ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ,ଲୁହ ଓ କୋହ ସହ ବିଦାୟ ଦେଲେ ପରିବାର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ଭିଲେପାର୍ଲେ ସ୍ଥିତ ଶ୍ମାସନରେ ସମ୍ପନ୍ନ ହୋଇଛି । ସୁଶାନ୍ତ ସିଂହ ରବିବାର ଦିନ ନିଜ ଘରେ ଆତ୍ମହତ୍ୟା କରିଥିଲେ । ମାତ୍ର ୩୪ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ ।

ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେବାକୁ ତାଙ୍କ ପିତା ଓ ପରିବାରର ଅନ୍ୟ ସଦସ୍ୟ ଦ୍ୱିପହରରେ ମୁମ୍ବାଇରେ ଆସି ପହଂଚିଥିଲେ । ସେଠାରୁ ସେମାନେ ଭିଲେପାର୍ଲେ ସ୍ଥିତ ଶ୍ମଶାନକୁ ଯାଇଥିଲେ । ଭିଲେପାର୍ଲେ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।

 

କରୋନା ସଂକ୍ରମଣ କାରଣରୁ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଅଧିକ ବ୍ୟକ୍ତି ସାମିଲ ହୋଇ ପାରିନାହାନ୍ତି । କେବଳ ପରିବାର ସଦସ୍ୟ ଓ କିଛି ନିକଟତର ବ୍ୟକ୍ତି ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ । ଉପର ଫଟୋରେ ସୁଶାନ୍ତଙ୍କ ପିତା ଓ ଦାଦା ପୁଅ ଭାଇ ଶ୍ମଶାନକୁ  ଯାଉଛନ୍ତି । 

ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ଦୁନିଆକୁ ଅଲବିଦା କହିଛନ୍ତି । ବିହାରରୁ ଆସିଥିବା ସୁଶାନ୍ତ ରାତାରାତି ଷ୍ଟାରଡମ୍ ପାଇନଥିଲେ । ଏଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା । ଟିଭି ସିରିଜ୍ ପବିତ୍ର ରିସ୍ତାରୁ ସେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା କାଇ ପୋ ଚେ । ଏମଏସ ଧୋନି: ଦି ଅନଟୋଲ୍ଡ ଷ୍ଟୋରିରେ ତାଙ୍କ କାମକୁ ପ୍ରଶଂସା କରାଯାଇଥିଲା ।

Leave a Reply