spot_img
Home Blog Page 7064

୨୪ ଘଣ୍ଟାରେ ୧୯ ହଜାର ୯୦୬ ଆକ୍ରାନ୍ତ… ବିଶ୍ୱରେ କୋଟିଏ ଟପିଲା କରୋନା ପଜିଟିଭ୍ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱରେ କୋଟିଏ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ବଢ଼ିବାରେ ଲାଗିଛି କରୋନା କହର । ୨୪ ଘଣ୍ଟାରେ ୧୯ ହଜାର ୯୦୬ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୦ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୫ଲକ୍ଷ ୨୮ହଜାର ୮୫୯ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୨ଲକ୍ଷ ୩ହଜାର ୫୧ଟି । ୩ଲକ୍ଷ ୯୭ହଜାର ଜଣ ସୁସ୍ଥ ହୋଇଥିବା ବେଳେ ମୋଟ୍ ୧୬ ହଜାର ୫୫ଜଣଙ୍କ ମୃତ୍ୟୁ ହେଲାଣି ।

ମହାରାଷ୍ଟ୍ରରେ ଲକ୍ଷେ ୫୯ ହଜାର ୧୩୩ଜଣ ସଂକ୍ରମିତ ହୋଇଥିବା ବେଳେ ୭ହଜାର ୨୭୩ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ଦିଲ୍ଲୀରେ ୮୦ ହଜାର ଶହେ ୮୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୫୮ଜଣଙ୍କ ପ୍ରାଣ ନେଲାଣି କରୋନା । ତାମିଲନାଡୁରେ ୭୮ହଜାର ୩୩୫ଜଣ ସଂକ୍ରମିତ ହୋଇଥିବା ବେଳେ ହଜାରେ ୨୫ଜଣଙ୍କ ମୃତ୍ୟୁ ହେଲାଣି ।

ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଭାରତରେ ଅନଲକ୍ ଜାରି ରହିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କଟକଣା ଭିତରେ ସ୍ୱାଭାବିକ ହେବ ଜୀବନଯାତ୍ରା । କରୋନା ସଙ୍କଟରୁ ମୁକ୍ତ ପାଇବା ପାଇଁ ମୋଦି ମନ୍ତ୍ର ଦେଇଛନ୍ତି । ସଭିଏଁ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବାହାରକୁ ଗଲେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବା ଉଚିତ ଓ ପରିସ୍କାର ଓ ପରିଚ୍ଛନ ରହିବା ଜରୁରୀ ବୋଲି କହିଛନ୍ତି ମୋଦି। କରୋନାକୁ ମାତ ଦେଇ ଆଗକୁ ବଢିବା ସହ ଦେଶର ଅର୍ଥନାତିକୁ ଆଗେଇ ନେବା ପାଇଁ ଆହ୍ୱାନ କରିଛନ୍ତି । ଦେଶର ଚାଷୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସରକାର । ଏଭଳି ସଙ୍କଟ ସମୟର ଅନେକ ଐତିସାହିକ ନିଷ୍ପତ୍ତି ନିଆଯାଇଛି ।

ବିପିୟୁଟି ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର: କରୋନା କଟକଣା ଲାଗୁ ହେବା ପରେ ଅଧିକାଂଶ କ୍ଷେତ୍ରରେ କାମ ଠପ୍ ହୋଇଯାଇଛି । ତେବେ ଏଥିରେ ଶିକ୍ଷା କ୍ଷେତ୍ର ମଧ୍ୟ ବାଦ ପଡିନାହିଁ । ତିନି ମାସ ଅପେକ୍ଷା ପରେ ନିକଟରେ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀର ସବୁ ପରୀକ୍ଷା ବାତିଲ ହୋଇଥିଲା । କିଛି ପରୀକ୍ଷା ସରିଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ ନେଇ ନିର୍ଦ୍ଦେଶ ଦିଆଯାଇଥିଲା । କରୋନା ମହାମାରୀ ଯୋଗୁଁ ଅନେକ କାର୍ଯ୍ୟରେ ପରିବର୍ତ୍ତନ ହୋଇଛି । କିଛି ପରୀକ୍ଷାକୁ ସ୍ଥଗିତ ମଧ୍ୟ ରଖାଯାଇଛି ।

କିନ୍ତୁ ଆଜି ବିପିୟୁଟି ଫାଇନାଲ ସେମିଷ୍ଟାର ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ମାସ ୯ ତାରିଖରୁ ୨୯ ଯାଏଁ ସବୁ ଫର୍ମାଟରେ ପରୀକ୍ଷା କରାଯିବ । ଘରେ ବସି ନଚେତ୍ ବିପିୟୁଟି ତାଲିକାରେଥିବା ସେଣ୍ଟରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ରାଜ୍ୟ ବାହାରେବି ପରୀକ୍ଷା ପାଇଁ ସେଣ୍ଟର କରାଯାଇଛି । କପି ରୋକିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ ର ବ୍ୟବସ୍ଥା କରାଯାଇଛି । ନିଜ ଆଗରେ ଥିବା କମ୍ପ୍ୟୁଟର କି ଲ୍ୟାପଟପ ସେଣ୍ଟରରୁ ଉଠିଲେ ଏହାକୁ ବ୍ୟବସ୍ଥା ଦ୍ୱାରା ମନିଟର କରାଯିବ । ପୂର୍ବରୁ ଅନଲାଇନ ପରୀକ୍ଷା ନେଇ ନିଷ୍ପତ୍ତି ହୋଇଥିଲା ।

ବିଶ୍ୱର ଏହି ସବୁ ଦେଶଙ୍କ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ

ଭୁବନେଶ୍ୱର: କରୋନା କାୟାରେ ସାରା ଦେଶ । ସବୁପ୍ରକାର ପ୍ରୟାସ ସତ୍ତ୍ୱେ ବି ସୁଧୁରୁନି କରୋନା ପରିସ୍ଥିତି । ବିଶ୍ୱର ସବୁ ଦେଶରେ ପରିସ୍ଥିତି ଏବେ ବେହାଲ । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ଟପିଥିବା ବେଳେ ବିଭିନ୍ନ ରାଜ୍ୟରେ ପରିସ୍ଥିତି ବିପଦ ଜନକ । ଏଭଳି ପରିସ୍ଥିତିରେ ଓଡ଼ିଶା ହେଉଛି ଏକ ମାତ୍ରା ରାଜ୍ୟ ଯିଏ କରୋନା ସହ ମୁକାବିଲାରେ କିଛି ମାତ୍ରାରେ ସଫଳ ହୋଇଛି । ସେହିଭଳି ଯଦି ଆମେ ଓଡ଼ିଶାର ତୁଳନା ଅନ୍ୟ ଦେଶ ସହ କରିବା ସେତେବେଳେ ଜାଣିପାରିବା ଯେ, ଓଡ଼ିଶାରେ କରୋନା ତାର କେତେ କାୟା ବିସ୍ତାର କରିଛି ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ନିୟନ୍ତ୍ରଣରେ ରହିଛି ସ୍ଥିତି

କରୋନା ଗ୍ରାଫରେ ଓଡ଼ିଶାର ମାନଚିତ୍ର ଉଲ୍ଲେଖନୀୟ ହୋଇପଡ଼ିଛି । ଏହି ରାଜ୍ୟ ତୁଳନାରେ ଅନ୍ୟଦେଶ ମାନଙ୍କରେ ବୃଦ୍ଧି ପାଉଥିବା ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ରହିଛି । କାରଣ ରାଜ୍ୟ ସରକାରଙ୍କ ପ୍ରୟାସ ଫଳରେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ଭଲ ଅଛି ବୋଲି ସ୍ପଷ୍ଟ କରିଥିଲେ ।

ଏବେ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଓଡ଼ିଶା ସହ ବଡ଼ ବଡ଼ ଦେଶ ସହ ତୁଳନା କରାଯାଇଛି ଯେଉଁଥିରେ ଓଡ଼ିଶାରେ କରୋନା ସ୍ଥିତି ବହୁତ ଭଲ ଅଛି ବୋଲି ସ୍ପଷ୍ଟ ହୋଇଛି । ଓଡ଼ିଶାରେ ସମୁଦାୟ ଜନସଂଖ୍ୟା ୪.୪କୋଟି ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬ହଜାର ୧୮୦ ଏବଂ ମୃତ୍ୟୁ ସଂଖ୍ୟା ରହିଛି ୨୧ରେ । ଏବଂ ଅନ୍ୟ ଦେଶ ଯେମିତି କି ସ୍ପେନ୍, ବ୍ରିଟେନ, ଇଟାଲି, ପେରୁ, କଲୋମ୍ବିଆର ଜନସଂଖ୍ୟା ଜଦିଓ ଓଡ଼ିଶାର ଜନସଂଖ୍ୟାଠୁ କିଛି ମାତ୍ରାରେ ଅଧିକ ରହିଛି କିନ୍ତୁ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଓଡ଼ିଶା ତୁଳନା ବହୁତ ଅଧିକ ରହିଛି ।

ରାଜ୍ୟର ଅନ୍ୟ ଦେଶମାନଙ୍କ ସହ ତୁଳନା

ସ୍ପେନରେ ୪.୭ କୋଟି ଜନସଂଖ୍ୟା ଥିବା ବେଳେ ୨.୯୫ଲକ୍ଷ ସଂକ୍ରମିତ ହୋଇଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ୨୮,୩୩୮ରେ ପହଞ୍ଚିଛି । ଏବଂ ବ୍ରିଟେନରେ ୬.୬ କୋଟି ଜନସଂଖ୍ୟା ଥିବାବେଳେ ୩.୦୯ଲକ୍ଷ ଲୋକ ସଂକ୍ରମିତ ହୋଇଛିନ୍ତି । ମୃତ୍ୟୁ ସଂଖ୍ୟା ୪୩ହଜାର ୪୧୪ରେ ପହଞ୍ଚିଛି । ସେହିଭଳି ଇଟାଲିରେ ସମୁଦାୟ ୬କୋଟି ଲୋକଙ୍କ ମଧ୍ୟରୁ ୨.୪୦ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୪ହଜାର ୭୦୮ଲୋକଙ୍କ ମୃତ୍ୟୁ ହୋଇଛି । ଏବଂ ପେରୁରେ ସମୁଦାୟ ୩.୨କୋଟି ଜନସଂଖ୍ୟା ଥିବା ବେଳେ ୨.୭୨ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ସେଠାରେ ମୃତ୍ୟୁ ସଂଖ୍ୟା ୮ହଜାର ୯୩୯ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି କଲମ୍ବିଆରେ ମଧ୍ୟ ସମାନ ପରିସ୍ଥିତି ଏଠାରେ ସମୁଦାୟ ଜନସଂଖ୍ୟା ୪.୯କୋଟି ଲୋକଥିବା ବେଳେ ୮୪,୪୪୨ଜଣ ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଏଠାରେ ମୁତ୍ୟୁ ସଂଖ୍ୟା ୨ହଜାର ୮୧୧ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ଉଦ୍ୟମ ଏବଂ କରୋନାକୁ ନିୟନ୍ତ୍ରଣ କରିବାର ପ୍ରୟାସ ପାଇଁ ଓଡ଼ିଶା ଭଲ ସ୍ଥିତିରେ ରହିଛି ।

ରାଜ୍ୟରେ ଆଉ ୨୬୪ କରୋନା ପଜିଟିଭ୍ ଚିହ୍ନଟ… ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ଭୁବନେଶ୍ୱର: ଜୁନରେ ପିକଅପ୍ ଲେବଲରେ ପହଞ୍ଚିଛି କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୬୧୪ରେ ପହଞ୍ଚିଛି । ଆଜି ରାଜ୍ୟରେ ୨୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ମୋଟ ୪ ହଜାର ୬୦୬ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଏକ ହଜାର ୯୮୦ ଜଣଙ୍କର ବିଭିନ୍ନ ହସପିଟାଲରେ ଚାଲିଛି ଚିକିତ୍ସା ।

ଅପରପକ୍ଷରେ ଆଜି ଆଉ ୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବାପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ମୃତକମାନେ ଗଞ୍ଜାମ, ଭୁବନେଶ୍ୱର ଓ କଟକରୁ ବୋଲି ଜଣାପଡିଛି । କରୋନା ସହ ସେମାନେ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ । ତେବେ ଆଜି ୨୬୪ କରୋନା ପଜିଟିଭଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଥିବାବେଳେ ୩୦ ଜଣ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି ।

ଆଜି ସର୍ବାଧିକ ମାମଲା ଗଞ୍ଜାମରୁ ଆସିଛି । ଗଞ୍ଜାମରେ ୭୬ ଜଣ ସଂକ୍ରମିତ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୫ ଜଣ, ଝାରସୁଗୁଡାରୁ ୧୮ ଜଣ, କୋରାପୁଟ, କନ୍ଧମାଳ, ନୂଆପଡା ଓ ଭଦ୍ରକରୁ ଜଣେ ଲେଖାଏଁ, ଯାଜପୁରରୁ ୪୧ ଜଣ, କେନ୍ଦୁଝରରୁ ୨୫ ଜଣ, ମାଲକାନଗିରିରୁ ୨ ଜଣ, ବରଗଡରୁ ୧୮ ଜଣ, ବାଲେଶ୍ୱରରୁ ୧୨ଜଣ, ଅନଗୁଳରୁ ୪ଜଣ, କଟକ ୧୨ ଜଣ, ଜଗତସିଂହପୁରରୁ ୪ ଜଣ, ନୟାଗଡରୁ ୨ ଜଣ, ଗଜପତିରୁ ଜଣେ, ପୁରୀରୁ ୭ ଜଣ, ସୁନ୍ଦରଗଡରୁ ୪ ଜଣ, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ, ବଲାଙ୍ଗିରରୁ ୨ ଜଣ ଓ ମୟୁରଭଞ୍ଜରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।

ମାଲକାନଗିରି ଚିତ୍ରକୋଣ୍ଡାରେ ନାବାଳକଙ୍କୁ ଖାଇଗଲା କୁମ୍ଭୀର… ଜଲାସାଇ ନଦୀରୁ ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା । ଚିତ୍ରକୋଣ୍ଡାରେ ନାବାଳକଙ୍କୁ ଖାଇଗଲା କୁମ୍ଭୀର । ଜଲାସାଇ ନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରିବାର ସହ ଗାଁରେ ଶୋକର ଛାୟା ଖେଳିଦେଇଛି । ମୃତକ ୧୦ ବର୍ଷର କପିଳାଶ ମାଝୀ ବୋଲି ଜଣାପଡିଛି । ଗତକାଲି ସେ କପିଳାସ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗୋଡ଼ ଖସିଯିବାରୁ ସେ ନଦୀରେ ବୁଡିଯାଇଥିଲେ । ସେଠାରେ କୁମ୍ଭୀରର ଶିକାର ହୋଇଥିଲେ କପିଳାଶ ।

ଗତ କାଲି ଦିନ ୧୧ ଟା ବେଳେ କପିଳାସ ବାପା ମାଆ କାମକୁ ଗଲାବେଳେ ସେ ନଦୀକୁ ଯାଇଥିଲେ । ସମ୍ପର୍କୀୟଙ୍କ ଅନୁସାରେ ସେ ପ୍ରତିଦିନ ନଦୀକୁ ଗାଧୋଇବାକୁ ଯାଆନ୍ତି । କିନ୍ତୁ ଗତ କାଲି ନଦୀକୂଳରେ ହଠାତ୍ ତାଙ୍କ ଗୋଡ ଖସିଯାଇଥିଲା । ତା’ପରେ ସେ ନିଖୋଜ ହୋଇଯାଇଥିଲେ । ଆଜି ସକାଳେ କପିଳାସଙ୍କ ମୃତଦେହ ମିଳିଥିଲା । ତାଙ୍କ ମୃତ ଶରୀରରେ ଗୋଟେ ହାତ ଓ ଗୋଟେ ଗୋଡ ନଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେହି ନଦୀରେ କୁମ୍ଭୀର ବୁଲନ୍ତି । ତେବେ ତାଙ୍କ ମୃତଶରୀର ଦେଖି ଲୋକେ କହୁଛନ୍ତି ଯେ, ତାଙ୍କୁ କୁମ୍ଭୀର ଟାଣିନେଇଥିବ । ରିପୋର୍ଟ ଅନୁସାରେ ସେଠାରେ କୁମ୍ଭୀରମାନେ ଛେଳିମାନଙ୍କୁ ମଧ୍ୟ ଖାଇଯାଆନ୍ତି । ସେଥିପାଇଁ ସେ ଅଞ୍ଚଳକୁ କୁକୁର ଓ ଛେଳି ଯାଆନ୍ତି ନାହିଁ । କାରଣ ପୂର୍ବରୁ ଏମିତି ଅନେକ ଅଘଟଣ ସେଠାରେ ଘଟିଛି । ଗାଁ ଲୋକେ ମଧ୍ୟ ସେ ନଦୀକୁ ଯିବା ପାଇଁ ସମସ୍ତଙ୍କୁ ବାରଣ କରନ୍ତି । ସାଧାରଣ ଲୋକେ ମଧ୍ୟ ସେ ସ୍ଥାନକୁ ଯାଆନ୍ତି ନାହିଁ । ହେଲେ କାଲି ଜଣେ ୧୦ ବର୍ଷର ନାବାଳକ ସେଠାକୁ ଗାଧୋଇବାକୁ ଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ଦୁଃଖିତ ହେବା ସହ ଭୟବୀତ ମଧ୍ୟ ହୋଇଯାଇଛନ୍ତି ।

ମୁଣ୍ଡଳୀରେ ପଶିଲା ହୀରାକୁଦ ବନ୍ୟାଜଳ… ପ୍ରତି ସେକେଣ୍ଡରେ ଲକ୍ଷେ ୭୨ ହଜାର କୁସେକ୍ ଜଳ ପ୍ରବାହିତ

ସମ୍ବଲପୁର: ମୁଣ୍ଡଳୀ ପହଞ୍ଚିଲା ବନ୍ୟାଜଳ । ହୀରାକୁଦରୁ ନିଷ୍କାସିତ ହେଉଥିବା ବନ୍ୟାଜଳ ମୁଣ୍ଡଳୀ ବ୍ୟାରେଜ୍ ଦେଇ ପ୍ରବାହିତ ହେଉଛି। ତେବେ ତଳମୁଣ୍ଡ ପ୍ରତି କୌଣସି ବିପଦ ନଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ସେପଟେ ଡ୍ୟାମର ୧୫ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ଗତ କାଲି ହୀରାକୁଦ ଡ୍ୟାମର ୩ଟି ଗେଟ୍ ଖୋଲାଯାଇଥିଲା ।

ପୁଣି ଖୋଲିଲା ୩ଟି ଗେଟ୍… ହୀରାକୁଦ ଡ୍ୟାମର ମୋଟ୍ ୧୫ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ଗତ ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୮ ହଜାର ୧୬୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୨ ହଜାର ୬୬୭ ଘନଫୁଟ ଜଳ ନିଷ୍କାସନ କରାଯାଉଛି । ଉପର ମୁଣ୍ଡରୁ ଜଳପ୍ରବାହ ବୃଦ୍ଧିପାଇଲେ ଆହୁରି ଅଧିକ ଗେଟ୍ ଖୋଲାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୬୧୨.୫୬ ଫୁଟ ରହିଛି ।

ବିବାହରେ ୨୫୦ ଲୋକଙ୍କୁ ନିମନ୍ତ୍ରଣ କରି ୬ଲକ୍ଷ ଜରିମାନା ଦେଲେ ବରପକ୍ଷ

ରାଜସ୍ଥାନର ଭିଲବାଡ଼ାଠାରେ ଏକ ବିବାହ ସମାରୋହରେ ନିଷେଧାଦେଶ ସତ୍ତ୍ୱେ ସାମିଲ ହୋଇଥିଲେ ୨୫୦ ଲୋକ । ଏବଂ ୨୫୦ ଜଣଙ୍କୁ ଡାକିବା ବର ପାଇଁ ମହଙ୍ଗା ପଡ଼ିଛି । ବରଯାତ୍ରୀ ହୋଇ ଯାଇଥିବା ଏହି ୨୫୦ ଜଣଙ୍କ ଭିତରେ କରୋନା ସଂକ୍ରମଣ ଏତେ ବ୍ୟାପି ଯାଇଥିଲା ଯେ ଏମାନଙ୍କ ମଧ୍ୟରୁ ୧୫ ଜଣ ବ୍ୟକ୍ତି ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଛନ୍ତି । ଏବଂ ଏହି ୧୫ ସଂକ୍ରମିତ ମଧ୍ୟରେ ବରର ରିପୋର୍ଟ ପଜିଟିଭ୍ ଆସିଛି । ଏହାସହ ବରର ଦାଦା ମଧ୍ୟ କରୋନା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି ।

rajasthan-bhilwara-marriage-bride-groom-corona-virus-barat   ୧୫ କରୋନା ପଜିଟିଭ୍ ଆସିବା ପରେ ୧୨୭ଜଣ କ୍ୱାରେଣ୍ଟାଇନରେ

ବର ଏବଂ ତାଙ୍କ ବାପାଙ୍କ ସମେତ ସମସ୍ତ ୧୫ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜସ୍ଥାନ ସରକାର ୧୨୭ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିବା ସହ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଟଙ୍କା ବରର ବାପା ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲୋକମାନଙ୍କୁ କ୍ୱାରେଣ୍ଟାଇନ୍ କରିବା ପାଇଁ ୬ ଲକ୍ଷ ୨୬ ହଜାର ୬୦୦ ଖର୍ଚ୍ଚ ହୋଇଛି ।

ବରର ପିତାଙ୍କଠାରୁ ଖର୍ଚ୍ଚ ଟଙ୍କା ନିଆଯିବ

ଭିଲବାଡ଼ା ଜିଲ୍ଲା ମାଜିଷ୍ଟ୍ରେଟ ରାଜେନ୍ଦ୍ର ଭଟ୍ଟ ନୋଟିସ ଜାରି କରି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ମେଡ଼ିକାଲରେ ଖର୍ଚ୍ଚ ହେଉଥିବା ସମସ୍ତ ଟଙ୍କା ୩ ଦିନ ମଧ୍ୟରେ ବରର ପିତାଙ୍କଠାରୁ ଆଦାୟ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମ୍ମା କରାଯାଉ । ଏଥିସହ ମାଜିଷ୍ଟ୍ରେଟ ଏହା ମଧ୍ୟ କହିଛନ୍ତି ଯେ ଆଗକୁ ଚିକିତ୍ସା ପାଇଁ ଆସୁଥିବା ସମସ୍ତ ଖର୍ଚ୍ଚ ବରର ପରିବାରରୁ ଜରିମାନା ଭାବେ ଆଦାୟ କରାଯିବ ।

Rajasthan mrrg

୫୦ଜଣ ଲୋକ ବିବାହକୁ ଯାଆନ୍ତି

ମହାମାରୀର ଭୟବହତା ପାଇଁ ରାଜସ୍ଥାନ ସରକାର ବହୁତ ପଦକ୍ଷେପ ନେଇଛନ୍ତି  । ଏବେ ଦେଶ ଏବଂ ରାଜ୍ୟରେ କରୋନା ସ୍ଥିତି ବୃଦ୍ଧି ପାଉଥିବାରୁ ବିଭିନ୍ନରାଜ୍ୟର ସରକାର ବହୁ ତତ୍ପର ହୋଇଛନ୍ତି  । ତେଣୁ ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବାହାଘର କାର୍ଯ୍ୟ ପାଇଁ  ସରକାର ୫୦ ଜଣ ସାମିଲ ହେବାକୁ ଆଦେଶଦେଇଛନ୍ତି ।

ସୂଚନା ଅନୁସାରେ ୧୯ଜୁନରେ ସବୁ ନିୟମ ଉଲଘଂନ କରି ବର ପକ୍ଷରୁ ୨୫୦ ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହାପରେ ୨୧ ଜୁନରୁ ସାମିଲ ହୋଇଥିବା ଲୋକଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହା ଏମାନଙ୍କ ମଧ୍ୟରୁ ଧିରେ ଧିରେ କରୋନା ପଜିଟିଭ୍ ଚିହ୍ନଟ ହେବାରେ ଲାଗିଛନ୍ତି । ଏହାସହ ଡାକ୍ତର କହିଛନ୍ତି ଯେ, ଏହି ବିବାହରେ ସାମିଲ ହୋଇଥିବା ଲୋକେ ବିଶେଷ କରି ବୃଦ୍ଧମାନେ କରୋନା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି ।

ଚୀନ୍ ପାଇଁ ଡେଲିଭରୀ ବୟମାନେ ଛାଡିଲେ ଚାକିରି, କହିଲେ ଭୋକରେ ରହିବୁ ପଛେ…

କୋଲକାତା: ଗତ କିଛି ମାସରୁ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଜୁନ୍ ୧୫ ତାରିଖ ଦିନ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ ।  ସେଥିପାଇଁ ଲୋକେ ଚୀନ ବିରୋଧରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକେ କ୍ରୋଧିତ ହୋଇ ଚାଇନାର ଅନେକ ଜିନିଷକୁ ବୟକଟ୍ କରିଛନ୍ତି । କୋଲକାତାରେ ଜୋମାଟୋ କମ୍ପାନୀର ଡେଲିଭରୀ ବୟମାନେ ଚୀନ୍ କୁ ବିରୋଧ କରି ଇସ୍ତଫା ଦେଇଛନ୍ତି। କେବଳ ସେତିକି ନୁହେଁ, ଏହି କର୍ମଚାରୀମାନେ ଚାଇନାର ଆପ୍ କମ୍ପାନୀକୁ ବିରୋଧ କରୁଥିବାବେଳେ କମ୍ପାନୀର ଟି-ସାର୍ଟ ଚିରି ପୋଡି ଦେଇଥିଲେ।

ବେହାଲାରେ ପ୍ରଦର୍ଶନରେ ସାମିଲ ଥିବା କିଛି ଲୋକ ଦାବି କରିଛନ୍ତି ଯେ ସେମାନେ ଜୋମାଟୋ ଚାକିରି ଛାଡିଛନ୍ତି । ଏହା ବ୍ୟତୀତ ସେମାନେ ଲୋକଙ୍କୁ ଜୋମାଟୋ ମାଧ୍ୟମରେ ଖାଦ୍ୟ ଅର୍ଡର ନକରିବାକୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଚାଇନାର କମ୍ପାନୀ ଅଲିବାବା ସହିତ ଜଡିତ ଆଣ୍ଟ ଫାଇନାନ୍ସିଆଲ୍ ଜୋମାଟୋର ୧୪.୭ ପ୍ରତିଶତ ଅଂଶଧନ (ସେୟାର) କିଣିଛି । ଜୋମାଟୋ ନିକଟରେ ଆଣ୍ଟ ଫାଇନାନ୍ସରୁ ୧୫ କୋଟି ଡଲାର୍ ସଂଗ୍ରହ କରିଥିଲେ ।

ପ୍ରଦର୍ଶନରେ ସମ୍ବନ୍ଧୀୟ ଜଣେ ବ୍ୟକ୍ତି କହିଛନ୍ତି, ଚୀନର କମ୍ପାନୀମାନେ ଏଠାରୁ ଲାଭବାନ ହେଉଛନ୍ତି ଏବଂ ଆମର ସୈନିକମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ସୋମାନେ ଭାରତରୁ ଲାଭ ହାସଲ କରି ସେପଟେ ଆକ୍ରମଣ କରୁଛନ୍ତି । ରିପୋର୍ଟ ଅନୁସାରେ ମେ ମାସରେ ଜୋମାଟୋ ଏହାର ୧୩ ପ୍ରତିଶତ କର୍ମଚାରୀ, ୫୨୦ ଲୋକଙ୍କୁ କୋଭିଡ ମହାମାରୀକୁ ଦର୍ଶାଇ ଚାକିରିରୁ ବରଖାସ୍ତ କରିଥିଲା । ଏ ବାବଦରେ ଜୋମାଟୋଙ୍କ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଆଜି ଅନଲକ୍ ୧.୦ ର ସାପ୍ତିହିକ ଶେଷ ସଟଡାଉନ୍… ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଖାଁ ଖାଁ… ୩୦ ପରେ ଘୋଷଣା ହୋଇପାରେ ନୂଆ ନିୟମ

ଆଜି ଅନଲକ୍ ୧.୦ ର ସାପ୍ତିହିକ ଶେଷ ସଟଡାଉନ୍… ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଖାଁ ଖାଁ… ୩୦ ପରେ ଘୋଷଣା ହୋଇପାରେ ନୂଆ ନିୟମ… ସେପଟେ ବଢୁଛି କରୋନା ସଂକଟ

ସୃତୀ ହାସନ ସେୟାର କଲେ ଅଣ୍ଡରୱାଟର ଫଟୋଶୁଟ୍… ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ସୃତୀ ହାସନ ତାମିଲ ତେଲୁଗୁ ଏବଂ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରନ୍ତି  । ବରିଷ୍ଠ ଅଭିନେତା କମଲ ହାସନଙ୍କ ଝିଅ ହେଉଛନ୍ତି ସୃତୀ । ସୃତୀ ବଲିଉଡରେ ମଧ୍ୟ ଅଭନୟ କରିଛନ୍ତି । ସାଉଥ ଜଗତରେ ରାଜ କରୁଥିବା ଏହି ଅଭିନେତ୍ରୀ ବଲିଉଡରେ ମଧ୍ୟ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି।

https://www.instagram.com/p/CB7ajAUh-Vs/?utm_source=ig_embed

ସାଉଥ ଇଣ୍ଡଷ୍ଟ୍ରିରେ ସେ ଅଧିକ ଚର୍ଚ୍ଚିତ। ସୃତୀ ଏବେ ଅନେକ ଲୋକଙ୍କ ଦିଲ୍‌ରେ ରାଜ କରନ୍ତି। ୨୦୦୯ ମସିହାରେ ସୃତୀ ତାଙ୍କ ଫିଲ୍ମି କ୍ୟାରିଅର ବଲିଉଡର “ଲକ୍‌” ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ। ଏହା ପରେ ସେ ପ୍ଲାଷ୍ଟିକ୍‌ ସର୍ଜରୀ କରାଇଥିଲେ। ସର୍ଜରୀ ପରେ ସେ ସାଉଥ ଫିଲ୍ମ ଜଗତରେ ପାଦ ଦେଇଥିଲେ। ଉଭୟ ବଲିଉଡ ସହ ଟଲିଉଡରେ ସେ ଧମାଲ କରନ୍ତି ଓ ସେତିକି ସଫଳତା ମଧ୍ୟ ହାସଲ କରିଛନ୍ତି ।

https://www.instagram.com/p/CB7ap3tB33Z/

ଅଭିନେତ୍ରୀ ସୃତୀ ହାସନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ନିକଟରେ ସୃତୀ ନିଜର ଅଣ୍ଡରୱାଟର ଫଟୋଶୁଟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋଗୁଡିକ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ତାଙ୍କର ଏହି ଷ୍ଟନିଂ ଫଟୋ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ପୋଷ୍ଟ କରିଥିବା ପ୍ରତ୍ୟେକ ଫଟୋରେ ସୃତୀ କ୍ୟାପସନ୍ ଦେଇଛନ୍ତି । ଏହା ପୂର୍ବରୁ ସୃତୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ ।

https://www.instagram.com/p/CB7agZDhfHu/

ଆତ୍ମବିଶ୍ୱାସ ଜୀବନରେ କେତେ ଜରୁରୀ ଏନେଇ ସୃତୀ ଏହି ଭିଡିଓ ଦ୍ୱାରା ସେ ନିଜ ଫ୍ୟାନ୍ସଙ୍କୁ କହିଥିଲେ ।ଏହା ପୂର୍ବରୁ ଇନଷ୍ଟାଗ୍ରାମରେ ସୃତୀ ପ୍ଲାଷ୍ଟିକ ସର୍ଜରୀର ପ୍ରଶ୍ନ ନେଇ ଜବାବ ରଖିଥିଲେ । ସେ କହିଥିଲେ ଯେ, ତାଙ୍କ ବ୍ୟକ୍ତିଗତ ଜୀବନରେ ସେ ଯାହା ଇଚ୍ଛା ତାହା କରିବେ । ପ୍ଲାଷ୍ଟିକ ସର୍ଜରୀ ମଧ୍ୟ ତାଙ୍କ ନିଷ୍ପତ୍ତି ଥିଲା । ସେ ନା ସର୍ଜରୀ ସପୋର୍ଟରେ ଅଛନ୍ତି ନା ତା ବିରୋଧରେ କହୁଛନ୍ତି ।

https://www.instagram.com/p/CB7alYNBF0b/

ସୃତୀ ହାସନ ଶେଷ ଥର ପାଇଁ ସର୍ଟ ଫିଲ୍ମ ଦେବୀରେ ନଜର ଆସିଥିଲେ । ଫିଲ୍ମରେ ସୃତୀଙ୍କ ବ୍ୟତୀତ ଅଭିନେତ୍ରୀ କାଜୋଲ, ନେହା ଧୂପିଆ, ନୀନା କୁଲକର୍ଣ୍ଣି, ମୁକ୍ତା, ସନ୍ଧ୍ୟା ମ୍ହୋତ୍ର, ରମା ଜୋଶୀ ଅଭିନୟ କରିଥିଲେ । ଏହି ସର୍ଟ ଫିଲ୍ମକୁ ବହୁତ ପସନ୍ଦ କରାଯାଇଥିଲା ।