ବଡ ପ୍ରଡ୍ୟୁସରଙ୍କ ସହ ଝଗଡା ପାଇଁ ଏମିତି ପଦକ୍ଷେପ ନେଲେ ସୁଶାନ୍ତ ?

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚମକାଇ ଦେଇଛି । କୁହାଯାଉଛି ଯେ, ସେ ଡିପ୍ରେସନରେ ଥିଲେ । ତେବେ କେଉଁଥିପାଇଁ ସେ ଡିପ୍ରେସନର ଶିକାର ହେଲେ ସେବାବଦରେ ବିଭିନ୍ନ ପ୍ରକାରର ଖବର ଆସୁଛି । ବଲିଉଡ୍ ମିଳୁଥିବା ଖବର ଅନୁସାରେ ସୁଶାନ୍ତଙ୍କ ଶେଷ ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମ ୨୦୧୮ରେ ରିଲିଜ୍ ହେବାର ଥିଲା । କିନ୍ତୁ ରିଲିଜ୍ ତାରିଖ ଘୁଞ୍ଚି ଜୁନ୍ ୨୦୧୯ରେ ପହଂଚିଥିଲା । ତେବେ ଫିଲ୍ମ ଜୁନ୍ ମାସରେ ମଧ୍ୟ ରିଲିଜ୍ ହୋଇନଥିଲା । ତେବେ ପ୍ରଡକ୍ସନ ହାଉସ ଫିଲ୍ମକୁ ଥିଏଟରରେ ରିଲିଜ୍ କରିବା ବଦଳରେ ସିଧାସଳଖ ନେଟଫ୍ଲିକ୍ସରେ ରିଲିଜ୍ କରିଥିଲା । ଯାହାକୁ ନେଇ ସୁଶାନ୍ତ ନାରାଜ ଥିଲେ ।

ତାଙ୍କୁ ନକହି ଫିଲ୍ମକୁ ସିଧାସଳଖ ନେଟଫ୍ଲିକ୍ସରେ ରିଲିଜ୍ କରାଯାଇଥିବାରୁ ସୁଶାନ୍ତ ଖୁସୀ ନଥିଲେ । ଏହି ଫିଲ୍ମକୁ ନେଇ ସୁଶାନ୍ତ ବେସ ଆଶାବାଦୀ ଥିଲେ । ଏହି କଥାକୁ ନେଇ ତାଙ୍କର ଫିଲ୍ମ ପ୍ରଡ୍ୟୁସରଙ୍କ ସହ ଝଗଡା ହୋଇଥିଲା । ଏହି ଝଗଡା ପରେ ତାଙ୍କୁ କିଛି ବଡ ପ୍ରଡକ୍ସନ ହାଉସ୍ ନିଜ ନିଜ ଫିଲ୍ମରୁ ବିଦା କରି ଦେଇଥିଲେ । ଅଚାନକ ତାଙ୍କୁ ଏକରକମ ବ୍ୟାନ୍ କରି ଦିଆଯାଇଥିଲା ।

ତିନି ବର୍ଷ ତଳେ ସୁଶାନ୍ତଙ୍କର ଗୋଟିଏ ଫିଲ୍ମ ‘ଚନ୍ଦା ମାମା ଦୁର୍’ର ଘୋଷଣା ହୋଇଥିଲା । ଏହା ଏକ  ସାଇନ୍ସ ଫିକ୍ସନ ଥିଲା । ଘରେ ଟେଲିସ୍କୋପ୍ ରଖି ଆକାଶକୁ ଦେଖୁଥିବା ସୁଶାନ୍ତ ଫିଲ୍ମକୁ ନେଇ ବେସ୍ ଉତ୍ସାହି ଥିଲେ । ଏଥିରେ ସେ ଜଣେ ମହାକାଶଚାରୀ ଭୂମିକାରେ ଅଭିନୟ କରିଥାନ୍ତେ । ତେବେ ଏହି ଫିଲ୍ମର ବଜେଟକୁ ନେଇ କିଛି ଅସୁବିଧା ଥିଲା । ତେବେ ଫିଲ୍ମ ସୁଶାନ୍ତଙ୍କ ପସନ୍ଦର ଥିବାରୁ ସେ ଏହାକୁ ନିଜେ ପ୍ରଡ୍ୟୁସ କରିବାକୁ ମଧ୍ୟ ମନସ୍ଥ କରିଥିଲେ ।  ତେବେ ମିଡିଆ ସମ୍ମୁଖରେ ଘୋଷଣା ପାଇଁ ତାଙ୍କୁ ଡକାଯିବା ବେଳେ ସେ ପ୍ରଡକ୍ସନ କଂପାନିର ଫୋନ୍ ରିସିଭ୍ କରିନଥିଲେ,ଏପରିକି ଫୋନ୍ ସୁଇଚଅଫ୍ କରିଦେଇଥିଲେ । ଏହା ପରେ ତାଙ୍କୁ ଅନେକ ପ୍ରଡକ୍ସନ କଂପାନୀ ବ୍ୟାନ୍ କରିଦେଇଥିଲେ ।

ତେବେ ଇଣ୍ଡଷ୍ଟ୍ରୀ ଓ ତାଙ୍କୁ ଜାଣିଥିବା କିଛି ବ୍ୟକ୍ତିଙ୍କ କହିବା ହେଉଛି, ଭୁଲ କେବଳ ପ୍ରଡ୍ୟୁସରଙ୍କର ନଥିଲା । ଏଥିପାଇଁ କିଛି ମାତ୍ରାରେ ସୁଶାନ୍ତ ନିଜେ ମଧ୍ୟ ଦାୟୀ ଥିଲେ । ସେମାନଙ୍କ ଅନୁସାରେ ସୁଶାନ୍ତ ଅଲଗା ଗୋଟିଏ ଦୁନିଆରେ ରହୁଥିଲେ,ଯିଏ କୌଣସି କଥାକୁ ବୁଝିବାକୁ ଚାହୁଁ ନଥିଲେ । ଏହା ସତ୍ୱେ ତାଙ୍କ ହାତରେ ଅନେକ ଫିଲ୍ମର ଅଫର ଥିଲା । କିନ୍ତୁ ସୁଶାନ୍ତଙ୍କ ନିଜ ଦୋଷ ପାଇଁ ସେ ସୁଯୋଗ ହାତଛଡା କରୁଥିଲେ ବୋଲି ତାଙ୍କୁ ଜାଣିଥିବା ବ୍ୟକ୍ତି କହୁଛନ୍ତି ।

କରୋନା ଆରମ୍ଭ ପୂର୍ବରୁ ଗୋଟିଏ ପ୍ରଡକ୍ସନ ହାଉସ ସୁଶାନ୍ତଙ୍କୁ ଭଲ ବଜେଟର ଫିଲ୍ମ ଅଫର କରିଥିଲେ । କିନ୍ତୁ ସୁଶାନ୍ତ ସଫା ସଫା ଶୁଣାଇଥିଲେ ଯେ, ମୁଁ କାମ କରିବା ମୁଡରେ ନାହିଁ ।ତାଙ୍କୁ ସ୍କ୍ରିପ୍ଟ ପଢିବା ପାଇଁ କୁହାଯାଇଥିଲା କିନ୍ତୁ ସେ ଉତ୍ତର ଦେଇଥିଲେ ଯେ, ମୋର କାମ କରିବାର ନାହିଁ ତ’ ମୁଁ ସ୍କ୍ରିପ୍ଟ କାହିଁକି ପଢିବି ? ତାଙ୍କର ଏହି ବ୍ୟବହାରରୁ ଜଣା ପଡୁଛି ଯେ,ସେ ଡିପ୍ରେସନରେ ଥିଲେ
ଏହାପରେ କରୋନା ଲକଡାଉନ୍ ଆସିଥିଲା । ଏହି ସମୟରେ ନିଜ ପରିବାରଠାରୁ ଦୁରରେ ଏକାକୀ ରହୁଥିବା ସୁଶାନ୍ତ ଯେଉଁ ଡିପ୍ରେସନ ଭିତରକୁ ଗଲେ ସେଥିରୁ ଆଉ ମୁକୁଳି ନଥିଲେ । ଜୀବନକୁ ଅଲବିଦା କହି ସମ୍ଭବତଃ ସେ ନିଜର ସବୁ ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ ।

Leave a Reply