ଯୁକ୍ତ ତିନିରେ ହେବନି ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର… ସିଲାବସ୍‌ର ୨୫ ଭାଗ ଏଣିକି ଘରେ ବସି ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ତିନିରେ ହେବନି ଦ୍ୱିତୀୟ ଚତୁର୍ଥ ସେମିଷ୍ଟାର ଖାଲି ସେତିକି ନୁହେଁ ପୋଷ୍ଟ ଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ମଧ୍ୟ ହେବନି ଦ୍ୱିତୀୟ ସେମିଷ୍ଟାର ଏନେଇ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ପରବର୍ତ୍ତୀ ସେମିଷ୍ଟାରକୁ ଉତିର୍ଣ୍ଣ କରାଯିବ । ଏହାସହ ପ୍ରଥମ ଥର ପାଇଁ ରାଜ୍ୟରେ ଯୁକ୍ତ ତିନି ପିଜି ସିଲାବସ୍‌ରେ ୨୫ ପ୍ରତିଶତ ସେଲ୍ଫ ଷ୍ଟଡି ଦ୍ୱାରା କଭର କରାଯିବ  ୟୁଜି ପିଜି ସେମିଷ୍ଟାର ପରୀକ୍ଷା ନେଇ ଲୋକସଭା ଭବନରେ ବୈଠକ ହୋଇଥିଲା । ଏଥିରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯିବା ପରେ ଏହି ନିଷ୍ପତି ନିଆଯାଇଛି

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା + ମହାବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ର ଦ୍ୱିତୀୟ ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାଯିବ ନାହିଁ ସେହିପରି ସ୍ନାତକୋତର ଶ୍ରେଣୀର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବନାହିଁ । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଦ୍ୱାରା ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ସେମିଷ୍ଟାରକୁ ଉତିର୍ଣ୍ଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ତେବେ ମେ ତାରିଖରେ ଅନୁଷ୍ଠିତ କୁଳପତିମାନଙ୍କ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ +୩ର ୬ଷ୍ଠ ସେମିଷ୍ଟାର ଫାଇନାଲ୍ ପରୀକ୍ଷା ଏବଂ ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ଫାଇନାଲ ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଅନୁଷ୍ଠିତ ହେବ ପୁର୍ବ ନିଷ୍ପତି ଅନୁଯାୟୀ +୩ର ୬ଷ୍ଠ ସେମିଷ୍ଟାର ଫାଇନାଲ ପରୀକ୍ଷା ଜୁନ୍ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ସେହିପରି ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର (ଫାଇନାଲ୍‌) ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ କରାଯିବ ଏବଂ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ।

ଆଜି ଲୋକସେବା ଭବନ ଠାରେ କୃଷି କୃଷକ ସଶକ୍ତିକରଣ, ମତ୍ସ୍ୟ ପ୍ରାଣୀସଂପଦ ବିକାଶ, ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଭିଡ୧୯ ପରିସ୍ଥିତିରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଛାତ୍ରଛାତ୍ରୀମାନଙ୍କ ନାମଲେଖା ଶିକ୍ଷାଦାନ ସମ୍ପର୍କରେ ଆଲୋଚନା ହୋଇଥିଲା

ଅନଲାଇନ୍‌, ଅଫଲାଇନ୍ ଏବଂ ପାଠ୍ୟ ପୁସ୍ତକ ମାଧ୍ୟମରେ ଉନ୍ନତ ଷ୍ଟଡି ମାଟେରିଆଲ୍ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ଛାତ୍ରଛାତ୍ରୀମାନେ ଏଗୁଡିକୁ ନିଜେ ପଢ଼ିବେ ଏବଂ ଟ୍ୟୁଟୋରିଆଲ୍ କ୍ଲାସ୍ରେ ଅଧ୍ୟାପକମାନଙ୍କ ଠାରୁ ସେମାନଙ୍କର ଡାଉଟ୍‌ କ୍ଲିୟର କରିବେ ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଜିଜ୍ଞାସା ବଢିବା ସହିତ ସମାଲୋଚନାତ୍ମକ ଚିନ୍ତାଶକ୍ତି, ଅନୁଶୀଳନ ଦକ୍ଷତା ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ ଏହାଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି

Leave a Reply