୀ: ଦୁଇ ମାସ ପରେ ଆଜିଠାରୁ ଦେଶରେ ବିମାନ ଉଡାଣ ଆରମ୍ଭ କରିଛନ୍ତି । ଘରୋଇ ବିମାନ ସେବା ଆରମ୍ଭ ହେବା ଭିତରେ ଆସିଛି ସୁପ୍ରିମକୋର୍ଟଙ୍କ ଆଦେଶ । ସୁପ୍ରିମକୋର୍ଟ ଆଜି ତାଙ୍କ ଆଦେଶରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ସବୁ ବିମାନ ନିଜ ପୂର୍ଣ୍ଣକ୍ଷମତାରେ ଯାତ୍ରୀ ଆଣିପାରିବେ ଓ ୧୦ ଦିନ ପରେ ମଝି ସିଟ୍ ବୁକିଂ କରିବେ ନାହିଁ  ବୋଲି କହିଛନ୍ତି । ସାମାଜିକ ଦୂରତାର ଉଦାହରଣ ଦେଇ ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି ।

ନିଜ ଆଦେଶରେ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟକୁ ଅନ୍ତର୍ଜାତୀୟ ଫ୍ଲାଇଟ୍ ଭିତରେ ସୋସିଆଲ ଡିଷ୍ଟାନ୍ସିଂ ନିୟମ ପାଳନ କରାଇବା ପାଇଁ ଆଦେଶ ଦେଇଛନ୍ତି । ଉଲ୍ଲେଖନୀୟ ଯେ, ଅନ୍ତର୍ଜାତୀୟ ବିମାନରେ ସାମାଜିକ ଦୂରତାକୁ ଧ୍ୟାନ ଦିଆଯାଉନାହିଁ  ଓ ସବୁ ସିଟରେ ଯାତ୍ରୀଙ୍କୁ ବସାଯାଉଛି ବୋଲି ଏକ ଆବେଦନ ବମ୍ବେ ହାଇକୋର୍ଟରେ ଦାଏର କରାଯାଇଥିଲା । ଆବେଦନକର୍ତ୍ତା ଏଥିରେ ଏୟାର ଇଣ୍ଡିଆକୁ ମିଡିଲ ସିଟ୍ ବୁକ୍ ନକରିବା ପାଇଁ ଆଦେଶ ଦେବାକୁ ନିବେଦନ କରିଥିଲେ । ବମ୍ବେ ହାଇକୋର୍ଟ ଆବେଦନ ଉପରେ ଶୁଣାଣି କରି,ଏୟାର ଇଣ୍ଡିଆକୁ ମିଡିଲ୍ ସିଟ୍ ବୁକ୍ ନକରିବା ପାଇଁ ଆଦେଶ ଦେଇଥିଲେ । ଯାହା ବିରୋଧରେ କେନ୍ଦ୍ର ସରକାର ଓ ଏୟାର ଇଣ୍ଡିଆ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ସରକାରଙ୍କ କଟାକ୍ଷ

ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ସରକାରଙ୍କୁ କଟାକ୍ଷ କରି ପଚାରିଥିଲେ ଯେ,କଣ କରୋନା ଭାଇରସ ବିଦେଶରୁ ଆସୁଥିବା ବିମାନରେ ସଂକ୍ରମଣ କରାଇବ ନାହିଁ ? ସାମାଜିକ ଦୂରତା ସରକାରଙ୍କ ନିୟମ ଓ ଏହା ସବୁଠାରେ ପାଳିତ ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ କହିଥିଲେ । ଏହା ସହ ୧୦ ଦିନ ପରେ ବିଦେଶରୁ ଆସୁଥିବା ସବୁ ବିମାନର ମିଡିଲ ସିଟ୍ ବୁକ୍ ହେବ ନାହିଁ ବୋଲି ଆଦେଶ ଦେଇଥିଲେ ।

ସରକାରଙ୍କ ତର୍କ

ସରକାରଙ୍କ ପକ୍ଷରୁ ତର୍କ ରଖା ଯାଇଥିଲା ଯେ, ବିଦେଶରୁ ଆସୁଥିବା ବିମାନଙ୍କ ସଂଖ୍ୟା କମ ଓ ଅଧିକରୁ ଅଧିକ ଯାତ୍ରୀଙ୍କୁ ସରକାର ଦେଶକୁ ଫେରାଇ ଆଣିବାକୁ ଚାହୁଁଛନ୍ତି । ତେଣୁ ମିଡିଲ ସିଟ୍ ବୁକ୍ କରାଯାଉଛି । ତେବେ ସୁପ୍ରିମକୋର୍ଟ ସରକାରଙ୍କ ତର୍କକୁ ଖାରଜ କରି କହିଥିଲେ ଯେ,ଯେଉଁ ଟିକେଟ୍ ବୁକ୍ ହୋଇଛି ତାକୁ କ୍ୟାନସଲ କରି ଆଗାମୀ ଉଡାଣ ପାଇଁ ବୁକିଂ କରାଯାଉ

ବେଆଇନ ମଦ ଚାଲାଣ: ୬୮ ଲିଟର ବ୍ରାଣ୍ଡେଡ୍ ମଦ ଜବତ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ବେଆଇନ୍‌ ମଦ ଚାଲାଣ ବେଳେ ଧରିଲା ପୋଲିସ। ଆଚାର୍ଯ୍ୟ ବିହାର ନିକଟରେ ଧରିଲା ସହିଦନଗର ପୋଲିସ। ଏକ ବୋଲେରୋରେ ୬୮ ଲିଟର ବ୍ରାଣ୍ଡେଡ୍‌ ମଦ ଚାଲାଣ କରାଯାଉଥିଲା। ପୋଲିସ ଆଚାର୍ଯ୍ୟ ବିହାର ନିକଟରୁ ବୋଲେରୋକୁ ଜବତ କରିଛି। ଗାଡ଼ିଟି ଚନ୍ଦ୍ରଶେଖରପୁର ଆଡକୁ ଆସୁଥିବା ବେଳେ ଜବତ କରାଯାଇଛି। ଘଟଣାରେ ୨ଜଣଙ୍କୁ ଅଟକ ରଖିଛି ପୋଲିସ। । ତେବେ ଏତେ ପରିମାଣର ମଦ କେଉଁଠୁ ଆଣିଥିଲେ ଏବଂ କେଉଁଠିକୁ ନେଉଥିଲେ ସେ ନେଇ ତଦନ୍ତ ଚାଲିଛି ।

ଅନଲାଇନ୍ ମଦ ବିକ୍ରି ହେବାର ଥିଲା କିନ୍ତୁ ଲୋକ ସକାଳୁ ସକାଳୁ ଦୋକାନରୁ ବୋହିଲେ ମଦ !

ସୂଚନା ଯୋଗ୍ୟ ଯେ, ସୋମବାର ଅର୍ଥାତ ଆଜିଠାରୁ ରାଜଧାନୀ ଭୁବନେଶ୍ୱରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ବୁକିଂ ଆରମ୍ଭ ହୋଇଛି । କିନ୍ତୁ ଲୋକ ନିୟମ ମାନି ନାହାନ୍ତି । ମଦ ଦୋକାନ ଆଗରେ ଲାଗିଥିଲା ଭିଡ଼। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବାପୁଜୀନଗର, ରସୁଲଗଡ଼, ସିଆରପି, ଡମଣା ପରି ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ସାମାଜିକ ଦୂରତା ନିୟମର ଉଲ୍ଲଂଘନ କରିଛନ୍ତି ଲୋକେ।

ଆରପାରିରେ ବଳବୀର ସିଂ, ହକିରେ ଭାରତକୁ ଦେଇଥିଲେ ପ୍ରଥମ ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଭାରତୀୟ ହକିର ଭେଟେରାନ ଖେଳାଳି ବଲବୀର ସିଂ ସିନିୟରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳେ ତାଙ୍କୁ ୯୬ ବର୍ଷ ହୋଇଥିଲା । ଦୁଇ ସପ୍ତାହରୁ ଅଧିକ ସମୟ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେବା ପରେ ସେ ସୋମବାର ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏବଂ ପଛରେ ଛାଡ଼ି ଦେଇ ଯାଇଛନ୍ତି ଝିଅ ସୁଶବୀର, ତିନି ପୁଅ କାମ୍ବଲବୀର, କରଣବୀର ଏବଂ ଗୁରୁବୀରଙ୍କୁ ।

ଫୋର୍ଟିସ୍ ହସ୍ପିଟାଲ୍ ମୋହାଲିର ନିର୍ଦ୍ଦେଶକ ଅଭିଜିତ୍ ସିଂ କହିଛନ୍ତି ଯେ ତାଙ୍କୁ ୮ ମେ’ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋମବାର ସକାଳ ପ୍ରାୟ ସାଢେ ୬ଟା ବେଳେ ତାଙ୍କର ନିଧନ ହୋଇଥିଲା ।  ଲଣ୍ଡନ (୧୯୪୮), ହେଲସିଙ୍କି (୧୯୫୨) ଏବଂ ମେଲବୋର୍ଣ୍ଣ (୧୯୫୬) ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା ଏବଂ ଏଥିରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ ବଲବୀର ସିଂ ।

ମେ ୧୮ ରୁ ବଲବୀର ସିଂଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିଲା । ନିମୋନିଆ ଏବଂ ଫୁସଫୁସରେ ସଂକ୍ରମଣ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଦ୍ୱାରା ମନୋନୀତ ଆଧୁନିକ ଅଲିମ୍ପିକ୍ ଇତିହାସରେ ୧୬ ଜଣ ଶ୍ରେଷ୍ଠ ଅଲିମ୍ପିଆନନ୍ସ ମଧ୍ୟରେ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ାବିତ୍ ଥିଲେ ବାଲବୀର ।

୧୯୫୬ ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ବଲବୀର ସିଂ ଭାରତର ଅଧିନାୟକ ହୋଇଥିଲା । ବଲବୀର ସିଂଙ୍କ କ୍ୟାପ୍ଟେନସି ସମୟରେ ଭାରତ ହକି ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୫୭ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ସେ ୧୯୭୫ ବିଶ୍ୱକପ ବିଜେତା ଦଳର ପରିଚାଳକ ଥିଲେ । ଅଜିତ ପାଲ ସିଂ ଏହି ଦଳର ଅଧିନାୟକ ଥିଲେ।

ବଲିଉଡ଼ର ଖିଲାଡ଼ି କୁମାର ମଧ୍ୟ ବଲବୀରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ସେ ଅତୀତରେ ବଲବୀରଙ୍କ ସହ ସାକ୍ଷାତ କରିଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି । ଏବଂ ସେ ଏନେଇ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ,  ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ଗୋଲ୍ଡରେ ଅକ୍ଷୟ କୁମାର ବଲବୀର ସିଂଙ୍କ ଭୂମିକାରେ ନଜର ଆସିଥିଲେ ।

ଡରାଇଲା ଭଳି ଖବର : ଭାରତରେ ୨୧ ଲକ୍ଷ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା, ପ୍ରତି ୧୩ ଦିନରେ ଡବଲ ହେଉଛି ମାମଲା

ନୂଆଦିଲ୍ଲୀ: ଭାରତ ପାଇଁ ଖରାପ ଖବର । ଦୁଇ ମାସ ଧରି ଯେଉଁ କରୋନାକୁ ଭାରତ ଅଟକାଇବାରେ ସଫଳ ହୋଇଥିଲା ଲାଗୁଛି ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଆକାଶ ଛୁଇଁବ । ଏକ ଅଧ୍ୟୟନ ଅନୁସାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ହେବ । ମିଶିଗନ ବିଶ୍ୱବିଦ୍ୟାଳୟ ଓ  ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ କରୋନା ମଡେଲ ଜରିଆରେ ଭାରତକୁ ଏହି ଚେତାବନୀ ଦେଇଛନ୍ତି ।

ଭାରତ ଏବେ ଦୁନିଆର କରୋନା ହଟସ୍ପଟ୍ ଭିତରୁ ଗୋଟିଏ ପାଲଟିଛି । ଆଜିସୁଧା ଭାରତରେ ୧ ଲକ୍ଷ ୩୮ ହଜାର ୫ଶହ କରୋନା ସଂକ୍ରମିତ ରହିଛନ୍ତି । କରୋନା ୪ ହଜାର ୨୪ ଜଣଙ୍କ ଜୀବନ ନେଇ ସାରିଛି । ମିଶିଗନ ଓ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର କରୋନା ମଡେଲ ଅନୁସାରେ ଜୁଲାଇ ପ୍ରଥମ ସପ୍ତାହ ସୁଧା ଭାରତରେ ୨୧ ଲକ୍ଷ କରୋନା ସଂକ୍ରମିତ ଥିବେ ।

https://twitter.com/BhramarBioStat/status/1263937431809728513

ମିଶିଗନ ବିଶ୍ୱବିଦ୍ୟାଳୟର ବାୟୋଷ୍ଟାଟେଷ୍ଟିକ୍ସ ଓ ମହାମାରୀ ବିଶେଷଜ୍ଞ ପ୍ରଫେସର ଭ୍ରମର ମୁଖାର୍ଜୀଙ୍କ ଅନୁସାରେ ଏହି ସ୍ଥିତି ଆହୁରି ଅଧିକ ଗମ୍ଭୀର ହେବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ, ଭାରତରେ ସଂକ୍ରମିତଙ୍କ ସଂଖ୍ୟା କମିବା ଆରମ୍ଭ ହୋଇନାହିଁ । ସରକାରୀ ହିସାବ ଅନୁସାରେ ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପ୍ରତି ୧୩ ଦିନରେ ଡବଲ ହୋଇଛି । ଏମିତିରେ ସରକାର ଲକଡାଉନ୍ ପ୍ରତିବନ୍ଧକରେ ଯେଉଁ ରିହାତି ଦେଉଛନ୍ତି ତାହା ଆଗକୁ ଅଧିକ ମୁସ୍କିଲ ସୃଷ୍ଟି କରିବ ।

Corona

ଭ୍ରମର ମୁଖାର୍ଜୀଙ୍କ କଥା ସତ ହୋଇଛି

ଏହା ପୂର୍ବରୁ ପ୍ରଫେସର ଭ୍ରମର ମୁଖାର୍ଜୀଙ୍କ ଟିମ୍ ଏପ୍ରିଲ ମାସରେ ହିଁ କହିଥିଲେ ଯେ, ମେ’ ମାସରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିବ । ଏବେ ଏହି ଟିମର ଅନୁମାନ ଯେ, ଜୁଲାଇ ପ୍ରଥମ ସପ୍ତାହରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷରୁ ୨୧ ଲକ୍ଷ ହେବ । ତେବେ ଭାରତ ସରକାରଙ୍କ ପକ୍ଷରୁ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ । ଭାରତରେ ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ପଞ୍ଚମ ଭାଗ ମୁମ୍ବାଇରେ ରହୁଛନ୍ତି ।

ଭେଣ୍ଟିଲେଟର ଚିନ୍ତା

ଏହି ଟିମ୍ ଭାରତରେ ଭେଣ୍ଟିଲିଟର ଅଭାବକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସରକାରୀ ହିସାବ ଅନୁସାରେ ଭାରତରେ ଏବେ ୭ ଲକ୍ଷ ୧୪ ହଜାର ହସ୍ପିଟାଲ ବେଡ ରହିଛି । ୨୦୦୯ରେ ଏହି ସଂଖ୍ୟା ୫ ଲକ୍ଷ ୪୦ ହଜାର ଥିଲା । କରୋନା ସଂକ୍ରମଣ ମାମଲରେ ଭାରତ ଟପ୍ ଟେନ୍ ତାଲିକାରେ ରହିଛି । ଏହି ତାଲିକାରେ ସଭା ଉପରେ ଆମେରିକା ରହିଛି । ଆମେରିକା ପରେ ଯଥାକ୍ରମେ ବ୍ରାଜିଲ,ବ୍ରିଟେନ୍,ସ୍ପେନ୍,ଇଟାଲି,ଫ୍ରାନ୍ସ,ଜର୍ମାନୀ ଓ ତୁର୍କୀ ରହିଛନ୍ତି ।

 

ଦୁଇ ମାସ ପରେ ଉଡ଼ିଲା ବିମାନ : କରୋନା କାଳରେ ଏମିତି ବେଶରେ ଗଲେ ଯାତ୍ରୀ ଓ ଏୟାର ହଷ୍ଟେସ,ଦେଖନ୍ତୁ ବିମାନ ଭିତରର ଚିତ୍ର

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ପୂରା ଦେଶରେ ଜାରି ହୋଇଛି ଲକଡାଉନ  ଏବଂ ଏଥି ପାଇଁ ବିମାନ ଚଳାଚଳ ଏକପ୍ରକାର ବନ୍ଦ କରିଦିଆଯାଇଥିଲା କିନ୍ତୁ ଦୀର୍ଘ ୨ମାସ ପରେ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆଜି କାର୍ଯ୍ୟକାରୀ ହୋଇଛି ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କର ଥର୍ମାଲ ଟେଷ୍ଟ ମଧ୍ୟ କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ବିମାନରେ ଫେସ୍ କଭର କରିବାକୁ ମାସ୍କ ଦିଆଯାଇଥିଲା  ।

ସୋମବାର ୨୫ ମେ’ରୁ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକୁ ଘରୋଇ ବିମାନ ସେବା ଆରମ୍ଭ ହୋଇଛି । ପ୍ରଥମ ବିମାନ ଦିଲ୍ଲୀ ବିମାନବନ୍ଦରରୁ ପୁନେ ଅଭିମୁଖେ ଯାତ୍ରା କରିଛି । ଏବଂ ଅନ୍ୟପଟେ ମୁମ୍ବାଇ ବିମାନବନ୍ଦରରୁ ପ୍ରଥମ ବିମାନ ସକାଳ ୬: ୪୫ରେ ପାଟନା ଅଭିମୁଖେ ଯାତ୍ରା କରିଥିଲା ।

ଦୁଇମାସ ପରେ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହୋଇଛି, ତେଣୁ ବିମାନ ଉଡ଼ାଣ ଏବଂ ଅବତରଣ ପାଇଁ ବିମାନବନ୍ଦରରେ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ ବିମାନବନ୍ଦରରେ ଅନେକ ବ୍ୟବସ୍ଥା ପରିବର୍ତ୍ତନ କରାଯାଇଛି । କରୋନା ସଂକ୍ରମଣକୁ ଏଡାଇବା ପାଇଁ ବିମାନବନ୍ଦରରେ ଦୁଇ ମିଟର ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ କରାଯାଇଛି ଏବଂ ସ୍ପର୍ଶହୀନ ସିଷ୍ଟମ ଅନୁସରଣ କରାଯାଉଛି । ଏହା ବ୍ୟତୀତ ରାଜ୍ୟ ସରକାର ମଧ୍ୟ ବିମାନ ଯାତ୍ରା ସମ୍ବନ୍ଧରେ ନିଜ ନିଜ ରାଜ୍ୟ ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ସୋମବାର ଦିନ ଜୟପୁର ବିମାନ ବନ୍ଦରକୁ ୨୦ଟି ବିମାନ ଚଳାଚଳ ପାଇଁ ଧାର୍ଯ୍ୟ କରାଯାଇଛି । ବିମାନବନ୍ଦର ନିର୍ଦ୍ଦେଶକଙ୍କ ଅନୁଯାୟୀ ମୁମ୍ବାଇ ଏବଂ ପୁନେ ବିମାନ ଉଡ଼ାଣ ବାତିଲ ହୋଇପାରେ । ଏଥି ସହିତ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ମୋଟ ୩୬ଟି ବିମାନ ପ୍ରଥମ ଦିନରେ କାର୍ଯ୍ୟକ୍ଷମ ହେବ । ଯେଉଁଥିରେ ଲକ୍ଷ୍ନୌରୁ ୧୫ ଟି ବିମାନ ଉଡ଼ିବ । ତେବେ ଆସନ୍ତା ୨୫ ତାରିଖରୁ ବିଜୟୱାଡା ଏବଂ ବିଶାଖାପାଟନମରେ ବିମାନ ସେବା ଆରମ୍ଭ ହେବ ।

ସେହିପରି କୋଲକାତାରେ ମେ ୨୮ ରୁ ବିମାନ ସେବା ଆରମ୍ଭ ହେବ । ତାମିଲନାଡୁ ମହାରାଷ୍ଟ୍ର ଭଳି ଅଳ୍ପ ସଂଖ୍ୟକ ବିମାନ ଉଡ଼ାଣରୁ କୋଲକାତାରେ ବିମାନ ସେବା ଆରମ୍ଭ ହେବ । ଏହାସହ ଯାତ୍ରୀଙ୍କ ସହ ବିମାନ ସେବା ଯୋଗାଯୋଗରେ ଅଛି । ଏବଂ ଯଦି ବିମାନ ବାତିଲ ହୁଏ ତେବେ ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ କରାଯିବ କିମ୍ବା ଯାତ୍ରାକୁ ପୁନ ସ୍ଥିର କରିବେ ।

କରୋନା ଭୂତାଣୁର ସଂକ୍ରମଣ ନେଇ ନୂଆ ତଥ୍ୟ: ୧୧ ଦିନ ପରେ ସଂକ୍ରମିତଙ୍କ ଠାରୁ ନାହିଁ ସଂକ୍ରମଣର ଭୟ

ନୂଆଦିଲ୍ଲୀ: କରୋନା ଭୂତାଣୁର ସଂକ୍ରମଣ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏକ ଅଧ୍ୟାୟନରୁ ବୈଜ୍ଞାନକଙ୍କୁ ଜଣାପଡ଼ିଛି ଯେ, କରୋନା ସଂକ୍ରମିତ ବ୍ୟକ୍ତି ଜଣଙ୍କ ସଂକ୍ରମିତ ହେବାର ୧୧ ଦିନ ପରେ ଅନ୍ୟକୁ ସଂକ୍ରମିତ କରନ୍ତି ନାହିଁ ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला

ପଜିଟିଭ ବ୍ୟକ୍ତି ଜଣଙ୍କ ସଂକ୍ରମିତ ହେବାର ୧୧ ଦିନ ପରେ ସୁସ୍ଥ ହୋଇନଥିଲେ ସୁଦ୍ଧା ସେମାନେ ଅନ୍ୟକୁ ସଂକ୍ରମିତ କରନ୍ତି ନାହିଁ । ସିଙ୍ଗାପୁର ନ୍ୟାସନାଲ ସେଣ୍ଟର ଫର୍‌ ଇନ୍‌ଫେକସନ୍‌ ଡିଜିଜେସ୍ ଏବଂ ଏକାଡେମୀ ଅଫ୍ ମେଡିସିନର ଜାରି ସଦ୍ୟ ରିସର୍ଚ୍ଚ ରିପୋର୍ଟରେ ଏ ବିଷୟରେ ସୂଚନା ରହିଛି ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला

ପୂର୍ବରୁ ଧାରଣା ଥିଲା କରୋନା ପଜିଟିଭ୍‌ ଜଣଙ୍କ ସୁସ୍ଥ ନହେବା ଯାଏଁ ସେ ଅନ୍ୟକୁ ସଂକ୍ରମିତ କରିପାରନ୍ତି । ଅପରପକ୍ଷରେ ଲକ୍ଷଣ ଦେଖାଯିବାର ୨ ଦିନ ପୂର୍ବରୁ ମଧ୍ୟ ଅନ୍ୟ ଜଣଙ୍କୁ ସଂକ୍ରମିତ କରିପାରନ୍ତି ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला

କିନ୍ତୁ ସିଙ୍ଗାପୁର ନ୍ୟାସନାଲ ସେଣ୍ଟର ଫର୍ ଇନ୍‌ଫେକସନ୍‌ ଡିଜିଜେସ୍ ପକ୍ଷରୁ ୭୩ କରୋନା ସଂକ୍ରମିତଙ୍କ ଉପରେ ରିସର୍ଚ୍ଚ ପରେ ଏହି ନୂଆ ତଥ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି । ରିସର୍ଚ୍ଚରୁ ମିଳିଥିବା ତଥ୍ୟ ମୁତାବକ ୧୧ ଦିନ ପରେ ସଂକ୍ରମିତ ବ୍ୟକ୍ତି ଅନ୍ୟ ଜଣଙ୍କୁ ସଂକ୍ରମିତ କରନ୍ତିନାହିଁ  ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला

ଆମେରିକା ସମେତ ପ୍ରାୟ ସାରା ବିଶ୍ୱରେ ସଂକ୍ରମିତ ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ ୨ ଥର ନେଗେଟିଭ୍‌ ଆସିବା ପରେ ହିଁ ସେମାନଙ୍କୁ ସୁସ୍ଥ ଘୋଷଣା କରାଯାଇଥାଏ ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला

ଅବ୍ୟଶ ସିଙ୍ଗାପୁରରେ କରାଯାଇଥିବା ଏହି ସାମ୍ପଲ ସାଇଜ୍ ଛୋଟ ହୋଇଥିବାରୁ ଏହା ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଗ୍ରହଣୀୟ ହୋଇନପାରେ । କିନ୍ତୁ ଏହି ତଥ୍ୟ ଅଧାରରେ ଅଧିକ ରିସର୍ଚ୍ଚ କରିବାର ଆବଶ୍ୟକତା ରହିଛି ଏବଂ ଏହା ଡାକ୍ତରଙ୍କୁ ଅଧିକ ସହୟାକ ହୋଇପାରିବ  ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला