ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟର ବ୍ୟବହାର ଉପରେ କଟକଣା ଲଗାଇଛି । କିନ୍ତୁ, ଭାରତରେ ଏହି ଔଷଧର ବ୍ୟବହାର ଜାରି ରହିବ । ମ୍ୟାଲେରିଆ ପାଇଁ ପ୍ରସ୍ତୁତ ଏହି ମେଡିସିନକୁ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ସେବନ କରିବେ । ଏନେଇ ଆଜି ଆଇସିଏମଆର୍ ଡିଜି ସ୍ପଷ୍ଟ କରିଛନ୍ତି ।
ବିଭିନ୍ନ ପରୀକ୍ଷଣ ଦର୍ଶାଇଛି ଏହା ଆଣ୍ଟି ଭାଇରାଲ ଡ୍ରଗ୍ । ଏହା ଏକ ଲୋକପ୍ରିୟ ଔଷଧ । ଆମେରିକା ସରକାର ମଧ୍ୟ ଏହାର ବ୍ୟବହାର କରୁଛନ୍ତି । ଇନ୍-ଭିଟୋ ଡାଟା ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସେବନ ସୁରକ୍ଷିତ । ୬ ସପ୍ତାହ ମଧ୍ୟରେ ଭାରତରେ ଏହାର ପରୀକ୍ଷଣ କରାଯାଇଛି । ଏମ୍ସ, ଆଇସିଏମଆର୍ ସମେତ ଦିଲ୍ଲୀର ୩ଟି ହସ୍ପିଟାଲରେ ଏହା ଉପରେ ଅନୁସନ୍ଧାନ କରିଛୁ ।

କେସ୍ କଣ୍ଟ୍ରୋଲ୍ ଅଧ୍ୟୟନ ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ କୋଭିଡ୍ ରୋଗୀଙ୍କ ଉପରେ କାମ କରୁଛି । ଏହାର ସେବନ ଦ୍ୱାରା ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ ପ୍ରତିକ୍ରିୟା ଆସୁନାହିଁ । ମେ ୧୮ରେ ଆଇସିଏମ୍ଆର ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସେବନ ନେଇ ଏକା ଗାଇଡଲାଇନ୍ ଜାରି କରିଥିଲା । କରୋନା ଯୁଦ୍ଧରେ ଆଗଧାଡ଼ିରେ କାମ କରୁଥିବା ଯୋଦ୍ଧା ପ୍ରଥମ ଦିନରେ ୨ଟି ଟାବଲେଟ୍, ୭ ଦିନ ପରେ ଆଉ ଗୋଟିଏ ଖାଇବାକୁ ପଡ଼ିବ । ୮ ସପ୍ତାହ ଯାଏଁ ସପ୍ତାହକୁ ଗୋଟିଏ ଲେଖାଏଁ ଟାବଲେଟ୍ ଖାଇପାରିବେ ।
Lot of drugs are being repurposed for #COVID19…Taking biological plausibility, in-vitro data&safety of this drug (HCQ), we recommened it under strict medical supervision…Based on risk benefit we found that possibly we should not deny our health workers from using it: DG, ICMR pic.twitter.com/f8LEpK9F1a
— ANI (@ANI) May 26, 2020
ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଖାଇଲେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ ପିପିଇ ପିନ୍ଧିବେ ବୋଲି ଆଇସିଏମଆର୍ ଡିଜି କହିଛନ୍ତି ।
ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ




ଆବେଦନରେ କୁହାଯାଇଛି, ଯଦିଓ ସୁଧ ଆଦାୟ ଉପରେ କିଛି ସମୟ ପାଇଁ ଆଶ୍ୱସ୍ତି ଦିଆଯାଇଛି । ପ୍ରଥମେ ମେ ୩୧ ଏବେ ଅକ୍ଟୋବର ୩୧ ଯାଏଁ ମାସିକ କିସ୍ତି ଦେୟ ଉପରେ ରିହାତି ଦିଆଯାଇଛି । କିନ୍ତୁ, ରିହାତି ସମୟ ସରିବା ପରେ ବ୍ୟାଙ୍କ ବାକିଥିବା ଦେୟ ଉପରୁ ମଧ୍ୟ ସୁଧ ନେବ । ଯାହାକି ଭୂଲ୍ ଅଟେ ।
ଶୁଣାଣି ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ନୋଟିସ୍ ଜାରି କରିଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ । ଲକଡାଉନ୍ ପାଇଁ କେନ୍ଦ୍ର ସରକାର କେତକ ରିହାତି ପ୍ରଦାନ କରିଛନ୍ତି । ଏଥିସହ ରିଜର୍ଭ ବ୍ୟାଙ୍କ ମଧ୍ୟ ଟର୍ମ ଲୋନ ନେଇଥିବା ଲୋକଙ୍କୁ ଆସନ୍ତା ୩ ମାସ ପାଇଁ କିସ୍ତି ପ୍ରଦାନ ଉପରେ ରିହାତି ଦେଇଛନ୍ତି ।









ଏସ୍ ଉମାଙ୍କ କହିବାନୁଯାୟୀ, ଏହି ରୋଗର ପ୍ରଭାବ ଉତ୍ତରପ୍ରଦେଶ ଏବଂ ବିହାରର ଫସଲ ଉପରେ ଅଧିକ ପଡିବା ସମ୍ଭାବନା ରହିଛି । ଏହି ରୋଗକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଉଛି କିନ୍ତୁ ଏଥିରେ କେତେ ଦୂର ସଫଳତା ମିଳିବ ତାହା ଜଣାନାହିଁ ।




