ଅଭାବୀ ବିକ୍ରି ସାଙ୍ଗକୁ ବାରହା ଉତ୍ପାତ, ମୁଣ୍ଡରେ ହାତଦେଇ ବସିଛି ଚାଷୀ

Corn Farming

ଆସିକା: (ନରେନ୍ଦ୍ର କୁମାର ସାହୁ): ଚିନ୍ତାରେ ମକା ଚାଷୀ । କରୋନା ଉଜାଡି ଦେଇଛି ଜୀବନ ଜୀବିକା । ସେପଟେ ବୋଝ ଉପରେ ଲଳିତାବିଡା ଭଳି ଜଙ୍ଗଲି ବାରହାଙ୍କ ଉପଦ୍ରବ ବି ଚାଷୀଙ୍କ ଚିନ୍ତାର ବଢ଼ାଇଦେଇଛି । ପ୍ରତିଦିନ ଏକର ଏକର ମକା ଚାଷ ନଷ୍ଟ କରୁଛନ୍ତି ବାରହା ।

କରଜ କରି ମକା ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ଅଭାବୀ ବିକ୍ରି ଚଷା ପୁଅର ମେରୁଦଣ୍ଡ ଭାଙ୍ଗି ଦେଇଛି । ଏଥିରେ ଅତିଷ୍ଠ ହୋଇପଡିଛନ୍ତି ବ୍ରହ୍ମପୁର, ଆସିକା, ଖଡବାଗ, ଚେରମାରିଆ, ଖଣ୍ଡ ଦେଉଳି, କର୍ଣ୍ଣଳି ଅଞ୍ଚଳର ଅନେକ ଚାଷୀ ।

ତେବେ ଏଭଳି ସମସ୍ୟା ଯୋଗୁଁ ଏବେ ମକା ଚାଷରୁ ମୁହଁ ଫରାଉଛନ୍ତି ଚାଷୀ । ତେଣୁ ଆସିକା ବ୍ରହ୍ମପୁର ରାସ୍ତା କଡ଼ରେ ଆଉ ବିକ୍ରି ହେଉନି ସୁଆଦିଆ ମକା । ଯଦି ଏହି ମକା ଚାଷୀଙ୍କ ପାଇଁ ସରକାର ବଜାର ବ୍ୟବସ୍ଥା କରନ୍ତେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସେମାନେ କହିଛନ୍ତି । ମକା ଚାଷୀଙ୍କୁ ଏଭଳି ପରିସ୍ଥିତିରେ ସରକାରୀ ସହାଯତା ଯୋଗାଇଦେବା ଜରୁରୀ ହୋଇପଡିଛି ବୋଲି ଅନେକ ବୁଦ୍ଧିଜୀବୀ ମଧ୍ୟ ମତ ପ୍ରକାଶ କରିଛନ୍ତି ।

Leave a Reply