spot_img
Home Blog Page 6999

ମୋଦି ସରକାରଙ୍କ ଏହି ୪ ପଦକ୍ଷେପ ଚୀନକୁ ଡରାଇଛି..

ଲଦାଖ ଭିତରକୁ ଅନୁପ୍ରେବଶ କରିଥିବା ଚୀନ ସେନା ୨ରୁ ୩ କିମି ପଛକୁ ଫେରିଛି । ଭାରତୀୟ ସେନା ମଧ୍ୟ କିଛି ଦିନର ଗତିରୋଧ ପରେ ପଛକୁ ଫେରିଛି ।ତେବେ ଦୁନିଆ ସାମ୍ନାରେ ଗୋଟିଏ ପ୍ରଶ୍ନ ଯେ, ଚୀନ ହଠାତ ଏଭଳି ଆକ୍ରାମକ ହେବାର କାରଣ କ’ଣ ? କାରଣ ୨୦୧୮ରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଚୀନ ସହ ଆମର ସୀମା ବିବାଦ ଥିଲେ ମଧ୍ୟ ୧୯୬୨ ପରଠାରୁ ସୀମାରେ ଗୋଟିଏ ବି ଗୁଳି ଫୁଟିନି । ତେବେ ଚୀନ ବର୍ତ୍ତମାନ ଏଭଳି ଆକ୍ରାମକ ହେବା ଭାରତକୁ ନିଶ୍ଚିତ ଭାବେ ଅସହଜ କରିଛି ।

ପୂର୍ବତନ ସେନା ମୁଖ୍ୟ ବିପି ମଲ୍ଲିକଙ୍କ ଅନୁସାରେ କାଶ୍ମୀରରୁ ଧାରା ୩୭୦ ହଟାଇବା ଗୋଟିଏ କାରଣ ହୋଇପାରେ । ଚୀନ ଭାରତର ପଦକ୍ଷେପ ବିରୋଧରେ ସେତେବେଳେ ଟିପ୍ପଣୀ କରିଥିଲା । ଚୀନ ଯଥାସ୍ଥିତି ବନାଇ  ରଖିବାକୁ ସେତେବେଳେ କହିଥିଲା । ଚୀନର ଚେଲା ପାକିସ୍ତାନ ସବୁବେଳେ ଚୀନକୁ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହି ଆସୁଛି ।

ଏହାପରେ ଆସିଲା କରୋନା କାଳ । ଦୁନିଆ କରୋନାକୁ ନେଇ ଲକଡାଉନ୍ ଭିତରେ ରହିଛି । ଚୀନ କରୋନାକୁ ଲୁଚାଇ ରଖିଥିବା ଅଭିଯୋଗରେ ଆମେରିକା,ଅଷ୍ଟ୍ରେଲିଆ ଓ ଜାପାନ ତା’ ବିରୋଧରେ ମେଣ୍ଟ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଏହି ତିନି ଦେଶ ଆଣିଥିବା ପ୍ରସ୍ତାବକୁ ଭାରତ ସମର୍ଥନ କରିଥିଲା । ଦୁନିଆରେ ଚୀନ ଏକୁଟିଆ ହେଉଥିବା ଅନୁଭବ କରୁଛି । ଏଣେ ଭାରତର ବିରୋଧ ତାକୁ ପ୍ରତିକ୍ରିୟାଶୀଳ କରିଛି ।

ଲଦାଖ ଓ ଅନ୍ୟ ସୀମାବର୍ତ୍ତି ଅଂଚଳରେ ଭାରତର ସଡକ ନିର୍ମାଣ ମଧ୍ୟ ଚୀନକୁ ଉତକ୍ଷିପ୍ତ କରିଛି । ୧୯୬୨ ଯୁଦ୍ଧରେ ଗମନାଗମନ ସୁବିଧା ଅଭାବ ଯୋଗୁ ଭାରତ ହାରିବା ମଧ୍ୟ ଗୋଟିଏ କାରଣ ଥିଲା । ଭାରତ ଏବେ ସୀମାରେ ନିଜ ରୋଡ୍ ନେଟୱର୍କକୁ ଶକ୍ତିଶାଳୀ କରୁଛି । ଯାହାକୁ ଚୀନ ପସନ୍ଦ କରୁନାହିଁ । ଏପ୍ରିଲ ମାସରେ  ଲେହର କାରୁଠାରୁ କାରାକୋରମ ପର୍ଯ୍ୟନ୍ତ ଗୋଟିଏ ବାଇକ୍ ରାଲି ଆୟୋଜନ ହୋଇଥିଲା । ଏଥିରେ ଭାରତୀୟ ଯବାନ ମଧ୍ୟ ସାମିଲ ହୋଇଥିଲେ । ନବନିର୍ମିତ ୨୫୫ କିମି ଲମ୍ବ ବିଶିଷ୍ଟ ଦାରବୁକ-ଶୋୟାକ-ଦୌଲତବେଗ୍ ଓଲଡି ସଡକ ଦେଇ ଏହି ବାଇକ୍ ରାଲି ଯାଇଥିଲା । ଏହି ସଡକ ଭାରତୀୟ ସେନାକୁ ଚୀନ୍ ଅଧିକୃତ ଅକସାଇ ଚୀନ ପର୍ଯ୍ୟନ୍ତ ରାସ୍ତା ଦିଏ ।

ଭାରତ ଚୀନକୁ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଚ୍ୟାଲେଂଜ୍ କରୁଛି

କରୋନା ମହାମାରୀ ଭିତରେ ଚୀନରେ ଥିବା ଅନେକ ବିଦେଶୀ କଂପାନୀ ସେଠାରୁ ନିଜ ମାନୁଫ୍ୟାକ୍ଚରିଂ ୟୁନିଟକୁ ଭାରତ ଆଣିବାକୁ ଇଛା ପ୍ରକଟ କରିଛନ୍ତି । ପ୍ରାୟ ୧୦୦୦ କମ୍ପାନୀ ଭାରତ ଆସିବେ ବୋଲି କୁହାଯାଉଛି । ଯାହା ଚୀନ ଅର୍ଥନୀତିକୁ ପ୍ରଭାବିତ କରିବ । ଚୀନ ଏହାକୁ ନେଇ ଉତକ୍ଷିପ୍ତ ରହିଛି ।ଚୀନକୁ ଭାରତ ଅର୍ଥନୈତିକ ମୋର୍ଚ୍ଚାରେ ମଧ୍ୟ ଚ୍ୟାଲେଂଜ୍ କରୁଛି । ଏପ୍ରିଲ ମାସରେ ଭାରତ ସରକାର ପ୍ରତ୍ୟକ୍ଷ ପୁଂଜି ନିବେଶ ବା ଏଫ  ଡି ଆଇରେ ପରିବର୍ତ୍ତନ ଆଣିଥିଲେ । ଭାରତ ସରକାରଙ୍କ ଆଶଙ୍କା ଥିଲା ଯେ, କରୋନାର ଫାଇଦା ଉଠାଇ ଚୀନ୍ ଭାରତୀୟ କଂପାନୀଙ୍କ ଅଧିଗ୍ରହଣ କରିପାରେ । ତେଣୁ ଭାରତ ସରକାର ଗୋଟିଏ ନୂଆ ନିୟମ କରିଥିଲେ  । ଏହି ନିୟମ ଅନୁସାରେ ଭାରତର ପଡୋଷୀ ଦେଶରୁ ଆସୁଥିବା ପ୍ରତ୍ୟକ୍ଷ ପୁଂଜି ନିବେଶ ପାଇଁ ଆଗୁଆ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ନେବାକୁ ପଡିବ । ଏହି ନିୟମ ଚୀନକୁ ଦେଖି ଅଣାଯାଇଛି । ଚୀନ୍ ଏଥିପାଇଁ ମଧ୍ୟ ଭାରତକୁ ନେଇ ସନ୍ତୁଷ୍ଟ ନାହିଁ ।

ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ ୧୪୯ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଏଥିସହ ଆରୋଗ୍ୟ ହେବାରେ ଲାଗିଛନ୍ତି ସଂକ୍ରମିତ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୦ ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଛି । ଅନ୍ୟପଟେ ୧୪୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବା କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ୧୪୯ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୨୮୨କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମରୁ ସର୍ବାଧିକ ୫୭, ଖୋର୍ଦ୍ଧାରୁ ୨୬, ବଲାଙ୍ଗିରରୁ ୧୧, ଜଗତସିହଂପୁରରୁ ୮, ବାଲେଶ୍ୱର, ଯାଜପୁର ଓ ନୟାଗଡ଼ରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରୁ ୫ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୪, କେନ୍ଦୁଝରରୁ ୩, କଟକରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ବୌଦ୍ଧ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇ ୨୨୮୨ରେ ପହଞ୍ଚିଛି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି ପାଇଛି । ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ୧୭ ଜିଲ୍ଲାରୁ ଆଉ ୧୧୦ କରୋନା ପଜିଟିଭ୍‌ ଚିହ୍ନଟ… ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩ ୨୫୦କୁ ବୃଦ୍ଧି

ଡେଞ୍ଜର ଜୋନରେ ଭାରତ,ପୁଣି ଥରେ ଲାଗୁ ହୋଇପାରେ ତାଲାବନ୍ଦ !

ନୂଆଦିଲ୍ଲୀ: କୋରନା ଭାଇରସ କାରଣରୁ ଲାଗୁ ହୋଇଥିବା ଲକଡାଉନକୁ ଏବେ ଅନେକ ଦେଶ ଉଠାଇବାରେ ଲାଗିଛନ୍ତି କିମ୍ବା ରିହାତି ଦେଉଛନ୍ତି । ଭାରତ ମଧ୍ୟ ଲକଡାଉନ୍ ୫.୦ରେ ଅନଲକିଂ ବା ତାଲା ଖୋଲା ପ୍ରକ୍ରିୟା ଆରମ୍ଭ କରିଛି । ଅନ୍ୟପକ୍ଷରେ ଏବେ ଗୋଟିଏ ଅଧ୍ୟୟନ ଭାରତ ପାଇଁ ଭୟାନକ ଭବିଷ୍ୟବାଣୀ କରିଛି । ଏହି ଅଧ୍ୟୟନ ଅନୁସାରେ ଭାରତ ସମେତ ୧୫ ଦେଶରେ ଅନଲକିଂ ଅନ୍ତର୍ଗତରେ ଦିଆଯାଉଥିବା ରିହାତି କାରଣରୁ ଆଗକୁ ସ୍ଥିତି ସଂଗୀନ ହୋଇପାରେ । ଫଳରେ ଲକଡାଉନ୍ ନୂଆ ରୂପରେ ଫେରିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଏଭଳି ଦାବି କରିଛି ନୋମୁରା ରିସର୍ଚ୍ଚ ଫାର୍ମ ।

ରିସର୍ଚ୍ଚରେ ଅନଲକିଂ କାରଣରୁ ଜନଗହଳି ଓ ସଂକ୍ରମଣ ମାମଲା ବୃଦ୍ଧିକୁ ଆଧାର ଭାବେ ନିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ,ଆମ ଭିଜୁଆଲ ଟୁଲ୍ ଏମିତି ଫଳାଫଳ ଦେଇଛି ଯାହା ଅନୁସାରେ ଏଭଳି ୧୭ ଦେଶ ରହିଛନ୍ତି ଯେଉଁଠି ଅର୍ଥବ୍ୟବସ୍ଥାକୁ ପୁଣିଥରେ ଆରମ୍ଭ କରିବା ପ୍ରକ୍ରିୟା ସଠିକ ରାସ୍ତାରେ ଅର୍ଥାତ୍ ଅନ୍ ଟ୍ରାକ୍ ଅଛି  ଓ ସେଠାରେ କରୋନାର ସେକେଣ୍ଡ୍ ୱେଭର କୌଣସି ସଂକେତ ନାହିଁ । ରିପୋର୍ଟ ଅନୁସାରେ ୧୩ ଦେଶରେ କରୋନା ପୁଣି ଫେରିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ଏଭଳି ୧୫ ଦେଶ ରହିଛନ୍ତି ଯେଉଁଠି ସେକେଣ୍ଡ୍ ୱେଭ୍ ଆସିବାର ପୂର୍ଣ୍ଣ ଆଶଙ୍କା ରହିଛି ।

ଲକଡାଉନ୍ ରିହାତି କାରଣରୁ ଏହି ଦୁଇ ପରିସ୍ଥିତି ସୃଷ୍ଟି ହୋଇପାରେ

ରିସର୍ଚ୍ଚ ଅନୁସାରେ ଲକଡାଉନରେ ରିହାତି ଦେବା ଯୋଗୁ ଦୁଇ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇପାରେ । ପ୍ରଥମ ସ୍ଥିତିକୁ  ଭଲ ବୋଲି କୁହାଯାଇଛି  । ଏଥିରେ କୁହାଯାଇଛି ଯେ, ଆମେରିକା ଭଳି ଦେଶରେ ଲକଡାଉନରେ ରିହାତି କାରଣରୁ ଲୋକଙ୍କ ଗହଳି ବୃଦ୍ଧି ପାଇଥିଲା ଓ ଦୈନିକ ସଂକ୍ରମଣ ମାମଲାରେ ଅଳ୍ପକିଛି ବୃଦ୍ଧି ସହ ବ୍ୟବସାୟୀକ ସେବା ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ଲୋକଙ୍କ ମଧ୍ୟରୁ ଭୟ ଦୁରେଇ ଯାଇଥିଲା । ଯେମିତି ଯେମିତି ନୂଆ ମାମଲା ସଂଖ୍ୟାରେ ହ୍ରାସ ଆସିବ ସେମିତି ଲୋକଙ୍କ ଭିତରକୁ ସକରାତ୍ମକ ଫିଡବ୍ୟାକ୍ ଯିବ ।

ଅନ୍ୟପକ୍ଷରେ ଦ୍ୱିତୀୟ ପରିସ୍ଥିତି ଅତ୍ୟଧିକ ଭୟାନକ । ଯେଉଁଠାରେ କୋରନା କର୍ଭ ଫ୍ଲାଟ୍ ହେଉନାହିଁ ଓ ପ୍ରତ୍ୟହ ନୂଆ ମାମଲା ସାମ୍ନାକୁ ଆସୁଛି । ଏମିତିରେ ଲୋକଙ୍କ ମଧ୍ୟର ଭୟ ରହିଛି ଓ ଲୋକଙ୍କ ଚଳପ୍ରଚଳ କମ ରହିଛି । ଏଭଳି ପରିସ୍ଥିତିରେ ସେହି ଦେଶରେ ପୁଣିଥରେ ଲକଡାଉନ୍ ଫେରିବା ସମ୍ଭାବନା ରହିଛି ।

 ରିସର୍ଚ୍ଚରେ  ୪୫ ଦେଶ ସାମିଲ

ରିପୋର୍ଟରେ କରାଯାଇଥିବା ବିଶ୍ଲେଷଣରେ ୪୫ ଦେଶଙ୍କୁ ସାମିଲ କରାଯାଇଛି । ଯେଉଁଥିରେ ତିନି ଗ୍ରୁପ ରହିଛି । ପ୍ରଥମ ଗ୍ରୁପରେ ସେହି ଦେଶ ଅଛନ୍ତି ଯେଉଁମାନଙ୍କ ଅର୍ଥନୀତି ଟ୍ରାକ୍ ଉପରକୁ ଫେରି ସାରିଲାଣି । ଦ୍ୱିତୀୟ ଗ୍ରୁପରେ ୱାର୍ଣ୍ଣିଂ ସାଇନ୍ ଓ ତୃତୀୟ ଗ୍ରୁପ ହେଉଛି ଡେଂଜର ଜୋନ୍ । ଭାରତ ଡେଞ୍ଜର ଜୋନରେ ଅଛି । ଭାରତ ସହ ଏହି ଗ୍ରୁପରେ ସ୍ୱିଡେନ୍,ସିଙ୍ଗାପୁର,ଦ.ଆଫ୍ରିକା ଓ କାନାଡା ରହିଛନ୍ତି । ଯେଉଁ ଦେଶରେ ପରିସ୍ଥିତି ଭଲ ଥିବା କୁହାଯାଇଛି ସେହି ଦେଶଙ୍କ ତାଲିକାରେ ଅଛନ୍ତି ଫ୍ରାନ୍ସ,ଇଟାଲି ଓ ଦ.କୋରିଆ । ଅନ୍ୟପକ୍ଷରେ ଆମେରିକା ଓ ବ୍ରିଟେନ୍ ଭଳି ଦେଶ ୱାର୍ଣ୍ଣିଂ ସାଇନ୍ ଶ୍ରେଣୀରେ ସାମିଲ ଅଛନ୍ତି ।ଏହି ରିପୋର୍ଟ ସେହି ସମୟରେ ଆସିଛି ଯେତେବେଳେ ଅନେକ ଦେଶ ଲକଡାଉନ୍ ଖୋଲିବାକୁ ଯାଉଛନ୍ତି । ଲୋକ କାମକୁ ଫେରୁଛନ୍ତି । ଭାରତରେ ଅନଲକ୍ ୧ କ୍ରମରେ ମନ୍ଦିର ଓ ମଲ ଖୋଲିବାକୁ ଯାଉଛି ।

ଦେଶରେ ବିପଦଜନକ ହେଉଛି କରୋନା ସ୍ଥିତି… ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ

ଦୁଇଟି ଫୋନ୍ ପାଖରେ ଥିଲେ ପଠାଇ ପାରିବେ ବଡ଼ ଫାଇଲ୍…

ନୂଆଦିଲ୍ଲୀ: ଆଜିକାଲି ଉନ୍ନତ ଟେକ୍ନୋଲଜି ଦ୍ୱାରା ସବୁକିଛି ସମ୍ଭବ ହୋଇପାରୁଛି । ତେବେ ସ୍ମାର୍ଟଫୋନ୍ ଗୁଡ଼ିକରେ ଏମିତି କିଛି ଫିଚର୍ସ ରହୁଛି ଯାହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ଗୋଟିଏ ସ୍ମାର୍ଟଫୋନରୁ ଅନ୍ୟ ଏକ ସ୍ମାର୍ଟଫୋନକୁ ବଡ଼ ଫାଇଲ୍ ପଠାଇଲେ ସାଧାରଣତଃ ଲୋକେ ଏଥିପାଇଁ ସେୟାର ଇଟ୍ ଆପ କିମ୍ବା ଜେଣ୍ଡର ଆପ୍ ବ୍ୟବହାର କରିବା କରନ୍ତି । କିନ୍ତୁ ଅଧିକାଂଶ ୟୁଜର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏକ ଇନ୍-ବିଲ୍ଟ ଫିଚର ବିଷୟରେ ଜାଣିନଥାନ୍ତି ଯେଉଁଥିରେ ଫାଇଲ ଟ୍ରାନ୍ସଫର ପାଇଁ ଅନ୍ୟ ଆପର ଆବଶ୍ୟକତା ନାହିଁ ।ଏହି ଫିଚର ମାଧ୍ୟମରେ, ଗୋଟିଏ ଫୋନରୁ ଅନ୍ୟ ଫୋନକୁ ବଡ଼ ଫାଇଲ୍ ପଠାଇ ହେବ । ଆଜିକାଲି ସ୍ମାର୍ଟଫୋନରେ NFC (ନିୟର ଫିଲ୍ଡ କମ୍ୟୁନିକେସନ) ଟେକ୍ନୋଲୋଜି ଦିଆଯାଉଛି । NFC ମାଧ୍ୟମରେ ଫୋନରେ (Android Beam) ଆଣ୍ଡ୍ରୋଏଡ୍ ବିମ୍ ନାମକ ଫିଚର କାମ କରେ । ଏହି ଫିଚର ମାଧ୍ୟମରେ, ୟୁଜର ପେମେଣ୍ଟ ଠାରୁ ଆରମ୍ଭ କରି ଡାଟା ଟ୍ରାନ୍ସଫର୍ ପର୍ଯ୍ୟନ୍ତ ସୁରକ୍ଷିତ ଉପାୟରେ ଟ୍ରାନ୍ସଫର କରିପାରିବେ । ସୂଚନାଯୋଗ୍ୟ ଯେ, ସବୁ ସ୍ମାର୍ଟଫୋନରେ ଏହି ଫିଚର ନଥାଏ । ତେବେ ଫୋନରେ ଏହି ଫିଚର ଅଛି କି ନାହିଁ ତାହା ଜାଣିବା ବହୁତ ସହଜ । ଏଥିପାଇଁ ପ୍ରଥମେ ଫୋନର ସେଟିଙ୍ଗକୁ ଯାଇ ସର୍ଚ୍ଚ ଅପସନ NFC ଖୋଜିବା ପରେ ବିମ୍ ମଧ୍ୟ ମିଳିଯିବ । ଏହା ବ୍ୟତୀତ ଡିଭାଇସ୍ କନେକ୍ସନ୍ ଅପ୍ସନକୁ ଯାଇ ଏଠାରେ NFC ଖୋଜିଲେ ଆଣ୍ଡ୍ରୋଏଡ୍ ବିମ୍ ଫିଚର ଫୋନରେ ମିଳିବ ।

ଆଣ୍ଡ୍ରୋଏଡ୍ ବିମ୍ ମାଧ୍ୟମରେ ୟୁଜର ୱେବ୍ ପେଜରୁ ୟୁଟ୍ୟୁବ୍ ଭିଡିଓ, କଣ୍ଟାକ୍ଟ ଏବଂ ମଲ୍ଟିମିଡିଆ ଫାଇଲ୍ ପଠାଇ ହେବ । ଯେଉଁ ଫୋନରେ ଫାଇଲ ପଠାଇବା ସୁବିଧା ୟୁଜର ଚାହିଁବେ ସେହି ଫୋନରେ ଆଣ୍ଡ୍ରଏଡ୍ ବିମ୍ ସକ୍ଷମ କରନ୍ତୁ । ତା’ପରେ ଉଭୟ ପାଖାପାଖି ରଖି ଟ୍ୟାପ୍ ଟୁ ବିମ୍ ଅପ୍ସନ୍ ଉପରେ ସିଲେକ୍ଟ କଲେ ଗୋଟେ ଫୋନରୁ ଆଉ ଏକ ଫୋନକୁ ଫାଇଲ ଟ୍ରାନ୍ସଫର ହୋଇପାରିବ ।

କୋଭିଡ୍ ମୃତ୍ୟୁହାର କମ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ନିଜ ଯତ୍ନ ନେବାକୁ ଅନୁରୋଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ୍ ଯୁଦ୍ଧ ଫ୍ରଣ୍ଟଲାଇନରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବୋଧନ କରିଛନ୍ତି । ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ବ୍ୟକ୍ତିଗତ ନିରାପତ୍ତା ଉପରେ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଛନ୍ତି ।

କୋଭିଡ୍ ବିରୋଧୀ ଯୁଦ୍ଧରେ ଫ୍ରଣ୍ଟଲାଇନରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଆପଣ ମାନେ କେବଳ ଆପଣଙ୍କ ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି, ଆମ ସମସ୍ତଙ୍କ ପାଇଁ ତଥା ସାରା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ନିଜର ଯତ୍ନ ଠିକ୍‌ ଭାବରେ ନିଅନ୍ତୁ । କୋଭିଡ-୧୯ ବିରୁଦ୍ଧରେ ଚାଲିଥିବା ଏହି ଯୁଦ୍ଧରେ ଆମର ସ୍ୱାସ୍ଥ୍ୟକର୍ମୀ ମାନେ ହିଁ ହେଉଛନ୍ତି ଆମର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି । ଏହି ଯୁଦ୍ଧରେ ସେମାନଙ୍କ ଜୀବନ ମଧ୍ୟ ବିପଦସଂକୁଳ ଅଟେ । ତେଣୁ ରାଜ୍ୟ ସରକାର ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ  ଆବଶ୍ୟକ ଉପକରଣ ଯୋଗାଇଦେବା ସହ ବ୍ୟାପକ ତାଲିମ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଯୁଦ୍ଧର ସମ୍ମୁଖ ଭାଗରେ ରହି କାମ କରୁଥିବା ଯୋଦ୍ଧାମାନେ ଯେପରି ସଂକ୍ରମିତ ନ ହେବେ, ସେଥିପାଇଁ ଆମକୁ ସୁରକ୍ଷା ନିୟମାବଳୀକୁ କଡାକଡି ଭାବରେ ପାଳନ କରିବାକୁ ହେବ

କୋଭିଡ୍-୧୯ ଯୁଦ୍ଧରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଆମ ହିରୋ ବୋଲି କହି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗକୁ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ବିଭିନ୍ନ ସଂକ୍ରାମକ ରୋଗ ହୋଇଥାଏ। ତେଣୁ କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ଆଗମୀ କିଛି ସପ୍ତାହ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  ।

କାଶ୍ମୀରରେ ହିନ୍ଦୁ ସରପଞ୍ଚଙ୍କ ହତ୍ୟାକୁ ନେଇ ରାଗିଲେ ଅନୁପମ,କହିଲେ ଏମିତି କଥା..

ମୁମ୍ବାଇ: ବଲିଉଡ୍ ଅଭିନେତା ଅନୁପମ ଖେର ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ଅନେକ ଦିନ ଧରି ସେ କାଶ୍ମୀର ପଣ୍ଡିତଙ୍କ ହକ୍ କଥା ଉଠାଇ ଆସୁଛନ୍ତି । ନିକଟରେ ସେ ପୁଣିଥରେ କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ପୁଣି ଥରେ ଚର୍ଚ୍ଚା ଭିତରକୁ ଆସିଛନ୍ତି । ସୋମବବାର ଦିନ(୮ଜୁନ୍) ଅନନ୍ତନାଗରେ ଜଣେ ହିନ୍ଦୁ ସରପଂଚଙ୍କୁ ଆତାଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଅନୁପମ ଶୋକ ପ୍ରକଟ କରିବା ସହ ଏକ ଭିଡିଓ ମାଧ୍ୟମରେ ନିଜ କ୍ରୋଧ ଜାହିର କରିଛନ୍ତି

ଅନୁପମ ଟ୍ୱିଟରରେ ଭିଡିଓ ଜାରି କରି କହିଛନ୍ତି ଯେ,‘ମୁଁ ଦୁଃଖୀ ଅଛି ଏବଂ ରାଗିଛି ମଧ୍ୟ । କାଶ୍ମୀର ପଣ୍ଡିତଙ୍କର ଏକମାତ୍ର ସରପଂଚ ଅଜୟ ପଣ୍ଡିତଙ୍କୁ କାଶ୍ମୀରର ଅନନ୍ତନାଗରେ ଗୁଳି କରାଯାଇଛି । ତାଙ୍କୁ ମୋ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ । ଯେଉଁମାନେ ଛାତି ପିଟିକରି କାନ୍ଦନ୍ତି,ସେମାନେ ଏହି ଘଟଣା ପରେ ସମ୍ପୂର୍ଣ୍ଣ ଭାବେ ନିରବ । କାହାରି ଜଣକର ମଧ୍ୟ ସ୍ୱର ଶୁଭୁନାହିଁ’’

ଭିଡିଓର ଅନୁପମଙ୍କ କ୍ରୋଧ ସ୍ପଷ୍ଟ ଭାବେ ଦେଖା ଯାଇପାରୁଛି । ସେ କହୁଛନ୍ତି ଯେ, କାଲି ଦିନ ଦି’ପହରରେ ଅନନ୍ତନାଗରେ ଏକମାତ୍ର ପଣ୍ଡିତ..ଏକମାତ୍ର ଏଇଥିପାଇଁ ଯେ, ପୁରା କାଶ୍ମୀରରେ ଜଣେ ମଧ୍ୟ ପଣ୍ଡିତ ସରପଂଚ ନାହାନ୍ତି,ତାଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି । ଏହା ପୁଣିଥରେ ଦୋହରା ଯାଉଛି । ସେହି କାଣ୍ଡ ଯାହା ୧୯୮୦ ଦଶକରେ ହୋଇଥିଲା,ଯାହା ଶେଷ ହୋଇଥିଲା ୧୯ ଜାନୁଆରୀ,୧୯୯୦ରେ । ତାଙ୍କ ମା’ବାପାଙ୍କୁ କାନ୍ଦୁଥିବା ଦେଖି,ସେମାନଙ୍କ ଦୁଃଖ ଦେଖି ବହୁତ ଦୁଃଖ ସହ ବହୁତ ରାଗ ମଧ୍ୟ ଆସୁଛି । ଗତ କେଇ ବର୍ଷ ଧରି କାଶ୍ମୀରୀ ପଣ୍ଡିତଙ୍କ ସହ ଅତ୍ୟାଚାର ହୋଇ ଆସୁଛି ଓ କେହି ମଧ୍ୟ ଏହାର ବିରୋଧ କରୁନାହାନ୍ତି । ଗୋଟିଏ ବି ସ୍ୱର ଉଠୁନାହିଁ ।

ସୂଚନାଯୋଗ୍ୟ ଯେ, କାଶ୍ମୀରରୁ ଧାରା ୩୭୦ ଉଛେଦକୁ ଅନୁପମ ଖେର ସ୍ୱାଗତ କରିଥିଲେ । ସେ କାଶ୍ମୀର ହିନ୍ଦୁଙ୍କ ଅଧିକାରକୁ ନେଇ ସବୁବେଳେ ମୁଖର ରହିଥାନ୍ତି । ଯେଉଁଥିପାଇଁ ଅନେକ ସମୟରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥାଏ ।

ଆଉ ମାସେ ପରେ ଥିଏଟରରେ ଫିଲ୍ମର ମଜା ନେଇପାରିବେ ଦର୍ଶକ, ଜୁଲାଇରେ ଖୋଲିପାରେ ସିନେମା ହଲ !

ମୁମ୍ବାଇ: କରୋନାଭାଇରସ ବିପଦକୁ ଦୃଷ୍ଟିରେ ରଖି ସିନେମା ହଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଲକ୍‌ଡାଉନ୍‌ ଘୋଷଣା କରାଯିବା ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମର ସୁଟିଂ ହୋଇପାରୁନାହିଁ କି ଫିଲ୍ମ ରିଲିଜ୍‌ କରାଯାଇପାରୁନାହିଁ । ଏଥିରେ ଫିଲ୍ମ ନିର୍ମାତା ଓ ଫିଲ୍ମ ଷ୍ଟାର ପ୍ରଭାବିତ ହେବାସହ ସିନେମା ହଲ ମାଲିକ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି । ଧୀରେ ଧୀରେ ସବୁକିଛିକୁ ଅନଲକ୍ କରାଯାଉଛି, କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିର ନମ୍ବର ଏଯାଏଁ ଆସି ନାହିଁ । ହେଲେ ରିପୋର୍ଟ ଅନୁସାରେ ଖୁବ୍ ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରିର କାମ ଆରମ୍ଭ ହେବାକୁ ଯାଉଛି ।  ଆଗାମୀ ଦିନରେ ଶୁଟିଂ ଆରମ୍ଭ ହେବାର ମଧ୍ୟ ସମ୍ଭାବନା ରହିଛି। ଫିଲ୍ମ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି ଯେ ସେମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବେ।

ଅପରପକ୍ଷରେ, ସିନେମାହଲ୍ ଖୋଲିବାର ସଙ୍କେତ ଦିଆଯାଇଛି । ସୂଚନା ଅନୁଯାୟୀ, ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନମାନେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଥିଲେ  । ସେଠାରେ ଜୁଲାଇ ମାସରୁ ଫିଲ୍ମ ହଲ୍ ଖୋଲାଯାଇପାରିବ ବୋଲି ନିଶ୍ଚିତ କରାଯାଇଛି । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଅନୁସାରେ, ସେମାନେ ଦର୍ଶକଙ୍କ ସୁରକ୍ଷା ଉପରେ କଡା ନଜର ରଖିବେ। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପାଳନ କରାଯିବ। ସିନେମା ଘର ଶୀଘ୍ର ଖୋଲିବା ମଧ୍ୟ ଆବଶ୍ୟକ କାରଣ ପ୍ରତିଦିନ କୋଟି କୋଟି ଟଙ୍କାର କ୍ଷତି ହେଉଛି ।

ଜନ୍ମଦିନରେ ହାରିଲେ କରୋନା ଯୁଦ୍ଧ, ସଂକ୍ରମଣରେ ପ୍ରାଣ ହରାଇଲେ ଦେଶର ପ୍ରଥମ ଜନପ୍ରତିନିଧି

ଜନ୍ମଦିନରେ ହାରିଲେ କରୋନା ଯୁଦ୍ଧ, ସଂକ୍ରମଣରେ ପ୍ରାଣ ହରାଇଲେ ଦେଶର ପ୍ରଥମ ଜନପ୍ରତିନିଧି

ଲଦାଖ ବିଜେପି ସାଂସଦ ଜାମୟାଙ୍ଗ ସେରିଂଙ୍କ ରାହୁଲ ଗାନ୍ଧୀଙ୍କୁ ଉତ୍ତର, ‘ହଁ,ଚୀନ ଆମ ଜମି ଅଧିକାର କରିଛି’

ଲେହ:  ଚୀନ ଭାରତର ଭୂମି ଉପରେ କବଜା କରିଛି କି ? ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପଚାରିଥିଲେ  । ରାହୁଲଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଲଦାଖର ବିଜେପି ସାଂସଦ ଜାମୟାଙ୍କ ସେରିଂ । ସେରିଂ ଟ୍ୱିଟ୍ କରିଛନ୍ତି  ଯେ, ହଁ ଚୀନ୍ ଆମ ଅଂଚଳ ଉପରେ କବଜା କରିଛି । ଏହା ପରେ ସେ କଂଗ୍ରେସ ଶାସନ ଅମଳରେ ଲଦାଖର କେଉଁ କେଉଁ ଅଂଚଳ ଉପରେ ଚୀନ୍ କବଜା କରିଥିଲା ତା’ର ତାଲିକା ଦେଇଛନ୍ତି । ତାଙ୍କ ତାଲିକା ଅନୁସାରେ ଆକସାଇ ଚୀନରୁ ପେଙ୍ଗନକ ଓ ଚବଜୀ ଘାଟି କଂଗ୍ରେସ ଅମଳରେ ଭାରତ ହାତରୁ ଚୀନ ପାଖକୁ ଯାଇଥିଲା ।

ବିଜେପି ସାଂସଦଙ୍କ ଜବାବ

ସେରିଂ ନିଜ ଟ୍ୱିଟରେ ଦୁଇଟି ଚିତ୍ର ପୋଷ୍ଟ କରିଛନ୍ତି । ଗୋଟିକରେ ତାଙ୍କ ଉତ୍ତର ଥିଲା ଓ ଅନ୍ୟଟିରେ ଦେମଚୋକ ଘାଟିର ଚିତ୍ର । ତାଙ୍କ ଦାବି ହେଉଛି କଂଗ୍ରେସ ଶାସନ କାଳରେ ଏହି ଅଂଚଳ ଉପରେ ଚୀନ କବଜା କରିଥିଲା ।

୧.୧୯୬୨ରେ କଂଗ୍ରେସ ଶାସନ ବେଳେ ଅକସାଇ ଚୀନ୍(୩୭ ହଜାର ୨୪୪ କିମି)

୨. କଂଗ୍ରେସ ନେତୃତ୍ୱାଧିନ ୟୁପିଏ ଶାସନ କାଳରେ ଚୁମୁର ଅଂଚଳର ତିୟା ପୈଙ୍ଗନକ ଓ ଚାବଜୀ ଘାଟି(୨୫୦ ମିଟର)

୩. ୨୦୦୮ରେ ଚୀନ ସେନା ଦେମଜୋକର ଜୋରାବର ଦୁର୍ଗକୁ ଧ୍ୱଂସ କରିଥିଲା ଓ ୨୦୧୨ରେ ପିଏଲଏ ସେଠାର ନୀରିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିଥିଲା

୪. ୟୁପିଏ ଶାସନ ଅମଳରେ ଟୁଙ୍ଗଟି ଓ ଦେମଚୋକ ମଧ୍ୟରେ ଥିବା ଟୁମ ଚେଲେକୁ ଭାରତ ହରାଇଥିଲା ।

ସେରିଂଙ୍କ ଟ୍ୱିଟର କିଛି ସମୟ ପରେ ରାହୁଲ ଗାନ୍ଧୀ ଦ୍ୱିତୀୟ ଟ୍ୱିଟ୍ କରିଥିଲେ । ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ସେ ଲେଖିଥିଲେ ଯେ, ‘ ଚୀନ ସୈନିକ ଅନୁପ୍ରବେଷ କଲେ ଓ ଲଦାଖରେ ଆମ ଭୂମି ଉପରେ କବଜା କଲେ । ଏସବୁ ଭିତରେ ଆମ ପ୍ରଧାନମନ୍ତ୍ରୀ ଚୁପ ଅଛନ୍ତି ଓ ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ଭାବେ ଗାଏବ । ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନେକ ନେତା ଏବେ ଚୀନ ଅନୁପ୍ରବେଶକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ।

 

 

ପିଏମ୍ କିଷାନ ଯୋଜନାରେ ୬୦୦୦ ଟଙ୍କା ପାଇଥିବା ଚାଷୀଙ୍କ ନୂତନ ତାଲିକା ପ୍ରକାଶ, ଏମିତି ଯାଞ୍ଚ କରନ୍ତୁ ଆପଣଙ୍କ ନାମ..

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ କୃଷକଙ୍କ ସହ ଜଡିତ ବିଶେଷ ଯୋଜନାର (ପ୍ରଧାନ ମନ୍ତ୍ରୀ କିସାନ୍ ସାମନ୍ ନିଧି ଯୋଜନା) ଅନେକ ରାଜ୍ୟ ସମ୍ପୂର୍ଣ୍ଣ ଫାଇଦା ଉଠାଇଛନ୍ତି । ସେଥିମଧ୍ୟରୁ ୟୁପି ଆଗରେ ରହିଛି, ଯେଉଁଠାରୁ ଏହି ସ୍କିମ୍ ର ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ବ୍ୟତୀତ କରି ସମସ୍ତ ବିଜେପି ଏବଂ ଅଣ ବିଜେପି ଶାସିତ ସରକାର ସେମାନଙ୍କ ଚାଷୀଙ୍କୁ ଅଧିକରୁ ଅଧିକ ଟଙ୍କା ଦେବା ପାଇଁ ଚେଷ୍ଟା କରୁଛନ୍ତି। ୟୁପି, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ଗୁଜୁରାଟ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ତାମିଲନାଡୁ ସବୁଠୁ ଉପରେ ଅଛନ୍ତି । ଏଥିରେ ବିଜେପି ଶାସିତ ଏବଂ ଅଣ-ବିଜେପି ଶାସିତ ରାଜ୍ୟ ମଧ୍ୟ ସାମିଲ ଅଛନ୍ତି। କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଜୁନ୍ ମାସ ୮ ତାରିଖ ପର୍ଯ୍ୟନ୍ତ ୯ କୋଟି ୮୩ ଲକ୍ଷ କୃଷକ ଏହି ଯୋଜନାର ଲାଭ ପାଇଛନ୍ତି।

୧- ୟୁପିରେ ୨୨୬୦୩୬୧୯ ଚାଷୀଙ୍କୁ ଲାଭ ମିଳିଛି ।

୨- ମଧ୍ୟପ୍ରଦେଶର ୭୧୫୨୬୪୩ ଚାଷୀ ହିତାଧିକାରୀ ତାଲିକାରେ ଅଛନ୍ତି ।

୩- ୧୬୭୮୨୬୭ କୃଷକ ହରିୟାଣାରେ ଉପକୃତ ହୋଇଛନ୍ତି  ।

୪- ଆସାମରେ ୩୧୧୨୫୦ ଚାଷୀଙ୍କୁ ଲାଭ ମିଳିଛି ।

୫- ଗୁଜୁରାଟରେ ୫୩୨୯୩୯୪ ଚାଷୀଙ୍କୁ ଫାଇଦା ମିଳିଛି ।

୬- ଏହି ତାଲିକାରେ ଉତ୍ତରପ୍ରଦେଶର ୭୭୯୧୫୪ ଲୋକେ ସାମିଲ ଅଛନ୍ତି ।

୭- ଜେଡିୟୁ ଏବଂ ବିଜେପି ଶାସିତ ବିହାରରେ ୬୬୭୭୩୪୩ ହିତାଧିକାରୀ ଅଛନ୍ତି।

୮- ହିମାଚଳ ପ୍ରଦେଶରେ ୮୯୩୧୯୭ ଲୋକଙ୍କୁ ଏହାର ଲାଭ ମିଳିଛି ।

୯- କର୍ଣ୍ଣାଟକରେ ୫୧୩୮୧୧୯ ଚାଷୀଙ୍କୁ ଫାଇଦା ମିଳିଛି ।

କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳର ରାଜ୍ୟ

୧୦- ଛତିଶଗଡରେ ୨୪୨୭୯୧୦ ହିତାଧିକାରୀ ଅଛନ୍ତି ।

୧୧- କେରଳରେ ୩୦୬୭୭୧୨ ଲୋକ ଏହାର ଲାଭ ଉଠାଇଛନ୍ତି ।

୧୨- ରାଜସ୍ଥାନର ୬୪୬୩୩୫୩ ଚାଷୀ ଏହି ତାଲିକାରେ ସାମିଲ ଅଛନ୍ତି ।

୧୩- ମହାରାଷ୍ଟ୍ରର ୯୯୬୪୪୨୧ ଚାଷୀ ଏଥିରେ ସାମିଲ ।

୧୪- ପଞ୍ଜାବରେ ହିତାଧିକାରୀଙ୍କ ସଂଖ୍ୟା ୨୩୪୨୪୨୭ କୁ ବୃଦ୍ଧି ପାଇଛି ।

୧୫- ଓଡିଶାରେ ୩୬୯୪୭୫୧ ଲୋକେ ଲାଭ ଉଠାଇଛନ୍ତି ।

୧୬- ତାମିଲନାଡୁରେ ୪୦୪୯୩୬୪ ଲୋକେ ଏଥିରେ ଉପକୃତ ହୋଇଥିଲେ ।

୧୭- ତେଲେଙ୍ଗାନାର ୩୬୫୯୬୫୮  ହିତାଧିକାରୀ ଅଛନ୍ତି ।

ପିଏମ୍ କିସାନ ସ୍କିମ୍ ଙ୍କ ୱେବସାଇଟ୍ Pmkisan.gov.in ରେ କେନ୍ଦ୍ର ସରକାର ସମସ୍ତ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତାଲିକା ଅପଲୋଡ୍ କରିଛି  । ଏହି ୱେବସାଇଟ୍ ରେ ଚାଷୀ ନିଜ ଆଧାର କିମ୍ବା ମୋବାଇଲ୍ ନମ୍ବର ମାଧ୍ୟମରେ ଟଙ୍କା ପାଇଛନ୍ତି କି ନାହିଁ ତାହା ଜାଣିପାରିବେ । ଯଦି  କେହି ପୂର୍ବରୁ ଆବେଦନ କରିଛନ୍ତି ଏବଂ ଆପଣଙ୍କର ଆଧାର ସଠିକ୍ ଭାବରେ ଅପଲୋଡ୍ ହୋଇନାହିଁ କିମ୍ବା କୌଣସି କାରଣରୁ ଆଧାର ନମ୍ବର ଭୁଲ ଏଣ୍ଟ୍ରି କରାଯାଇଛି, ତେବେ ଏହାର ସୂଚନା ମଧ୍ୟ ଏଥିରେ ମିଳିବ ।

ଏଥିରେ ସରକାର ସମସ୍ତ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତାଲିକା ଅପଲୋଡ୍ କରିଛନ୍ତି। କେବଳ ସେତିକି ନୁହେଁ, ଲୋକଙ୍କର ଆବେଦନର ସ୍ଥିତି କ’ଣ? ଏହା ଆଧାର ନମ୍ବର / ବ୍ୟାଙ୍କ ଆକାଉଣ୍ଟ / ମୋବାଇଲ୍ ନମ୍ବର ମାଧ୍ୟମରେ କୃଷକମାନେ ମଧ୍ୟ ଜାଣିପାରିବେ ।