ଡରାଇଲା ଭଳି ଖବର : ଭାରତରେ ୨୧ ଲକ୍ଷ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା, ପ୍ରତି ୧୩ ଦିନରେ ଡବଲ ହେଉଛି ମାମଲା

1 min read

ନୂଆଦିଲ୍ଲୀ: ଭାରତ ପାଇଁ ଖରାପ ଖବର । ଦୁଇ ମାସ ଧରି ଯେଉଁ କରୋନାକୁ ଭାରତ ଅଟକାଇବାରେ ସଫଳ ହୋଇଥିଲା ଲାଗୁଛି ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଆକାଶ ଛୁଇଁବ । ଏକ ଅଧ୍ୟୟନ ଅନୁସାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ହେବ । ମିଶିଗନ ବିଶ୍ୱବିଦ୍ୟାଳୟ ଓ  ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ କରୋନା ମଡେଲ ଜରିଆରେ ଭାରତକୁ ଏହି ଚେତାବନୀ ଦେଇଛନ୍ତି ।

ଭାରତ ଏବେ ଦୁନିଆର କରୋନା ହଟସ୍ପଟ୍ ଭିତରୁ ଗୋଟିଏ ପାଲଟିଛି । ଆଜିସୁଧା ଭାରତରେ ୧ ଲକ୍ଷ ୩୮ ହଜାର ୫ଶହ କରୋନା ସଂକ୍ରମିତ ରହିଛନ୍ତି । କରୋନା ୪ ହଜାର ୨୪ ଜଣଙ୍କ ଜୀବନ ନେଇ ସାରିଛି । ମିଶିଗନ ଓ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର କରୋନା ମଡେଲ ଅନୁସାରେ ଜୁଲାଇ ପ୍ରଥମ ସପ୍ତାହ ସୁଧା ଭାରତରେ ୨୧ ଲକ୍ଷ କରୋନା ସଂକ୍ରମିତ ଥିବେ ।

ମିଶିଗନ ବିଶ୍ୱବିଦ୍ୟାଳୟର ବାୟୋଷ୍ଟାଟେଷ୍ଟିକ୍ସ ଓ ମହାମାରୀ ବିଶେଷଜ୍ଞ ପ୍ରଫେସର ଭ୍ରମର ମୁଖାର୍ଜୀଙ୍କ ଅନୁସାରେ ଏହି ସ୍ଥିତି ଆହୁରି ଅଧିକ ଗମ୍ଭୀର ହେବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ, ଭାରତରେ ସଂକ୍ରମିତଙ୍କ ସଂଖ୍ୟା କମିବା ଆରମ୍ଭ ହୋଇନାହିଁ । ସରକାରୀ ହିସାବ ଅନୁସାରେ ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପ୍ରତି ୧୩ ଦିନରେ ଡବଲ ହୋଇଛି । ଏମିତିରେ ସରକାର ଲକଡାଉନ୍ ପ୍ରତିବନ୍ଧକରେ ଯେଉଁ ରିହାତି ଦେଉଛନ୍ତି ତାହା ଆଗକୁ ଅଧିକ ମୁସ୍କିଲ ସୃଷ୍ଟି କରିବ ।

Corona

ଭ୍ରମର ମୁଖାର୍ଜୀଙ୍କ କଥା ସତ ହୋଇଛି

ଏହା ପୂର୍ବରୁ ପ୍ରଫେସର ଭ୍ରମର ମୁଖାର୍ଜୀଙ୍କ ଟିମ୍ ଏପ୍ରିଲ ମାସରେ ହିଁ କହିଥିଲେ ଯେ, ମେ’ ମାସରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିବ । ଏବେ ଏହି ଟିମର ଅନୁମାନ ଯେ, ଜୁଲାଇ ପ୍ରଥମ ସପ୍ତାହରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷରୁ ୨୧ ଲକ୍ଷ ହେବ । ତେବେ ଭାରତ ସରକାରଙ୍କ ପକ୍ଷରୁ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ । ଭାରତରେ ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ପଞ୍ଚମ ଭାଗ ମୁମ୍ବାଇରେ ରହୁଛନ୍ତି ।

ଭେଣ୍ଟିଲେଟର ଚିନ୍ତା

ଏହି ଟିମ୍ ଭାରତରେ ଭେଣ୍ଟିଲିଟର ଅଭାବକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସରକାରୀ ହିସାବ ଅନୁସାରେ ଭାରତରେ ଏବେ ୭ ଲକ୍ଷ ୧୪ ହଜାର ହସ୍ପିଟାଲ ବେଡ ରହିଛି । ୨୦୦୯ରେ ଏହି ସଂଖ୍ୟା ୫ ଲକ୍ଷ ୪୦ ହଜାର ଥିଲା । କରୋନା ସଂକ୍ରମଣ ମାମଲରେ ଭାରତ ଟପ୍ ଟେନ୍ ତାଲିକାରେ ରହିଛି । ଏହି ତାଲିକାରେ ସଭା ଉପରେ ଆମେରିକା ରହିଛି । ଆମେରିକା ପରେ ଯଥାକ୍ରମେ ବ୍ରାଜିଲ,ବ୍ରିଟେନ୍,ସ୍ପେନ୍,ଇଟାଲି,ଫ୍ରାନ୍ସ,ଜର୍ମାନୀ ଓ ତୁର୍କୀ ରହିଛନ୍ତି ।

 

Leave a Reply