spot_img
Home Blog Page 6976

ଭାରତର ଚାପ ପରେ ଉଚ୍ଚାୟୋଗ ଅଧିକାରୀଙ୍କୁ ମୁକ୍ତ କଲା : ରୁଜୁ କରିଥିଲା ହିଟ୍‌ ଆଣ୍ଡ ରନ୍ ମାମଲା

ନୂଆଦିଲ୍ଲୀ: ଭାରତର ଚାପ ଆଗରେ ପୁଣି ମୁଣ୍ଡ ନୁଆଁଇଲା ପାକିସ୍ତାନ ।  ଗିରଫ କରିଥିବା ୨ ଭାରତୀୟ ଉଚ୍ଚାୟୋଗ କର୍ମଚାରୀଙ୍କୁ ମୁକ୍ତ କରିଛି ପାକିସ୍ତାନ । ସେମାନେ ଇସ୍ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗ ଅଫିସରେ ପହଞ୍ଚିଛନ୍ତି । ଏହି ଗିରଫ ଖବର ପରେ ଆଜି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ମୁଖ୍ୟ ସୟଦ ହାଇଦର ଶାହାଙ୍କୁ ଡକାଇ ପ୍ରତିବାଦ କରାଯାଇଥିଲା । ଏହାପରେ ମିଳିଥିବା ସୂଚନା ଅନୁଯାୟୀ ଭାରତ ପକ୍ଷରୁ କୁଟନୈତିକ ସ୍ତରରେ ଭାରତ ପକ୍ଷରୁ ଚାପ ପକାଯାଇଥିଲା ଏବଂ ଗିରଫ କର୍ମଚାରୀଙ୍କୁ ମୁକ୍ତି କରିଛି ପାକିସ୍ତାନ୍ତ ।

पाकिस्तान स्थित भारतीय दूतावास

ସୂଚନା ଯୋଗ୍ୟ ସକାଳ ସାଢେ ୮ଟା ବେଳେ ଏହି ୨ କର୍ମଚାରୀ ସରକାରୀ କାମରେ ବାହାରକୁ ଯାଇଥିବାବେଳେ ସେମାନେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିନଥିଲେ । ସେମାନେ ନିଖୋଜ ହେବା ସମ୍ପର୍କରେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନର ମୁଖପାତ୍ର ତଥା ପ୍ରଥମ ସଚିବ ଅଖିଳେଶ ସିଂ ସୂଚନା ଦେଇଥିଲେ ।

Indian High Commission in Pakistan (Photo credits: Official Twitter)

ଏହା ଜଣାପଡ଼ିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଜଣାପଡ଼ିଥିଲା ଯେ ସେମାନଙ୍କୁ ପାକିସ୍ତାନରେ ଗିରଫ କରାଯାଇଛି । ସେମାନଙ୍କୁ ନାଁରେ ହିଟ୍ ଆଣ୍ଡ ରନ୍‌ ମାମଲାରେ ଗିରଫ କରାଯାଇଥିବା ପାକିସ୍ତାନି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ।

ଗୁଣିଆ ସନ୍ଦେହରେ ହତ୍ୟା: ରାୟଗଡ଼ାରେ ୨ଜଣଙ୍କୁ ଟାଙ୍ଗିଆରେ ହାଣିଲା ଯୁବକ

ରାୟଗଡ଼ା: ଅନ୍ଧବିଶ୍ୱାସ କେନ୍ଦ୍ରକରି ଶତ୍ରୁତା । ଆଉ ଏଭଳି ଏକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଡବଲ ମର୍ଡର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବଡ଼କସପାଡ଼ୁ ଗାଁରେ । ଗୁଣିଆ କରୁଥିବା ଆଶଙ୍କା କରି ପ୍ରେମାନନ୍ଦ ମାଣ୍ଡାଙ୍ଗି ସେହି ଗାଁର  ଯଦୁମଣି ମାଣ୍ଡାଙ୍ଗି ଓ ପୋଲି ତାଡିଙ୍ଗିକୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି । ଗ୍ରାମ ନିକଟ ଏକ କୁଡ଼ିଆଠାରେ ଯଦୁମଣିକୁ ହତ୍ୟା କରାଯାଇଥିବା ବେଳେ ସେହି ଗାଁ ମୁଣ୍ଡରେ ପୋଲିକୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି ।

ତେବେ ମୃତକ ୨ଜଣ ଗୁଣିଆ କରି ତା’ ପରିବାର ଲୋକଙ୍କୁ ମାରିଥିବାରୁ ସେ ସେମାନଙ୍କୁ ମାରିଥିବା ହତ୍ୟା ଅଭିଯୁକ୍ତ  ପ୍ରେମାନନ୍ଦ କହିଛି । ସୂଚନା ଯୋଗ୍ୟ,  ଗତ କିଛିଦିନ ତଳେ ଗାଁରେ ଏକ ବୈଠକ ବସିଥିଲା । ଯେଉଁଥିରେ ପ୍ରେମାନ୍ଦର ପରିବାରର ମୃତକଙ୍କୁ ଗୁଣିଆ  କରି ମରାଯାଇଥିବା ମତ ପ୍ରକାଶ ପାଇଥିଲା ।

ଏବଂ ସେମାନଙ୍କୁ ୩ ହଜାର ଟଙ୍କା ଜରିମାନା ମଗାଯାଇଥିଲା । କିନ୍ତୁ ସେମାନେ ଜରିମାନା ଦେଇ ନଥିଲେ। ଫଳରେ ପ୍ରେମାନନ୍ଦ ଅଧିକ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା । ଏବଂ ସୋମବାର ସେହି  ୨ ଜଣଙ୍କୁ ହତ୍ୟା କରିଛି। ତେବେ ଏନେଇ ପରିବାର ଲୋକେ ଶେଷଖାଲ ଥାନାରେ ଖବର ଦେବା ପରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମାନନ୍ଦ ତାଡିଙ୍ଗି କୁ ଅଟକ ରଖିଛି। ଦୁଇ ମୃତକଙ୍କ ଶବ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟବଛେଦ ପାଇଁ ଅଣାଯାଇଛି। ଅନ୍ୟପଟେ ଏହି ଘଟଣାରେ ପୁଲିସ ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରିନି।

ନନ୍ଦିଘୋଷ ଟିଭିର ମହାପ୍ରଭାବ: ନିଲମ୍ୱିତ ହେଲେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର

ନୂଆପଡ଼ା: ନନ୍ଦିଘୋଷ ଟିଭିର ମହାପ୍ରଭାବ । ବିଦା ହେଲେ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଅଜିତ କୁମାର ପ୍ରଧାନ । ଜନୈକ ଶତାୟୁ ବୃଦ୍ଧାଙ୍କୁ ଟଙ୍କା ନେବା ପାଇଁ ବ୍ୟାଙ୍କକୁ ଆସିବାକୁ କହି ବିଦା ହେଲେ । ଏନେଇ ପ୍ରଥମେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରିତ ହୋଇଥିଲା । ଏହା ପରେ ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବ୍ୟାଙ୍କ ମ୍ୟାନେଜର ଶ୍ରୀ ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଛି ।

Utkal Gramin Bank

ଘଟଣାନୁଯାୟୀ, ଜଣେ ଶତାୟୁ ବୃଦ୍ଧା ଲଭେ ବଘେଲଙ୍କୁ ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ନିମନ୍ତେ ବ୍ରାଞ୍ଚ ମ୍ୟାନେଜର ପ୍ରଧାନ କହିଥିଲେ । ଫଳରେ ଲଭେଙ୍କ ଝିଅ ପୁଞ୍ଜିମତୀ ଦେଇ (୬୦) ମା’ଙ୍କୁ ଏକ ଖଟିଆରେ ଘୋଷାଡ଼ି ଘୋଷାଡ଼ି ବ୍ୟାଙ୍କ ଅଭିମୁଖେ ବାହାରିଥିଲେ । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏବଂ ରାଜ୍ୟ ସରକାର ମଧ୍ୟ ଘଟଣା ନେଇ ଦୁଖଃ ପ୍ରକାଶ କରିବା ସହ ତଦନ୍ତ ପାଇଁ ପାଇଁ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟାଙ୍କର ହୃଦୟହୀନତା, ୧୫ଶହ ଟଙ୍କା ପାଇଁ ଖଟିଆରେ ଭିଡ଼ା ହୋଇଗଲେ ୧୨୦ ବର୍ଷର ବୃଦ୍ଧା !

ଅପରପକ୍ଷରେ ଘଟଣା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ତରଫରୁ ପ୍ରତିକ୍ରିୟା ଦିଆଯାଇଛି । ବରଗାଁ ବ୍ରାଞ୍ଚଟି ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ । ତାଙ୍କ ଝିଆ ଟଙ୍କା ଉଠାଣ ନେଇ ଆସିଥିବା ଦିନ ବ୍ୟାଙ୍କରେ ପ୍ରବଳ ଭିଡ଼ ଥିଲା । ଏଣୁ ତା’ ପର ଦିନ ତାଙ୍କ ଘରକୁ ଯାଇ ଟଙ୍କା ଦେଇଆସିବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା । ଏ ନେଇ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ ରିଲିଜ୍ ଜରିଆରେ ସୂଚିତ କରାଯାଇଛି ।

ବଡ ପ୍ରଡ୍ୟୁସରଙ୍କ ସହ ଝଗଡା ପାଇଁ ଏମିତି ପଦକ୍ଷେପ ନେଲେ ସୁଶାନ୍ତ ?

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚମକାଇ ଦେଇଛି । କୁହାଯାଉଛି ଯେ, ସେ ଡିପ୍ରେସନରେ ଥିଲେ । ତେବେ କେଉଁଥିପାଇଁ ସେ ଡିପ୍ରେସନର ଶିକାର ହେଲେ ସେବାବଦରେ ବିଭିନ୍ନ ପ୍ରକାରର ଖବର ଆସୁଛି । ବଲିଉଡ୍ ମିଳୁଥିବା ଖବର ଅନୁସାରେ ସୁଶାନ୍ତଙ୍କ ଶେଷ ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମ ୨୦୧୮ରେ ରିଲିଜ୍ ହେବାର ଥିଲା । କିନ୍ତୁ ରିଲିଜ୍ ତାରିଖ ଘୁଞ୍ଚି ଜୁନ୍ ୨୦୧୯ରେ ପହଂଚିଥିଲା । ତେବେ ଫିଲ୍ମ ଜୁନ୍ ମାସରେ ମଧ୍ୟ ରିଲିଜ୍ ହୋଇନଥିଲା । ତେବେ ପ୍ରଡକ୍ସନ ହାଉସ ଫିଲ୍ମକୁ ଥିଏଟରରେ ରିଲିଜ୍ କରିବା ବଦଳରେ ସିଧାସଳଖ ନେଟଫ୍ଲିକ୍ସରେ ରିଲିଜ୍ କରିଥିଲା । ଯାହାକୁ ନେଇ ସୁଶାନ୍ତ ନାରାଜ ଥିଲେ ।

ତାଙ୍କୁ ନକହି ଫିଲ୍ମକୁ ସିଧାସଳଖ ନେଟଫ୍ଲିକ୍ସରେ ରିଲିଜ୍ କରାଯାଇଥିବାରୁ ସୁଶାନ୍ତ ଖୁସୀ ନଥିଲେ । ଏହି ଫିଲ୍ମକୁ ନେଇ ସୁଶାନ୍ତ ବେସ ଆଶାବାଦୀ ଥିଲେ । ଏହି କଥାକୁ ନେଇ ତାଙ୍କର ଫିଲ୍ମ ପ୍ରଡ୍ୟୁସରଙ୍କ ସହ ଝଗଡା ହୋଇଥିଲା । ଏହି ଝଗଡା ପରେ ତାଙ୍କୁ କିଛି ବଡ ପ୍ରଡକ୍ସନ ହାଉସ୍ ନିଜ ନିଜ ଫିଲ୍ମରୁ ବିଦା କରି ଦେଇଥିଲେ । ଅଚାନକ ତାଙ୍କୁ ଏକରକମ ବ୍ୟାନ୍ କରି ଦିଆଯାଇଥିଲା ।

ତିନି ବର୍ଷ ତଳେ ସୁଶାନ୍ତଙ୍କର ଗୋଟିଏ ଫିଲ୍ମ ‘ଚନ୍ଦା ମାମା ଦୁର୍’ର ଘୋଷଣା ହୋଇଥିଲା । ଏହା ଏକ  ସାଇନ୍ସ ଫିକ୍ସନ ଥିଲା । ଘରେ ଟେଲିସ୍କୋପ୍ ରଖି ଆକାଶକୁ ଦେଖୁଥିବା ସୁଶାନ୍ତ ଫିଲ୍ମକୁ ନେଇ ବେସ୍ ଉତ୍ସାହି ଥିଲେ । ଏଥିରେ ସେ ଜଣେ ମହାକାଶଚାରୀ ଭୂମିକାରେ ଅଭିନୟ କରିଥାନ୍ତେ । ତେବେ ଏହି ଫିଲ୍ମର ବଜେଟକୁ ନେଇ କିଛି ଅସୁବିଧା ଥିଲା । ତେବେ ଫିଲ୍ମ ସୁଶାନ୍ତଙ୍କ ପସନ୍ଦର ଥିବାରୁ ସେ ଏହାକୁ ନିଜେ ପ୍ରଡ୍ୟୁସ କରିବାକୁ ମଧ୍ୟ ମନସ୍ଥ କରିଥିଲେ ।  ତେବେ ମିଡିଆ ସମ୍ମୁଖରେ ଘୋଷଣା ପାଇଁ ତାଙ୍କୁ ଡକାଯିବା ବେଳେ ସେ ପ୍ରଡକ୍ସନ କଂପାନିର ଫୋନ୍ ରିସିଭ୍ କରିନଥିଲେ,ଏପରିକି ଫୋନ୍ ସୁଇଚଅଫ୍ କରିଦେଇଥିଲେ । ଏହା ପରେ ତାଙ୍କୁ ଅନେକ ପ୍ରଡକ୍ସନ କଂପାନୀ ବ୍ୟାନ୍ କରିଦେଇଥିଲେ ।

ତେବେ ଇଣ୍ଡଷ୍ଟ୍ରୀ ଓ ତାଙ୍କୁ ଜାଣିଥିବା କିଛି ବ୍ୟକ୍ତିଙ୍କ କହିବା ହେଉଛି, ଭୁଲ କେବଳ ପ୍ରଡ୍ୟୁସରଙ୍କର ନଥିଲା । ଏଥିପାଇଁ କିଛି ମାତ୍ରାରେ ସୁଶାନ୍ତ ନିଜେ ମଧ୍ୟ ଦାୟୀ ଥିଲେ । ସେମାନଙ୍କ ଅନୁସାରେ ସୁଶାନ୍ତ ଅଲଗା ଗୋଟିଏ ଦୁନିଆରେ ରହୁଥିଲେ,ଯିଏ କୌଣସି କଥାକୁ ବୁଝିବାକୁ ଚାହୁଁ ନଥିଲେ । ଏହା ସତ୍ୱେ ତାଙ୍କ ହାତରେ ଅନେକ ଫିଲ୍ମର ଅଫର ଥିଲା । କିନ୍ତୁ ସୁଶାନ୍ତଙ୍କ ନିଜ ଦୋଷ ପାଇଁ ସେ ସୁଯୋଗ ହାତଛଡା କରୁଥିଲେ ବୋଲି ତାଙ୍କୁ ଜାଣିଥିବା ବ୍ୟକ୍ତି କହୁଛନ୍ତି ।

କରୋନା ଆରମ୍ଭ ପୂର୍ବରୁ ଗୋଟିଏ ପ୍ରଡକ୍ସନ ହାଉସ ସୁଶାନ୍ତଙ୍କୁ ଭଲ ବଜେଟର ଫିଲ୍ମ ଅଫର କରିଥିଲେ । କିନ୍ତୁ ସୁଶାନ୍ତ ସଫା ସଫା ଶୁଣାଇଥିଲେ ଯେ, ମୁଁ କାମ କରିବା ମୁଡରେ ନାହିଁ ।ତାଙ୍କୁ ସ୍କ୍ରିପ୍ଟ ପଢିବା ପାଇଁ କୁହାଯାଇଥିଲା କିନ୍ତୁ ସେ ଉତ୍ତର ଦେଇଥିଲେ ଯେ, ମୋର କାମ କରିବାର ନାହିଁ ତ’ ମୁଁ ସ୍କ୍ରିପ୍ଟ କାହିଁକି ପଢିବି ? ତାଙ୍କର ଏହି ବ୍ୟବହାରରୁ ଜଣା ପଡୁଛି ଯେ,ସେ ଡିପ୍ରେସନରେ ଥିଲେ
ଏହାପରେ କରୋନା ଲକଡାଉନ୍ ଆସିଥିଲା । ଏହି ସମୟରେ ନିଜ ପରିବାରଠାରୁ ଦୁରରେ ଏକାକୀ ରହୁଥିବା ସୁଶାନ୍ତ ଯେଉଁ ଡିପ୍ରେସନ ଭିତରକୁ ଗଲେ ସେଥିରୁ ଆଉ ମୁକୁଳି ନଥିଲେ । ଜୀବନକୁ ଅଲବିଦା କହି ସମ୍ଭବତଃ ସେ ନିଜର ସବୁ ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ ।

କୋଭିଡ କଣ୍ଟ୍ରୋଲ ରୁମ୍‌ରୁ କ୍ରାଇମ୍: ପ୍ରଥମେ ପ୍ରେମ ନିବେଦନ, ନମାନିବାରୁ ଧମକ

ଭୁବନେଶ୍ୱର: ପୁଣି ଖାକିରେ ଦାଗ । ଅଭିଯୋଗ ଆସିଛି କମିଶନରେଟ୍‌ ପୋଲିସର ଜନୈକ ଅଧିକାରୀଙ୍କ ବିରୋଧରେ । କ୍ଷମତାର ଅପବ୍ୟବହାର କରି ବିବାହିତାଙ୍କୁ କରୁଛନ୍ତି ପ୍ରେମ ନିବେଦନ । ପ୍ରତିବାଦ କଲେ ସରକାରୀ କଣ୍ଟ୍ରୋଲ ରୁମ୍‌ ଫୋନ୍‌ରେ ଦିଆଯାଉଛି ଧମକ । କଟକରେ ନିରାଶ ହେବା ପରେ ଅତିଷ୍ଠ ବିବାହିତା ଜଣକ ନ୍ୟାୟ ପାଇଁ ଭୁବନେଶ୍ୱର ମହିଳା ଥାନାର ଦ୍ଵାରସ୍ଥ ।

ପଦବୀ ସିନା ଏ.ଏସ୍‌.ଆଇ, ହେଲେ ଦବଙ୍ଗଗିରି ଦେଖାଇବାରେ ଝୋଙ୍କ ବେଶ୍‌ ତାଙ୍କର । ଲୋକଙ୍କୁ ପରାମର୍ଶ ଦେବା ପାଇଁ ଦାୟତ୍ୱ ମିଳିଛି ପୋଲିସ କୋଭିଡ୍‌ ନିୟନ୍ତ୍ରଣ କକ୍ଷରେ । ହେଲେ ଏହାର ସୁଯୋଗ ନେଇ ସେ ମହିଳାଙ୍କୁ କରୁଛନ୍ତି ଅସଦାଚରଣ ଓ ପ୍ରତିବାଦ କଲେ ଦେଉଛନ୍ତି ଧମକ। ଏଭଳି ଗୁରୁତର ଅଭିଯୋଗ ଆସିଛି ପୋଲିସ କଣ୍ଟ୍ରୋଲ ରୁମ୍‌ରେ ନିୟୋଜିତ ଏ.ଏସ୍‌.ଆଇ ସୁବ୍ରତ ଜ୍ଞାନ ରଞ୍ଜନଙ୍କ ବିରୋଧରେ ।

ଫେସ୍‌ବୁକ୍‌ରେ ଚାଟ୍‌ ଜରିଆରେ ପ୍ରଥମେ କରିଥିଲା ବନ୍ଧୁତା ପାଇଁ ଉଦ୍ୟମ । କିଛି ଦିନପରେ ବିବାହିତା ମହିଳାଙ୍କୁ କରିଥିଲା ପ୍ରେମ ନିବେଦନ । ପ୍ରତିବାଦ କରିବାରୁ ବିବାହିତାଙ୍କୁ ଦେଲା ଧମକ । ଅତିଷ୍ଠ ମହିଳା ଜଣକ ବାଧ୍ୟ ହୋଇ କଟକରେ ୨ଟି ଥାନାରେ କରିଥିଲେ ଅଭିଯୋଗ । ହେଲାନି କୈାଣସି କାର୍ଯ୍ୟାନୁଷ୍ଠାନ । ଫଳରେ ବଢ଼ିଲା ସାହାସ ଆଉ ଅସଦାଚରଣର ମାତ୍ରା । ଏବେ ନ୍ୟାୟ ଆଶାରେ ବିବାହିତା ଜଣକ ସାହାସ ଜୁଟାଇ ଆସିଛନ୍ତି ଭୁବନେଶ୍ୱର ।

ମହିଳା ଥାନାରେ ଲିଖିତ ଏତଲା ଦେବା ସହିତ ମୁହଁ ଖୋଲିଛନ୍ତି ତାଙ୍କୁ ଅସଦାଚରଣ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ପୋଲିସ ବିଭାଗରେ ଚାକିରି ଏଣୁ ସବୁ ତରିକା ଜାଣନ୍ତି ସେ ।

କେବଳ ବିବାହିତାଙ୍କୁ ନୁହଁ ବରଂ ତାଙ୍କ ଫେସବୁକ୍ ଆଇଡିକୁ ଟ୍ରାକିଂ କରି ତାଙ୍କ ସମ୍ପର୍କୀୟ ଓ ବନ୍ଧୁଙ୍କୁ ମଧ୍ୟ ସେ ଦେଉଛନ୍ତି ଧମକ। ପୋଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ବିବାହିତା ଜଣକ । ଏବେ ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରସ୍ଥ ହେବା ନେଇ କହିଛନ୍ତି ଅଭିଯୋଗକାରିଣୀ

ପୂର୍ବରୁ ୧୦୪ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟରତ ଯୁବତୀଙ୍କୁ ଫେକ୍‌ କଲ ଜରିଆରେ ଅସଦାଚରଣର ଅଭିଯୋଗ ହୋଇଥିଲା। ଏବେ କିନ୍ତୁ ଖୋଦ୍‌ ପୋଲିସର କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ରୁ ବିବାହିତାଙ୍କୁ ପ୍ରେମ ନିବେଦନ ସହିତ ଧମକ ଭଳି ଗୁରୁତର ଅଭିଯୋଗ ଆସିଛି ।

ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି କାହିଁକି ଭାବୁଛନ୍ତି କଙ୍ଗନା ?

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି । ପୁରା ବଲିଉଡ୍‌ ଜଗତକୁ ସ୍ତବ୍ଧ କରି ଦେଇଛି ସୁଶାନ୍ତଙ୍କ ମୃତ୍ୟୁ । ସତେ ଯେମିତି ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ୍ୟାରିୟରର ପିକ୍‌ ପଏଣ୍ଟରେ ଥିବା ବେଳେ ସେ ଏଭଳି ନିଷ୍ପତ୍ତି କାହିଁକି ନେଲେ ସେନେଇ ସମସ୍ତଙ୍କ ମନରେ ସନ୍ଦେହ । ତେବେ ଏଭଳି ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଛନ୍ତି ବଲିଉଡ୍‌ କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରାଣାଓ୍ୱତ୍‌ ।

କଙ୍ଗନା କହିଛନ୍ତି ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ! ବଲିଉଡ୍‌ରେ ତାଙ୍କର କେହି ଗଡ୍‌ଫାଦର ନାହାନ୍ତି, ତାଙ୍କ କାମକୁ କେହି ପ୍ରୋତ୍ସାହିତ କରୁନଥିଲେ । ସେ ବାରମ୍ବାର ନିଜ ପୋଷ୍ଟରେ ଲେଖୁଥିଲେ ଯେ, ତାଙ୍କ ଫିଲ୍ମୁ ଲୋକମାନେ ଦେଖନ୍ତୁ, ଯଦି ନଦେଖିବେ ତେବେ ତାଙ୍କୁ ବଲିଉଡ୍‌ରୁ ବିଦା କରିଦିଆଯିବ । ବଲିଉଡ୍‌ରେ ସେ ଯେତେ ଭଲ କାମ କଲେ ବି ତାଙ୍କୁ ପ୍ରୋତ୍ସାହନ ଦିଆଯାଉ ନଥିଲା ବୋଲି କହିଛନ୍ତି କଙ୍ଗନା ।

ଏନେଇ କଙ୍ଗନା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି, ଏବଂ ସେଥିରେ ବଲିଉଡ୍‌ ଉପରେ ବର୍ଷିଛନ୍ତି । ସେ ଭିଡିଓରେ ନିଜ ଉପରେ ହୋଇଥିବା ଅତ୍ୟାଚାର କଥା ମଧ୍ୟ କହିଛନ୍ତି । ବଲିଉଡ୍‌ରେ ତାଙ୍କ ଫିଲ୍ମ ସୁପର୍‌ହିଟ୍‌ ହେଉଥିଲେ ମଧ୍ୟ ସେଗୁଡ଼ିକୁ ଫ୍ଲପ୍‌ର ଆଖ୍ୟା ଦିଆଯାଉଛି । କାହିଁକି ଏଭଳି କରାଯାଉଛି ବୋଲି କଙ୍ଗନା ଭିଡିଓ ମାଧ୍ୟମରେ ପ୍ରଶ୍ନ କରିଛନ୍ତି ।

ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟର କଥା ମଧ୍ୟ କହିଛନ୍ତି ଯେ, ଛିଛୋରେ ବହୁତ ଭଲ ଫିଲ୍ମ ଥିଲା ହେଲେ ସେଥିପାଇଁ ସୁଶାନ୍ତଙ୍କୁ ପ୍ରଶଂସା ଦିଆଯାଇନଥିଲା । ଏଭଳି ଅନେକ ଫିଲ୍ମ ରହିଛି ଯେଉଁଥିରେ ସୁଶାନ୍ତୁଙ୍କୁ ଯେତିକି ପ୍ରୋତ୍ସାହନ ମିଳିବା କଥା ମିଳି ନାହିଁ । ଗଲି ବୟ ଭଳି ଗୋଟିଏ ଅତି ଖରାପ ଫିଲ୍ମକୁ ଆଓ୍ୱାର୍ଡ ଦିଆଗଲା ହେଲେ ଛିଛୋରେକୁ ସେହିଭଳି କିଛି ପ୍ରଶଂସା କରାଗଲା ନାହିଁ ।

https://www.instagram.com/tv/CBc3sDDAtyb/?utm_source=ig_embed

ତେବେ କେବଳ କଙ୍ଗନା ନୁହଁନ୍ତି ବରଂ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି କଥାକୁ ବିଶ୍ୱାସ କରନ୍ତି ଯେ, ସୁଶାନ୍ତଙ୍କୁ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଫୁଲ୍‌ ସପୋର୍ଟ ମିଳୁନଥିଲା । ତେଣୁ ସେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲେ ।

ଅନ୍ୟପଟେ କିଛି ଲୋକ କହୁଛନ୍ତି ଯେ, ସୁଶାନ୍ତ ଦୁର୍ବଳ ମାନସିକତାର ବ୍ୟକ୍ତି ଥିଲେ ତେଣୁ ଚାପ ସହି ନପାରି ସେ ଆତ୍ମହତ୍ୟା କରିଛନ୍ତି । ଏଭଳି ଚିନ୍ତାଧାରାକୁ କଙ୍ଗନା କଡ଼ା ସମାଲୋଚନା କରିଛନ୍ତି, ସେ କହିଛନ୍ତି ସୁଶାନ୍ତ ଜଣେ ଭଲ ଏବଂ ରାଙ୍କ ହୋଲ୍ଡର ଇଞ୍ଜିନିୟରିଂ ଛାତ୍ର ଥିଲେ ସେ କେବେ ବି ଦୁର୍ବଳ ମାନସିକତାର ବ୍ୟକ୍ତି ନଥିଲେ ।  ସୁଶାନ୍ତ ଯେତେବେଳେ ଫିଲ୍ମରେ ଡେବ୍ୟୁ କରିଥିଲେ ତାଙ୍କୁ କୌଣସି ଆଓ୍ୱାର୍ଡ ଦିଆଯାଇନଥିଲା ବୋଲି ମଧ୍ୟ କହିଛନ୍ତି କଙ୍ଗନା ।

ସୁଶାନ୍ତଙ୍କୁ ଅଲବିଦା କହିବାକୁ ଶ୍ମଶାନରେ ପହଞ୍ଚିଲେ ରିୟା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ଆଜି ଭିଲେପାର୍ଲେ ସ୍ଥିତ ପବନ ହଂସ ଶ୍ମଶାନରେ ହୋଇଯାଇଛି । ପିତା,ତିନି ଭଉଣୀ,ଦାଦା ପୁଅ ଭାଇଙ୍କ ଉପସ୍ଥିତିରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ହୋଇଥିଲା । ଆଜି ଦିପହରରେ ସୁଶାନ୍ତଙ୍କ ପରିବାର ପାଟନାରୁ ମୁମ୍ବାଇ ଆସିଥିଲେ । ରବିବାର ଦିନ ସୁଶାନ୍ତ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ଆଜି ବର୍ଷା ଭିତରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି ।

ଅନ୍ୟପକ୍ଷରେ ସୁଶାନ୍ତଙ୍କ ଅତି ନିକଟତର କୁହାଯାଉଥିବା ରିୟା ଚକ୍ରବର୍ତ୍ତି ମଧ୍ୟ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ରିୟାଙ୍କୁ ଧଳା ଚୁଡିଦାରରେ ଦେଖାଯାଇଥିଲା । ରିୟା ଓ ସୁଶାନ୍ତଙ୍କ ସମ୍ପର୍କ ଗଭୀର ଥିଲା ବୋଲି କୁହାଯାଉଛି ।

ଏଣେ କଙ୍ଗନା ରନାୱତ ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି । ସେ କହିଛନ୍ତି ଯେ,ସୁଶାନ୍ତଙ୍କ ଭଳି ରାଙ୍କ୍ ହୋଲ୍ଡର କେବେ ମଧ୍ୟ ଆତ୍ମହତ୍ୟା କରି ନଥିବେ । ତାଙ୍କୁ ସୁଚିନ୍ତିତ ଯୋଜନାରେ ହତ୍ୟା କରାଯାଇଛି ।

‘କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ଠାରୁ ହିଁ ହୋଇଥାଏ ସଂକ୍ରମଣ’

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟ ସରକାରଙ୍କ ନୂଆ ଷ୍ଟ୍ରାଟେଜି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆସନ୍ତାକାଲିଠାରୁ କରୋନା ସଂକ୍ରମିତଙ୍କୁ ଖୋଜିବେ ଆଶା ଦିଦି । ଜୁନ୍ ୧୬ଠାରୁ ଜୁଲାଇ ୩୧ ଯାଏଁ ଚାଲିବ ଏହି ଅଭିଯାନ । ଗ୍ରାମାଞ୍ଚଳରେ ପ୍ରତି ଘର ଓ ସହରାଞ୍ଚଳରେ ପ୍ରତି ବସ୍ତି ବୁଲି କରୋନା ଲକ୍ଷଣ ଥିବା ଲୋକଙ୍କୁ ଖୋଜିବେ ଏବଂ ସେମାନଙ୍କ ଟେଷ୍ଟିଂ କରାଇବେ ଆଶା ଦିଦି । ଏନେଇ ସୋମାବାର ରାଜ୍ୟ ସରକାରଙ୍କ କରୋନା ସମ୍ପର୍କିତ ପ୍ରେସମିଟରେ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ASHA workers, frontline warriors battling much more than just ...

ସେ ଆହୁରୀ କହିଛନ୍ତି ଯେ, ପୂର୍ବରୁ ୫୦ ହଜାର କୋଭିଡ ଟେଷ୍ଟିଂ ପାଇଁ ୨ ମାସ ସମୟ ଲାଗୁଥିଲା । ଏହା ପରେ ୫୦ ହଜାର ଟେଷ୍ଟିଂ ପାଇଁ ୨ ସପ୍ତାହ ସମୟ ଲାଗୁଛି । ରବିବାର ସୁଦ୍ଧା ରାଜ୍ୟରେ ୨ ଲକ୍ଷ କୋଭିଡ ଟେଷ୍ଟିଂ ପୂରା ହୋଇଛି । ରାଜ୍ୟର ୧୦ ଜିଲ୍ଲା ୧୭ଟି ସ୍ଥାନାରେ ଲାବ୍ରୋଟାରୀ ରହିଛି । କେବଳ ଖୋର୍ଦ୍ଧା, ବ୍ରହ୍ମପୁର ଓ କଟକ ନୁହେଁ କୋରାପୁଟ, ବଲାଙ୍ଗୀର ବାରିପଦା, ମୟୂରଭଞ୍ଜ, ମାଲକାନଗିରିର ମୈଥିଲି ବ୍ଳକରେ ମଧ୍ୟ ଟେଷ୍ଟିଂ ହେଉଛି ।

Coronavirus in Odisha: 5 more test COVID-19 positive; total cases ...

 ଯେଉଁ ପରିମାଣରେ ଟେଷ୍ଟିଂ ହେଉଛି ତାହା ଯଥେଷ୍ଟ କ?

ଦେଶରେ ପ୍ରତି ୧୦ ଲକ୍ଷ ଲୋକଙ୍କ ଜନସଂଖ୍ୟାରେ ୪୩୦୫ ଲୋକଙ୍କ ଟେଷ୍ଟିଂ କରାଯାଉଥିବା ବେଳେ ରାଜ୍ୟରେ ୪୬୩୪ ଲୋକଙ୍କ ଟେଷ୍ଟିଂ କରାଯାଉଛି । ଏହି ପରିସଂଖ୍ୟାନ ଅନୁଯାୟୀ ରାଜ୍ୟରେ କରୋନା ଟେଷ୍ଟିଂ ଭଲ ହେଉଛି ।

 କେଉଁ ଲୋକଙ୍କମାନଙ୍କ ଟେଷ୍ଟିଂ କରାଯାଉଛି?

ସମ୍ପ୍ରତି ସମଗ୍ର ବିଶ୍ୱରେ ମହାମାରୀ ଦେଖିବାକୁ କାୟା ବସ୍ତାର କରିଛି । ଏହା ଏକ ନୂଆ ରୋଗ ହୋଇଥିବାରୁ ଏସମ୍ପର୍କରେ ସାରା ବିଶ୍ୱରେ ଅନୁଧ୍ୟାନ ଚାଲିଛି । ପ୍ରତିଦିନ ନୂଆ ନୂଆ ତଥ୍ୟ ମଧ୍ୟ ପଦାକୁ ଆସୁଛି । ସେହି ତଥ୍ୟ ଅଧାରରେ କରୋନା ମୁକାବିଲା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିଭଳି ନୂଆ ତଥ୍ୟ ଆଧାରରେ ଆଇସିଏମ୍‌ଆରର ପକ୍ଷରୁ ମଧ୍ୟ ଟେଷ୍ଟିଂ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି ସେହି ଅନୁଯାୟୀ ରାଜ୍ୟରେ କରୋନା ଟେଷ୍ଟିଂ କରାଯାଉଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କ ହିଁ କରୋନା ଟେଷ୍ଟିଂ କରାଯାଉଛି । ଏବଂ ତାଙ୍କ ସହ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଆମେ ଚିହ୍ନଟ କରୁଛୁ । ଗବେଷଣା ଅନୁଯାୟୀ ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତି ଯାହାଙ୍କ ଠାରେ କରୋନା ଲକ୍ଷଣ ରହିଛି ସେମାନଙ୍କ ଠାରୁ ହିଁ କରୋନା ବ୍ୟାପେ । କରୋନା ଲକ୍ଷଣ ନଥିବା ଲୋକଙ୍କୁ ଠାରୁ କରୋନା ବ୍ୟାପିବାର ସମୟ ସୀମା କମ୍‌ । କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ତୁଳନାରେ ଲକ୍ଷଣ ନଥିବା ବ୍ୟକ୍ତିଙ୍କ ଠାରୁ ସଂକ୍ରମଣର ଭୟ କମ୍  ।

ସୁଶାନ୍ତଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେଲେ ଷ୍ଟାର,ବର୍ଷା ଭିତରେ ଦେଲେ ବିଦାୟ

ମୁମ୍ବାଇ: ଭିଲେପାର୍ଲେ ସ୍ଥିତ ପବନହଂସ ଶ୍ମଶାନରେ ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ହୋଇଯାଇଛି । କରୋନା କଟକଣା କାରଣରୁ ଖୁବ କମ ସଂଖ୍ୟାକ ବ୍ୟକ୍ତି ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ପରିବାର ସଦସ୍ୟ ଓ ଫିଲ୍ମ ତଥା ଟେଲିଭିଜନ ଦୁନିଆର ବ୍ୟକ୍ତି ତାଙ୍କୁ ଲୁହ ଓ କୋହ ସହ ଅନ୍ତିମ ବିଦାୟ ଜଣାଇଥିଲେ ।

ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଜଣାଇବାକୁ ଆସିଥିବା ସେଲିବ୍ରିଟିଙ୍କ ମଧ୍ୟରେ ଥିଲେ ଶ୍ରଦ୍ଧା କପୁର,ରାଜକୁମାର ରାଓ, ଅଭିଷେକ କପୁର,ବରୁଣ ଶର୍ମା,କ୍ରିଷ୍ଟଲ ଡିସୁଜା,କୃତି ସେନନ,ବିବେକ ଓବରୟ ଓ ପୂଜା ଚୋପଡା । ଉପର ଫଟୋରେ ଶ୍ରଦ୍ଧା କପୁର ଶ୍ମଶାନରେ ଉପସ୍ଥିିତ ଥିବା ଦେଖାଯାଇଛି ।

 

ଅନ୍ତିମ ସଂସ୍କାର ସମୟରେ ବର୍ଷା ହେଉଥିବାରୁ ଅନେକ ସେଲିବ୍ରିଟିଙ୍କୁ ଓଦା ହୋଇ ଶ୍ମଶାନକୁ ଆସୁଥିବା ଦେଖିବାକୁ ମିଳିଥିଲା । ସେହିଭଳି କରୋନା କାରଣରୁ ସବୁ ସେଲିବ୍ରିଟି ମାସ୍କ ଓ ଗ୍ଲୋଭସ ପିନ୍ଧି ଶ୍ମଶାନକୁ ଆସିଥିଲେ ।

ଏହି ଚିତ୍ରରେ ପୂଜା ଚୋପଡାଙ୍କୁ ବର୍ଷାରେ ଓଦା ହୋଇ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ କୃତି ସେନନ ମଧ୍ୟ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ତାଙ୍କୁ ମାସ୍କ ଓ ଧଳା ଚୁଡିଦାରରେ ଦେଖିବାକୁ ମିଳିଥିଲା ।

 

ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ,ଲୁହ ଓ କୋହ ସହ ବିଦାୟ ଦେଲେ ପରିବାର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ଭିଲେପାର୍ଲେ ସ୍ଥିତ ଶ୍ମାସନରେ ସମ୍ପନ୍ନ ହୋଇଛି । ସୁଶାନ୍ତ ସିଂହ ରବିବାର ଦିନ ନିଜ ଘରେ ଆତ୍ମହତ୍ୟା କରିଥିଲେ । ମାତ୍ର ୩୪ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ ।

ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେବାକୁ ତାଙ୍କ ପିତା ଓ ପରିବାରର ଅନ୍ୟ ସଦସ୍ୟ ଦ୍ୱିପହରରେ ମୁମ୍ବାଇରେ ଆସି ପହଂଚିଥିଲେ । ସେଠାରୁ ସେମାନେ ଭିଲେପାର୍ଲେ ସ୍ଥିତ ଶ୍ମଶାନକୁ ଯାଇଥିଲେ । ଭିଲେପାର୍ଲେ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।

 

କରୋନା ସଂକ୍ରମଣ କାରଣରୁ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଅଧିକ ବ୍ୟକ୍ତି ସାମିଲ ହୋଇ ପାରିନାହାନ୍ତି । କେବଳ ପରିବାର ସଦସ୍ୟ ଓ କିଛି ନିକଟତର ବ୍ୟକ୍ତି ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ । ଉପର ଫଟୋରେ ସୁଶାନ୍ତଙ୍କ ପିତା ଓ ଦାଦା ପୁଅ ଭାଇ ଶ୍ମଶାନକୁ  ଯାଉଛନ୍ତି । 

ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ଦୁନିଆକୁ ଅଲବିଦା କହିଛନ୍ତି । ବିହାରରୁ ଆସିଥିବା ସୁଶାନ୍ତ ରାତାରାତି ଷ୍ଟାରଡମ୍ ପାଇନଥିଲେ । ଏଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା । ଟିଭି ସିରିଜ୍ ପବିତ୍ର ରିସ୍ତାରୁ ସେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା କାଇ ପୋ ଚେ । ଏମଏସ ଧୋନି: ଦି ଅନଟୋଲ୍ଡ ଷ୍ଟୋରିରେ ତାଙ୍କ କାମକୁ ପ୍ରଶଂସା କରାଯାଇଥିଲା ।