ନନ୍ଦିଘୋଷ ଟିଭିର ମହାପ୍ରଭାବ: ନିଲମ୍ୱିତ ହେଲେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର

ନୂଆପଡ଼ା: ନନ୍ଦିଘୋଷ ଟିଭିର ମହାପ୍ରଭାବ । ବିଦା ହେଲେ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଅଜିତ କୁମାର ପ୍ରଧାନ । ଜନୈକ ଶତାୟୁ ବୃଦ୍ଧାଙ୍କୁ ଟଙ୍କା ନେବା ପାଇଁ ବ୍ୟାଙ୍କକୁ ଆସିବାକୁ କହି ବିଦା ହେଲେ । ଏନେଇ ପ୍ରଥମେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରିତ ହୋଇଥିଲା । ଏହା ପରେ ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବ୍ୟାଙ୍କ ମ୍ୟାନେଜର ଶ୍ରୀ ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଛି ।

Utkal Gramin Bank

ଘଟଣାନୁଯାୟୀ, ଜଣେ ଶତାୟୁ ବୃଦ୍ଧା ଲଭେ ବଘେଲଙ୍କୁ ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ନିମନ୍ତେ ବ୍ରାଞ୍ଚ ମ୍ୟାନେଜର ପ୍ରଧାନ କହିଥିଲେ । ଫଳରେ ଲଭେଙ୍କ ଝିଅ ପୁଞ୍ଜିମତୀ ଦେଇ (୬୦) ମା’ଙ୍କୁ ଏକ ଖଟିଆରେ ଘୋଷାଡ଼ି ଘୋଷାଡ଼ି ବ୍ୟାଙ୍କ ଅଭିମୁଖେ ବାହାରିଥିଲେ । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏବଂ ରାଜ୍ୟ ସରକାର ମଧ୍ୟ ଘଟଣା ନେଇ ଦୁଖଃ ପ୍ରକାଶ କରିବା ସହ ତଦନ୍ତ ପାଇଁ ପାଇଁ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟାଙ୍କର ହୃଦୟହୀନତା, ୧୫ଶହ ଟଙ୍କା ପାଇଁ ଖଟିଆରେ ଭିଡ଼ା ହୋଇଗଲେ ୧୨୦ ବର୍ଷର ବୃଦ୍ଧା !

ଅପରପକ୍ଷରେ ଘଟଣା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ତରଫରୁ ପ୍ରତିକ୍ରିୟା ଦିଆଯାଇଛି । ବରଗାଁ ବ୍ରାଞ୍ଚଟି ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ । ତାଙ୍କ ଝିଆ ଟଙ୍କା ଉଠାଣ ନେଇ ଆସିଥିବା ଦିନ ବ୍ୟାଙ୍କରେ ପ୍ରବଳ ଭିଡ଼ ଥିଲା । ଏଣୁ ତା’ ପର ଦିନ ତାଙ୍କ ଘରକୁ ଯାଇ ଟଙ୍କା ଦେଇଆସିବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା । ଏ ନେଇ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ ରିଲିଜ୍ ଜରିଆରେ ସୂଚିତ କରାଯାଇଛି ।

Leave a Reply