ସୁପ୍ରିମକୋର୍ଟଙ୍କ ଆଦେଶ : ୧୦ ଦିନ ପରେ ଏୟାର ଇଣ୍ଡିଆ ବିମାନର ମଝି ସିଟ୍ ବୁକ୍ ହୋଇ ପାରିବ ନାହିଁ

ନୂଆଦିଲ୍ଲୀ: ଦୁଇ ମାସ ପରେ ଆଜିଠାରୁ ଦେଶରେ ବିମାନ ଉଡାଣ ଆରମ୍ଭ କରିଛନ୍ତି । ଘରୋଇ ବିମାନ ସେବା ଆରମ୍ଭ ହେବା ଭିତରେ ଆସିଛି ସୁପ୍ରିମକୋର୍ଟଙ୍କ ଆଦେଶ । ସୁପ୍ରିମକୋର୍ଟ ଆଜି ତାଙ୍କ ଆଦେଶରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ସବୁ ବିମାନ ନିଜ ପୂର୍ଣ୍ଣକ୍ଷମତାରେ ଯାତ୍ରୀ ଆଣିପାରିବେ ଓ ୧୦ ଦିନ ପରେ ମଝି ସିଟ୍ ବୁକିଂ କରିବେ ନାହିଁ  ବୋଲି କହିଛନ୍ତି । ସାମାଜିକ ଦୂରତାର ଉଦାହରଣ ଦେଇ ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି ।

ନିଜ ଆଦେଶରେ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟକୁ ଅନ୍ତର୍ଜାତୀୟ ଫ୍ଲାଇଟ୍ ଭିତରେ ସୋସିଆଲ ଡିଷ୍ଟାନ୍ସିଂ ନିୟମ ପାଳନ କରାଇବା ପାଇଁ ଆଦେଶ ଦେଇଛନ୍ତି । ଉଲ୍ଲେଖନୀୟ ଯେ, ଅନ୍ତର୍ଜାତୀୟ ବିମାନରେ ସାମାଜିକ ଦୂରତାକୁ ଧ୍ୟାନ ଦିଆଯାଉନାହିଁ  ଓ ସବୁ ସିଟରେ ଯାତ୍ରୀଙ୍କୁ ବସାଯାଉଛି ବୋଲି ଏକ ଆବେଦନ ବମ୍ବେ ହାଇକୋର୍ଟରେ ଦାଏର କରାଯାଇଥିଲା । ଆବେଦନକର୍ତ୍ତା ଏଥିରେ ଏୟାର ଇଣ୍ଡିଆକୁ ମିଡିଲ ସିଟ୍ ବୁକ୍ ନକରିବା ପାଇଁ ଆଦେଶ ଦେବାକୁ ନିବେଦନ କରିଥିଲେ । ବମ୍ବେ ହାଇକୋର୍ଟ ଆବେଦନ ଉପରେ ଶୁଣାଣି କରି,ଏୟାର ଇଣ୍ଡିଆକୁ ମିଡିଲ୍ ସିଟ୍ ବୁକ୍ ନକରିବା ପାଇଁ ଆଦେଶ ଦେଇଥିଲେ । ଯାହା ବିରୋଧରେ କେନ୍ଦ୍ର ସରକାର ଓ ଏୟାର ଇଣ୍ଡିଆ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ସରକାରଙ୍କ କଟାକ୍ଷ

ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ସରକାରଙ୍କୁ କଟାକ୍ଷ କରି ପଚାରିଥିଲେ ଯେ,କଣ କରୋନା ଭାଇରସ ବିଦେଶରୁ ଆସୁଥିବା ବିମାନରେ ସଂକ୍ରମଣ କରାଇବ ନାହିଁ ? ସାମାଜିକ ଦୂରତା ସରକାରଙ୍କ ନିୟମ ଓ ଏହା ସବୁଠାରେ ପାଳିତ ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ କହିଥିଲେ । ଏହା ସହ ୧୦ ଦିନ ପରେ ବିଦେଶରୁ ଆସୁଥିବା ସବୁ ବିମାନର ମିଡିଲ ସିଟ୍ ବୁକ୍ ହେବ ନାହିଁ ବୋଲି ଆଦେଶ ଦେଇଥିଲେ ।

ସରକାରଙ୍କ ତର୍କ

ସରକାରଙ୍କ ପକ୍ଷରୁ ତର୍କ ରଖା ଯାଇଥିଲା ଯେ, ବିଦେଶରୁ ଆସୁଥିବା ବିମାନଙ୍କ ସଂଖ୍ୟା କମ ଓ ଅଧିକରୁ ଅଧିକ ଯାତ୍ରୀଙ୍କୁ ସରକାର ଦେଶକୁ ଫେରାଇ ଆଣିବାକୁ ଚାହୁଁଛନ୍ତି । ତେଣୁ ମିଡିଲ ସିଟ୍ ବୁକ୍ କରାଯାଉଛି । ତେବେ ସୁପ୍ରିମକୋର୍ଟ ସରକାରଙ୍କ ତର୍କକୁ ଖାରଜ କରି କହିଥିଲେ ଯେ,ଯେଉଁ ଟିକେଟ୍ ବୁକ୍ ହୋଇଛି ତାକୁ କ୍ୟାନସଲ କରି ଆଗାମୀ ଉଡାଣ ପାଇଁ ବୁକିଂ କରାଯାଉ

Leave a Reply