ଡେଞ୍ଜର ଜୋନରେ ଭାରତ,ପୁଣି ଥରେ ଲାଗୁ ହୋଇପାରେ ତାଲାବନ୍ଦ !

ନୂଆଦିଲ୍ଲୀ: କୋରନା ଭାଇରସ କାରଣରୁ ଲାଗୁ ହୋଇଥିବା ଲକଡାଉନକୁ ଏବେ ଅନେକ ଦେଶ ଉଠାଇବାରେ ଲାଗିଛନ୍ତି କିମ୍ବା ରିହାତି ଦେଉଛନ୍ତି । ଭାରତ ମଧ୍ୟ ଲକଡାଉନ୍ ୫.୦ରେ ଅନଲକିଂ ବା ତାଲା ଖୋଲା ପ୍ରକ୍ରିୟା ଆରମ୍ଭ କରିଛି । ଅନ୍ୟପକ୍ଷରେ ଏବେ ଗୋଟିଏ ଅଧ୍ୟୟନ ଭାରତ ପାଇଁ ଭୟାନକ ଭବିଷ୍ୟବାଣୀ କରିଛି । ଏହି ଅଧ୍ୟୟନ ଅନୁସାରେ ଭାରତ ସମେତ ୧୫ ଦେଶରେ ଅନଲକିଂ ଅନ୍ତର୍ଗତରେ ଦିଆଯାଉଥିବା ରିହାତି କାରଣରୁ ଆଗକୁ ସ୍ଥିତି ସଂଗୀନ ହୋଇପାରେ । ଫଳରେ ଲକଡାଉନ୍ ନୂଆ ରୂପରେ ଫେରିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଏଭଳି ଦାବି କରିଛି ନୋମୁରା ରିସର୍ଚ୍ଚ ଫାର୍ମ ।

ରିସର୍ଚ୍ଚରେ ଅନଲକିଂ କାରଣରୁ ଜନଗହଳି ଓ ସଂକ୍ରମଣ ମାମଲା ବୃଦ୍ଧିକୁ ଆଧାର ଭାବେ ନିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ,ଆମ ଭିଜୁଆଲ ଟୁଲ୍ ଏମିତି ଫଳାଫଳ ଦେଇଛି ଯାହା ଅନୁସାରେ ଏଭଳି ୧୭ ଦେଶ ରହିଛନ୍ତି ଯେଉଁଠି ଅର୍ଥବ୍ୟବସ୍ଥାକୁ ପୁଣିଥରେ ଆରମ୍ଭ କରିବା ପ୍ରକ୍ରିୟା ସଠିକ ରାସ୍ତାରେ ଅର୍ଥାତ୍ ଅନ୍ ଟ୍ରାକ୍ ଅଛି  ଓ ସେଠାରେ କରୋନାର ସେକେଣ୍ଡ୍ ୱେଭର କୌଣସି ସଂକେତ ନାହିଁ । ରିପୋର୍ଟ ଅନୁସାରେ ୧୩ ଦେଶରେ କରୋନା ପୁଣି ଫେରିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ଏଭଳି ୧୫ ଦେଶ ରହିଛନ୍ତି ଯେଉଁଠି ସେକେଣ୍ଡ୍ ୱେଭ୍ ଆସିବାର ପୂର୍ଣ୍ଣ ଆଶଙ୍କା ରହିଛି ।

ଲକଡାଉନ୍ ରିହାତି କାରଣରୁ ଏହି ଦୁଇ ପରିସ୍ଥିତି ସୃଷ୍ଟି ହୋଇପାରେ

ରିସର୍ଚ୍ଚ ଅନୁସାରେ ଲକଡାଉନରେ ରିହାତି ଦେବା ଯୋଗୁ ଦୁଇ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇପାରେ । ପ୍ରଥମ ସ୍ଥିତିକୁ  ଭଲ ବୋଲି କୁହାଯାଇଛି  । ଏଥିରେ କୁହାଯାଇଛି ଯେ, ଆମେରିକା ଭଳି ଦେଶରେ ଲକଡାଉନରେ ରିହାତି କାରଣରୁ ଲୋକଙ୍କ ଗହଳି ବୃଦ୍ଧି ପାଇଥିଲା ଓ ଦୈନିକ ସଂକ୍ରମଣ ମାମଲାରେ ଅଳ୍ପକିଛି ବୃଦ୍ଧି ସହ ବ୍ୟବସାୟୀକ ସେବା ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ଲୋକଙ୍କ ମଧ୍ୟରୁ ଭୟ ଦୁରେଇ ଯାଇଥିଲା । ଯେମିତି ଯେମିତି ନୂଆ ମାମଲା ସଂଖ୍ୟାରେ ହ୍ରାସ ଆସିବ ସେମିତି ଲୋକଙ୍କ ଭିତରକୁ ସକରାତ୍ମକ ଫିଡବ୍ୟାକ୍ ଯିବ ।

ଅନ୍ୟପକ୍ଷରେ ଦ୍ୱିତୀୟ ପରିସ୍ଥିତି ଅତ୍ୟଧିକ ଭୟାନକ । ଯେଉଁଠାରେ କୋରନା କର୍ଭ ଫ୍ଲାଟ୍ ହେଉନାହିଁ ଓ ପ୍ରତ୍ୟହ ନୂଆ ମାମଲା ସାମ୍ନାକୁ ଆସୁଛି । ଏମିତିରେ ଲୋକଙ୍କ ମଧ୍ୟର ଭୟ ରହିଛି ଓ ଲୋକଙ୍କ ଚଳପ୍ରଚଳ କମ ରହିଛି । ଏଭଳି ପରିସ୍ଥିତିରେ ସେହି ଦେଶରେ ପୁଣିଥରେ ଲକଡାଉନ୍ ଫେରିବା ସମ୍ଭାବନା ରହିଛି ।

 ରିସର୍ଚ୍ଚରେ  ୪୫ ଦେଶ ସାମିଲ

ରିପୋର୍ଟରେ କରାଯାଇଥିବା ବିଶ୍ଲେଷଣରେ ୪୫ ଦେଶଙ୍କୁ ସାମିଲ କରାଯାଇଛି । ଯେଉଁଥିରେ ତିନି ଗ୍ରୁପ ରହିଛି । ପ୍ରଥମ ଗ୍ରୁପରେ ସେହି ଦେଶ ଅଛନ୍ତି ଯେଉଁମାନଙ୍କ ଅର୍ଥନୀତି ଟ୍ରାକ୍ ଉପରକୁ ଫେରି ସାରିଲାଣି । ଦ୍ୱିତୀୟ ଗ୍ରୁପରେ ୱାର୍ଣ୍ଣିଂ ସାଇନ୍ ଓ ତୃତୀୟ ଗ୍ରୁପ ହେଉଛି ଡେଂଜର ଜୋନ୍ । ଭାରତ ଡେଞ୍ଜର ଜୋନରେ ଅଛି । ଭାରତ ସହ ଏହି ଗ୍ରୁପରେ ସ୍ୱିଡେନ୍,ସିଙ୍ଗାପୁର,ଦ.ଆଫ୍ରିକା ଓ କାନାଡା ରହିଛନ୍ତି । ଯେଉଁ ଦେଶରେ ପରିସ୍ଥିତି ଭଲ ଥିବା କୁହାଯାଇଛି ସେହି ଦେଶଙ୍କ ତାଲିକାରେ ଅଛନ୍ତି ଫ୍ରାନ୍ସ,ଇଟାଲି ଓ ଦ.କୋରିଆ । ଅନ୍ୟପକ୍ଷରେ ଆମେରିକା ଓ ବ୍ରିଟେନ୍ ଭଳି ଦେଶ ୱାର୍ଣ୍ଣିଂ ସାଇନ୍ ଶ୍ରେଣୀରେ ସାମିଲ ଅଛନ୍ତି ।ଏହି ରିପୋର୍ଟ ସେହି ସମୟରେ ଆସିଛି ଯେତେବେଳେ ଅନେକ ଦେଶ ଲକଡାଉନ୍ ଖୋଲିବାକୁ ଯାଉଛନ୍ତି । ଲୋକ କାମକୁ ଫେରୁଛନ୍ତି । ଭାରତରେ ଅନଲକ୍ ୧ କ୍ରମରେ ମନ୍ଦିର ଓ ମଲ ଖୋଲିବାକୁ ଯାଉଛି ।

ଦେଶରେ ବିପଦଜନକ ହେଉଛି କରୋନା ସ୍ଥିତି… ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ

Leave a Reply