ମାଡ଼ି ଆସୁଛି ବନ୍ୟା ଜଳ: ମୁଣ୍ଡୁଳିରେ ବଢ଼ୁଛି ଜଳସ୍ତର, ସେପଟେ ବନ୍ୟା ଜଳରେ ଭାସିଗଲେ ଚଣ୍ଡିଖୋଲର ଦୁଇ ଯୁବକ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ୪୬ ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମ ପାର୍ଶ୍ୱରୁ ୩୧ ଟି ଓ ଦକ୍ଷିଣ ପାର୍ଶ୍ୱରୁ ୧୫ ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିସୃଷ୍ଟି ହୋଇଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୨ହଜାର ୫ଶହ ୯୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୭ ଲକ୍ଷ ୬୪ ହଜାର ୪ଶହ ୭୯ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ହୀରାକୁଦର ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ, ବର୍ତ୍ତମାନ ଜଳସ୍ତର ୬୨୭ ଦଶମିକ ୮୫ ଫୁଟ ରହିଛି । ଏହାର ପ୍ରଭାବରେ ବୁର୍ଲା ଘଣ୍ଟେଶ୍ୱରୀ ପୀଠରେ ପଶିଲା ବନ୍ୟାଜଳ । ଫଳରେ ଗତକାଲିଠାରୁ ମାଙ୍କ ମନ୍ଦିରରେ ପୂଜାର୍ଚନା ବନ୍ଦ ରହିଛି । ହୀରାକୁଦ ଜଳଭଣ୍ଡାରର ୪୬ ଟି ସ୍ୱିସଗେଟ ଖୋଲାଯିବା ଫଳରେ ବନ୍ୟାଜଳ ମନ୍ଦିରରେ ପ୍ରବେଶ କରିଛି । ପ୍ରାୟ ୬ ଫୁଟ ପାଣି ମନ୍ଦିରରେ ପ୍ରବେଶ କରିଛି।

ବର୍ତ୍ତମାନ ଯଦି ଆମେ ଦେଖିବା ତେବେ ମୁଣ୍ଡୁଳିରେ ୯ ଲକ୍ଷ ୭୯ ହଜାର ୭୧୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିଭଳି ନରାଜରେ ୪ ଲକ୍ଷ ୮୬ ହଜାର ୪୭୧ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିଭଳି ବାକି ବନ୍ୟାଜଳ ମହାନଦୀରେ ଜୋବ୍ରା ଦେଇ ପ୍ରବାହିତ ହେଉଛି ।  ଆକଳନା ଅନୁଯାୟୀ ଏଥର ବନ୍ୟାଜଳ ୧୦ ଲକ୍ଷରୁ ଟପିଯାଇ ସାଢ଼େ ୧୦ ଲକ୍ଷ ରହିବ । ଦିନ ୧୦ ଟା ପରେ ମୁଣ୍ଡୁଳିରେ ଜଳ ସ୍ତର ବଢ଼ିବା ନେଇ ସୂଚନା ରହିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ନରାଜ ଏବଂ ମୁଣ୍ଡୁଳିରେ ବିପଦ ସଙ୍କେତ ତଳେ ରହିଛି ବନ୍ୟାଜଳ । ତେବେ ତଳ ମୁଣ୍ଡରେ ଲୋକଙ୍କୁ ସଜାଗ ରହିବା ପାଇଁ ଅଧିକାରୀ ମାନେ କହିଛନ୍ତି । କଟକ ଜିଲ୍ଲାର ୮ ଟି ବ୍ଲକ ମହାନଦୀ କାଠଯୋଡ଼ି ଏବଂ ସାଖା ନଦୀ ଗୁଡ଼ିକ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ୨୨ ପଞ୍ଚାୟତ ୩୧ଟି ଗାଁ ପ୍ରଭାବିତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ୮ଟି ବ୍ଲକରେ ୭୦ ଭାଗ ଜମିରେ ପାଣି ମାଡ଼ିଯାଇଛି । ତେବେ ସିଏମ୍‌ସି ଏଥିପାଇ ପୁରା ସଜାଗ ରହିଛି ଏବଂ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ସମସ୍ତ ପ୍ରକାରର ଯତ୍ନ ନେଉଛି ।

ସେପଟେ ବନ୍ୟା ପାଣି ରେ ଭାସି ଗଲେ ଦୁଇ ଯୁବକ । କୌଣସି କାମରେ ବାହାରକୁ ଯାଇଥିବା ବେଳେ ପ୍ରଖର ବନ୍ୟାଜଳରେ ଭାସିଯାଇଛନ୍ତି । ତେବେ ଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରିବା ସହ ଅନ୍ୟ ଜଣେ ନିଖୋଜ ରହିଛନ୍ତି । ସେପଟେ ଚଣ୍ଡିଖୋଲ ଅଗ୍ନିସମ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବଡ଼ଚଣା ବ୍ଲକ ମୂଷାଠିକିରି ଗ୍ରାମରେ ଏଭଳି ଅଭାବନିୟ ଘଟଣା ଘଟିଛି ।

Leave a Reply