spot_img
Home Blog Page 6966

କରୋନାର ଭୟାବହ ପରିସ୍ଥିତି: ଶବ ପୋତିବାକୁ ଜାଗାର ଅଭାବ, ପଠାଯାଉଛି ଏହି ସ୍ଥାନକୁ…

ନୂଆଦିଲ୍ଲୀ: ବିଶ୍ୱକୁ ପୂରା ତା ଅଧିନରେ ନେଇ ସାରିଛି କରୋନା । ତାଠୁ ବଞ୍ଚିବା ସତରେ ଏବେ ବହୁ କଷ୍ଟକର ହୋଇଗଲାଣି । ବିଭିନ୍ନ ଦେଶ କରୋନା ଭାଇରସକୁ ମାତ ଦେବାକୁ ସବୁପ୍ରକାର ପ୍ରୟାସ କରିବା ସତ୍ତ୍ୱେ ବି ସଫଳ ହେବା ହେଉଛି କଷ୍ଟକ । ଏହି ରୋଗର ଟିକା ପାଇଁ ବିଭିନ୍ନ ଦେଶ ଗୁଡ଼ିକ ପ୍ରୟାସ ଚଲାଇଛନ୍ତି । ଏନେଇ ବିଭିନ୍ନ ପରୀକ୍ଷଣ ମଧ୍ୟ କରାଉଛନ୍ତି କିନ୍ତୁ ଶେଷ ମୁହୂର୍ତ୍ତରେ ହିଁ ସେମାନଙ୍କୁ ବିଫଳତାର ସାମ୍ନା କରିବାକୁ ପଡ଼ପଡ଼ୁଛି । ଏଭଳି ପରିସ୍ଥିତିରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ କିଛି ବନ୍ଧ ବାଡ଼ ମାନୁ ନାହିଁ ଆମେରିକା ସହ ବ୍ରାଜିଲରେ ବଢୁଛି ସଂକ୍ରମିତଙ୍କ  ସଂଖ୍ୟା । ଆମେରିକା ପରେ ବ୍ରାଜିଲ ହେଉଛି ଦ୍ୱିତୀୟ ଅଧିକ ସଂକ୍ରମିତ ଦେଶ ।

ଏବେ ବିଶ୍ୱରେ କରୋନା ସଂକ୍ରମଣର ସଂଖ୍ୟା ୧.୩୯ କୋଟି ଅତିକ୍ରମ କରିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୫.୯୩ ଲକ୍ଷ ଅତିକ୍ରମ କରିଛି । ଆମେରିକା ଏବଂ ବ୍ରାଜିଲ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ, ଯେଉଁଠାରେ ଗୋଟିଏ ଦିନରେ ୭୭ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ୯୬୯ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରାଜିଲରେ ପ୍ରତିଦିନ ହଜାରରୁ ଅଧିକ ମୃତ୍ୟୁ ହେଉଛି । ଏଠାକାର ଅଧିକାରୀମାନେ କହିଛନ୍ତି ଯେ ଶବକୁ ପୋତିବାକୁ ଏବେ କଫିନ୍‌ର ଅଭାବ ହେଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ୭୭,୨୧୭ ନୂତନ ମାମଲା ରେକର୍ଡ କରାଯାଇଛି, ସଂକ୍ରମଣ କ୍ଷେତ୍ରରେ ନିଜର ରେକର୍ଡ ଭାଙ୍ଗିଛି । ଏହା ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଜୁଲାଇ ୧୦ରେ, ୬୮ ହଜାର ମାମଲା ସାମ୍ନାକୁ ଆସିଥିଲା । ତେବେ ଆମେରିକାରେ ସର୍ବାଧିକ ପ୍ରଭାବିତ ହେଉଛି ନ୍ୟୁୟର୍କ, ଯେଉଁଠାରେ ୪,୩୧,୩୮୦ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଟେକ୍ସାସ୍ ଏବଂ ଏରିଜୋନାରେ ଶବ ରଖିବାର ସମସ୍ତ ଜାଗା ସମାପ୍ତ ହୋଇଯାଇଛି । ଫଳରେ ଶବକୁ ପୋତିବାକୁ ସେମାନଙ୍କୁ ଅନ୍ୟ ସ୍ଥାନକୁ ପଠାଯାଉଛି । ଅନ୍ୟପକ୍ଷରେ ବ୍ରାଜିଲର କର୍ତ୍ତୃପକ୍ଷ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଅନେକ ସ୍ଥାନରେ କଫିନ୍‌ର ଅଭାବ ପଡ଼ୁଛି। ଆମାଜନ ବର୍ଷା ଜଙ୍ଗଲରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିବାବେଳେ ୭୬ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଯୁକ୍ତଦୁଇ ଖାତା ଦେଖାରେ ସମସ୍ୟା, ବିଳମ୍ବରେ ବାହାରିପାରେ ପରୀକ୍ଷାଫଳ … ଅବସ୍ଥା ଦେଖି ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଯୁକ୍ତଦୁଇ ଖାତା ଦେଖାରେ ସମସ୍ୟା, ବିଳମ୍ବରେ ବାହାରିପାରେ ପରୀକ୍ଷାଫଳ … ଅବସ୍ଥା ଦେଖି ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

କୋଭିଡ୍ ଟିକା ‘କୋଭିକ୍ସିନ୍ ’ର ମାନବୀୟ ପରୀକ୍ଷଣ… ଭାରତ ବାୟାଟେକ୍ କମ୍ପାନୀ ଦ୍ୱାରା ୩୭୫ ସ୍ୱେଚ୍ଛାସେବୀଙ୍କୁ ନେଇ ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଅନେକ କଟକଣା ଲାଗୁ କରିଛନ୍ତି । ହେଲେ ଏହା ସତ୍ତ୍ୱେ ଦିନକୁ ଦିନ କରୋନା କମିବା ବଦଳରେ ବଢିବାରେ ଲାଗିଛି । କରୋନା କବଳରେ ଏବେ ସାରା ବିଶ୍ୱ । ପ୍ରତିଦିନ କରୋନା ସଂକ୍ରମଣ ଯୁଦ୍ଧର ମୁକାବିଲା ପାଇଁ ମଣିଷ ସଂଘର୍ଷ କରୁଛି । କରୋନା ସଙ୍କଟ ବେଳେ ଏକ ଭଲ ଖବର ଆସିଛି । ସମସ୍ତଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କଲା ଭାରତର ସ୍ୱଦେଶୀ କୋଭିଡ୍ ଟିକା ‘କୋଭିକ୍ସିନ୍ ’ ।

ଏହି ଟିକାର ମାନବୀୟ ପରୀକ୍ଷଣ ହୋଇଛି । ଭାରତ ବାୟାଟେକ୍ କମ୍ପାନୀ ଦ୍ୱାରା ୩୭୫ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଛି  । ଏହି ଟିକାର ପ୍ରଥମ ପର୍ଯ୍ୟାୟ ୨୦୨୦ରେ ଜୁଲାଇ ମାସ ୧୫ ତାରିଖ କରାଯାଇଥିଲା  । ଦୁଇଟି କମ୍ପାନୀର ଟିକାକୁ ମାନବୀୟ ପରିକ୍ଷଣ ପାଇଁ ଅନୁମତି ଦେଇଥିଲା ଡ୍ରଗ କଣ୍ଟ୍ରୋଲ ଜେନେରାଲ୍ ଅଫ୍ ଇଣ୍ଡିଆ  । ଏହି ଦୁଇଟି କମ୍ପାନୀ ହେଲା ଭାରତୀୟ ବାୟାଟେକ୍ ଇଣ୍ଟରନ୍ୟାସନାଲ ଓ ଜଡୁସ୍ କାଡିଲା ହେଲ୍ଥ କେୟାର । ଏହି ଦୁଇ ସଂସ୍ଥା ପ୍ରଥମେ ମୂଷା ଏବଂ ଠେକୁଆଠାରେ ଟିକା ପରୀକ୍ଷଣ କରିଥିଲେ ।

ଦେଶୀ କରୋନା ଭ୍ୟାକ୍ସିନକୁ ନେଇ ଭଲ ଖବର, ନାହିଁ କୌଣସି ସାଇଡ୍ ଇଫେକ୍ଟ

ଏହି ପରୀକ୍ଷଣ ରିପୋର୍ଟକୁ  ଡିସିଜିଆଇ ନିକଟରେ ଦାଖଲ କରିଥିଲେ  । ଏହାପରେ ଏହି ଦୁଇଟି ସଂସ୍ଥାର ଟିକାକୁ ମାନବୀୟ ପରିକ୍ଷଣ ପାଇଁ ଅନୁମତି ମିଳିଥିବା ଆସିଏମଆର ପକ୍ଷରୁ ସୂଚନା ଦିଆଯାଇଛି । ଯଦି ସମସ୍ତ ପରୀକ୍ଷଣ ଠିକ୍ ହୁଏ ତେବେ ଅଗଷ୍ଟ ୧୫ ମଧ୍ୟରେ ଭ୍ୟାକ୍ସିନକୁ ଲଞ୍ଚ କରାଯିବ । ICMR ଏଥିରେ ସାମିଲ ଅଛି । ଯଦି ଭ୍ୟାକ୍ସିନ୍ ପରୀକ୍ଷଣର ପ୍ରତିଟି ପର୍ଯ୍ୟାୟ ସଫଳ ରୁହେ ତେବେ ୧୫ ଅଗଷ୍ଟରେ ମାର୍କେଟରେ ଭ୍ୟାକ୍ସିନ୍ ଉପଲବ୍ଧ ହେବ । ପୂର୍ବରୁ ହାଇଦ୍ରାବାଦ ଫାର୍ମା କମ୍ପାନୀ ଭାରତ ବାୟୋଟେକ ଅନେକ ଭ୍ୟାକ୍ସିନ୍ ମଧ୍ୟ ପ୍ରସ୍ତୁତ କରିଛି ।

ରାଜ୍ୟରେ ଜାରି ରହିଛି ଲକଡାଉନ୍…୪ ଜିଲ୍ଲା ସମେତ ରାଉରକେଲାରେ ୧୪ଦିନିଆ ତାଲା

ରାଜ୍ୟରେ ଜାରି ରହିଛି ଲକଡାଉନ୍…୪ ଜିଲ୍ଲା ସମେତ ରାଉରକେଲାରେ ୧୪ଦିନିଆ ତାଲା

ଆନ୍ଧ୍ରପ୍ରଦେଶ: ଦେଶର ଅନ୍ୟତମ ଧାର୍ମିକ ପୀଠ ତିରୁପତି ବାଲାଜୀ ମନ୍ଦିରରେ କରୋନା ଆତଙ୍କ  । ୧୪ଜଣ ମନ୍ଦିର ପୂଜକଙ୍କ ସମେତ ୧୪୦ କମର୍ଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  । ଏବେ କିଛିଦିନ ମନ୍ଦିର ବନ୍ଦ ପାଇଁ କର୍ମଚାରିୀ ସଂଗଠନ ଏବଂ ରାଜନୈତିକ ଦଳ ଦାବି କରୁଥିବା ବେଳେ ଟ୍ରଷ୍ଟ କିନ୍ତୁ ଏବେ ଯାଏଁ କିଛି ବି ନିଷ୍ପତ୍ତି ନେଇନାହିଁ । ଦେଶରେ ଅନଲକ୍ ଘୋଷଣା ପରେ  ୧୧ ଜୁନରେ ମନ୍ଦିର ଖୋଲିବାକୁ ବୋର୍ଡ଼ ନିଷ୍ପତ୍ତି ନେଇଥିଲା  । ଏବେ ପୁଣି ଥରେ ମନ୍ଦିରରେ ସାର୍ବଜନୀନ ଦର୍ଶନ ବନ୍ଦ କରିବାର କୈାଣସି ଯୋଜନା ନଥିବା ବୋର୍ଡ଼ ଅଧ୍ୟକ୍ଷ ଓ୍ବାଇ ଇ ଶିବ୍ବାରେଡ଼ୀ କହିଛନ୍ତି  । ସେମାନଙ୍କ ଭିତରୁ ୧୭ଜଣ ସୁସ୍ଥ ହୋଇସାରିଥିବା ସୂଚନା ରହିଛି  । ସେପଟେ ମନ୍ଦିରର ମୁଖ୍ୟ ପୂଜାରୀ ଏନେଇ ଚିନ୍ତା ଜାହିର କରିଛନ୍ତି  ।

ରାଜ୍ୟରେ ଆଉ ୩ଜଣ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର:  ସଂକ୍ରମଣ ସହ ତାଳ ଦେଇ ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଜି ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୮୬ରେ ପହଞ୍ଚିଛି । ଗଞ୍ଜାମର ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଗଜପତିରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗଞ୍ଜାମ ଜିଲ୍ଲାର ୬୩ ବର୍ଷୀୟ ଏବଂ ୬୦ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗଜପତି ଜିଲ୍ଲାର ୪୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ସେ ମେଦ ବହୁଳ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି ।

ଆଜି ୨ ନୂଆ ମୃତ୍ୟୁ ସହ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଛି । ଯେତେବେଳେ କି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୨୮୦ ଛୁଇଁଛି । ସେହିପରି ଆଜି ରାଜ୍ୟରେ ୫୯୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଏଥିରୁ ଗଞ୍ଜାମ ଜିଲ୍ଲାର ୧୮୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସଂକ୍ରମଣ ରୋକିବାକୁ ସରକାର କଡ଼ା ପଦକ୍ଷେପ ନେଉଛନ୍ତି । ଗତକାଲିଠାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ପୌରାଞ୍ଚଳରେ ଲକଡାଉନ୍ ଲାଗୁ ହେଉଛି । ଗତକାଲି ରାତି ୯ଟାରୁ ଲକଡାଉନ୍ ଜୁଲାଇ ୩୧ ତାରିଖ ଯାଏଁ ବଳବତ୍ତର ରହିବ । ତେବେ ଏହି ସମୟରେ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯିବ ।

ଘରୋଇ ଡାକ୍ତରଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍: ସବୁ ରୋଗୀଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର:  ଘରୋଇ ଡାକ୍ତର ଓ ମେଡିକାଲ ଅଫିସରଙ୍କ ପାଇଁ ଆସିଲା ଗାଇଡଲାଇନ  । ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  । ବହୁ ସଂଖ୍ୟାରେ ଡାକ୍ତର ସଂକ୍ରମିତ ହେଉଥିବାରୁ ଗାଇଡଲାଇନ ଜାରି କରାଯାଇଛି  । ଘରୋଇ କ୍ଲିନକ ଓ ନର୍ସିଂହୋମରେ ଥଣ୍ଡା ଜ୍ୱର ପାଇଁ ଆଇସୋଲେସନ ଗୃହ କରାଯାଇଛି  । ସମସ୍ତଙ୍କ ପାଇଁ ରହିବ ହ୍ୟାଣ୍ଡ ସାନିଟାଇଜର, ମାସ୍କ ଓ ହାତଧୁଆ ବ୍ୟବସ୍ଥା କରାଯାଇଛି  ।

Coronavirus India: Odisha government separates doctors, hospitals ...

ସମସ୍ତ ପ୍ରକାର ଡାକ୍ତରୀ ଉପକରଣକୁ ସାନିଟାଇଜ କରାଯିବ  । ଥଣ୍ଡା ଜ୍ୱର ରୋଗୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ରିସେପସନ ବ୍ୟବସ୍ଥା  । ହଟସ୍ପଟରୁ ଆସୁଥିବା ରୋଗୀଙ୍କୁ କୋଭିଡ ହସପିଟାଲକୁ ପଠାଯିବ  । ସବୁ ରୋଗୀଙ୍କ ପଞ୍ଜିକରଣ ବାଧ୍ୟତାମୂଳକ ବୋଲି ଗାଇଡଲାଇନରେ କୁହାଯାଇଛି  । ସେହିପରି ଲକଡାଉନରେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟକାରିତା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି  ।

ଡାକ୍ତରଖାନାରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା, ୫ ଦିନ ପୂର୍ବରୁ ହୋଇଥିଲା କରୋନା

ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ  । ଜରୁରୀ ସେବାରେ ନଥିବା କର୍ମଚାରୀ ଘରେ ବସି କାମ କରିବେ  । ସରକାରୀ କାର୍ଯ୍ୟ ପାଇଁ ସେମାନେ OSWASର ବ୍ୟବହାର କରିବେ  । ରାଜ୍ୟ ଆଇଟି ସେଣ୍ଟର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ  । ଲକଡାଉନ ସମୟରେ ସବୁ ସରକାରୀ କର୍ମଚାରୀ ହେଡକ୍ୱାଟରରେ ରହିବେ  ।

ଡାକ୍ତରଖାନାରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା, ୫ ଦିନ ପୂର୍ବରୁ ହୋଇଥିଲା କରୋନା

ମୁମ୍ବାଇ: ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କୁ କରୋନା ପଜିଟିଭ ହେବାର ୫ ଦିନ ପରେ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଶନିବାର ରାତିରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଏକ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ନିଜକୁ କରୋନା ପଜିଟିଭ୍ ବୋଲି ଘୋଷଣା କରିଥିଲେ ।

ଶନିବାର ଦିନ ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରବିବାର ଦିନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା । ଅବଶ୍ୟ, ଉଭୟରେ କରୋନା ଲକ୍ଷଣ ନଥିବାରୁ ତାଙ୍କୁ ନିଜ ଘରେ ହୋମ୍‌ ଆଇସୋଲେସନରେ ରଖାଯାଇଥିଲା । କିନ୍ତୁ ସୂଚନା ଅନୁଯାୟୀ ଉଭୟଙ୍କୁ ଶୁକ୍ରବାରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତାଙ୍କ ଦେହ ପୂର୍ବାପେକ୍ଷା ଅଧିକ ଖରାପ ହୋଇଥିଲା । ସେଥିପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ଡାକ୍ତରଖାନାରେ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ବୋଲି କୁହାଯାଉଛି । ବିଗ୍ ବି ସୋସିଆଲ୍ ମିଡିଆ ମାଧ୍ୟମରେ କ୍ରମାଗତ ଭାବରେ ତାଙ୍କ ପ୍ରଶଂସକଙ୍କୁ ବାର୍ତ୍ତା ପଠାଉଛି । ନିକଟରେ ଅମିତାଭ ଟ୍ୱିଟ୍ କରି ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି ।

ଭାରତ ସୁରକ୍ଷା ମଞ୍ଚ ଜାରି କଲା କଭର ମ୍ୟାପ୍: ମାନଚିତ୍ରରୁ ଧରାପଡ଼ିଲା ନେପାଳର ଷଡ଼ଯନ୍ତ୍ର

ଭୁବନେଶ୍ୱର: ଭାରତର କିଛି ଅଞ୍ଚଳକୁ ନେପାଳ ନିଜ ମ୍ୟାପ୍‌ରେ ଦର୍ଶାଇବା ପରେ ଉଠିଛି ପ୍ରତିବାଦର ସ୍ବର । ପୂର୍ବରୁ ନେପାଳ ଡାକ ଟିକେଟ୍‌ରେ ଥିବା ମ୍ୟାପ୍‌ ଏବଂ ଏବେକାର ମ୍ୟାପ୍‌ ମଧ୍ୟରେ ପାର୍ଥକ୍ୟ ଦେଖାଇ ନେପାଳର ଅସଲ ମୁଖା ଖୋଲିବାକୁ ଉଦ୍ୟମ କରିଛି ଭାରତ ରକ୍ଷା ମଞ୍ଚ । ଏନେଇ ଭାରତ, ଚୀନ ଏବଂ ନେପାଳର ସମ୍ପୂର୍ଣ୍ଣ ମ୍ୟାପ୍‌ ଥିବା ଏକ ଡାକ ଟିକେଟ୍‌ ପ୍ରସ୍ତୁତ କରି ନେପାଳ ସମେତ ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ପଠାଇଛି ।

ଭାତର- ନେପାଳ ସୀମାରେ ଥିବା କାଲାପାନି ଓ ଲିପୁଲେକ୍ ଭାରତର । ୧୯୫୪ରେ ନେପାଳ ପ୍ରସ୍ତୁତ କରିଥିବା ଷ୍ଟାମ୍ପ ମ୍ୟାପ୍‌ରେ ଏହା ସ୍ପଷ୍ଟ ଦର୍ଶାଯାଇଛି । ମ୍ୟାପ୍‌ରେ କାଲାପାନିକୁ ନିଜ ଅଞ୍ଚଳ କିମ୍ବା ବିବାଦୀୟ ଅଞ୍ଚଳ ବୋଲି ଦାବି କରିନଥିଲା ନେପାଳ । କିନ୍ତୁ କିଛି ବର୍ଷ ହେଲା ଚୀନ୍ କଥାରେ ପଡି ନେପାଳ ଏହି ଅଞ୍ଚଳକୁ ନିଜର ଦାବି କରୁଛି । ଭଲକରି ଦେଖନ୍ତୁ, ଏହି ଡାକ କଭରକୁ । ଚୀନ୍, ନେପାଳ ଏବଂ ଭାରତର ସୀମା ସ୍ପଷ୍ଟ ଭାବେ ଦର୍ଶାଯାଇଛି । କିନ୍ତୁ କଲାପାନି ଏବଂ ଲିପୁଲେକ୍‌ ନିଜର ବୋଲି ନେପାଳ ଦାବି କରିବା ସହ ନିଜ ସଂସଦରେ ନୂଆ ମ୍ୟାପ୍ ପ୍ରସ୍ତୁତ କରି ମୋହର ମାରି ନେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ଓଲି । କିନ୍ତୁ ଏହା ବାସ୍ତବରେ ଭାରତରେ ରହିଛି ଏବଂ ରହିବ ବୋଲି ଭାରତ ରକ୍ଷା ମଞ୍ଚ କହିଛି  ।

ବିବାଦ ଉଠିବା ପରେ ଭାରତ ରକ୍ଷା ମଞ୍ଚ ପ୍ରତିବାଦ କରିଛି । ଏନେଇ ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତ କରାଯାଇଛି ସ୍ବତନ୍ତ୍ର ଡାକ କଭର । ଏଥିରେ ୧୯୫୪ ମସିହାରୁ ପ୍ରସ୍ତୁତ ହୋଇଥିବା ମ୍ୟାପ୍ ପ୍ରଦର୍ଶିତ ହୋଇଛି । ଚୀନ୍, ଭାରତ ଏବଂ ନେପାଳର ସୀମା କେତେ ତାହା ସଂପୂର୍ଣ୍ଣ ଭାବରେ ଚିତ୍ରିତ ହୋଇଛି ।

ସୀମା ସଙ୍କେତ ନେଇ ଥିବା କିମ୍ବଦନ୍ତି କ’ଣ କହୁଛି ସେନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ସମେତ ନେପାଳ ଜାତୀୟ ସଭାର ୧୦୦ ଜଣଙ୍କୁ ଏହି ଡାକ କଭର ପଠାଇଛି ଭାରତ ରକ୍ଷା ମଞ୍ଚ । ଏହାସହ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ପଠାଯାଇଛି ।

https://www.facebook.com/NandighoshaTV/videos/907083089813344/

ନେପାଳ ଦାବି କରୁଛି କି ଲିପୁଲେକ୍ ତା’ର । ୨୦୧୫ରେ ଚୀନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯାଇଥିବା ସମୟରେ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯେଉଁଥିରେ ଲିପୁଲେକ୍ ପାସ୍ ମାଧ୍ୟମରେ ଏକ ବାଣିଜ୍ୟ ମାର୍ଗ ବିସ୍ତାର କରିବାକୁ ଚୀନ୍ ରାଜି ହୋଇଥିଲା । କିନ୍ତୁ ଏବେ ଲିପୁଲେକ୍‌ ନେପାଳର ବୋଲି ଚୀନ୍ ସମର୍ଥନ ଦେବା ଚୀନ୍ ଏବଂ ନେପାଳର ଷଡଯନ୍ତ୍ରକୁ ପଦାରେ ପକାଇଛି ।

ଲକ୍‌ଡାଉନ୍ ସାଜିପାରେ ବାଧକ: ରେଜଲ୍ଟ ପ୍ରକାଶରେ ହୋଇପାରେ ବିଳମ୍ୱ

ଭୁବନେଶ୍ୱର: ପୁଣି ବିଳମ୍ବ ହୋଇପାରେ ଯୁକ୍ତ ଦୁଇ ମୂଲ୍ୟାୟନ । ସଟଡାଉନ ପରେ ଲକଡାଉନ ସାଜିପାରେ ବାଧକ । ସପ୍ତାହ ଶେଷର ସଟଡ଼ାଉନରେ ଯୁକ୍ତ ଦୁଇ ମୂଲ୍ୟାୟନ ବାଧାପ୍ରାପ୍ତ ହେଉଥିଲା । ଏବେ ୪ଟି ଜିଲ୍ଲା ଲକଡାଉନ ଘୋଷଣା ହେବା ପରେ ପୁଣି ଖାତା ଦେଖା ସମସ୍ୟା ମୁଣ୍ଡ ଟେକିଛି । ଜିଲ୍ଲାର ସ୍ଥିତି ଦେଖି ଜିଲ୍ଲପାଳମାନଙ୍କୁ ବିଚାର କରିବା ଦିଗରେ ମତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସଟଡାଉନ ପରେ ୧୪ ଦିନିଆ ଲକଡାଉନ । ଯେଉଁଠି ସପ୍ତାହର ଶେଷ ଦୁଇ ଦିନ ଯୁକ୍ତ ଦୁଇ ମୂଲ୍ୟାୟନକୁ ବିଳମ୍ବ କରାଉଥିଲା, ଏବେ ଏହା ଆହୁରି ଡେରି ହେବାର ଆଶଙ୍କା ଦେଖାଦେଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ୩୫ଟି ପ୍ରମୁଖ ମୂଲ୍ୟାୟନ କେନ୍ଦ୍ର ରହିଛି । କିଛି ଶିକ୍ଷକ ଶିକ୍ଷୟତ୍ରୀ ବାହାର ଜିଲ୍ଲାରୁ ମୂଲ୍ୟାୟନ କେନ୍ଦ୍ରକୁ ଆସୁଛନ୍ତି । ଜିଲ୍ଲା ବାହାରକୁ ଯିବା ଉପରେ କଟକଣା ଲାଗିବା ସହ ଲକଡାଉନ ସମୟରେ ଯାତାୟତ କରିବା କାଠିକର ପାଠ ହୋଇ ପଡ଼ିଛି ।

ତେବେ ଲକଡାଉନ ସମୟରେ ଏହି ୪ ଜିଲ୍ଲାରେ ଖାତା ଦେଖା ହେବ ନା ନାହିଁ, ସେ ନିଷ୍ପତ୍ତି ଜିଲ୍ଲାପାଳମାନଙ୍କ ଉପରେ ଛାଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଠିକଣା ସମୟରେ ମୂଲ୍ୟାୟନ ପାଇଁ ବିକଳ୍ପ ପନ୍ଥା ବାହାର କରିବାକୁ ଶିକ୍ଷକମାନେ ଦାବି କରିଛନ୍ତି । ସେପଟେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସ୍ବାସ୍ଥ୍ୟର ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ବିଜେଡି ନେତା କହିଛନ୍ତି ।

ସିବିଏସଇ ଓ ଆଇସିଏସଇ ଫଳାଫଳ ପ୍ରକାଶ ପାଇସାରିଛି । ନୂତନ ଶ୍ରେଣୀରେ ନାମଲେଖା ପାଇଁ ରାଜ୍ୟ ସରକାରଙ୍କ ଅଧୀନରେଥିବା ସ୍କୁଲ ଗୁଡ଼ିକର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ବାହାରିବାର ଆବଶ୍ୟକତା ରହିଛି ।