spot_img
Home Blog Page 6967

ଜାତିସଂଘକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ: ଦେଲେ ସବକା ସାଥ୍, ସବକା ବିକାଶ ନାରା

ନୂଆଦିଲ୍ଲୀ: ମିଳିତ ଜାତିସଂଘକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ମିଳିତ ଜାତିସଂଘର ୭୫ ତମ ବାର୍ଷିକୀ ଅବସରରେ ନ୍ୟୁୟର୍କରେ ପିଏମ ମୋଦି ସମ୍ବୋଧିତ କରିଛନ୍ତି । ଜାତିସଂଘର ଅସ୍ଥାୟୀ ସଦସ୍ୟ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ । ସମ୍ବୋଧନରେ କହିଛନ୍ତିଯେ କରୋନା ମୁକାବିଲାକୁ  ଜନ ଆନ୍ଦୋଳନରେ ପରିଣତ କରାଯାଇଛି । ଦେଶରେ କରୋନା ସୁସ୍ଥ ହାର ଭଲ ରହିଛି । ସାର୍କ ଦେଶ ପାଇଁ କୋଭିଡ଼ ମୁକାବିଲା ଫଣ୍ଡ କରାଯାଇଛି । ଏଜେଣ୍ଡା୨୦୩୦କୁ ପୂରଣ କରିବା ପାଇଁ ଲକ୍ଷ୍ୟ ରହିଛି ।

ଅର୍ଥ ବ୍ୟବସ୍ଥାକୁ ପୁଣି ଟ୍ରାକ୍ କୁ ଆଣିବାକୁ ଦେଶ ନିରନ୍ତର ଉଦ୍ୟମ କରୁଛି ବୋଲି ମୋଦି କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ଅନେକ ବଦଳିଛି ଦେଶ । ଏଭିତରେ ଆତ୍ମନିର୍ଭର ଭାରତର ଶୁଭାରମ୍ଭ କରାଯାଇଛି । ଭାରତ ସବୁକ୍ଷେତ୍ରରେ ଅନେକ ଆଗେଇଛି । ଆୟୁଷ୍ମାନ ଯୋଜନା ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା । ୬ ବର୍ଷରେ ୪୦କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ସିଧା ଗରିବଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଉଛି ଟଙ୍କା । ତାଛଡ଼ା ବିକାଶଶୀଳ ଦେଶକୁ ମଧ୍ୟ ସହାୟତା ଯୋଗାଇ ଆସିଛି ଭାରତ । ଆମର ଲକ୍ଷ ସବକା ସାଥ ସବକା ବିକାଶ ।

ସେପଟେ ମିଳିତ ଜାତିସଂଘକୁ ତାଙ୍କର ଭର୍ଚୁଆଲ୍ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ପାଇଁ ଆମେ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଣିଛୁ। ଆମର ଖାଦ୍ୟ ସୁରକ୍ଷା ଯୋଜନାରେ ୮୩୦ ନିୟୁତ ନାଗରିକ ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ମାଧ୍ୟମରେ ୨୦୨୨ ସୁଦ୍ଧା ପ୍ରାୟ ସବୁ ଭାରତୀୟଙ୍କ ମୁଣ୍ଡ ଉପରେ ନଜର ଛାତ ରହିଥିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆମେ ଆମର ମହିଳାମାନଙ୍କୁ ସଶକ୍ତ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଲକ୍‌ଡାଉନ୍‌ ପୂର୍ବ ପ୍ରସ୍ତୁତି: ଭୂତାଣୁକୁ ଭୁଲି ବୋହି ନେଲେ ମଦ

ଭୁବନେଶ୍ୱର: ୪ ଜିଲ୍ଲାରେ ଆଜି ରାତି ୯ଟାରୁ ଲକଡାଉନ୍ । ମଦ ଦୋକାନରେ ପଡ଼ିବ ତାଲା । ଫଳରେ ୧୪ ଦିନ ପାଇଁ ମଦ ଗଚ୍ଛିତ କରିବାରେ ଲାଗି ପଡ଼ିଛନ୍ତି ଗ୍ରାହକ । ଏପରିକି ଭୂତାଣୁ ଭୟକୁ ଭୁଲି, ସାମାଜିକ ଦୂରତାକୁ ଭାଙ୍ଗି ମଦ ଦୋକାନ୍ ଆଗରେ ଗ୍ରାହକ ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି । ଏହାରି ଭିତରେ କିଛି କଳାବଜାରୀ କାଲିଠୁ ମଦ ବିକ୍ରି ପାଇଁ ପେଟି ପେଟି ମଦ ବୋହି ନେଉଥିବା ଟ୍ୱିନ୍‌ସିଟିରେ ଦେଖିବାକୁ  ମିଳିଛି  ।

ଲକଡାଉନ୍ ପାଇଁ ଛାନିଆ ଗ୍ରାହକ  । ୧୫ ପ୍ରତିଶତ ଅଧିକ ଟଙ୍କାରେ ବି କାଉଣ୍ଟର ଆଗରେ ଲମ୍ବା ଲାଇନ୍ । ମଦ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବି ପଛେଇଲେନି ନିଶାଡ଼ି ଗ୍ରାହକ । ଡହ ଡହ ଖରାରେ ସିଝି କିଣିଲେ ମଦ  । ଏ ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ଥିବା କିଛି ମଦ କାଉଣ୍ଟରର  । କାଉଣ୍ଟରର ସଟର ଖୋଲିବା ପୂର୍ବରୁ ଲାଗିଯାଇଥିଲା ଲୋକଙ୍କ ଲମ୍ବା ଲାଇନ୍  ।

ଭିଡ କଣ୍ଟ୍ରୋଲ କରିବା ପାଇଁ କିଛି ସ୍ଥାନରେ ବ୍ୟାରିକେଡର ବି ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା । ୧୪ ଦିନ ପାଇଁ କାଉଣ୍ଟର ବନ୍ଦ ହେବାକୁ ଥିବାରୁ ଏପରି ଭିଡ଼ ବୋଲି କହିଛନ୍ତି  ଗ୍ରାହକ  ।

 ସେପଟେ ଜନଜୀବନ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଲକଡାଉନ ଫର୍ମୁଲା ସ୍ବାଗତ ଯୋଗ୍ୟ ପଦକ୍ଷେପ । କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସରକାରଙ୍କ ସମସ୍ତ ନିୟମ ମାନିବାକୁ ପ୍ରସ୍ତୁତ ବୋଲି କହିଛି ମଦ ବ୍ୟବସାୟୀ ସଂଘ । ଏବେ ଜୀବନ ବଞ୍ଚିବା ହେଉଛି ପ୍ରାଥମିକତା । ଅନ୍ୟପଟେ ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ନାପସନ୍ଦ କରିଛନ୍ତି ବ୍ୟବସାୟୀ । ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ସମସ୍ତେ  ଚାଇନା କମ୍ପାନିକୁ ବିରୋଧ କରିବାକୁ ଅପିଲ୍ କରିଛନ୍ତି ସଭାପତି ।

https://www.facebook.com/NandighoshaTV/videos/279717146638520/

କାରଣ  ସ୍ବିଗି ଓ ଜୋମାଟୋ ଭଳି କମ୍ପାନୀ ଚାଇନାର ହୋଇଥିବାରୁ ସେମାନଙ୍କ ସହ ବ୍ୟବସାୟ କରିବାକୁ ବିରୋଧ କରାଯାଇଛି ।  ଆଜି ରାତି ୯ରୁ ଜୁଲାଇ ୩୧ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ୪ ଜିଲ୍ଲା ସହ ରାଉରକେଲା ସହରରେ ଲକଡାଉନ୍ କଟକଣା ଲଗାଯିବ । ଫଳରେ ଏସମସ୍ତ ଜିଲ୍ଲାରେ ଜରୁରୀ ସେବାକୁ ଛାଡି ମଦ ଦେକାନ୍ ସହ ସମସ୍ତ ଦେକାନ୍ ବି ବନ୍ଦ ରହିବ ବି ବୋଲି ଘୋଷଣା ହୋଇଛି  ।

ଆଉ ବ୍ରିଟେନର କିଛି ବିଗାଡ଼ି ପାରିବ ନାହିଁ କରୋନା ! ବିକଶିତ ହେଲା ହର୍ଡ୍ ଇମ୍ୟୁନିଟି ?

ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ କହୁଛି ଯେ, କରୋନା ଭାଇରସ ମହାମାରୀ ପ୍ରକୋପର ଦ୍ୱିତୀୟ ପର୍ଯ୍ୟାୟ ଆସିଲେ ମଧ୍ୟ ବ୍ରିଟେନର ଅଧିକ କ୍ଷତି ହେବ ନାହିଁ । ଏହି ଅଧ୍ୟୟନ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ବେଳକୁ ବ୍ରିଟିଶ ନାଗରିକ ସମ୍ଭବତଃ ନିଜ ମଧ୍ୟରେ ପର୍ଯ୍ୟାପ୍ତ ରୋଗ ପ୍ରତିରୋଧକ କ୍ଷମତା (ହର୍ଡ୍ ଇମ୍ୟୁନିଟି) ବିକଶିତ କରିସାରିଥିବା ସମ୍ଭାବନା ରହିଛି । ଅଧ୍ୟୟନରେ ଭାରତୀୟ ବଂଶୋଦ୍ଭବ ପ୍ରଫେସର ସୁନେତ୍ରା ଗୁପ୍ତା ସାମିଲ ଥିଲେ ।

What is Herd Immunity and can we really achieve it with ...

ଅଧ୍ୟୟନ ଅନୁସାରେ ବ୍ରିଟେନ୍ ଲୋକଙ୍କଠାରେ ସାଧାରଣ ଥଣ୍ଡା କାଶ ଭଳି ଋତୁକାଳୀନ ସଂକ୍ରମଣ କାରଣରୁ ରୋଗ ପ୍ରତିରୋଧକ କ୍ଷମତା(ହର୍ଡ ଇମ୍ୟୁନିଟି) ଏତେ ଅଧିକ ଯେ, ସେମାନେ ଘାତକ କରୋନା ଭାଇରସର ପୁଣିଥରେ ଯଦି ଫେରେ ତେବେ ତାହାର ମୁକାବିଲା କରିପାରିବେ ।

Why asymptomatic spread of Covid has become so bizarrely controversial

ରିସର୍ଚ୍ଚ ପେପରରେ କୁହାଯାଇଛି ଯେ, ‘ବ୍ୟାପକ ମାନ୍ୟତା ହେଉଛି ଯେ, କୌଣସି ମହାମାରୀ କ୍ଷେତ୍ରରେ ସଂକ୍ରମଣ ରୋକିବା ପାଇଁ ରୋଗ ପ୍ରତିରୋଧକ କ୍ଷମତା ଜରୁରୀ ସ୍ତରଠାରୁ ୫୦ ପ୍ରତିଶତ ଅଧିକ ହୋଇଥାଏ’ । ନୂଆ ଅଧ୍ୟୟନ ଏହା ମଧ୍ୟ କହୁଛି ଯେ, ଯେତେବେଳେ ଭଲ ପ୍ରତିରୋଧକ କ୍ଷମତା ବିଶିଷ୍ଟ ଲୋକ କମ ପ୍ରତିରୋଧକ କ୍ଷମତା ବିଶିଷ୍ଟ ଲୋକଙ୍କ ସହ ମିଶନ୍ତି ସେତେବେଳେ ସାମୁହିକ ପ୍ରତିରୋଧକ କ୍ଷମତାର ସ୍ତର ଦ୍ରୁତ ଗତିରେ ହ୍ରାସ ପାଇଥାଏ ।

Thousands' of coronavirus cases expected in UK | Financial Times

ତେବେ ଏହି ଅଧ୍ୟୟନର ଏବେ ବ୍ୟାପକ ସମୀକ୍ଷା କିମ୍ବା ବିଶ୍ଲେଷଣ ହୋଇନାହିଁ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଥିଓରଟିକାଲ ଏପିଡେମିୟୋଲଜିର ପ୍ରଫେସର ଗୁପ୍ତା ପ୍ରଥମେ ଏହା ଜାଣିବା ପାଇଁ ଆଣ୍ଟିବଡି ଯାଂଚ୍ ବଢାଇବା ଆବଶ୍ୟକ ବୋଲି କହିଥିଲେ । ଯାହାଫଳରେ ଏହା ଜଣା ପଡିବ ଯେ, କରୋନା ଭାଇରସ ବିରୋଧରେ ବ୍ରିଟେନ ନାଗରିକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହେଉଛି ନା ନାହିଁ ।

ସେ ଓ ତାଙ୍କ ସହଯୋଗୀ ଜୋସ୍ ଲରେନ୍ସ,ଫ୍ରାନ୍ସେସ୍କୋ ପିନୋଟି ତଥା କ୍ରେଗ୍ ଥମ୍ପସନ୍ ନିଜ ଅଧ୍ୟୟନରେ କହିଛନ୍ତି ଯେ, ‘‘ ଋତୁକାଳୀନ ଭାଇରସ ସଂକ୍ରମଣରୁ ଅଧିକ ସଂଖ୍ୟାରେ ଲୋକ ରୋଗପ୍ରତିରୋଧକ କ୍ଷମତା କାରଣରୁ ବଂଚିଯାଉଛନ୍ତି । ତେଣୁ ଏହା ମାନିବ ତର୍କସଂଗତ ଯେ, ସାର୍ସ-ସିଓଭି୨ କବଳକୁ ଆସିଲେ ମଧ୍ୟ ରୋଗ ପ୍ରତିରୋଧକ କ୍ଷମତା ବଢିବ । ସେ କହିଛନ୍ତି ଯେ, ଯଦି ଏମିତି ପୁଣିଥରେ ମହାମାରୀର ପ୍ରକୋପ ଫେରିବ ତେବେ ଅପେକ୍ଷକୃତ ବହୁତ କମ ଲୋକଙ୍କ ମୃତ୍ୟୁ ହେବ ଓ ବିଶେଷକରି କମ ବୟସରେ ଅନ୍ୟ ରୋଗରେ ପୀଡିତ ଲୋକଙ୍କ ମଧ୍ୟରେ ସଂକ୍ରମଣ କମ ହେବ ।

ହର୍ଡ ଇମ୍ୟୁନିଟ୍ କ’ଣ ? ସବୁ ଲୋକଙ୍କ ମଧ୍ୟରେ ସମାନ ରୋଗ ପ୍ରତିରୋଧକ କ୍ଷମତା ହେଉଛି ହର୍ଡ ଇମ୍ୟୁନିଟି ।

ଏଣିକି ଘରୁ କାମ କରିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ଘରୋଇ ସଂସ୍ଥାଙ୍କ ପରେ ଏବେ ରାଜ୍ୟ ସରକାର ଆପଣାଇଲେ ‘ଓ୍ୱାର୍କ ଫର୍ମ ହୋମ୍’ ବ୍ୟବସ୍ଥା । ଏଣିକି ଲକ୍‌ଡାଉନ୍ ସମୟରେ ସରକାରଙ୍କ ବିଭିନ୍ନ ବିଭାଗ ସାଧାରଣତଃ ଓ୍ୱାର୍କ ଫର୍ମ ହୋମ୍ ବ୍ୟବସ୍ଥା ଅନୁଯାୟୀ କାମ କରିବେ । ଏନେଇ ସାଧାରଣ ପ୍ରଶାସନ ଏବଂ ପବ୍ଲିକ୍ ଗ୍ରିଭେନ୍ସ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକାରୀମାନେ କାମ କରିବା ପାଇଁ VPN ବ୍ୟବସ୍ଥାର ସୁବିଧା ନେବେ  ।

VPN: A Key to Securing an Online Work Environment - Security Boulevard

କିନ୍ତୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜର ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାମ କରିବେ । ଅଥବା ଏନେଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯିବ । ଏଥିସହିତ ଡିପାର୍ଟମେଣ୍ଟର କଣ୍ଟ୍ରୋଲ ରୁମଗୁଡ଼ିକ ମଧ୍ୟ ପୂର୍ବ ଭଳି କାମ କରିବ । ରାଜ୍ୟ ସରକାରଙ୍କ ଆଇଟି ସେଣ୍ଟର ପକ୍ଷରୁ ଓଏସଡବ୍ଳ୍ୟୁଏସ୍, ଆଇଟି ଓ ଟେଲିକମ୍ ସେବା ବିଭାଗକୁ ୨୪x୭ ସର୍ଭିସ ଯୋଗାଇ ଦେବେ । ଯାହା ଫଳରେ ଏହି ବିଭାଗ ଗୁଡ଼ିକ ବିନା କୌଣସି ପ୍ରତିବନ୍ଧକରେ କାମ କରିପାରିବେ ।

New Survey Shows 47% Increase In Productivity: 3 Things You Must ...

ତେବେ ଆବଶ୍ୟକ ସ୍ଥଳେ ଅଫିସରେ ଯୋଗଦେବା ପାଇଁ ସମସ୍ତ କର୍ମଚାରୀ ହେର୍ଡକ୍ୱାର୍ଟରମାନଙ୍କରେ ଉପସ୍ଥିତ ରହିବେ । ଏଥିଲାଗି ଫୋନ୍ ମାଧ୍ୟମରେ ସମ୍ପର୍କରେ  ରହିବେ । ଏଥିସହିତ କିଛି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ କିଛି ସଂଖ୍ୟାରେ କର୍ମଚାରୀ ବ୍ୟକ୍ତିଗତଭାବେ ଅଫିସ୍‌ରେ ଉପସ୍ଥିତ ହୋଇପାରନ୍ତି । ଏହି ଲକ୍‌ଡାଉନ୍ ସମୟରେ କୌଣସି ପ୍ରକାର ସିଧାସଳଖ ମିଟିଂ ହେବନାହିଁ, ଆବଶ୍ୟକସ୍ଥଳେ ଭର୍ଚୁଆଲ୍ ମିଟିଂ ହୋଇପାରିବ । ସମସ୍ତ ସରକାରୀ କର୍ମଚାରୀ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ପରାମର୍ଶକୁ ମାନିବା ଆବଶ୍ୟକ ଯାହାଫଳରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକି ହେବ ।

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୮ଟି ଶାଖାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଭୁବନେଶ୍ୱର: ରାଜ୍ୟରେ ବ୍ୟାଙ୍କିଙ୍ଗ୍ ନେଟୱର୍କର ସଂପ୍ରସାରଣରେ ସହଯୋଗ କରିଛନ୍ତି ଘରୋଇ ବ୍ୟାଙ୍କ । ଆଜି ଏଚଡିଏଫସି ବ୍ୟାଙ୍କର ୮ଟି ଶାଖାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନିସଂରେ ଉଦଘାଟନ କରିଛନ୍ତି । ୫ଟି ଶାଖା ଖୋର୍ଦ୍ଧାରେ ଓ ସୁନ୍ଦରଗଡ, ସମ୍ବଲପୁର ଓ କେନ୍ଦ୍ରାପଡାରେ ଗୋଟିଏ ଲେଖାଏଁ ଶାଖା ଖୋଲିଛି । ୮ଟି ନୂଆ ବ୍ୟାଙ୍କ ଶାଖା ଦ୍ୱାରା ୧୦୦ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଚ୍‌ଡିଏଫସି ବ୍ୟାଙ୍କ ଗ୍ରାମାଞ୍ଚଳ ଓ ଅର୍ଦ୍ଧ- ସହରାଞ୍ଚଳରେ ବ୍ୟାଙ୍କ ଶାଖା ସଂପ୍ରସାରଣ କରୁଛି । ମହାମାରୀ ସମୟରେ ଏହି ବ୍ୟାଙ୍କର ଶାଖା ଖୋଲିବା ବ୍ୟାଙ୍କ ସହ ଯୋଡି ହୋଇନଥିବା ଲୋକଙ୍କୁ ଆର୍ଥିକ ପରିଚାଳନାରେ ସହାୟକ ହେବ । ରାଜ୍ୟରେ ବ୍ୟାଙ୍କିଙ୍ଗ୍‌ ନେଟୱର୍କର ସଂପ୍ରସାରଣରେ ଏଚଡିଏଫସି ବ୍ୟାଙ୍କର ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ବିକେନ୍ଦ୍ରୀକୃତ ଅର୍ଥନୀତି ଯୋଗୁ ଓଡିଶା ସାରା ଦେଶରେ ମଡେଲ ରାଜ୍ୟର ମାନ୍ୟତା ପାଇଛି । ଆଗକୁ ଏଚଡିଏଫସି ବ୍ୟାଙ୍କ ରାଜ୍ୟରେ ଅଧିକ ଶାଖା ଖୋଲିବ । ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ସୁସ୍ଥ ହେଉଛନ୍ତି ରେକର୍ଡ ସଂଖ୍ୟକ କରୋନା ରୋଗୀ, ସୁସ୍ଥଙ୍କ ସଂଖ୍ୟା ୧୧ ହଜାର ପାର

ଭୁବନେଶ୍ୱର: କରୋନାକୁ ମାତ୍ ଦେବାରେ ସଫଳ ହଉଛନ୍ତି ରାଜ୍ୟ ସରକାର । ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗୁ ରାଜ୍ୟରେ ପ୍ରତିଦିନ ସୁସ୍ଥ ହେଉଛନ୍ତି ରେକର୍ଡ ସଂଖ୍ୟକ ରୋଗୀ । ରାଜ୍ୟରେ ବଢ଼ୁଥିବା କରୋନାରେ ସୁସ୍ଥ ସଂଖ୍ୟା ମନରେ ଆଶ୍ୱସ୍ତି ଭରୁଛି ।  ଆଜି ବି ସୁସ୍ଥ ହୋଇଛନ୍ତି ୪୫୩ କରୋନା ରୋଗୀ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥତା ସଂଖ୍ୟା ୧୧ହଜାର ୩୩୦ରେ ପହଞ୍ଚିଛି ।

୧୯ ଜିଲ୍ଲାରୁ ମୋଟ ୪୫୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ଗଞ୍ଜାମରୁ ଦିନକରେ ୨୨୦ ଜଣ ସର୍ବାଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗିରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ୱରରୁ ୧୫, ଜଗତସିଂହପୁରରୁ ୧୩, ମାଲକାନାଗିରିରୁ ୧୩, ଯାଜପୁରରୁ ୧୦, ଗଜପତିରୁ ୧୦, ଅନୁଗୁଳରୁ ୯, କେନ୍ଦ୍ରାପଡ଼ାରୁ ୬, କୋରାପୁଟରୁ ୪, କଟକରୁ ୩, ଭଦ୍ରକରୁ ୨, ମୟୂରଭଞ୍ଜ ନୟାଗଡ଼ ଏବଂ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେପଟେ ଶୁକ୍ରବାର ରାଜ୍ୟରେ ଆଉ ୭୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୪୭୯ ଓ ଲୋକାଲ୍ କେସ ୨୩୯ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତ ସମଖ୍ୟା ୧୬ ହଜାର ୧୧୦କୁ ବୃଦ୍ଧି ପାଇଛି । ଗଞ୍ଜାମରେ ସର୍ବାଧିକ ୨୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଅନ୍ୟପଟେ ରାଜ୍ୟରେ ଆଉ ୪ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ ୬୦ ଓ ୫୭ ବର୍ଷୀୟ ୨ ବ୍ୟକ୍ତି ଓ ଗଜପତି ଜିଲ୍ଲାର ଜଣେ ୫୬ ବର୍ଷୀୟ ଓ ଅନୁଗୁଳରୁ ୬୬ ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୮୩କୁ ବୃଦ୍ଧି ପାଇଛି ।

ଦେଶୀ କରୋନା ଭ୍ୟାକ୍ସିନକୁ ନେଇ ଭଲ ଖବର, ନାହିଁ କୌଣସି ସାଇଡ୍ ଇଫେକ୍ଟ

ଦେଶୀ କରୋନା ଭ୍ୟାକ୍ସିନକୁ ନେଇ ଶୁକ୍ରବାର ଦିନ ହରିଆନାର ରୋହତକରୁ ଆସିଛି ଭଲ ଖବର । ରୋହତକର ପିଜିଆଇରେ ଭଲ୍ୟୁଣ୍ଟର୍ସଙ୍କ ପ୍ରଥମ ବ୍ୟାଚକୁ ଆଜି ପ୍ରଥମ ଡୋଜ୍ ଦିଆଯାଇଥିଲା ।କୋଭାକ୍ସିନର ପ୍ରଥମ ଡୋଜକୁ ତିନି ଜଣ ଭଲ୍ୟୁଣ୍ଟରଙ୍କ ଶରିର ସହଜତାର ସହ ସ୍ୱୀକାର କରିଛି ବୋଲି ହରିଆନା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି ।ସେମାନଙ୍କଠାରେ କୌଣସି ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିନଥିଲା ବୋଲି ଜଣା ପଡିଛି । ୧୮ରୁ ୫୫ ବର୍ଷୀୟ ସୁସ୍ଥ ଲୋକଙ୍କ ଏହି ଭ୍ୟାକ୍ସିନର ଦୁଇଟି ଡୋଜ୍ ଦିଆଯିବ । ଫେଜ୍ ୱାନ୍ ଟ୍ରାଏଲରେ ଦ୍ୱିତୀୟ ଡୋଜ୍ ୧୪ ଦିନ ପରେ ଦିଆଯିବ । ମୋଟ ୧୧୨୫ ଜଣ ଭଲ୍ୟୁଣ୍ଟର୍ସଙ୍କ ଉପରେ ଏହି ଅଧ୍ୟୟନ ହେବ । ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ ସାମିଲ ହେବେ । ସେହିଭଳି ଦ୍ୱିତୀୟ ଫେଜରେ ୭୫୦ ଜଣ ସାମିଲ ହେବେ । ଟେଷ୍ଟ୍ ମଧ୍ୟରେ ୪:୧ର ରେସିଓ ରହିବ । ଅର୍ଥାତ ଯଦି ୪ ଜଣ ରୋଗୀଙ୍କୁ ଭ୍ୟାକ୍ସିନ୍ ଦିଆଯିବ ତେବେ ତିନି ଜଣଙ୍କୁ ପ୍ରକୃତରେ ଟିକା ଦିଆଯିବ,ଚତୁର୍ଥ ଜଣଙ୍କୁ କେବଳ ଟିକା ଦିଆଯିବାର ନାଟକ କରାଯିବ । ଏହାକୁ ମନୋବିଜ୍ଞାନ ଭାଷାରେ placebo କୁହାଯାଏ ।

୧୪ ସହରରେ ମାନବ ପରୀକ୍ଷଣରେ ‘ସେଫ୍ଟି ଓ ସ୍କ୍ରିନିଂ’ ପରୀକ୍ଷଣ ଉପରେ ଜୋର

covaxin test

ପ୍ରଥମ ଟ୍ରାଏଲକୁ ସେଫ୍ଟି ଓ ସ୍କ୍ରିନିଂ ଏଇଥିପାଇଁ କୁହାଯାଏ ଯେ, ଏହି ପର୍ଯ୍ୟାୟରେ କମ ଡୋଜ୍ ଭ୍ୟାକ୍ସିନ ଦେଇ ଭଲ୍ୟୁଣ୍ଟରଙ୍କ ଉପରେ ଏହାର ପ୍ରଭାବକୁ ନୀରିକ୍ଷଣ କରାଯାଏ । ଭ୍ୟାକ୍ସିନର କୌଣସି ସାଇଡ୍ ଇଫେକ୍ଟ (ପାର୍ଶ୍ୱ ପ୍ରତିକ୍ରିୟା) ଅଛି କି ନାହିଁ ? କୋଭିଡ୍-୧୯ ବ୍ୟତିତ ଏହାର ଲିଭର ଓ ଫୁସଫୁସ୍ ଉପରେ କେଉଁଭଳି ପ୍ରଭାବ ପଡୁଛି ତାକୁ ଏହି ପର୍ଯ୍ୟାୟରେ ଦେଖାଯାଏ ।

ସମସ୍ତ ତଥ୍ୟ ଉପରେ  ICMR ବୈଜ୍ଞାନିକଙ୍କ ନଜର

vaccine trial

ICMR ସେହି ଅନୁଷ୍ଠାନକୁ ବାଛିଛି ଯେଉଁଠାରେ କ୍ଲିନିକାଲ ଫାର୍ମାକଲୋଜି ଅଙ୍ଗ ରହିଛି ଓ ମାନବ ପରୀକ୍ଷଣ ଅଭିଜ୍ଞତା ଥିବା ବିଶେଷଜ୍ଞ ରହିଥିବେ । ତରବରିଆ ଟ୍ରାଏଲ କରାଯାଇ ନଥାଏ । କାରଣ ଏହା ଜରିଆରେ ସୁନିଶ୍ଚିତ କରାଯାଇଥାଏ ଯେ, ଭ୍ୟାକ୍ସିନ ମଣିଶଙ୍କ ପାଇଁ କେତେ ସୁରକ୍ଷିତ । ଟ୍ରାଏଲର ସମସ୍ତ ବିବରଣି ଆଇସିଏମଆରକୁ ପଠାଯିବ ।

କେତେ ଦିନରେ ଆସିବ ଭ୍ୟାକ୍ସିନ୍ ?

vaccine

ବର୍ତ୍ତମାନର ନିୟମ ଅନୁସାରେ ପ୍ରଥମ ପର୍ଯ୍ୟାୟ ସରିବା ପାଇଁ ଅତିକମରେ ୧ ମାସ ସମୟ ଲାଗିବ । ଏଥିରୁ ମିଳିଥିବା ଡାଟାକୁ ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆକୁ ଦିଆଯିବ । ତା’ପରେ ପରବର୍ତ୍ତି ପର୍ଯ୍ୟାୟ ପାଇଁ ଅନୁମତି ମିଳିବ । ଫେଜ୍ ୧ ଓ ଫେଜ୍ ୨ରେ ମୋଟାମୋଟି ୧ ବର୍ଷ ୩ ମାସ ଲାଗିବ ।

କେତେ ଟଙ୍କାରେ ମିଳିବ କରୋନା ଭ୍ୟାକ୍ସିନ୍ ?

vaccine china

ଭାରତରେ ପିଲାଙ୍କୁ ଜନ୍ମରୁ ଅନେକ ପ୍ରକାରର ଟିକା ଲଗାଯାଇଥାଏ । ବଜାରରେ ଯାହାର ମୁଲ୍ୟ ୫୦ ଟଙ୍କାରୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ଉଦାହରଣ ସ୍ୱରୁପ ରୋଟାଭାଇରସ ୨ ଟିକା ୬୮୯ ଟଙ୍କାରୁ ୧୪୯୯ଟଙ୍କାରେ ମିଳିଥାଏ । ଏମିତିରେ ପ୍ରଶ୍ନ ଉଠିବ ଯେ,ଟିକା ବଜାରକୁ ଆସିଲେ କେତେ ଟଙ୍କା ପଡିବ । ମହାମାରୀର ରୂପକୁ ଦେଖିଲେ ଲାଗୁଛି ଅଧିକାଂଶ ଦେଶ ଏହାକୁ ମାଗଣାରେ ବାଣ୍ଟିବେ । ଦୁନିଆର ସବୁଠୁ ବଡ ଭ୍ୟାକ୍ସିନ୍ ନିର୍ମାତା ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ଆଦର ପୁନାବାଲାଙ୍କ ଅନୁସାରେ ତାଙ୍କ କମ୍ପାନୀର ଭ୍ୟାକ୍ସିନର ମୂଲ୍ୟ ପାଖାପାଖି ୧ ହଜାର ଟଙ୍କା ହେବ । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ସରକାର ଏହାକୁ ମାଗଣାରେ ବାଣ୍ଟିବେ ।

ଭ୍ୟାକ୍ସିନକୁ କେମିତି ବିକଶିତ କରାଯାଏ ?

ଭ୍ୟାକ୍ସିନ ବିକାଶର ଅନେକ ସ୍ତର ଥାଏ । ପ୍ରାରମ୍ଭିକ ସ୍ତରରେ ଲ୍ୟାବ ଭିତରେ ଭ୍ୟାକ୍ସିନର ବିକାଶ ହୋଇଥାଏ । ପରେ ଏହାକୁ ମୁଶା ଓ ମାଙ୍କଡଙ୍କ ଉପରେ ପରିକ୍ଷା କରାଯାଏ । ଏହାପରେ ମାନବ ପରୀକ୍ଷଣ ହୋଇଥାଏ ।  ପ୍ରଥମ ପର୍ଯ୍ୟାୟରେ ବିଫଳତା ହାର ୩୭ ପ୍ରତିଶତ ହୋଇଥାଏ । ଫେଜ୍ ୨ରେ ଶତାଧିକ ସୁସ୍ଥ ଲୋକଙ୍କୁ ଭ୍ୟାକ୍ସିନ୍ ଦେଇ ସେମାନଙ୍କ ଉପରେ ଏହାର ପ୍ରଭାବକୁ ପର୍ଯ୍ୟବେକ୍ଷଣ କରାଯାଏ । ଅଧିକାଂଶ ଭ୍ୟାକ୍ସିନ ଏହି ପର୍ଯ୍ୟାୟରେ ବିଫଳ ହୋଇଥାନ୍ତି । ଦ୍ୱିତୀୟ ଫେଜରେ ବିଫଳତା ହାର ୬୯ ପ୍ରତିଶତ ଥାଏ ।  ତୃତୀୟ ପର୍ଯ୍ୟାୟରେ ଭ୍ୟାକ୍ସିନ ହାଜରରୁ ଅଧିକଙ୍କୁ ଦିଆଯାଏ । ଏହି ପର୍ଯ୍ୟାୟରେ ବିଫଳତା ହାର ୪୨ ପ୍ରତିଶତ ରହିଥାଏ । ସାଧାରଣତଃ ଗୋଟିଏ ଭ୍ୟାକ୍ସିନକୁ ବଜାରକୁ ଆସିବାକୁ ଅତି କମରେ ୨ବର୍ଷ ଓ ସର୍ବାଧିକ ୧୦ ବର୍ଷ ଲାଗିଥାଏ ।

ଆଶ୍ଚର୍ଯ୍ୟ ଲାଗିପାରେ, ପ୍ରାୟ ୧ ଲକ୍ଷ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ମାରିବାରୁ ଯାଉଛି ଏହି ଦେଶ, ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ: କରୋନା ରାକ୍ଷସର କବଳରେ ଏବେ ପୁରା ବିଶ୍ୱ । ମଣିଷ ଅହରହ ସଂଘର୍ଷ କରୁଛି ଏଥିରୁ ମୁକୁଳିବା ପାଇଁ । ହେଲେ ଏହି ସଂକ୍ରମଣ ବଢ଼ୁଛି ହେଲେ କମିବାର ନାଁ ହିଁ ଧରୁନାହିଁ । ଏହି ଭିତରେ ଏକ ବଡ଼ ଖବର ଆସିଛି । ଏମିତି ଏକ ଦେଶ ରହିଛି ଯିଏ କରୋନା ସଂକ୍ରମଣକୁ ଡରି ଆଗକୁ ମାରିବାକୁ ଯାଉଛି ପାଖାପାଖି ଏକ ଲକ୍ଷ ସ୍ତନ୍ୟପାୟୀ ପ୍ରାଣୀଙ୍କୁ । ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା । ହେଲେ ଏ କଥା ସତ । କରୋନା ମହାମାରୀ ହେବାର ଆଶଙ୍କା ଥିବାରୁ ସ୍ପେନ୍ ପ୍ରାୟ ଏକ ଲକ୍ଷ ମିଙ୍କ୍ (ସ୍ତନ୍ୟପାୟୀ ପ୍ରାଣୀ)ଙ୍କୁ ମାରିବାକୁ ଯାଉଛି । ପ୍ରାୟ ୯୦ ଟି ପ୍ରାଣୀ ଏକ ଫାର୍ମରେ କରୋନା ସଂକ୍ରମିତ ହେବା ପରେ ସ୍ପେନ ଏଭଳି କଠୋର ନିଷ୍ପତ୍ତି ନେଇଛି ।

ପଶୁମାନଙ୍କୁ ଅଲଗା ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ପ୍ରଥମେ ନିର୍ଦ୍ଦେଶ ଦେଇଥିଲା । ତଥାପି, ଅନେକବାର ପରୀକ୍ଷଣରେ, ପ୍ରାୟ ୮୦ ପ୍ରତିଶତ ପଶୁଙ୍କ ନମୁନା କରୋନା ପଜିଟିଭ୍ ଥିଲା । ପରବର୍ତ୍ତୀ ସମୟରେ ଫାର୍ମର ପ୍ରାଣୀମାନଙ୍କୁ ମାରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଅରାଗନ୍ ଅଞ୍ଚଳର ଲା ପୁଏବଲା ଡେ ବାଲବର୍ଦେ ଗାଁର ଫାର୍ମ ୨୨ ମେ ଠାରୁ ଲୋକଙ୍କ ଠାରୁ ବିଚ୍ଛିନ୍ନ ହୋଇ ରହିଥିଲା । ସେହି ଫାର୍ମରେ ଥିବା ୭ ଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଥିବା ଦେଖିବାକୁ ମିଳିଥିଲା । ଏରାଗନ୍ ପ୍ରଶାସନ କହିଛି ଯେ ଜାତୀୟ ପଶୁ ସ୍ୱାସ୍ଥ୍ୟ ଅଧିନିୟମ ଅନୁଯାୟୀ ୯୨,୭୦୦ ମିଙ୍କ୍‌ ମାନଙ୍କୁ ହତ୍ୟା କରିବା ଭଳି କଠୋର ପଦକ୍ଷେପ ନେବାକୁ ପଡ଼ିଛି ।

ଏରାଗନ୍‌ର କୃଷି ଓ ପରିବେଶ ବିଭାଗର ମୁଖ୍ୟ ଜେକ୍ୱିନ୍‌ ଓଲୋନା କହିଛନ୍ତି, “ଭାଇରସ କର୍ମଚାରୀଙ୍କଠାରୁ ପଶୁ ପର୍ଯ୍ୟନ୍ତ କିମ୍ବା ପଶୁମାନଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ବ୍ୟାପିଛି ବୋଲି କୌଣସି ପ୍ରମାଣ ନାହିଁ । ଓଲୋନା ସ୍ପେନର ନ୍ୟୁଜ୍ ଏଜେନ୍ସି ୟୁରୋପା ପ୍ରେସକୁ କହିଛନ୍ତି ଯେ ଆମର ଏହି ସନ୍ଦେହ ନାହିଁ ଯେ ଏହି ପ୍ରାଣୀମାନଙ୍କରେ ଭୂତାଣୁ ଅଛନ୍ତି ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପ୍ରଦାୟର ସଂକ୍ରମଣ ମଧ୍ୟ ଅଛି । ସେ କହିଛନ୍ତି ଯେ ୯୦ ହଜାରରୁ ଅଧିକ ପଶୁମାନଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ ହେଉଛି ଯେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି କୌଣସି ବିପଦ ରହିବା ଉଚିତ ନୁହେଁ ।

ଏପର୍ଯ୍ୟନ୍ତ, କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଲେଇ ଏବଂ କୁକୁର ସମେତ କେତେକଙ୍କ ଶରିରରେ କରୋନା ସଂକ୍ରମିତ ହୋଇପାରେ । ତେବେ ପଶୁମାନଙ୍କଠାରୁ ମଣିଷକୁ କରୋନା ସଂକ୍ରମଣ ବିଷୟରେ କୌଣସି ନିଶ୍ଚିତ ସୂଚନା ପ୍ରକାଶ କରାଯାଇ ନାହିଁ । ଗବେଷକମାନେ ବର୍ତ୍ତମାନ ଏହା ଉପରେ ଗବେଷଣା କରୁଛନ୍ତି ।

ସରକାର ମିଙ୍କ୍ ଫାର୍ମଗୁଡିକ ପାଇଁ ସ୍ୱଚ୍ଛତା ପ୍ରୋଟୋକଲ୍ କଡାକଡି କରିଛନ୍ତି । ପରୀକ୍ଷା ବାଧ୍ୟତାମୂଳକ କରିବା ବ୍ୟତୀତ ସେମାନଙ୍କ ପରିବହନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ୨୦୨୪ ସୁଦ୍ଧା ଏଠାରେ ସମସ୍ତ ମିଙ୍କ ଚାଷ ବନ୍ଦ କରିବାକୁ ଯୋଜନା ଅଛି  ।

ହାତ ଗୋଡ଼ରେ ବନ୍ଧା ହୋଇଛି ଶିକୁଳି: ଅର୍ଥାଭାବରୁ ଚିକିତ୍ସା କରାଇପାରୁନି ବିଧବା ମାଆ

ଯାଜପୁର: ମାନସିକ ବିକୃତ ପୁଅ ଝିଅଙ୍କ ଚିନ୍ତାରେ ବିଧବା ମାଆ  । ଛୁଆଙ୍କ ଉପରୁ ବାପାଙ୍କ ହାତ ଉଠିଯାଇଥିବା ବେଳେ ନିଜେ ମୁଲ ଲାଗି ଛୋଟରୁ ବଡ଼ କରିଛନ୍ତି  । ହେଲେ ନିଜେ ପିଲା କାମ ଧନ୍ଦା କରି ଘର ଚଳାଇବା ବୟସରେ ଘରେ ଶିକୁଳିରେ ବନ୍ଧା ହୋଇ ରହିଛନ୍ତି  ।

ଅନ୍ୟପେଟ ଅର୍ଥାଭାବରୁ ଚିକିତ୍ସା ବି ହୋଇପାରୁନାହିଁ  । ଯାଜପୁର ଜିଲ୍ଲା ସଦର ବ୍ଲକ୍ କମାଗଡର ଲତା ଜେନା ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି  । ପରିବାର କହିଲେ ୩ ପ୍ରାଣୀ କୁଟୁମ୍ବ । ହେଲେ ଘରର ଏହି ଚାରିକାନ୍ଥ ଭିତରେ ଲୁଚି ରହିଛି ଅନେକ ଦୁଃଖ । ସ୍ୱାମୀ ଚାଲିଗଲା ପରେ ଏକୁଟିଆ ଛୋଟରୁ ବଡ କରିଛନ୍ତି ଦୁଇ ଛୁଆଙ୍କୁ  । ହେଲେ ପୁଅ ଝିଅ ଦୁଇଜଣ ମାନସିକ ବିକୃତ  ।

ରୋଜଗାରିଆ ପୁଅ ବି ମାନସିକ ବିକୃତ ହୋଇ ଘରେ ପଡିରହିଥିବା ବେଳେ ଏବେ ଘର ଚଳାଇବା କଷ୍ଟକର ହୋଇପଡିଛି  ।  ଯାଜପୁର ଜିଲ୍ଲା ସଦର ବ୍ଲକ୍ କମାଗଡର ଲତା ଜେନାଙ୍କ ଉପରେ ସତେ ଯେମିତି ଦୁଃଖର ପାହାଡ ପଡିଛି  । ଗତ ୧୨ ବର୍ଷ ହେଲା ଦୁଇ ପିଲାଙ୍କୁ ନେଇ ଦୁଃଖ କଷ୍ଟରେ ଚଳୁଛନ୍ତି ଲତା  ।

ଉଭୟଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ଶିକୁଳିରେ ବାନ୍ଧି ଘରେ ରଖିବାକୁ ପଡୁଛି  ।  ସରକାରୀ ସହାୟତାରୁ ମଧ୍ୟ ବାଦ୍ ପଡିଛନ୍ତି ଏହି ପରିବାର  । ଏପରିକି ପୁଅକୁ ଭତା ମିଳୁନି କି ରାସନ କାର୍ଡ ବି ନାହିଁ। ଘର ଖଣ୍ଡିଏ ନଥିବା ବେଳେ ଝାଟିମାଟି ଘରେ ଜୀବନ ବିତୁଛି  । ଏହା ସାଙ୍ଗକୁ ଦୁଇ ଛୁଆଙ୍କ ଏଭଳି ଅବସ୍ଥା ବୋଝ ଉପରେ ନଳିତା ବିଡା ସଦୃଶ  । ଏନେଇ ପ୍ରଶାସନ ପକ୍ଷରୁ ଏହି ପରିବାରକୁ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକ  ।

https://www.facebook.com/NandighoshaTV/videos/289639412475850/

କୋଭିଡ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ: ସଂକଟ ସମୟରେ ବି ସୁଧୁରୁନାହାନ୍ତି ଅମାନିଆ

ବାସୁଦେବପୁର: ଦେଶରେ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ । ହେଲେ ବି ସୁଧୁରୁ ନାହାନ୍ତି ଅମାନିଆ । ଖୋଲାଖୋଲି ଭାବେ ନିୟମ ଉଲ୍ଲଘଂନ କରୁଥିବା ବେଳେ ସାମାଜିକ ଦୂରତା ଭୁଲିଯାଉଛନ୍ତି  । ବାସୁଦେବପୁର ବ୍ଲକ ବ୍ରାହ୍ମଣ ଗାଁରେ ନିୟମ ଭାଙ୍ଗି ବେଖାତିର ଭାବେ କୋଚିଂ ସେଣ୍ଟରରେ ପାଠପଢା ଯାଉଥିବା ଦେଖିବାକୁ ମିଳିଛି  ।

ଜଣେ କି ଦୁଇ ଜଣ ନୁହେଁ ଏକାଠି ବସିଛନ୍ତି ୨୦ରୁ ଅଧିକ ପିଲା । ଗୋଟିଏ ଛୋଟ ଜାଗାରେ ସମସ୍ତେ ଖୁନ୍ଦା ଖୁନ୍ଦା ହୋଇ ବସିଛନ୍ତି । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣ ଗାଁର ।

କୋଭିଡ୍ ଗାଇଡଲାଇନ୍‌ର ଖୋଲା ଉଲ୍ଲଂଘନ କରି ଏଠି ଚାଲିଛି କୋଚିଂ ସେଣ୍ଟର । ସାମାଜିକ ଦୂରତାକୁ ଫୁ କରି ପିଲାମାନେ ପାଠ ପଢୁଛନ୍ତି । ଆଉ ଆମ କ୍ୟାମେରା ଟିମ୍ ପହଞ୍ଚିବାରୁ ପିଲାଙ୍କୁ ପଳାଇ ଯିବାକୁ କହିଥିଲେ ଶିକ୍ଷକ ।

କେବଳ ଗୋଟିଏ ଜାଗାରେ ନୁହେଁ ବ୍ରାହ୍ମଣ ଗାଁର ପ୍ରାୟ ୫ଟି ସ୍ଥାନରେ ଏଭଳି କୋଚିଂ ସେଣ୍ଟର ଚାଲିଛି । ପ୍ରତି ସେଣ୍ଟରରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଟ୍ୟୁସନ୍ ହେଉଛନ୍ତି । ଅଧିକାଂଶ ସ୍ଥାନରେ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି,  କରୋନା ସଂକ୍ରମଣ ବଢୁଥିବା ବେଳେ ଏଭଳି ବେଖାତିର ବଡ଼ ସଂକଟ ଆଣିବନି ତ?  ସଂକ୍ରମଣ ରୋକିବାକୁ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଛି, ହେଲେ ଘରୋଇ ଶିକ୍ଷକମାନେ ଏହାକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି ।

https://www.facebook.com/NandighoshaTV/videos/3083813868401698/