ପୋଲିସ ଜାଲରୁ ବର୍ତ୍ତିବାକୁ ଯାଇ ବାରହା ଫାଶରେ ଜୀବନ ହାରିଲେ…

Barha / Jungli pigs

ଗଞ୍ଜାମ: ଚାଷୀଙ୍କ ଫସଲ ଉଜାଡ଼ି ଦେଉଛନ୍ତି ବାରହା । ଫସଲକୁ ବାରହା ଆତଙ୍କରୁ ସୁରକ୍ଷା ଦେବା ପାଇଁ ଚାଷୀ ବିଛାଇଥାନ୍ତି ଜାଲ ବା ଫାଶ । ଆଉ ଏହି ଫାଶ ବାରହାଙ୍କ ପାଇଁ କାଳ ସାଜୁଥିବା ବେଳେ ସେଥିରେ ମଣିଷଙ୍କ ଜୀବନ ମଧ୍ୟ ଯାଉଛି । ବାରମ୍ବାର ଏଭଳି ଘଟଣା ନଜିର ରହିଛି । ବାରହା ଫାଶରେ ପଡ଼ି ପୂର୍ବରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଏଭଳି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି । ପୋଲିସଠାରୁ ଲୁଚିବାକୁ ଜଙ୍ଗଲ ଭିତରକୁ ଗଲାବେଳେ ବାରହା ଫାଶରେ ପଡ଼ି ସାନ ଭାଇର ମୃତ୍ୟୁ ହୋଇଛି ଓ ବଡ଼ ଭାଇ ଗୁରୁତର ।

ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମାରେ ଏଭଳି ଘଟଣା ଘଟିଛି । ବାରହା ଫାଶରେ ପଡ଼ି ଲକ୍ଷ୍ମଣ ଜେନା ନାମକ ଜଣେ ୨୮ ବର୍ଷୀୟ ଯୁବକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବଡ଼ ଭାଇ ରାଜ ଜେନା (୩୦) ଗରୁତର ହୋଇଛନ୍ତି ।

 

ଗ୍ରାମାରେ ଦୁଇ ପରିବାର ମଧ୍ୟରେ ଝଗଡ଼ା ହେବା ପରେ ଶଶୀ ଜେନାଙ୍କ ପରିବାର ପକ୍ଷରୁ ଅନ୍ୟ ପରିବାରକୁ ଆକ୍ରମଣ କରାଯାଇଥିଲା । ଯାହାକୁ ନେଇ ଆକ୍ରମଣର ଶିକାର ହୋଇଥିବା ପରିବାର ପକ୍ଷରୁ ହୁମ୍ମା ଫାଣ୍ଡିରେ ଏତଲା ଦିଆଯାଇଥିଲା । ଅଭିଯୋଗୁକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ପୋଲିସ ଭୟରେ ଲକ୍ଷ୍ମଣ ଓ ରାଜୁ ଦୁଇ ଭାଇ ନିକଟସ୍ଥ ପାହାଡ଼ରେ ଲୁଚିବାକୁ ଯାଉଥିବା ବେଳେ ପୂର୍ବରୁ ବାରହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାସରେ ପଡ଼ିଥିଲେ ।

ଫଳରେ ସେଠାରେ ସାନ ଭାଇ ଲକ୍ଷ୍ମଣ ଜେନାଙ୍କ ଜୀବନ ଚାଲାଇଯାଥିଲା । ଗୁରୁତର ଅବସ୍ଥାରେ ରାଜୁକୁ ଉଦ୍ଧାର କରାଯାଇ ପ୍ରଥମେ ଛତ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply