ଉଜୁଡ଼ା କୋଲକାତାକୁ ସଜାଡ଼ୁଛନ୍ତି ଓଡ଼ିଶା ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ୍’ ପରର ବିଧ୍ୱସ୍ତ ପଶ୍ଚିମବଙ୍ଗ । ପବନ ମାଡ଼ରେ ଭୂଇଁରେ ଲୋଟିଛି ବିଶାଳକାୟ ବୃକ୍ଷ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମବଙ୍ଗକୁ ସାହାଯ୍ୟର ହାତ ବଢ଼ାଇଛି ଓଡ଼ିଶା । ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଓଡ଼ିଶା ଅଗ୍ନିଶମ ବିଭାଗର ୩୦ଟି ଟିମ୍ ରବିବାର ଠାରୁ ସେଠାରେ ପହଞ୍ଚିଛନ୍ତି । ୩୦ ଟିମରେ ୩୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଅଛନ୍ତି ।

ପୁନରୁଦ୍ଧାର ନେଇ କୋଲକାତା ମହାନଗର ନିଗମ ସହ ଆଗ୍ନିକମାନେ ଆଲୋଚନା କରିବା ପରେ ୨୪ଟି ମହାନଗର ନିଗମ ଓ ୬ଟି ଟିମ୍ ଡେପୁଟି କମିଶନର ଅଫ ପୋଲିସ, ହାୱଡ଼ାଙ୍କ ଅଧିନରେ କାମ କରୁଛନ୍ତି । ଆଧୁନିକ ଯନ୍ତ୍ରପାତି ନେଇ ଯାଇଥିବା ଓଡ଼ିଶାର ଆଗ୍ନିକମାନେ ଲୋକଙ୍କୁ ସାହାଯ୍ୟ କରିବା ସହ ରାସ୍ତାଘାଟରେ ଭାଙ୍ଗି ପଡ଼ିଥିବା ଗଛକୁ କାଟି ସଫା କରୁଛନ୍ତି । ଅଗ୍ନିଶମ ଆଇଜି ଅସିତ୍ ପାଣିଗ୍ରାହୀ ଏହା ଉପରେ ନଜର ରଖିଛନ୍ତି ।

ମେ ୨୦ ତାରିଖରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗର ସୁନ୍ଦରବନରେ ବାତ୍ୟା ‘ଅମ୍ଫାନ୍’ ଉପକୂଳ ଛୁଇଁଥିଲା । ପ୍ରବଳ ବର୍ଷା ଓ ପବନରେ ଉପକୂଳ ଓଡ଼ିଶା ସହ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳ ।

Leave a Reply