୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ,୧୪ଶହ ଟପିଲା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ  ୧୪୦୦ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ୧୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୧୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ୧୦୩ ଜଣ ନୂତନ ସଂକ୍ରମିତଙ୍କ ମଧ୍ୟରୁ ୯୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଏବଂ ଅନ୍ୟ ୭ ଜଣ ସ୍ଥାନୀୟ ଲୋକ ପଜିଟିଭ ଆସିଛନ୍ତି।

୧୦୩ଜଣ ପଜିଟିଭଙ୍କ ମଧ୍ୟରୁ ଦେବଗଡ଼ରୁ ୨୨, କେନ୍ଦ୍ରାପଡାରୁ ୧୫ ଓ ଜଗତସିଂହପୁରରୁ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମାଲକାନଗିରିରୁ ୯ଜଣ , ଭଦ୍ରକ ଓ ବଲାଙ୍ଗିରରୁ ୮ଜଣ ଲେଖାଏଁ ଆକ୍ରାନ୍ତ ଆସିଛନ୍ତି ।

 

ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଥିବା ବେଳେ ୪୯୭ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୮୮୧ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ଏବଂ ଏପର୍ଯ୍ୟନ୍ତ ସୁଦ୍ଧା ୫୫୦ଜଣ ସୁସ୍ଥ ହୋଇଛନ୍ତି । ସର୍ବାଧିକ ୩୪୮ ସଂକ୍ରମିତଙ୍କ ସହ ଗଞ୍ଜାମ ଲିଷ୍ଟର ଉପରେ ଥିବାବେଳେ ୨୩୯ ସଂକ୍ରମିତଙ୍କ ଦ୍ୱିତୀୟରେ ରହିଛି ଯାଜପୁର ଜିଲ୍ଲା ।

Leave a Reply