ଆରବିଆଇ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

1 min read

ନୂଆଦିଲ୍ଲୀ: ଲକଡାଉନରେ ରୋଜଗାର ନାହିଁ, ବ୍ୟାଙ୍କ ଋଣ ସୁଝିବୁ କେମିତି ? ଏହା ଉପରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଏଥିସହ ସର୍ବୋଚ୍ଚ କୋର୍ଟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।ଆବେଦନରେ କୁହାଯାଇଛି, ଯଦିଓ ସୁଧ ଆଦାୟ ଉପରେ କିଛି ସମୟ ପାଇଁ ଆଶ୍ୱସ୍ତି ଦିଆଯାଇଛି । ପ୍ରଥମେ ମେ ୩୧ ଏବେ ଅକ୍ଟୋବର ୩୧ ଯାଏଁ ମାସିକ କିସ୍ତି ଦେୟ ଉପରେ ରିହାତି ଦିଆଯାଇଛି । କିନ୍ତୁ, ରିହାତି ସମୟ ସରିବା ପରେ ବ୍ୟାଙ୍କ ବାକିଥିବା ଦେୟ ଉପରୁ ମଧ୍ୟ ସୁଧ ନେବ । ଯାହାକି ଭୂଲ୍ ଅଟେ ।

ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା କହିଛନ୍ତି, ବ୍ୟାଙ୍କ ଏବେ ୩ ମାସ ପରେ ୬ ମାସ ଯାଏଁ କିସ୍ତି ପ୍ରଦାନ ଉପରେ ଆଶ୍ୱସ୍ତି ଦେଇଥିବା ବେଳେ ଆଗକୁ ସଜ୍ଜା ଦେଇପାରେ । ଯଦି, କୋର୍ଟ ଏହା ଉପରେ କିଛି ନିଷ୍ପତ୍ତି ନିଅନ୍ତୁ ତ ଆଉ ଟିକେ ରିହାତି ଲୋକଙ୍କୁ ମିଳନ୍ତା ।ଶୁଣାଣି ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ନୋଟିସ୍ ଜାରି କରିଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ । ଲକଡାଉନ୍ ପାଇଁ କେନ୍ଦ୍ର ସରକାର କେତକ ରିହାତି ପ୍ରଦାନ କରିଛନ୍ତି । ଏଥିସହ ରିଜର୍ଭ ବ୍ୟାଙ୍କ ମଧ୍ୟ ଟର୍ମ ଲୋନ ନେଇଥିବା ଲୋକଙ୍କୁ ଆସନ୍ତା ୩ ମାସ ପାଇଁ କିସ୍ତି ପ୍ରଦାନ ଉପରେ ରିହାତି ଦେଇଛନ୍ତି ।

EMI ପଇଠରେ ରିହାତି ପାଇବା ନେଇ କ’ଣ କରିବାକୁ ପଡ଼ିବ? ପଢ଼ନ୍ତୁ ଏହି ରିପୋର୍ଟରେ

 

Leave a Reply