ଭାରତର ଚାପ ପରେ ଉଚ୍ଚାୟୋଗ ଅଧିକାରୀଙ୍କୁ ମୁକ୍ତ କଲା : ରୁଜୁ କରିଥିଲା ହିଟ୍‌ ଆଣ୍ଡ ରନ୍ ମାମଲା

ନୂଆଦିଲ୍ଲୀ: ଭାରତର ଚାପ ଆଗରେ ପୁଣି ମୁଣ୍ଡ ନୁଆଁଇଲା ପାକିସ୍ତାନ ।  ଗିରଫ କରିଥିବା ୨ ଭାରତୀୟ ଉଚ୍ଚାୟୋଗ କର୍ମଚାରୀଙ୍କୁ ମୁକ୍ତ କରିଛି ପାକିସ୍ତାନ । ସେମାନେ ଇସ୍ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗ ଅଫିସରେ ପହଞ୍ଚିଛନ୍ତି । ଏହି ଗିରଫ ଖବର ପରେ ଆଜି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ମୁଖ୍ୟ ସୟଦ ହାଇଦର ଶାହାଙ୍କୁ ଡକାଇ ପ୍ରତିବାଦ କରାଯାଇଥିଲା । ଏହାପରେ ମିଳିଥିବା ସୂଚନା ଅନୁଯାୟୀ ଭାରତ ପକ୍ଷରୁ କୁଟନୈତିକ ସ୍ତରରେ ଭାରତ ପକ୍ଷରୁ ଚାପ ପକାଯାଇଥିଲା ଏବଂ ଗିରଫ କର୍ମଚାରୀଙ୍କୁ ମୁକ୍ତି କରିଛି ପାକିସ୍ତାନ୍ତ ।

पाकिस्तान स्थित भारतीय दूतावास

ସୂଚନା ଯୋଗ୍ୟ ସକାଳ ସାଢେ ୮ଟା ବେଳେ ଏହି ୨ କର୍ମଚାରୀ ସରକାରୀ କାମରେ ବାହାରକୁ ଯାଇଥିବାବେଳେ ସେମାନେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିନଥିଲେ । ସେମାନେ ନିଖୋଜ ହେବା ସମ୍ପର୍କରେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନର ମୁଖପାତ୍ର ତଥା ପ୍ରଥମ ସଚିବ ଅଖିଳେଶ ସିଂ ସୂଚନା ଦେଇଥିଲେ ।

Indian High Commission in Pakistan (Photo credits: Official Twitter)

ଏହା ଜଣାପଡ଼ିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଜଣାପଡ଼ିଥିଲା ଯେ ସେମାନଙ୍କୁ ପାକିସ୍ତାନରେ ଗିରଫ କରାଯାଇଛି । ସେମାନଙ୍କୁ ନାଁରେ ହିଟ୍ ଆଣ୍ଡ ରନ୍‌ ମାମଲାରେ ଗିରଫ କରାଯାଇଥିବା ପାକିସ୍ତାନି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ।

Leave a Reply