spot_img
Home Blog Page 6975

ପୁଣି ଗୋଟିଏ ଜିଲ୍ଲାରୁ ଦୁଇ ମୁଣ୍ଡ ନେଲା କରୋନା…

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୁଇ ମୁଣ୍ଡ ନେଲା କରୋନା । ଗୋଟିଏ ପଟେ ଗୁରୁବାର ସକାଳୁ ପ୍ରଥମେ ୪୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଉଭୟ ମୃତକ ହେଲେ ଗଞ୍ଜାମ ଜିଲ୍ଲାର । ଜଣେ ୫୧ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଆଉ ଜଣେ ୩୪ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗଞ୍ଜାମରେ ଏବେ ସର୍ବାଧିକ ରହିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଥିବା ବେଳେ କେବଳ ଗଞ୍ଜାମରେ ୪୮ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୪୯୪ ଆକ୍ରାନ୍ତଙ୍କ ମଧ୍ୟରେ ୩୨୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୭୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ଜଣେ ରହିଥିବା ବେଳେ ବାଲେଶ୍ୱରରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରୁ ୦୭ ଜଣ, ବଲାଙ୍ଗିରରୁ ୩ ଜଣ, ବୌଦ୍ଧରୁ ଦୁଇ ଜଣ, କଟକରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି । ତେବେ ପୁଣିଥରେ ଗଞ୍ଜାମରୁ ସର୍ବାଧିକ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୫ ଜଣ, କଳାହାଣ୍ଡିରୁ ଦୁଇ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୬୪, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୦୪, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୦୯, ପୁରୀରୁ ୭, ରାୟଗଡ଼ାରୁ ୧, ସମ୍ବଲପୁରରୁ ୪ ଓ ସୁନ୍ଦରଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷ ୬୧ ହଜାର ୯୨୦ ଟେଷ୍ଟିଂ ହୋଇସାରିଛି । ସେଥିମଧ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୩୯୨ ରହିଥିବା ବେଳେ ୧୦ ହଜାର ୪୭୬ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୪ ହଜାର ୮୧୩ ମାମଲା ଏବେ ସକ୍ରିୟ ରହିଛି ।

ଦେଶରେ କରୋନା ଗ୍ରାଫ୍ ଉପର ମୁହାଁ, ଦିନକରେ ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଆଜି ୨୪ ଘଣ୍ଟାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୨ହଜାର ୬୯୫ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୦୬ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ପଜିଟିଭ୍ ସଂଖ୍ୟା ୯ଲକ୍ଷ ୬୮ହଜାର ୮୭୬କୁ ବୃଦ୍ଧି ହୋଇଥିବା ବେଲେ ଆକ୍ଟିଭ୍ କେସ୍ ରହିଛି ୩ଲକ୍ଷ ୩୧ହଜାର ୧୪୬ । ସୁସ୍ଥ ହେଲେଣି ୬ଲକ୍ଷ ୧୨ହଜାର ୮୧୫ଜଣ । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୨୪ହଜାର ୯୧୫କୁ ବୃଦ୍ଧି ହେଲାଣି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । କିନ୍ତୁ ଯଦି ଆମେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ ରହିଛି ତାପରେ ବ୍ରାଜିଲ ରହିଛି । ଆମେରିକାରେ ୩,୬୧୫,୯୯୧ଜଣ ସଂକ୍ରମିତ ହୋଇଥିବା ବେଳେ ବ୍ରାଜିଲରେ ୧,୯୭୦,୯୦୯ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି।

ସର୍ବାଧିକ ଆକ୍ଟିଭ୍ କେସ ଥିବା ଶ୍ରେଷ୍ଠ ୫ଟି ରାଜ୍ୟ

ସୂଚନା ଅନୁଯାୟୀ, ଏହି ସମୟରେ ଦେଶରେ ୩ ଲକ୍ଷ ୩୧ ହଜାର କରୋନା ଆକ୍ଟିଭ୍ ମାମଲା ରହିଛି। ସବୁଠାରୁ ଅଧିକ ଆକ୍ଟିଭ୍  ମାମଲା ମହାରାଷ୍ଟ୍ରରେ ରହିଛି । ମହାରାଷ୍ଟ୍ର ଡାକ୍ତରଖାନାରେ ଏକ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି, ଦିଲ୍ଲୀ ତୃତୀୟ ସ୍ଥାନରେ ରହିଥିବା ବେଳେ ଗୁଜୁରାଟ ଚତୁର୍ଥ ନମ୍ବରରେ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗରେ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ୍ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଅର୍ଥାତ୍ ଭାରତ ହେଉଛି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରରେ ୨ଲକ୍ଷ ୭୫ହଜାର ୬୪୦ଜଣ ଚିହ୍ନଟ ହୋଇଥିବା ବେଳେ ୧୦ହଜାର ୯୨୮ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ଲକ୍ଷେ ୫୧ହଜାର ୮୨୦ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ଶହ ୬୭ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଲକ୍ଷେ ୧୬ହଜାର ୯୯୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ୩ହଜାର ୪୮୭ଜଣଙ୍କ ମୃତ୍ୟୁ ହୋଇଛି ।

ଓବାମା ବିଲ୍ ଗେଟ୍ସ- ୱାରେନ୍ ବଫେଟଙ୍କ ସମେତ ଏହି ୨୦ଟି ହାଇ ପ୍ରୋଫାଇଲ୍ ଲୋକଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍

ନୂଆଦିଲ୍ଲୀ: ହ୍ୟାକରମାନେ ଟ୍ୱିଟରରେ ଏବେ ଆତଙ୍କ ସୃଷ୍ଟି କରିଛନ୍ତି । ନିକଟରେ ବିଶ୍ୱର ନାମିଦାମୀ ନେତା ତଥା ବିଶିଷ୍ଟ ଶିଳ୍ପପତିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ଏଥି ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଭଳି ବରିଷ୍ଠ ନେତା ଏହି ଲିଷ୍ଟରେ ସାମିଲ ହୋଛନ୍ତି । ଏହା ବ୍ୟତୀତ କୋଟିପତୀ ବ୍ୟବସାୟୀ ଏଲନ୍ ମସ୍କ, ଜେଫ୍ ବେଜୋସ୍ ଏବଂ ବିଲ୍ ଗେଟ୍ସଙ୍କ ସମେତ ବିଶ୍ୱର ବହୁ ବଡ ବ୍ୟବସାୟୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଥିଲା।

ହ୍ୟାକ୍ ହୋଇଥିବା ଆକାଉଣ୍ଟରେ ନକଲି ଟ୍ୱିଟ୍ କରାଯାଇଛି । ହ୍ୟାକର ମାନେ ଆକାଉଣ୍ଟ ହ୍ୟାକ କରିବା ପରେ ପ୍ରତିବଦଳରେ ଦୁଇଗୁଣା ଅର୍ଥ ମାଗୁଛନ୍ତି । ହ୍ୟାକ କରିବାର କିଛି ସମୟ ପରେ ସେମାନେ ଆକାଉଣ୍ଟରେ ପୋଷ୍ଟ କରିଥିବା ଲେଖାକୁ ଡିଲିଟ୍ କରିଦେଇଛନ୍ତି​​। ପୋଷ୍ଟ କରିବାର କିଛି ମିନିଟ୍ ମଧ୍ୟରେ ଏହି ଟ୍ୱିଟ୍ ଡିଲିଟ୍ କରାଯାଇଥିଲା ସତ, ହେଲେ ସେତେବେଳକୁ ଶହ ଶହ ଲୋକ ହ୍ୟାକରମାନଙ୍କୁ ଏକ ଲକ୍ଷରୁ ଅଧିକ ଡଲାର ପଠାଇଥିଲେ । ଏହି ସମୟରେ ଟ୍ୱିଟର କହିଛି ଯେ, ଏହାର ସମାଧାନ ପାଇଁ ଟିମ୍ କଠିନ ପରିଶ୍ରମ କରୁଛି ।

ତେବେ ଜାଣନ୍ତୁ କେଉଁ ଭେଟେରାନମାନଙ୍କ ଆକାଉଣ୍ଟ ହ୍ୟାକ୍ କରାଯାଇଥିଲା …

– ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା

– ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ

– ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ

– ଟେସଲା ସିଇଓ ଏଲୋନ୍ ମସ୍କ

– ଆମାଜନ୍ ସିଇଓ ଜେଫ୍ ବେଜୋସ୍

– ଆମେରିକାର ପ୍ରସିଦ୍ଧ ରାପର୍ କାନ୍ୟେ ୱେଷ୍ଟ୍

– ଆମେରିକାର ଟିଭି ତାରକା କିମ୍ କାର୍ଦଶିୟାନ୍

– ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ୍ ଗେଟ୍ସ

– ବର୍କଶାୟର ହାଥୱେ ସିଇଓ ୱାରେନ୍ ବଫେଟ୍

– ମାଇକ୍ ବ୍ଲୁମବର୍ଗ

– ଆମେରିକାର ପ୍ରସିଦ୍ଧ ରାପର ୱିଜ୍ ଖଲିଫା

– ୟୁଟ୍ୟୁବର ମିଷ୍ଟର ବିଷ୍ଟ

– ଏହା ବ୍ୟତୀତ ଉବର ଏବଂ ଆପଲ୍ କମ୍ପାନୀର କର୍ପୋରେଟ୍ ଆକାଉଣ୍ଟ୍ ମଧ୍ୟ ହ୍ୟାକ୍ ହୋଇଛି

ଟ୍ୱିଟର ସିଇଓ ଜ୍ୟାକ୍ କହିଛନ୍ତି ଯେ, ଟ୍ୱିଟର ପାଇଁ ଅନେକ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି  । ଏହି ହ୍ୟାକିଂକୁ ବନ୍ଦ କରିବାକୁ ସେମାନେ ବହୁତ ଚେଷ୍ଟା କରିଥିଲେ। ଏଥିପାଇଁ ଅନେକ ଆକାଉଣ୍ଟ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଆକାଉଣ୍ଟ ଗୁଡିକୁ ପୁଣି ଆରମ୍ଭ କରାଯାଇଛି । ତେବେ କିଏ ଏହି ହ୍ୟାକର ତାର କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ହ୍ୟାକିଂ କିପରି ହୋଇଥିଲା ଏବଂ ଏହା ପଛରେ କିଏ ଥିଲା ତାହାର ଅନୁସନ୍ଧାନ ଜାରି ରହିଛି ।

ରାଜ୍ୟରେ ପୁଣି ୧୭୨ ସ୍ଥାନୀୟ ଲୋକ ଆକ୍ରାନ୍ତ; ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ପୁଣି ୪୯୪ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ । ବଢ଼ିବାରେ ଲାଗିଛି ସଂକ୍ରମଣ । ଏହି ୪୯୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧୫ ହଜାର ୩୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୭୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ଜଣେ ରହିଥିବା ବେଳେ ବାଲେଶ୍ୱରରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରୁ ୦୭ ଜଣ, ବଲାଙ୍ଗିରରୁ ୩ ଜଣ, ବୌଦ୍ଧରୁ ଦୁଇ ଜଣ, କଟକରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି । ତେବେ ପୁଣିଥରେ ଗଞ୍ଜାମରୁ ସର୍ବାଧିକ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୫ ଜଣ, କଳାହାଣ୍ଡିରୁ ଦୁଇ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୬୪, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୦୪, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୦୯, ପୁରୀରୁ ୭, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪ ଓ ସୁନ୍ଦରଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷ ୬୧ ହଜାର ୯୨୦ ଟେଷ୍ଟିଂ ହୋଇସାରିଛି । ସେଥିମଧ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୩୯୨ ରହିଥିବା ବେଳେ ୧୦ ହଜାର ୪୭୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ୪ ହଜାର ୮୧୩ ମାମଲା ଏବେ ସକ୍ରିୟ ରହିଛି ।

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା, ଅପେକ୍ଷା କରିବେନି ରୋଗୀ ୨୪ଘଣ୍ଟାରେ…

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ବୈଜ୍ଞାନିକମାନେ ଫୁସଫୁସ ରୋଗ ପ୍ରତିକାର ବାହାର କରିଛନ୍ତି । କେତେକ ବୈଜ୍ଞାନିକ ଫୁସଫୁସ ଖରାପ ହେବା ପରେ ମଧ୍ୟ ସୁସ୍ଥ କରିବାର ଉପାୟ ଖୋଜି ପାଇଛନ୍ତି। ଗବେଷକମାନେ ଏହି ଟେକନିକ୍ ବ୍ରେନ ଡେଡ୍ ରୋଗୀଙ୍କଠାରୁ ମିଳିଥିବା ୬ଟି ଫରାପ ଫୁସଫୁସ ଉପରେ ପ୍ରୟୋଗ କରିଥିଲ । ଫୁସଫୁସକୁ ରେସ୍ପିରେଟର ଯନ୍ତ୍ର ସହ ଯୋଡ଼ି ଘୁଷୁରି ରକ୍ତ ପ୍ରଭାବିତ କରିଥିଲେ । ଫଳରେ ଏହା ୨୪ଘଣ୍ଟା ମଧ୍ୟରେ ହିଁ  ‘ଜୀବନ୍ତ’ ହୋଇଗଲେ ।

ଏହାର ସଫଳତା ପରେ, ଏହି ପରୀକ୍ଷଣ ମଣିଷମାନଙ୍କଠାରେ କରାଯିବ । ବୈଜ୍ଞାନିକମାନେ କହିଛନ୍ତି ଯେ, ବର୍ତ୍ତମାନ ଦାନରେ ମିଳୁଥିବା ଅଧିକାଂଶ ଫୁସଫୁସ କିଛି ଘଣ୍ଟା ମଧ୍ୟରେ ଖରାପ ହୋଇଯାଉଛି । ଏହି ନୂଆ ସଫଳତା ପରେ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅଧିକ ଫୁସଫୁସ ଉପଲବ୍ଧ ହେବ । ଏହା ଏକ ପରିବର୍ତ୍ତନଶୀଳ ବିଚାର ଯାହା ରୋଗୀଙ୍କ ଜୀବନ ରକ୍ଷା କରିବ ବୋଲି ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଫୁସଫୁସ ପ୍ରତିରୋପଣ ବିଶେଷଜ୍ଞ କହିଛନ୍ତି ।

ଏହି ପରୀକ୍ଷଣ ବିଜ୍ଞାନର କଳ୍ପନା ଭଳି

ମେଡିସିନ୍ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନର ଫଳାଫଳକୁ ବୈଜ୍ଞାନିକଙ୍କ ଏକ କଳ୍ପନା ଭାବରେ ବିବେଚନା କରାଯାଉଛି । କଲମ୍ବିଆ ଏବଂ ବେଣ୍ଡରାବିଲ୍ଟ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଗତ ଆଠ ବର୍ଷ ଧରି ଖରାପ ଫୁସଫୁସକୁ ପୁନଃ ଜୀବିତ କରିବାକୁ କାର୍ଯ୍ୟ କରିଆସୁଛନ୍ତି। ସୂଚନା ଅନୁସାରେ, ଅନୁସନ୍ଧାନରୀମାନେ ପ୍ରଥମେ ପୃଥକ ପୃଥକ୍ ପ୍ଲାଷ୍ଟିକ୍ ବାକ୍ସରେ ରଖି ପ୍ରତ୍ୟେକ ଫୁସଫୁସରେ  ଶ୍ୱାସକ୍ରିୟା ଦେବା ପାଇଁ ରେସ୍ପିରେଟରରେ ଯୋଡ଼ା ଯାଇଥିଲା । ପୁଣି ସେମାନଙ୍କୁ ଜାବିତ ଘୁଷୁରୀର ଗଳାର ବଡ ନଳିରେ ଯୋଡ଼ା ଯାଇଥିଲା । ଟ୍ୟୁବ୍ ସହିତ ସଂଯୋଗ କଲେ, ଯାହା ଫୁସଫୁସରେ ରକ୍ତବାହୀ ଦେଇ ପ୍ରବାହିତ ହେଲା ଯେଉଁଥିରେ ଘୁଷୁରୀର ରକ୍ତ ବାହିକା ଜରୀଆରେ ଫୁସଫୁସରେ ସଞ୍ଚାଳିତ ହେବାକୁ ଲାଗିଲା । ପୁଣି ଗୋଟିଏ ଦିନରେ ହିଁ ଫୁସଫୁସ ଭଲ ହୋଇଗଲା ଏବଂ ଲାବୋରେଟୋରୀରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି |

ମଣିଷମାନଙ୍କଠାରେ ଏଭଳି ହେବ ବ୍ୟବହାର

ଏହି ଟେକ୍ନୋଲୋଜିର ନାମ Ex Vivo Lung Perfusion (EVLP) ରଖାଯାଇଛି ଯାହା ବର୍ତ୍ତମାନ ମଣିଷମାନଙ୍କ ଉପରେ ବ୍ୟବହୃତ ହେବ ।  ଏହା ଅଧୀନରେ ରୋଗୀର ଗଳାରେ ଏକ ବଡ଼ କ୍ୟାଥେଟର୍ ଭର୍ତ୍ତି କରାଯାଇ ଫୁସଫୁସରେ ରକ୍ତ ପ୍ରବାହିତ କରାଯାଇ ପାରିବ । ଫୁସଫୁସ  ଯୋଗାଯୋଗ କୋଠରୀରେ ରଖାଯାଇଥିବା ଶ୍ୱାସକ୍ରିୟା ସହିତ ହେବ । ଆମେରିକୀୟ ଫୁସଫୁସ ଆସୋସିଏସନ ଅନୁଯାୟୀ, ଦାନ କରାଯାଇଥିବା ଫୁସଫୁସର ମାତ୍ର ୨୮ ପ୍ରତିଶତ ବ୍ୟବହୃତ ହୁଏ ଏବଂ ବାକି ସବୁ ଖରାପ ହୋଇଯାଏ। ଅନୁସନ୍ଧାନରେ ଜଡିତ ବେଣ୍ଡରବିଲ୍ଟ ୟୁନିଭରସିଟିର ଡାକ୍ତର ଅନୁଯାୟୀ, ଦାନ କରାଯାଇଥିବା ଫୁସଫୁସର ୪୦ ପ୍ରତିଶତ ଟ୍ରାନ୍ସପ୍ଲାଣ୍ଟ ହେଲେ ଅନେକ ରୋଗୀଙ୍କୁ ଅପେକ୍ଷା ତାଲିକାରେ ରହିବାକୁ ପଡ଼ିବ ନାହିଁ ।

ପୁଣି ଶିଶୁକନ୍ୟା ଅଲୋଡ଼ା; ପ୍ରଥମେ ଦେଖିଲେ ଲିଲି, ତାପରେ ଜମିଲା ଭିଡ଼…

ଖୋର୍ଦ୍ଧା: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଖୋର୍ଦ୍ଧା ବାଘମାରି ଥାନା ଅଞ୍ଚଳର ଏକ ଜମିରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଲିଲି ନାୟକ ପ୍ରଥମେ ଶିଶୁ କନ୍ୟାଟିକୁ ଦେଖିଥିଲେ । ପରେ ସେ ଅନ୍ୟ ଲୋକଙ୍କୁ ଡାକିଥିଲେ । ଏହାପରେ ଶିଶୁଟିକୁ  ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଥିଲା । ଏହା ପରେ ଶିଶୁଟି ବଞ୍ଚିଛି କି ନାହିଁ ସେନେଇ ଲୋକ ଜାଣିବାକୁ ଚେଷ୍ଟା କରିଥିଲେ ।

girl child  ତେବେ ଶିଶୁଟି ବଞ୍ଚିଛି ବୋଲି ଜାଣିବାକୁ ପାଇବା ପରେ ଆମ୍ବୁଲାନ୍ସ ଡକାଯାଇଥିଲା । ଏହା ପରେ ଆମ୍ବୁଲାନ୍ସ ଯୋଗେ ଶିଶୁ କନ୍ୟାଟିକୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି । ସେଠାରେ ଶିଶୁଟିର ଚିକିତ୍ସା କରିବା ପରେ ଡାକ୍ତର ତାକୁ ସୁସ୍ଥ ଥିବା କହିଛନ୍ତି ।

girl child

ଏହି ଘଟଣା ନେଇ ପୋଲିସ ପାଖରେ ସୂଚନା ପହଞ୍ଚିଛି । କିଏ ଏହି ଶିଶୁ କନ୍ୟାକୁ ଫିଙ୍ଗିଛି, ସେନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ଆରମ୍ଭ କରିଛି ।

girl child

ରାଜ୍ୟରେ ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି । ଶିଶୁକନ୍ୟାକୁ ଜନ୍ମ ଦେଇ ଫିଙ୍ଗିଦେବା ଏକ ଅପରାଧ ବୋଲି କୁହାଯାଉଥିବା ବେଳେ ବାରମ୍ବାର ଏଭଳି ଘଟଣା ଘଟୁଛି ।

ବଢ଼ୁଛି ସଂକ୍ରମଣ, ପୁଣି ଗୋଟିଏ ଜିଲ୍ଲାରୁ ୩ କରୋନା ଯୋଦ୍ଧା ଆକ୍ରାନ୍ତ

ରାୟଗଡ଼ା: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ସାଧାରଣ ଲୋକ ତଥା ସ୍ଥାନୀୟ ଲୋକ ଆକ୍ରାନ୍ତ ହେବା  ଘଟଣା ସମସ୍ତଙ୍କୁ ଆତଙ୍କିତ କରି ରଖିଥିବା ବେଳେ ଏବେ କରୋନା ଯୋଦ୍ଧା ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ଲୋକ ଏବେ ଆତଙ୍କିତ ହୋଇପଡ଼ିଛନ୍ତି । ଯେଉଁମାନେ କରୋନା ସହ ଲଢ଼ି ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି ସେମାନେ ଯଦି ଆକ୍ରାନ୍ତ ହେବ ତେବେ ନିହାତି ଭାବେ ଏହା ବିପଦ ବୋଲି କୁହାଯାଇପାରେ ।

ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ମେଡିକାଲରେ ୩ କୋଭିଡ୍‌ ଯୋଦ୍ଧା ସଂକ୍ରମିତ । ତିନି ଜଣଙ୍କ ମଧ୍ୟରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ଥିବା ବେଳେ ଅନ୍ୟ ଦୁଇ ପୁରଷ ସ୍ୱାସ୍ଥ୍ୟକର୍ମୀ ବୋଲି ସୂଚନା ମିଳିଛି । ଏହି ତିନି ଜଣ ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣକୁ ନେଇ ଅଧିକ ଆତଙ୍କ ଖେଳିଯାଇଛି ।

GUNUPUR Corona  ତେଣୁ ବୁଧବାର ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଗୁଣୁପୁର ଉପଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର ମେଡିକାଲ୍ ଓ ଆଦର୍ଶ ବିଦ୍ୟାଳୟ କୋଭିଡ ସେଣ୍ଟର ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାପରେ ମେଡିକାଲ୍ ସୁପରିଟେଣ୍ଡଣ୍ଟଙ୍କ ସହ କରୋନା ସଂକ୍ରମଣ ସ୍ଥିତି ନେଇ ଆଲୋଚନା କରିଛନ୍ତି । ମେଡିକାଲ୍‌ରେ ଜରୁରିକାଳିନ ସେବା ଚାଲିବ । ହେଲେ ଓଟି, ଲେବର୍‌ ରୁମ୍, ବର୍ହି ବିଭାଗକୁ ୭୨ ଘଣ୍ଟା ପାଇିଁ ବନ୍ଦ କରାଯାଇଛି ।

ପାଖ ମେଡିକାଲ୍ ଗୁଡିକୁ ଗୁରୁତର ରୋଗି ଆସିଲେ ରାୟଗଡ଼ା ଜିଲ୍ଲା ମେଡିକାଲ୍‌କୁ ସ୍ଥାନାନ୍ତର ପାଇିଁ ଜିଲ୍ଲାପାଳ କହିଥିବା ଜଣାପଡିଛି । ଗତ ୧୩ ତାରିଖରେ ଗୁଣୁପୁର ମେଡିକାଲ୍‌ରୁ ୮ ଜଣକର ସ୍ୱାବ ପରୀକ୍ଷା ପାଇିଁ ପଠାଯାଇଥିଲା । ସେଥିରୁ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଗୁଣୁପୁର ଦମକଳ ବାହିନୀ ଦ୍ୱାରା ଉପଖଣ୍ଡ ମେଡିକାଲ୍‌କୁ ସଂମ୍ପୂର୍ଣ୍ଣ ରୁପେ ସାନିଟାଇଜ୍‌ କରାଯାଇଛି ।

ଔଷଧ ପାଇଁ ଯାଇଥିଲେ, ଦୋକାନ ସାମ୍ନାରେ ହିଁ ଛଟପଟ୍ ହୋଇ ଚାଲିଗଲା ଜୀବନ ! ଚାହିଁଲେ ନାହିଁ ଲୋକେ…

ଭାଗଲପୁର: କରୋନା ପାଇଁ ଏକ ପ୍ରକାର ମାନବିକତା ହରାଉଛନ୍ତି ଲୋକେ । ଲୋକଙ୍କ ମନରେ କରୋନା ଭୟ ଏତେ ଅଧିକ ଅଛି ଯେ ଅନ୍ୟ ଲୋକଙ୍କୁ ସହାଯ୍ୟ ଦେବାକୁ ଡ଼ରୁଛନ୍ତି ଏମାନେ । ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ । ବିହାରର ଭାଗଲପୁରର ଏକ ଔଷଧ ଦୋକାନ ସାମ୍ନାରେ ହିଁ ଜଣେ ରୋଗୀର ମୃତ୍ୟୁ ହୋଇଯାଇଥିଲା କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଅନେଇଲେ ବି ନାହିଁ । ସେହି ରୋଗୀର ଶବ ଘଣ୍ଟା ଘଣ୍ଟା ଧରି ଦୋକାନ ସାମ୍ନାରେ ପଡ଼ି ରହିଲା, କିନ୍ତୁ କେହି ତାଙ୍କ ନିକଟକୁ ଯିବାକୁ ସାହସ ମଧ୍ୟ କଲେ ନାହିଁ। 

ସୂଚନା ଅନୁଯାୟୀ, ମୃତ ରୋଗୀ ଶ୍ୱାସ ରୋଗ ପାଇଁ ଔଷଧ ନେବା ପାଇଁ ଦୋକାନରେ ଆସିଥିଲେ । ସେଠାରେ ଆତ୍ମାରାମ ମେଡିକାଲ ସମ୍ମୁଖରେ ରୋଗୀ ଜଣଙ୍କ ଦୋକାନରୁ ଔଷଧ ନେବା ପରେ ସେଠାରେ ହିଁ ମୁହଁ ମାଡ଼ି ପଡ଼ଯାଇଥିଲା ଏବଂ ସେଠାରେ ହିଁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ସେଠାରେ ହିଁ ତାଙ୍କ ଶରୀର ଅନେକ ଘଣ୍ଟା ଧରି ସେଠାରେ ହିଁ ପଡ଼ି ରହିଥିଲା । ଯଦିଓ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ​​କିନ୍ତୁ କେହି ଯିବାକୁ ଚେଷ୍ଟା କଲେ ନାହିଁ। ସମସ୍ତେ କରୋନା ସଂକ୍ରମଣକୁ ଭୟ କରୁଥିଲେ।

ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚିଥିଲା ​​କିନ୍ତୁ ସେମାନେ ମଧ୍ୟ ଅସହାୟ ମନେ ହେଉଥିଲେ। ଏସଏସପିଙ୍କ ନିର୍ଦ୍ଦେଶରେ ଆମ୍ବୁଲାନ୍ସକୁ ଡକାଯାଇଥିଲା, କିନ୍ତୁ କରୋନା ସନ୍ଦେହରେ ଆମ୍ବୁଲାନ୍ସ କର୍ମଚାରୀମାନେ ମୃତଦେହ ଦେଖି ସେଠାରୁ ପଳାଇ ଯାଇଥିଲେ।

ସକାଳ ସାଢେ ୧୦ ରୁ ସଂଧ୍ୟା ୪.୨୩  ପର୍ଯ୍ୟନ୍ତ ଔଷଧ ଦୋକାନର ହିଁ ମୃତଦେହ ପଡ଼ି ରହିଥିଲା ​​କିନ୍ତୁ ଏହାକୁ ନେବାକୁ କେହି ବି ଆସି ନଥିଲେ। ଏହି ସମୟ ମଧ୍ୟରେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପାରି ନଥିଲା କିମ୍ବା ପରିବାର ଲୋକ ତାଙ୍କୁ ଖୋଜିବାକୁ ଆସିନଥିଲେ। ପୋଲିସ ସେଠାରେ ଅନେକ ଥର ପହଞ୍ଚିଥିଲା, ତଥାପି ଶବ ପ୍ରାୟ ପାଞ୍ଚ ଘଣ୍ଟା ପଡ଼ି ରହିଥିଲା ।

ଏହି ସମୟ ମଧ୍ୟରେ ଭାଗଲପୁରର ଯେଉଁ ଘଟଣା ଘଟିଲା ସେଥିରେ ଜିଲ୍ଲା ପ୍ରଶାସନ, ସିଭିଲ ସର୍ଜନ ଏବଂ କୋଭିଡ କେୟାରରେ ଜଡିତ ଅଧିକାରୀଙ୍କୁ ଲଜ୍ଜିତ କରିଥିଲା । ଡେପୁଟି ମେୟରଙ୍କ ନିର୍ଦ୍ଦେଶ ପରେ ମ୍ୟୁନିସିପାଲିଟି ତାଙ୍କ କର୍ମଚାରୀଙ୍କୁ PPE କିଟ୍ ସହିତ ଦୋକାନକୁ ପଠାଇଥିଲା । ଏବଂ ସେମାନେ ସନ୍ଧ୍ୟା ସାଢେ ୪ଟା ସମୟରେ ମୃତଦେହ ସେଠାରୁ ବାହାର କରିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ହେବ ଏହି ସବୁ ଆଲୋଚନା…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ ଶତାଧିକ ଲୋକ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି । ପୂର୍ବରୁ କେବଳ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି ।

ତେବେ ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ସଂକ୍ରମଣ ନବଢ଼ିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଆଯାଉଛି ।

ରାଜ୍ୟରେ ଏଭଳି ସଂକ୍ରମଣକୁ ଆଖି ଆଗରେ ରଖି, ଗୁରୁବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଲୋକସେବା ଭବନର ଦ୍ୱିତୀୟ ମହଲା କନ୍‌ଫରେନ୍ସ ହଲରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି ।

ବୈଠକରେ ଉପସ୍ଥିତ ରହିବେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର, ଡିଏମ୍‌ଇଟି ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ । କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରଣନୀତି ଉପରେ ଏହି ବୈଠକରେ ମାନସ ମନ୍ଥନ ହେବ । ୨୦ ଟି ଏଜେଣ୍ଡାକୁ ନେଇ ଭିଡ଼ିଓ କନଫରେନ୍ସରେ ବିସ୍ତୃତ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ବିଗିଡ଼ିବାରେ ଲାଗିଛି ବୁର୍ଲା ସ୍ଥିତି, ପୁଣି ଦୁଇ ଓ୍ୱାର୍ଡକୁ କଣ୍ଟେନ୍‌ମେଣ୍ଟ ଘୋଷଣା

ବୁର୍ଲା: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ସ୍ୱାସ୍ଥ୍ୟ ନଗରୀ ବୁର୍ଲାର ସ୍ଥିତି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ସହରରେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁର୍ଲାର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବୁର୍ଲାର ୱାର୍ଡ ନମ୍ବର ୪ର ଗୁରୁଦ୍ୱାର କଲୋନୀ, ଓ୍ୱାର୍ଡ ନମ୍ବର ୭ର ତେଲଗୁପଡ଼ାକୁ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି ।

ଏହାସହ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରର ୪ ନମ୍ବର ୱାର୍ଡ ଗୁରୁଦ୍ୱାରା କଲୋନୀର ‘ଇ ଓ ଏଫ’ ଟାଇଫ୍ କ୍ୱାଟର ଲାଇନ୍‌କୁ ବୋଫର ଜୋନ୍‌ ଭାବେ ଘୋଷଣା ହୋଇଛି । ସେହିପରି ନୂଆପଡ଼ା, ଓଏଚ୍‌ପିସି କଲୋନୀ, ଫ୍ରେଣ୍ଡସ କଲୋନୀ, ବିନାୟକ ହସ୍ପିଟାଲ ଓ ସୌରଭ୍‌ ବିହାର ବୋଫର ଜୋନରେ ରହିଛି । ତେବେ ଏହି ଅଂଚଳରେ ସାଧାରଣ ଯାତାୟତ ସେବା ବନ୍ଦ ରହିବା ସହ କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ଓ ମେଡିକାଲ କାମକୁ ଅନୁମତି ଦିଆଯିବ ।

ସେହିପରି ତେଲଗୁପଡ଼ା ଓ ଗୋପବନ୍ଧୁ ଛକରେ ପୋଲିସ କଣ୍ଟ୍ରୋଲ ରୁମ୍ ଓ ମେଡିକାଲ ଟିମ୍ ରହିବେ । ଏହି ବୋଫର ଜୋନ ଓ କଣ୍ଟେନମେଣ୍ଟ ଜୋନ୍‌ରେ ସମସ୍ତଙ୍କୁ ଘରେ ରହିବା ପାଇଁ ନିର୍ଦେଶ ରହିଛି । ସବୁ ଦୋକାନ ବଜାର ବନ୍ଦ ରହିବା ସହ ମହାନଗର ନିଗମ ପକ୍ଷରୁ ଏହି ସବୁ ସୁବିଧା ଯୋଗାଇ ଦିଆଯିବ । ତେବେ ପରବର୍ତୀ ନିର୍ଦେଶନାମା ନଆସିବା ଯାଏଁ ଏହା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।