କାଶ୍ମୀରରେ ହିନ୍ଦୁ ସରପଞ୍ଚଙ୍କ ହତ୍ୟାକୁ ନେଇ ରାଗିଲେ ଅନୁପମ,କହିଲେ ଏମିତି କଥା..

1 min read
anupam kher reaction on Kashmiri Pandit Sarpanch murder

ମୁମ୍ବାଇ: ବଲିଉଡ୍ ଅଭିନେତା ଅନୁପମ ଖେର ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ଅନେକ ଦିନ ଧରି ସେ କାଶ୍ମୀର ପଣ୍ଡିତଙ୍କ ହକ୍ କଥା ଉଠାଇ ଆସୁଛନ୍ତି । ନିକଟରେ ସେ ପୁଣିଥରେ କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ପୁଣି ଥରେ ଚର୍ଚ୍ଚା ଭିତରକୁ ଆସିଛନ୍ତି । ସୋମବବାର ଦିନ(୮ଜୁନ୍) ଅନନ୍ତନାଗରେ ଜଣେ ହିନ୍ଦୁ ସରପଂଚଙ୍କୁ ଆତାଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଅନୁପମ ଶୋକ ପ୍ରକଟ କରିବା ସହ ଏକ ଭିଡିଓ ମାଧ୍ୟମରେ ନିଜ କ୍ରୋଧ ଜାହିର କରିଛନ୍ତି

ଅନୁପମ ଟ୍ୱିଟରରେ ଭିଡିଓ ଜାରି କରି କହିଛନ୍ତି ଯେ,‘ମୁଁ ଦୁଃଖୀ ଅଛି ଏବଂ ରାଗିଛି ମଧ୍ୟ । କାଶ୍ମୀର ପଣ୍ଡିତଙ୍କର ଏକମାତ୍ର ସରପଂଚ ଅଜୟ ପଣ୍ଡିତଙ୍କୁ କାଶ୍ମୀରର ଅନନ୍ତନାଗରେ ଗୁଳି କରାଯାଇଛି । ତାଙ୍କୁ ମୋ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ । ଯେଉଁମାନେ ଛାତି ପିଟିକରି କାନ୍ଦନ୍ତି,ସେମାନେ ଏହି ଘଟଣା ପରେ ସମ୍ପୂର୍ଣ୍ଣ ଭାବେ ନିରବ । କାହାରି ଜଣକର ମଧ୍ୟ ସ୍ୱର ଶୁଭୁନାହିଁ’’

ଭିଡିଓର ଅନୁପମଙ୍କ କ୍ରୋଧ ସ୍ପଷ୍ଟ ଭାବେ ଦେଖା ଯାଇପାରୁଛି । ସେ କହୁଛନ୍ତି ଯେ, କାଲି ଦିନ ଦି’ପହରରେ ଅନନ୍ତନାଗରେ ଏକମାତ୍ର ପଣ୍ଡିତ..ଏକମାତ୍ର ଏଇଥିପାଇଁ ଯେ, ପୁରା କାଶ୍ମୀରରେ ଜଣେ ମଧ୍ୟ ପଣ୍ଡିତ ସରପଂଚ ନାହାନ୍ତି,ତାଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି । ଏହା ପୁଣିଥରେ ଦୋହରା ଯାଉଛି । ସେହି କାଣ୍ଡ ଯାହା ୧୯୮୦ ଦଶକରେ ହୋଇଥିଲା,ଯାହା ଶେଷ ହୋଇଥିଲା ୧୯ ଜାନୁଆରୀ,୧୯୯୦ରେ । ତାଙ୍କ ମା’ବାପାଙ୍କୁ କାନ୍ଦୁଥିବା ଦେଖି,ସେମାନଙ୍କ ଦୁଃଖ ଦେଖି ବହୁତ ଦୁଃଖ ସହ ବହୁତ ରାଗ ମଧ୍ୟ ଆସୁଛି । ଗତ କେଇ ବର୍ଷ ଧରି କାଶ୍ମୀରୀ ପଣ୍ଡିତଙ୍କ ସହ ଅତ୍ୟାଚାର ହୋଇ ଆସୁଛି ଓ କେହି ମଧ୍ୟ ଏହାର ବିରୋଧ କରୁନାହାନ୍ତି । ଗୋଟିଏ ବି ସ୍ୱର ଉଠୁନାହିଁ ।

ସୂଚନାଯୋଗ୍ୟ ଯେ, କାଶ୍ମୀରରୁ ଧାରା ୩୭୦ ଉଛେଦକୁ ଅନୁପମ ଖେର ସ୍ୱାଗତ କରିଥିଲେ । ସେ କାଶ୍ମୀର ହିନ୍ଦୁଙ୍କ ଅଧିକାରକୁ ନେଇ ସବୁବେଳେ ମୁଖର ରହିଥାନ୍ତି । ଯେଉଁଥିପାଇଁ ଅନେକ ସମୟରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥାଏ ।

Leave a Reply